ବର୍ଷାରେ ଉବୁଟୁବୁ ନିରାକାରପୁର, ଠିକ୍‌ରେ ନିଷ୍କାସନ ହୋଇପାରୁନି ବର୍ଷାଜଳ

ନିରାକାରପୁର,୨୯ା୬(ମାନସ ଚନ୍ଦ୍ର ପଟ୍ଟନାୟକ): ମୌସୁମୀ ପ୍ରଭାବରେ ଶୁକ୍ରବାରଠାରୁ ଲଗାଣ ବର୍ଷା ଲାଗିରହିଛି। ଏହାର ପ୍ରଭାବରେ ନିରାକାରପୁର ବଡ଼ବଜାରସ୍ଥିତ ନୂଆ ଜଗନ୍ନାଥ ସଡ଼କ ଭୂଷଣ୍ଡପୁରକୁ ସଂଯୋଗ କରୁଥିବା ରାସ୍ତାର ମଙ୍ଗଳା ବଜାରରେ ଡ୍ରେନେଜ୍‌ ଅଭାବରୁ ବର୍ଷା ଜଳ ନିଷ୍କାସନ ହୋଇପାରୁନାହିଁ। ଫଳରେ ବର୍ଷାଜଳ ଜମା ହୋଇରହିଛି। ଯାହାଦ୍ୱାରା ଯାତାୟାତରେ ଘୋର ସମସ୍ୟା ଉପୁଜିଛି। ବିଶେଷକରି ସଡ଼କ ଯାତ୍ରୀଙ୍କଠାରୁ ଆରମ୍ଭ କରି ସ୍କୁଲ, କଲେଜ ଛାତ୍ରୀଛାତ୍ର ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଆଗରୁ ଜମି ରହୁଥିବା ପାଣି ନିଷ୍କାସନ ହେଉଯାଉଥିବା ବେଳେ ଏବେ ଚାରିଆଡ଼େ ଘର ଓ ଦୋକାନ ହୋଇଯିବାରୁ ଏହା ଏବେ କୃତ୍ରିମ ନଦୀ ସୃଷ୍ଟି ହୋଇଛି। ଦୀର୍ଘ ସମୟ ଧରି ରାସ୍ତାରେ ପାଣି ଲହଡ଼ି ମାରିବାରୁ ଏହା ଉପର ଦେଇ ଯାଉଥିବା ଯାନବାହନର ପାଣି ଛିଟା ଉଭୟ ପାର୍ଶ୍ୱରେ ଥିବା ଦୋକାନୀ ଓ ବ୍ୟବସାୟୀଙ୍କ ଉପରେ ପଡୁଛି। ଫଳରେ ଅସନ୍ତୋଷ ପ୍ରକାଶ ପାଉଛି। ଏହି ବର୍ଷାଜଳ ଚଳାଚଳ ନିମନ୍ତେ ସବୁ ରାସ୍ତା ବନ୍ଦ ହୋଇଯାଇଥିବାରୁ ପାଣି ଜମା ହୋଇ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେବାର ପରିସ୍ଥିତିକୁ ଏଡ଼ାଇ ଦିଆଯାଇ ନ ପାରେ। ସ୍ଥାନୀୟ ଅଞ୍ଚଳବାସୀଙ୍କ ସମେତ ବ୍ୟବସାୟୀଙ୍କ ପାଇଁ ଏହା ଏକମାତ୍ର ଭରସାଯୋଗ୍ୟ ରାସ୍ତା ହୋଇଥିବାରୁ ତୁରନ୍ତ ଏଠାରେ ଡ୍ରେନ୍‌ ନିର୍ମାଣ ନିମନ୍ତେ ସ୍ଥାନୀୟବାସୀ ପ୍ରଶାସନକୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ

ଦିଗପହଣ୍ଡି,୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମରେ ଗୁରୁବାର ଭୋରରୁ ପୋଖରୀରେ ବୁଡ଼ି ଜଣେ ବୃଦ୍ଧ ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ...

ଆଖି ବାନ୍ଧି କଲେଜ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ

ଗଞ୍ଜାମ,୪।୭(ବିଦ୍ୟାଧର ସାହୁ ): ଗଞ୍ଜାମ ଥାନା ଅନ୍ତର୍ଗତ ପୁଇଁତୋଳା ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଥିବା ଜଣା ପଡିଛି l ଘରେ କେହି ନ...

ପ୍ରଥମ ସ୍ତ୍ରୀ ଫେରି ଅଦିନରେ ପାଳିଲେ ସାବିତ୍ରୀ ବ୍ରତ, ଚିନ୍ତାରେ ଦ୍ୱିତୀୟ ସ୍ତ୍ରୀ

ସାଲେପୁର,୪।୭(ଅରବିନ୍ଦ ଭୂୟଁା)ପ୍ରଥମ ସ୍ତ୍ରୀ ନିଜ ସ୍ବାମୀଙ୍କୁ ଛାଡପତ୍ର ଦେଇ ଅନ୍ୟତ୍ର ପଳାଇ ଯିବାର ୧୫ ବର୍ଷ ପରେ ସ୍ବାମୀ ପାଖକୁ ଫେରି ଅଦିନରେ ସାବିତ୍ରୀ ବ୍ରତ...

କୌଳିକ ବୃତ୍ତିରେ ବାପାଙ୍କ ସହ ଉଚ୍ଚଶିକ୍ଷିତା କନ୍ୟା

କଟକ,୪ା୭ (କାର୍ତ୍ତିକ ସାହୁ)ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମେତ ଚତୁର୍ଦ୍ଧାମୂର୍ତ୍ତି ଜ୍ୱରରୁ ଆରୋଗ୍ୟ ଲାଭ କରିଛନ୍ତି। ଆଉ ୨ ଦିନ ପରେ ନବଯୌବନ ଦର୍ଶନ। ଭକ୍ତମାନେ ଅତ୍ୟନ୍ତ ଆଗ୍ରହରେ...

ଦେଶୀ ନାଁରେ ବିକ୍ରି ହେଉଛି ଅପମିଶ୍ରିତ କ୍ଷୀର, ଦହି, ଘିଅ

ଅସ୍ତରଙ୍ଗ,୪।୭(ପ୍ରଦୀପ୍ତ କୁମାର ଦୀକ୍ଷିତ)ଘରେ ଗାଈ ନାହିଁ, କିନ୍ତୁ ଘରକୁ ଘର ବୁଲି ଯୋଗାଇ ଦେଉଛନ୍ତି କ୍ଷୀର, ଦହି, ଘିଅ, ପନିର। କେତେକ ଦୋକାନରେ ବି ଦେଶୀ...

କଲେଜରେ ଅଧ୍ୟକ୍ଷଙ୍କୁ ଅଧ୍ୟାପକଙ୍କ ଆକ୍ରମଣ

ଖୋର୍ଦ୍ଧା,୪ା୭(ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧା ବ୍ଲକ ଅଞ୍ଚଳରେ ଥିବା ହଳଦିଆ ମହାବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପଦବୀକୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଇତିହାସ...

ଓଡ଼ିଆ ଲେଖି ଜାଣି ନ ଥିବାରୁ ସରପଞ୍ଚ ପଦ ଅସିଦ୍ଧ

ମୋହନା, ୪ା୭ (ମନ୍ମଥ ମିଶ୍ର)ଓଡ଼ିଆ ଲେଖି ଜାଣି ନ ଥିବା ଅଭିଯୋଗରେ ସରପଞ୍ଚଙ୍କୁ ଅସିଦ୍ଧ ଘୋଷଣା କରିଛନ୍ତି କୋର୍ଟ । ଗଜପତି ଜିଲା ମୋହନା ବ୍ଲକ୍‌...

କୁସୁମା ବଙ୍ଗଳାର ତଦନ୍ତ ହେବ

ଯାଜପୁର,୪ା୭(ହର୍ଷବର୍ଦ୍ଧନ ବେହେରା)ଯାଜପୁର ସହରର କୁସୁମା ପୋଖରୀ ପରିସରରେ ୨ ମହଲା ବିଶିଷ୍ଟ ୯ଟି କଟେଜ ନିର୍ମାଣର ରହସ୍ୟକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି। ବୁଧବାର ଯାଜପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri