Posted inରାଜ୍ୟ

ଓଡ଼ିଶାରେ ପହଞ୍ଚିଲେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା

ଭୁବନେଶ଼୍ବର, ୩୦।୦୬: ଓଡ଼ିଶାର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ତଥା ଭାରତୀୟ ପ୍ରଶାସନିକ ସେବା ଓଡ଼ିଶା କ୍ୟାଡରର ବରିଷ୍ଠ ଅଧିକାରୀ ମନୋଜ ଆହୁଜା ଆଜି ଓଡ଼ିଶାରେ ପହଞ୍ଚିଛନ୍ତି । ସକାଳ ସମୟରେ ସେ ଭୁବନେଶ଼୍ବର ବିମାନ ବନ୍ଦରରେ ଦିଲ୍ଲୀରୁ ଆସି ପହଞ୍ଚିଛନ୍ତି । ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କର ଆଜି କାର୍ଯ୍ୟକାଳ ସରୁଛି । ସେ ତାଙ୍କର କାର୍ଯ୍ୟକାଳ ଶେଷଦିନକୁ ନେଇ ଏକ ଟ଼୍ବିଟ୍‌ କରିଛନ୍ତି । ସୋସିଆଲ୍‌ ମିଡିଆ ଏକ୍ସରେ ସେ ଲେଖିଛନ୍ତି ଯେ, ଆଜି ଅଫିସ୍‌ରେ ତାଙ୍କର ଶେଷ ଦିନ । ଏହାପରେ ଜଣେ ସାଧାରଣ ବ୍ୟକ୍ତି ଭାବେ ଜୀବନର ଏକ ନୂଆ ପର୍ଯ୍ୟାୟ ଆରମ୍ଭ ହେବ ।

ସୂଚନା ଥାଉକି, ରାଜ୍ୟର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳର ଆଜି ଶେଷଦିନ । ପୂର୍ବରୁ ଆଗକୁ ତାଙ୍କ କାର୍ଯ୍ୟକାଳ ବଢାଯିବ ନା ତାଙ୍କ ସ୍ଥାନରେ ନୂଆ ମୁଖ୍ୟ ଶାସନ ସଚିବ ନିଯୁକ୍ତ କରାଯିବ ତାକୁ ନେଇ ଚର୍ଚ୍ଚା ଜୋର ଧରି ଥିଲା। ଏସବୁ ଭିତରେ ବରିଷ୍ଠ ଆଇଏଏସ ଅଧିକାରୀ ମନୋଜ ଆହୁଜାଙ୍କୁ ହଠାତ୍‌ କେନ୍ଦ୍ରରୁ ଓଡ଼ିଶାକୁ ଫେରାଇ ଅଣାଯାଇଥିଲା। ମନୋଜ କେନ୍ଦ୍ରରେ କୃଷି ମନ୍ତ୍ରଣାଳୟର ସଚିବ ଥିଲେ। ମନୋଜ ମୁଖ୍ୟ ଶାସନ ସଚିବ ହୋଇପାରନ୍ତି ବୋଲି ଆଲୋଚନା ହେଉଥିଲା। ୨୮ ଜୁନ୍‌ରେ ମନୋଜ ଆହୁଜା ନୂଆ ଶାସନ ସଚିବ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ତେବେ ମନୋଜଙ୍କ ସହ ମୁଖ୍ୟ ଶାସନ ସଚିବ ରେସ୍‌ରେ ଅନେକ ଆଇଏଏସ୍‌ ରହିଥିଲେ। ବରିଷ୍ଠ ଦୃଷ୍ଟିରୁ ୧୯୯୧ ବ୍ୟାଚ୍‌ର ଆଇଏଏସ ଅଧିକାରୀ ତଥା ବର୍ତ୍ତମାନର ଉନ୍ନୟନ କମିଶନର ଅନୁ ଗର୍ଗ ଏବଂ ସ୍ବତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ଆଗରେ ରହିଥିଲେ। ୧୯୯୩ ବ୍ୟାଚର ଆଇଏଏସ ଅଧିକାରୀ ତଥା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ନାଁକୁ ନେଇ ବି ଚର୍ଚ୍ଚା ଲାଗି ରହିଥିଲା। ତେବେ ମୁଖ୍ୟ ଶାସନ ସଚିବ କିଏ ହେବେ, ତାହାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ସରକାର ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଠୁ ମାଡ଼ି ମୁଣ୍ଡିଆ ମାରି ଲୋକସେବା ଭବନକୁ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪ା୭: ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ପାଇଁ ଫୁଲ ଓ ରଙ୍ଗୋଲିରେ ସଜେଇ ହୋଇଥିଲା ଲୋକସେବା ଭବନ।   ତେବେ ଗୁରୁବାର ବିଧିବଦ୍ଧ ଭାବେ ଲୋକସେବା ଭବନରୁ କାର୍ଯ୍ୟ ଆରମ୍ଭ...

‘ଓଡ଼ିଆ ଭାଷାରେ ହେବ ସରକାରୀ କାର୍ଯ୍ୟ’

ଭୁବନେଶ୍ୱର,୪ା୭: ଲୋକସେବା ଭବନରେ ବିଧିବଦ୍ଧ ଭାବରେ ଗୁରୁବାର କାର୍ଯ୍ୟଭାର ସମ୍ଭାଳିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଏହି ସମୟରେ ଓଡ଼ିଆ ଅସ୍ମିତା ସଂରକ୍ଷଣ ଓ ପ୍ରସାରକୁ...

ଆଜିଠୁ ଲୋକସେବା ଭବନରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ

ଭୁବନେଶ୍ୱର,୪।୭: ଲୋକସେବା ଭବନରେ ଆଜି ପ୍ରଥମ ଥର ପାଇଁ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ପୂଜାର୍ଚ୍ଚନା ପରେ ମୁଣ୍ଡିଆ ମାରି ସେ ଲୋକସେବା...

ଆଖି ବାନ୍ଧି କଲେଜ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ

ଗଞ୍ଜାମ,୪।୭(ବିଦ୍ୟାଧର ସାହୁ ): ଗଞ୍ଜାମ ଥାନା ଅନ୍ତର୍ଗତ ପୁଇଁତୋଳା ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଥିବା ଜଣା ପଡିଛି l ଘରେ କେହି ନ...

ପ୍ରଥମ ସ୍ତ୍ରୀ ଫେରି ଅଦିନରେ ପାଳିଲେ ସାବିତ୍ରୀ ବ୍ରତ, ଚିନ୍ତାରେ ଦ୍ୱିତୀୟ ସ୍ତ୍ରୀ

ସାଲେପୁର,୪।୭(ଅରବିନ୍ଦ ଭୂୟଁା)ପ୍ରଥମ ସ୍ତ୍ରୀ ନିଜ ସ୍ବାମୀଙ୍କୁ ଛାଡପତ୍ର ଦେଇ ଅନ୍ୟତ୍ର ପଳାଇ ଯିବାର ୧୫ ବର୍ଷ ପରେ ସ୍ବାମୀ ପାଖକୁ ଫେରି ଅଦିନରେ ସାବିତ୍ରୀ ବ୍ରତ...

କୌଳିକ ବୃତ୍ତିରେ ବାପାଙ୍କ ସହ ଉଚ୍ଚଶିକ୍ଷିତା କନ୍ୟା

କଟକ,୪ା୭ (କାର୍ତ୍ତିକ ସାହୁ)ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମେତ ଚତୁର୍ଦ୍ଧାମୂର୍ତ୍ତି ଜ୍ୱରରୁ ଆରୋଗ୍ୟ ଲାଭ କରିଛନ୍ତି। ଆଉ ୨ ଦିନ ପରେ ନବଯୌବନ ଦର୍ଶନ। ଭକ୍ତମାନେ ଅତ୍ୟନ୍ତ ଆଗ୍ରହରେ...

ଦେଶୀ ନାଁରେ ବିକ୍ରି ହେଉଛି ଅପମିଶ୍ରିତ କ୍ଷୀର, ଦହି, ଘିଅ

ଅସ୍ତରଙ୍ଗ,୪।୭(ପ୍ରଦୀପ୍ତ କୁମାର ଦୀକ୍ଷିତ)ଘରେ ଗାଈ ନାହିଁ, କିନ୍ତୁ ଘରକୁ ଘର ବୁଲି ଯୋଗାଇ ଦେଉଛନ୍ତି କ୍ଷୀର, ଦହି, ଘିଅ, ପନିର। କେତେକ ଦୋକାନରେ ବି ଦେଶୀ...

କଲେଜରେ ଅଧ୍ୟକ୍ଷଙ୍କୁ ଅଧ୍ୟାପକଙ୍କ ଆକ୍ରମଣ

ଖୋର୍ଦ୍ଧା,୪ା୭(ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧା ବ୍ଲକ ଅଞ୍ଚଳରେ ଥିବା ହଳଦିଆ ମହାବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପଦବୀକୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଇତିହାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri