Posted inଖେଳ

ଲାଇଭ୍‌ ମ୍ୟାଚ୍‌ରେ ପନ୍ତ ଏଭଳି କରି ନ ଥିଲେ ଚାମ୍ପିୟନ ହୋଇପାରି ନ ଥାନ୍ତା ଟିମ୍‌ ଇଣ୍ଡିଆ? ଜାଣନ୍ତୁ କିଭଳି ବଦଳିଲା ସମୀକରଣ…

ନୂଆଦିଲ୍ଲୀ,୩୦।୬: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଫାଇନାଲ ମୁକାବିଲା ବେଶ ରୋମାଞ୍ଚକର ଥିଲା। କାରଣ ମ୍ୟାଚ୍‌ରେ ଉତ୍‌ଥାନ ପତନ ଭରି ରହିଥିଲା। ଗୋଟିଏ ସମୟରେ ଦକ୍ଷିଣ ଆଫ୍ରିକା ହାତକୁ ମ୍ୟାଚ୍‌ ଚାଲିଯିବା ପରି ମନେ ହୋଇଥିଲେ ହେଁ କିଛି ଘଟଣାକ୍ରମ ଦୃଶ୍ୟପଟକୁ ବଦଳାଇଦେଇଥିଲା। ରୋହିତ ବିରୋଧୀ ଟିମ୍‌ର ଖେଳାଳିଙ୍କ ଉପରେ ଲଗାତାର ଭାବେ ଚାପ ପକାଇବାକୁ ଚେଷ୍ଟା କରୁଥିଲେ। ହେଲେ ଦକ୍ଷିଣ ଆଫ୍ରିକାର ହେନେରିକ କ୍ଲାସେନ ସ୍ପିନର୍ସଙ୍କୁ ଜବରଦସ୍ତ ବ୍ୟାଟିଂ କରି ଅଡୁଆରେ ପକାଇଥିଲେ। ଫଳରେ ୬ ଉଇକେଟ ଥାଇ ୨୪ ବଲରେ ମାତ୍ର ୨୬ ରନ୍‌ କରିବାର ଆବଶ୍ୟକତା ରହିଥିଲା। ଠିକ୍‌ ସେତିକି ବେଳେ ବଡ଼ ଗୋଟି ଚାଳନା କରିଥିଲେ ପନ୍ତ, ଫଳରେ ଖେଳର ସମୀକରଣ ବଦଳି ଯାଇଥିଲା।

ଦକ୍ଷିଣ ଆଫ୍ରିକା ସମ୍ମୁଖରେ ଭାରତ ୧୭୭ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା। ଅର୍ଶଦୀପ ସିଂ ଏବଂ ଜସପ୍ରିତ ବୁମ୍‌ରାଙ୍କ ବୋଲିଂ ଯୋଗୁ ପାଓ୍ବାର ପ୍ଲେରେ ଦକ୍ଷିଣ ଆଫ୍ରିକାର ୨ ଉଇକେଟ ଯାଇଥିଲା। ଏହାପରେ ୫୮ ରନ୍‌ର ପାର୍ଟନରଶିପ୍‌ ହୋଇଥିଲା। ହେନେରିକ୍‌ କ୍ଲାସେନ ୨୭ ବଲ୍‌ରେ ୫୭ ରନ୍‌ର ଇନିଂସ ଖେଳି ମ୍ୟାଚ୍‌କୁ ଏକତରଫା କରିଦେଇଥିଲେ। ସେ ଅକ୍ଷର ପଟେଲଙ୍କ ଗୋଟିଏ ଓଭରରେ ୨୪ ରନ୍‌ କରି ଆକ୍ରାମକ ନଜର ଆସୁଥିଲେ। ଦଳକୁ ମାତ୍ର ୨୬ ରନ୍‌ର ଆବଶ୍ୟକତା ରହିଥିଲା। ସେତିକି ବେଳେ ଲାଇଭ୍‌ ମ୍ୟାଚ୍‌ରେ ପନ୍ତ ନିଜର ରଣନୀତି ଆପଣାଇଥିଲେ।

ପନ୍ତ ୧୬ ଓଭର ଶେଷ ହେବା ପରେ ଗୋଡରେ ପ୍ୟାଡ୍‌ ବଦଳାଇବାରେ ବିଳମ୍ବ ପରିଥିଲେ। ଏହା କେବଳ କ୍ଲାସେନଙ୍କ ଖେଳକୁ ପ୍ରଭାବିତ କରିବା ଲାଗି ଥିଲା। ସେ ଲୟରେ ଥିବାରୁ ପନ୍ତ ତାକୁ ଭାଙ୍ଗିବା ଲାଗି ନିଜ ଆଣ୍ଠୁରେ ପଟି ବାନ୍ଧିଥିଲେ। ଏଥିରେ କିଛି ସମୟ ବରବାଦ ହୋଇଥିଲା। କହିବାକୁ ଗଲେ ଏହା ଦଳ ପାଇଁ ପ୍ଲସ୍‌ ପଏଣ୍ଟ ସାବ୍ୟସ୍ତ ହୋଇଥିଲା। ୧୭ତମ ଓଭରରେ ଯେତେବେଳେ ପାଣ୍ଡ୍ୟା ବୋଲିଂ କରିବାକୁ ଆସିଲେ ସେ ଖରାପ ଶର୍ଟ ଖେଳି ଉଇକେଟ ହରାଇଥିଲେ। ଏହାଫଳରେ ମିଲର ଏବଂ କ୍ଲାସେନଙ୍କ ପାର୍ଟନରଶିପ୍‌ ଭାଙ୍ଗି ଯାଇଥିଲା। ଏହାପରଠାରୁ ମ୍ୟାଚ୍‌ ଭାରତୀୟ ଦଳ ପକ୍ଷକୁ ଆସିଥିଲା।

କ୍ଲାସେନ ଆଉଟ୍‌ ହେବା ପରେ ୨୬ ରନ୍‌ କରିପାରି ନ ଥିଲା ଦକ୍ଷିଣ ଆଫ୍ରିକା। ୧୭ତମ ଓଭରରେ ହାର୍ଦ୍ଦିକ ୪ ରନ୍‌ ଦେଇଥିଲେ। ସେହିଭଳି ୧୮ତମ ଓଭର ବୁମ୍‌ରା ପକାଇବାକୁ ଆସିଥିଲେ। ସେ ମାତ୍ର ୨ ରନ୍‌ ଦେଇଥିଲେ। ୧୯ତମ ଓଭରରେ ଅର୍ଶଦୀପ କେବଳ ୪ ରନ୍‌ର ଓଭର ପକାଇଥିଲେ। ଅନ୍ତିମ ଓଭରରେ ୧୬ରନ୍‌ର ଆବଶ୍ୟକତା ରହିଥିଲା। ମିଲର୍‌ ଛକା ମାରିବାକୁ ଯାଇ ଆଉଟ୍‌ ହୋଇଥିଲେ। ଭାରତ ଏହି ମ୍ୟାଚ୍‌କୁ ୭ ରନ୍‌ରେ ଜିତି ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କ ଜନ୍ମ ଦିନରେ ଏମିତି ବ୍ୟବହାର ଦେଖାଇଲେ ସ୍ତ୍ରୀ, ଆଶ୍ଚର୍ଯ୍ୟ ହୋଇଗଲେ  …

ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଜି ୪୩ ବର୍ଷରେ ପଦାର୍ପଣ କରିଛନ୍ତି। ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ବିଭିନ୍ନ ମହଲରୁ...

ପାକିସ୍ତାନ ଠାରୁ ହାରିଲା ଭାରତ, ଫେଲ୍‌ ମାରିଲେ ଲିଜେଣ୍ଡ୍‌ ବାହିନୀ

ନୂଆଦିଲ୍ଲୀ, ୭।୭: ଇଂଲଣ୍ଡରେ ଆୟୋଜିତ ବିଶ଼୍ବ ଚାମ୍ପିୟନ୍‌ସିପ୍‌ ଅଫ୍‌ ଲିଜେଣ୍ଡସ୍‌ ୨୦୨୪ ଟୁର୍ଣ୍ଣାମେଣ୍ଟ ଜାରି ରହିଛି । ଏହି ଟୁର୍ଣ୍ଣାମେଣ୍ଟର ୮ତମ ମ୍ୟାଚ୍‌ ପାକିସ୍ତାନ ଏବଂ...

ମ୍ୟାଚ୍‌ ଚାଲିଥିବା ବେଳେ ହେଲା ହୃଦ୍‌ଘାତ, ପୁଅଙ୍କ ସାମ୍ନାରେ ଆଖି ବୁଜିଲେ ଏହି ଖେଳାଳି

ନୂଆଦିଲ୍ଲୀ,୬।୭: କ୍ରୀଡା ଜଗତ ସହ ଜଡିତ ଏକ ଖରାପ ଖବର ସାମ୍ନାକୁ ଆସିଛି। ଖେଳ ସମୟରେ ବାଂଲାଦେଶର ଶୀର୍ଷ ଚେସ୍‌ ଗ୍ରାଣ୍ଡମାଷ୍ଟରଙ୍କ ମୃତ୍ୟୁ ଘଟିଛି। ବାଂଲାଦେଶର...

କିଏ ସେ ଅଭିଷେକ ଶର୍ମା? ଯିଏ ବନ୍ଧୁଙ୍କ ଅଧିନାୟକତ୍ୱରେ ଭାରତ ପାଇଁ ଡେବ୍ୟୁ କରି ଚର୍ଚ୍ଚାରେ, ହେଲେ ଖେଳାଳି ନମ୍ବର-୧୧୧

ହରାରେ,୬।୭: ଟି୨୦ ବିଶ୍ୱକପ୍‌ ୨୦୨୪ ଜିତିବାର ୭ ଦିନ ପରେ ଟିମ୍‌ଇଣ୍ଡିଆରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି। କହିବାର ତାତ୍ପର୍ଯ୍ୟ ଶୁଭମନ ଗିଲଙ୍କ ନେତୃତ୍ୱରେ...

ବିଶ୍ୱ ଚାମ୍ପିୟନ ଭାରତକୁ ହରାଇଲା ଜିମ୍ବାୱେ, ଫେଲ୍ ମାରିଲା ଯୁବ ବାହିନୀ

ନୂଆଦିଲ୍ଲୀ,୬।୭: ଟି୨୦ ବିଶ୍ୱକପରେ ଚାମ୍ପିୟନ ହେବା ପରେ ପ୍ରଥମ ମୁକାବିଲାରେ ଜିମ୍ବାୱେ ନିକଟରୁ ପରାଜୟର ସାମ୍ନା କରିଛି ଭାରତ। ୫ ମ୍ୟାଚ୍‌ ବିଶିଷ୍ଟ ସିରିଜର ପ୍ରଥମ...

ଭାଓନଙ୍କ ଉପରେ ବର୍ଷିଲେ ରବି ଶାସ୍ତ୍ରୀ, କହିଲେ ନିଜେ ତ କେବେ କପ୍‌ ଉଠାଇନାହାନ୍ତି…

ନୂଆଦିଲ୍ଲୀ,୬।୭: ଇଂଲଣ୍ଡର ପୂର୍ବତନ କ୍ରିକେଟର ତଥା କମେଣ୍ଟେଟର ମାଇକେଲ ଭାଓନ ଟି୨୦ ବିଶ୍ୱକପ୍‌ ସମୟରେ ଭାରତକୁ ସମର୍ଥନ ଦେବାକୁ ନେଇ ଆଇସିସି ଉପରେ ଅନେକ ପ୍ରଶ୍ନ...

ମ୍ୟାଚ ଫିକ୍ସିଂ: ୬ ବର୍ଷ ବାସନ୍ଦ ହେଲେ ଏହି ଖେଳାଳି

ଲଣ୍ଡନ,୬ା୭: ବୋସନିଆ-ହର୍ଜଗୋଭିନାର ଜଣେ ପୂର୍ବତନ ଟେନିସ ଖେଳାଳିଙ୍କୁ ୬ ବର୍ଷ ବାସନ୍ଦ କରାଯାଇଛି। ସେ ମ୍ୟାଚ ଫିକ୍ସିଂ କାର୍ଯ୍ୟକଳାପରେ ଲିପ୍ତ ଥିବା ସ୍ବୀକାର କରିବା ପରେ...

କ୍ରୀଡ଼ା ପାଇଁ ସମର୍ପିତ ଓଡ଼ିଶା ସରକାର; ଚାମ୍ପିୟନ ମହିଳା ରଗ୍‌ବୀ ଦଳକୁ ରାତି ଅଧରେ କଲେ ସ୍ୱାଗତ

ଭୁବନେଶ୍ୱର, ୬।୭: ମହାରାଷ୍ଟ୍ରର ପୁଣେସ୍ଥିତ ବେଲଓ୍ବୋଡ଼ି ଷ୍ଟାଡିୟମରେ ଗୁରୁବାର ଉଦ୍‌ଯାପିତ ସର୍ବଭାରତୀୟ ସିନିୟର ମହିଳା ରଗ୍‌ବୀ ୭ ଏସ୍‌ ଚାମ୍ପିୟନଶିପ୍‌ରେ ଓଡ଼ିଶା ଦଳ ଚାମ୍ପିୟନ ହୋଇଛି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri