Posted inଜାତୀୟ

ଏଣିକି କାମରେ ଖିଲାପ କଲେ ସରକାରୀ କର୍ମଚାରୀଙ୍କୁ ଦିଆଯିବ ବାଧ୍ୟତାମୂଳକ ଅବସର, କେନ୍ଦ୍ର ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୯।୬:ଏଣିକି ସରକାରୀ ଅଫିସରେ କାମ ଠିକ୍‌ ଭାବରେ ନ କଲେ ସମୟ ପୂର୍ବରୁ ସେବାନିବୃତ କରାଯିବ। ଏନେଇ ଏକ ନିର୍ଦ୍ଦେଶାନାମା ଜାରି କରିଛି କେନ୍ଦ୍ର। କର୍ମଚାରୀ ଏବଂ ତାଲିମ ବିଭାଗ (DoPT) ସଂପୃକ୍ତ ମନ୍ତ୍ରଣାଳୟକୁ କର୍ମଚାରୀଙ୍କ ସାମୟିକ ସମୀକ୍ଷା କରିବା ପାଇଁ ସେମାନଙ୍କ ପ୍ରଶାସନିକ ନିୟନ୍ତ୍ରଣ ଅଧୀନରେ ଥିବା ସରକାରୀ କ୍ଷେତ୍ର, ବ୍ୟାଙ୍କ, ସ୍ବୟଂଶାସିତ ଅନୁଷ୍ଠାନକୁ ଏପରି ନିର୍ଦ୍ଦେଶ ଦେଇଛି।

ସମସ୍ତ କେନ୍ଦ୍ର ସରକାରୀ ବିଭାଗର ସଚିବମାନଙ୍କୁ ଦିଆଯାଇଥିବା ଆଦେଶରେ କୁହାଯାଇଛି ଯେ, ପ୍ରଶାସନିକ ମନ୍ତ୍ରଣାଳୟ ଏବଂ ବିଭାଗକୁ ବାରମ୍ବାର ଏ ବାବଦରେ ଦିଆଯାଇଥିବା ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ଏବଂ DoPT କୁ ଏକ ରିପୋର୍ଟ ଦାଖଲ କରିବାକୁ ଅନୁରୋଧ କରାଯାଇଛି। ଏଥିରେ ଆହୁରି କୁହାଯାଇଛି ଯେ, ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗ ଉକ୍ତ ନିର୍ଦ୍ଦେଶାବଳୀକୁ ପାଳନ କରୁନାହାଁନ୍ତି।

ଏହା ଅନୁଯାୟୀ, ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗକୁ ଜୁଲାଇ ୨୦୨୪ରୁ ପ୍ରତି ମାସର ୧୫ତାରିଖ ଭିତରେ ଏକ ସ୍ବତନ୍ତ୍ର ଫର୍ମାଟରେ DoPT କୁ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଜଣେ ଆଦିବାସୀ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଅତ୍ୟନ୍ତ ଦୁଃଖଦାୟକ’

ରାଞ୍ଚତ୍,୩ା୭:ସଦ୍ୟ ଜେଲରୁ ଫେରିଥିବା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ନେତା ହେମନ୍ତ ସୋରେନ୍‌ ପୁଣି ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଏହାର ୫ ମାସ ପୂର୍ବରୁ ଝାଡ଼ଖଣ୍ଡ...

ଭୋଲେ ବାବାଙ୍କ ନାଁରେ ରହିଛି ଯୌନ ନିର୍ଯାତନା ମାମଲା

ହାଥରସ୍‌,୩ା୭: ଉତ୍ତରପ୍ରଦେଶର ହାଥରସ୍‌ ଜିଲାର ପୁଲରାଇ ଗ୍ରାମରେ ହୋଇଥିବା ଏକ ସତ୍‌ସଙ୍ଗରେ ଦଳାଚକଟା ହୋଇ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିବା ଯେତିକି ଦୁଃଖଦାୟକ ନୁହେଁ, ତା’ଠୁ...

ଦଳାଚକଟା ଘଟଣାରେ ଆସିଲା ଭୋଲେ ବାବାଙ୍କ ପ୍ରଥମ ପ୍ରତିକ୍ରିୟା

ହାଥରସ୍‌,୩ା୭:ଉତ୍ତରପ୍ରଦେଶର ହାଥରସ୍‌ ଜିଲାର ପୁଲରାଇ ଗ୍ରାମରେ ଅପରାହ୍ନରେ ସତ୍‌ସଙ୍ଗ ଚାଲିଥିବାବେଳେ ଦଳାଚକଟା ଘଟି ୧୧୬ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ସାରା ଦେଶରେ ଚହଳ...

ଇସ୍ତଫା ଦେଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ,

ରାଞ୍ଚି,୩।୭: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇଛନ୍ତି ଚମ୍ପାଇ ସୋରେନ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ସଭାପତି ହେମନ୍ତ ସୋରେନ ଜେଲ୍ରୁ ଫେରିବା ପରେ...

ଭାରତର ଦେଶୀ ଟୁଇଟର୍‌ ‘କୁ’ ବନ୍ଦ: ବିରାଟ କୋହଲିଙ୍କ ସମେତ ବଡ଼ ବଡ଼ ରାଜନେତା କରୁଥିଲେ ବ୍ୟବହାର

ନୂଆଦିଲ୍ଲୀ,୩।୭: ଏଲନ ମସ୍କଙ୍କ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଏକ୍ସ (ପୁରୁଣା ନାମ ଟୁଇଟର୍‌) ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଭାରତର ହୋମଗ୍ରାଉଣ୍ଡ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ‘କୁ’(KOO)...

ରାହୁଲଙ୍କ ଦାବି କେତେ ଠିକ୍‌? କ’ଣ ବୌଦ୍ଧ, ଜୈନ ଓ ଇଶାଇ ଧର୍ମରେ ବି ଅଛି ଅଭୟ ମୁଦ୍ରା…

ନୂଆଦିଲ୍ଲୀ,୩।୭: କେହି ଭାବି ନ ଥିବେ ଯେ ପ୍ରାଚୀନ କାଳର ଦୁଇଟି ଶବ୍ଦ ଲୋକ ସଭା ବିତର୍କର ଗତି ବଦଳାଇବ। ସଂସଦରେ ଏହାକୁ ନେଇ ବଡ଼...

ମୋଦି କାହିଁକି ଗାଳି ଖାଉଛି: ରାଜ୍ୟ ସଭାରେ କାହିଁକି ଏମିତି କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩।୭: ରାଜ୍ୟ ସଭାରେ ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦି ଆମ ଆଦମୀ ପାର୍ଟି(ଏଏପି)ଏବଂ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଅନୁସନ୍ଧାନକାରୀ ସଂସ୍ଥା ବିରୋଧରେ ଅଭିଯୋଗ...

ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ ହେମନ୍ତ ସୋରେନ!

ରାଞ୍ଚି,୩ା୭: ହେମନ୍ତ ସୋରେନ ଝାଡ଼ଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ହେବେ। ହେମନ୍ତ ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ହେମନ୍ତଙ୍କୁ ଏନ୍‌ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍‌ (ଇଡି) ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri