Posted inଖେଳ

T20 World Cup: ଫାଇନାଲରେ ଟସ୍ ଜିତିଲା ଭାରତ, ପ୍ରଥମେ କରିବ ବ୍ୟାଟିଂ

ନୂଆଦିଲ୍ଲୀ,୨୯।୬: ଟି୨୦ ବିଶ୍ୱକପ ଫାଇନାଲ୍ ମ୍ୟାଚରେ ଭାରତ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍ କିସିଙ୍ଗଟନ ଓଭାଲ ଗ୍ରାଉଣ୍ଡରେ ଖେଳାଯିବ। ଭାରତର ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଉଭୟେ ଭାରତ ଏବଂ ଦକ୍ଷିଣ ଆଫ୍ରିକା କୌଣସି ପରାଜୟ ବିନା ଫାଇନାଲରେ ପହଞ୍ଚିଛନ୍ତି।

ଦକ୍ଷିଣ ଆଫ୍ରିକା ଦଳ ପ୍ରଥମ ଥର ପାଇଁ ବିଶ୍ୱକପ୍ (ଟି୨୦ ଏବଂ ଦିନିକିଆ) ଫାଇନାଲରେ ପ୍ରବେଶ କରିଛି ଏବଂ ଟାଇଟଲ୍ ଜିତି ଇତିହାସ ସୃଷ୍ଟି କରିବାର ସୁଯୋଗ ପାଇଛି। ଅନ୍ୟପଟେ ଭାରତୀୟ ଦଳ ୨୦୦୭ ରେ ପ୍ରଥମ ଟି୨୦ ବିଶ୍ୱକପ ଜିତି ଇତିହାସର ରଚିଥିଲା। ମହେନ୍ଦ୍ର ସିଂ ଧୋନି ସେତେବେଳେ ଭାରତର ଅଧିନାୟକ ଥିଲେ।

ବର୍ତ୍ତମାନ ୧୭ ବର୍ଷ ପରେ, ରୋହିତଙ୍କ ଅଧିନାୟକତ୍ୱରେ ଚାମ୍ପିୟନ ହେବାର ସୁଯୋଗ ଅଛି। ଏଥର ଭାରତୀୟ ଦଳ 68 ରନରେ ଇଂଲଣ୍ଡକୁ ପରାସ୍ତ କରି ଟାଇଟଲ ମ୍ୟାଚରେ ସ୍ଥାନ ପାଇଛି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ପ୍ରଥମ ସେମିଫାଇନାଲରେ ଆଫଗାନିସ୍ତାନକୁ ୯ ୱିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି।

ଭାରତୀୟ ଦଳ ଟି -୨୦ ବିଶ୍ୱକପରେ ତୃତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ସର୍ବପ୍ରଥମେ, ଫାଇନାଲ୍ ପ୍ରଥମ ସଂସ୍କରଣରେ ଅର୍ଥାତ୍ ୨୦୦୭ ରେ ଖେଳାଯାଇଥିଲା। ତା’ପରେ ପାକିସ୍ତାନକୁ ପରାସ୍ତ କରି ଟାଇଟଲ ମଧ୍ୟ ଜିତିଥିଲା। ୭ ବର୍ଷ ଅର୍ଥାତ୍ ଏହା ୨୦୧୪ ସିଜନର ଫାଇନାଲରେ ପ୍ରବେଶ କରିଥିଲା। ସେତେବେଳେ ଶ୍ରୀଲଙ୍କା ଠାରୁ ପରାଜିତ ହୋଇଥିଲା। ବର୍ତ୍ତମାନ ଏହା ହେଉଛି ତୃତୀୟ ଫାଇନାଲ୍।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭିଏତନାମରେ ତ୍ରିରାଷ୍ଟ୍ରୀୟ ଖେଳିବ ଭାରତ

ନୂଆଦିଲ୍ଲୀ, ୩।୭: ଭାରତୀୟ ଫୁଟବଲ ଦଳ ଭିଏତନାମ ଯାଇ ଏକ ତ୍ରିରାଷ୍ଟ୍ରୀୟ ଟୁର୍ନାମେଣ୍ଟ ଖେଳିବ। ଏଥିରେ ତୃତୀୟ ଦଳଭାବେ ଲେବାନନ ଅଂଶଗ୍ରହଣ କରିବ। ଫିଫା ଓ୍ବିଣ୍ଡୋକୁ...

ବିଶ୍ୱଚାମ୍ପିୟନ୍‌ ଖେଳାଳିଙ୍କୁ କରାଯିବ ଜୋରଦାର ସ୍ବାଗତ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ଲାଇଭ୍‌ ଶୋ’

ନୂଆଦିଲ୍ଲୀ,୩।୭: ଭାରତୀୟ ଦଳ ଟି-୨୦ ବିଶ୍ୱକପ ଟାଇଟଲ ଜିତିଛି। ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ୧୭ ବର୍ଷ ପରେ ଟିମ ଇଣ୍ଡିଆ ଟାଇଟଲ ହାସଲ...

ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ: ଏହି ତାରିଖରେ ଖେଳାଯାଇପାରେ ମ୍ୟାଚ୍‌

ନୂଆଦିଲ୍ଲୀ,୩।୭: ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ମାର୍ଚ୍ଚ ୧ରେ ଖେଳାଯିବାର ସମ୍ଭାବନା ରହିଛି। ଏ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା...

ମୋଦିଙ୍କୁ ଭେଟିବେ ଟିମ୍‌ ଇଣ୍ଡିଆର ଖେଳାଳି: ବିଶ୍ୱଚାମ୍ପିୟନ୍‌ ଟିମ୍‌ର ଏମିତି ହେବ ଗ୍ରାଣ୍ଡ୍‌ ଓ୍ବେଲ୍‌କମ୍‌

ବାର୍ବାଡୋସ୍‌,୩।୭: ଟି-୨୦ ବିଶ୍ୱକପ୍‌ ଟାଇଟଲ ଜିତିବା ପରେ ଭାରତୀୟ କ୍ରିକେଟ ଦଳ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି। ଟିମ ଇଣ୍ଡିଆ ନେବା ପାଇଁ ବିସିସିଆଇ ଏକ ସ୍ବତନ୍ତ୍ର...

ବିଶ୍ୱର ନମ୍ବର-୧ ଅଲରାଉଣ୍ଡର ହେଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୩।୭: ଆଇସିସି ବୁଧବାର ଟି-୨୦ ରାଙ୍କିଙ୍ଗ ପ୍ରକାଶ କରିଛି। ଭାରତୀୟ ଟି-୨୦ ଦଳର ଉପ-ଅଧିନାୟକ ତଥା ତାରକା ହାର୍ଦ୍ଦିକ ପାଣ୍ଡ୍ୟା ବିଶ୍ୱର ଏକ ନମ୍ବର ଅଲରାଉଣ୍ଡର...

ଶେଷରେ ଭାରତ ଫେରୁଛନ୍ତି ଚାମ୍ପିୟନ୍‌ ଟିମ୍‌: ବିମାନରେ ଟ୍ରଫି ସହ ଫଟୋ କ୍ରେଜ୍‌

ବାର୍ବାଡୋସ୍‌,୩।୭: ଶେଷରେ ଓ୍ବେଷ୍ଟଇଣ୍ଡିଜ୍‌ରୁ ଭାରତୀୟ ଦଳ ଘରକୁ ଫେରୁଛି। ବାର୍ବାଡୋସ୍‌ରେ ଘୂର୍ଣ୍ଣିବଳୟ ବେରିଲ ଯୋଗୁ ଭାରତୀୟ ଦଳ ସେଠାରେ ଅଟକି ରହିଥିଲେ। ବର୍ତ୍ତମାନ ଏୟାର ଇଣ୍ଡିଆର...

ପତ୍ନୀ ଅନୁଷ୍କାଙ୍କୁ ମନେ ପକାଇଲେ କୋହଲି, ତୁରନ୍ତ ଫୋନ୍‌ କରି କଲେ ଏହି କାମ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୩।୭: ଟି-୨୦ ବିଶ୍ୱକପ୍‌ ଟ୍ରଫି ଜିତିବା ପରେ ଭାରତୀୟ ଦଳ ବାର୍ବାଡୋସରେ ଫସି ରହିଛନ୍ତି। ଭାରତ ଟି -୨୦ ବିଶ୍ୱକପ୍‌ ୨୦୨୪ର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ...

ଇତିହାସ ରଚିଲେ ବୁମ୍‌ରା, ଗୋଟିଏ ରନ୍‌ ନକରି ମଧ୍ୟ ହେଲେ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌

ନୂଆଦିଲ୍ଲୀ, ୦୩।୦୭: ଆଇସିସି ଟି-୨୦ ବିଶ଼୍ବକପ୍‌ରେ ବୋଲରମାନଙ୍କ ଉଚ୍ଚକୋଟୀର ପ୍ରଦର୍ଶନ ଦେଖିବାକୁ ମିଳିଥିବା ବେଳେ ବ୍ୟାଟ୍ସମ୍ୟାନ୍‌ମାନଙ୍କ ପାଇଁ ଟୁର୍ଣ୍ଣାମେଣ୍ଟ ସେତେ ଭଲ ନଥିଲା । ତଥାପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri