ଆପଣ ଦେଖୁଥିଲେ ବିଶ୍ୱକପ୍‌ ଫାଇନାଲ, ପ୍ରତି ସେକେଣ୍ଡରେ ‘ଡିଜ୍‌ନୀ’ କମାଉଥିଲା ଏତିକି ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୩୦।୬: ରୋହିତ ଶର୍ମାଙ୍କ ନେତୃତ୍ୱରେ ଆଇସିସି ବିଶ୍ୱକପ୍‌ ଟି୨୦ ଜିତିନେଇଛି ଟିମ୍‌ ଇଣ୍ଡିଆ। ବିଶ୍ୱକପ୍‌ରେ ଭାରତୀୟ ଟିମ୍‌ର ଜବରଦସ୍ତ ପ୍ରଦର୍ଶନକୁ ସାରା ଦୁନିଆ ଟିଭି ସହ ଡିଜିଟାଲ ପ୍ଲାଟଫର୍ମରେ ବି ଦେଖିଥିଲା। ରିପୋର୍ଟ ମୁତାବକ ଡିଜନୀ ପ୍ଲସ୍‌ ହଟ୍‌ଷ୍ଟାର ପ୍ଲାଟଫର୍ମରେ ରିୟଲ ଟାଇମ୍‌ରେ ୫ କୋଟିରୁ ଅଧିକ ଦର୍ଶକ ବିଶ୍ୱକପ୍‌ ଫାଇନାଲ ଦେଖିଥିଲେ।

ଡିଜ୍‌ନୀ ଷ୍ଟାର ନିକଟରେ ଆଇସିସି ମ୍ୟାଚ୍‌ର ଟେଲିଭିଜନ ରାଇଟ୍ସ ରହିଛି। ଫାଇନାଲ ମ୍ୟାଚ୍‌କୁ ଦୃଷ୍ଟିରେ ରଖି ବିଜ୍ଞାପନ ଲାଗି ୧୦ ସେକେଣ୍ଡକୁ ୨୫ରୁ ୩୦ ଲକ୍ଷ ଚାର୍ଜ କରିଥିଲା। ଏମିତି ଦେଖିଲେ ମ୍ୟାଚ୍‌ ସମୟରେ ବିଜ୍ଞାପନ ଲାଗି ପ୍ରତି ସେକେଣ୍ଡ ପାଇଁ ୨.୫ ଲକ୍ଷରୁ ୩ ଲକ୍ଷ ଟଙ୍କା ରୋଜଗାର କରିଛି।

ବିଶ୍ୱକପ୍‌ ସମୟରେ ବିଜ୍ଞାପନ ଚଳାଇବା ଲାଗି ଷ୍ଟାର ସ୍ପୋଟ୍ସ ୧୦ ସେକେଣ୍ଡକୁ ୧୩ରୁ ୨୬ ଲକ୍ଷ ଟଙ୍କା ଚାର୍ଜ କରିଥିଲା। ହେଲେ ଭାରତ ଫାଇନାଲରେ ପ୍ରବେଶ କରିବା ପରେ କମ୍ପାନୀ ଏହାର ବିଜ୍ଞାପନ ମୂଲ୍ୟକୁ ବଢ଼ାଇ ଦେଇଥିଲା। ଏଣୁ ଯଦି ଭାରତ ଫାଇନାଲ ନ ଖେଳିଥାନ୍ତା, ଡିଜନୀର ବଡ଼ କ୍ଷତି ହୋଇଥାନ୍ତା।

ଦେଖିବାକୁ ଗଲେ ଟୁର୍ନାମେଣ୍ଟରେ ଖେଳାଯାଇଥିବା ୫୫ ମ୍ୟାଚ୍‌ ପାଇଁ ଭାରତ ବିପକ୍ଷ ମ୍ୟାଚ୍‌ ପାଇଁ ୧୦ ସେକେଣ୍ଡ ସ୍ଲଟ୍‌ ପାଇଁ ୧୩ରୁ ୨୬ ଲକ୍ଷର ବିଜ୍ଞାପନ ମିଳିଥିଲା। ସେହିଭଳି ଅନ୍ୟ ଦେଶର ମ୍ୟାଚ୍‌ ପାଇଁ ବିଜ୍ଞାପନ ଲାଗି ସେକେଣ୍ଡ ପିଛା ୬.୫ ରୁ ୭ ଲକ୍ଷ ଟଙ୍କା ରୋଜଗାର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଥୋନୀ ଓଡ଼ିଶା ଏଫ୍‌ସିର ସହକାରୀ କୋଚ୍‌

ଭୁବନେଶ୍ୱର, ୬।୭(ତପନ ସ୍ବାଇଁ): ଓଡ଼ିଶା ଏଫ୍‌ସି ଆଗାମୀ ସିଜନ ପାଇଁ ଆନ୍ଥୋନୀ ଫର୍ନାଣ୍ଡିଜ୍‌ଙ୍କୁ ସହକାରୀ କୋଚ୍‌ ନିଯୁକ୍ତ କରିଛି। ଫଳରେ ଫ୍ଲୟଡ ପିଣ୍ଟୋଙ୍କ ସ୍ଥାନରେ ସେ...

ଚେସ୍‌ ମ୍ୟାଚ୍‌ ଚାଲିଥିବାବେଳେ ହଠାତ୍‌ ଟଳିପଡିଲେ ପ୍ରସିଦ୍ଧ ଗ୍ରାଣ୍ଡମାଷ୍ଟର

ଢାକା,୬।୭: ବାଂଲାଦେଶର ଟପ ଚେସ ଗ୍ରାଣ୍ଡମାଷ୍ଟର ଖେଳ ସମୟରେ ମୃତ୍ୟୁବରଣ କରିଛନ୍ତି। ବାଂଲାଦେଶର ସବୁଠାରୁ ପ୍ରସିଦ୍ଧ ଚେସ ଗ୍ରାଣ୍ଡମାଷ୍ଟର ଜିଆଉର ରେହମାନଙ୍କ ୫୦ ବର୍ଷ ବୟସରେ...

ଟିମ ଇଣ୍ଡିଆର ବିଜୟ ପରେଡରେ ଲାଗିଲା ଚୁନା, ୬୦ରୁ ଅଧିକ ଲୋକଙ୍କ ମୋବାଇଲ ଗାଏବ

ମୁମ୍ବାଇ,୬।୭: ମୁମ୍ବାଇରେ ଭାରତୀୟ କ୍ରିକେଟ ଦଳର ଉତ୍ସବରେ ଯୋଗଦେବା ଅନେକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ବର୍ତ୍ତମାନ ଆପଣ ଭାବୁଛନ୍ତି ଏହା କାହିଁକି କୁହାଯାଉଛି ।...

ରାହୁଲ ଦ୍ରାବିଡଙ୍କୁ କୋଚ କରିବା ପାଇଁ ପ୍ରସ୍ତାବ ଦେଲେ ପାକିସ୍ତାନ ସାମ୍ବାଦିକ: ଲୋକେ କହିଲେ…

ନୂଆଦିଲ୍ଲୀ,୬।୭: ଭାରତୀୟ କ୍ରିକେଟ ଦଳ ସହ କୋଚ ଭାବରେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ମଧ୍ୟରେ ଟିମ ଇଣ୍ଡିଆ ଟି...

ଏନ୍‌ଏମ୍‌ଡିସି ପରିଦର୍ଶନକଲେ କେନ୍ଦ୍ର ଇସ୍ପାତ ସଚିବ

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ଦେଶର ପ୍ରମୁଖ କେନ୍ଦ୍ରୀୟ ସଂସ୍ଥା ତଥା ନ୍ୟାଶନାଲ ମିନେରାଲ ଡେଭଲପମେଣ୍ଟ କର୍ପୋରେଶନ(ଏନ୍‌ଏମ୍‌ଡିସି) ଲିମିଟେଡ୍‌ର ହାଇଦ୍ରାବାଦର ପାଟନଚେରୁସ୍ଥିତ ନ୍ୟୁ ଷ୍ଟେଟ୍‌ ଅଫ୍‌ ଆର୍ଟ...

୨୦୩୧-୩୨ସୁଦ୍ଧା ୩୮୪ଜିଡ଼ବ୍ଲ୍ୟୁ ଶକ୍ତି ଚାହିଦା ଆକଳନ

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ (ଆଇସିସି)ର ଓଡ଼ିଶା ଶଖା ପକ୍ଷରୁ ଭୁବନେଶ୍ୱର ଠାରେ ପୂର୍ବାଞ୍ଚଳରେ ବିକଳ୍ପ ଶକ୍ତି ଉସତ୍ର ସୁଚିନ୍ତିତ ତଥା...

କୋହଲିଙ୍କଠାରୁ ଏମିତି କଥା ଶୁଣି ଖୁସି ହୋଇଗଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୬।୭: ଟି -୨୦ ବିଶ୍ୱକପ ଟ୍ରଫି ଜିତିବା ପରେ ଟିମ ଇଣ୍ଡିଆର ଖେଳାଳିମାନେ ଭାରତରେ ପହଞ୍ଚିଥିଲେ। ଭାରତୀୟ ଖେଳାଳିଙ୍କୁ ସ୍ବାଗତ କରାଯାଇଥିଲା। ଏଥିସହ ଭାରତୀୟ ପ୍ରଧାନମନ୍ତ୍ରୀ...

ବଜାରରେ ବଜାଜ୍‌ର ଫ୍ରିଡମ୍‌୧୨୫

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ବଜାଜ୍‌ ଅଟୋ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କମ୍ପ୍ରେସ୍‌ଡ ନ୍ୟାଚୁରାଲ ଗ୍ୟାସ୍‌ ବା ସିଏନ୍‌ଜି ବାଇକ୍‌ ‘ଫ୍ରିଡମ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri