ହାଲୁଆ ପ୍ୟାକେଟରେ ପୋକ ସାଲୁବାଲୁ; ବିପଦରେ ଶିଶୁଙ୍କ ଜୀବନ, କାହାର ନିଘା ନାହିଁ

ଯାଜପୁର,୧ା୭(ହର୍ଷବର୍ଦ୍ଧନ ବେହେରା): ଶିଶୁମାନଙ୍କ ମାନସିକ ଓ ଶାରୀରିକ ବିକାଶ ଲାଗି ସରକାର ସମନ୍ବିତ ଶିଶୁ ବିକାଶ ଯୋଜନାରେ ହାଲୁଆ ପ୍ୟାକେଟ ବଣ୍ଟନ କରିବାର ବ୍ୟବସ୍ଥା କରିଛନ୍ତି। ୬ ମାସରୁ ୩ ବର୍ଷ ପର୍ଯ୍ୟନ୍ତ ସାଧାରଣ ଶିଶୁଙ୍କ ପାଇଁ ଏହା ଉର୍ଦ୍ଦିଷ୍ଟ। ଯୋଜନା ଆରମ୍ଭ ହେବାର ପ୍ରାୟ ୧୦ବର୍ଷ ବିତିଯାଇଥିଲେ ହେଁ ସରକାରଙ୍କ ଏହି ଲକ୍ଷ୍ୟ ଏଠାରେ ପଥଭ୍ରଷ୍ଟ ହୋଇଛି। ହାଲୁଆ ପ୍ୟାକେଟ ଖୋଲିଲେ ପୋକ ସାଲୁବାଲୁ ହେଉଥିବା ଦେଖିବାକୁ ମିଳିଛି।

ଯାଜପୁର ଜିଲା ବରୀ ବ୍ଲକ ଅଲ୍ଲୀପୁର ଗ୍ରାମର ଏକ ମହିଳା ମହାସଂଘ ପକ୍ଷରୁ ପ୍ରସ୍ତୁତ ହାଲୁଆ ପ୍ୟାକେଟରେ ଏଭଳି ପୋକ ଦେଖିବାକୁ ମିଳିଛି। ଉକ୍ତ ପ୍ୟାକେଟ ପ୍ରସ୍ତୁତିର ୧ ମାସ ମଧ୍ୟରେ ପୋକ ଲାଗିଥିବା ଦୃଶ୍ୟ ଶିଶୁଙ୍କ ଜୀବନ ପ୍ରତି ବିପଦ ବୋଲି ଜଣେ ପ୍ରସୂତି ମହିଳା ଏକ ଭିଡିଓ ମାଧ୍ୟମରେ ପ୍ରକାଶ କରିଛନ୍ତି।

ଶିଶୁ ପୁଷ୍ଟିକର ଖାଦ୍ୟ ଅଭାବରୁ ରକ୍ତହୀନତା ସମେତ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। କାହାର ଗୋଡ଼ହାତ କ୍ଷୀଣ ହୋଇଯାଉଛି ତ କାହାର ପେଟ ଫୁଲି ଯାଉଛି। ଆଉ କାହାର ଶରୀର ତୁଳନାରେ ମୁଣ୍ଡ ବଡ଼ ଦିଶୁଛି। ଏମାନଙ୍କୁ ସହଜରେ ସୁଷମ ଖାଦ୍ୟ ଯୋଗାଇଦେବାକୁ ବ୍ୟବସ୍ଥା କରାଯାଇଛି। ପ୍ରାୟ ୧୦ ବର୍ଷ ହେଲା ହାଲୁଆ ଓ ଛତୁଆ ପ୍ରସ୍ତୁତିରେ ନିମ୍ନମାନର ଯୋଗୁ ଯାଜପୁର ଜିଲାର ଶତାଧିକ ଶିଶୁଙ୍କ ସ୍ବାସ୍ଥ୍ୟବସ୍ଥା ବିପଦରେ ପଡ଼ିଛି ବୋଲି ମତପ୍ରକାଶ ପାଇଛି। ହାଲୁଆ ପ୍ରସ୍ତୁତି ପାଇଁ ସୁଜି ୭୬୦ ଗ୍ରାମ, ବେସନ ୨୬୦ ଗ୍ରାମ, ଚିନି ୪୦୦ ଗ୍ରାମ ଓ ତେଲ ୮୦ ଗ୍ରାମ ମିଶାଇ ମୋଟ ୧୫୦୦ ଗ୍ରାମର ପ୍ୟାକେଟ ହେଉଛି। ପରିଷ୍କାର ପାଣି ବା କ୍ଷୀର ଗରମ କରି ଶୁଖିଲା ହାଲୁଆ ସହିତ ମିଶାଇ ହାଲୁଆ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ରହିଛି। ତେଲ ଏଥିରେ ମିଶିଥିବାରୁ ଭାଜିବାର କିମ୍ବା ଚିନି ମିଶିଥିବାରୁ ଆଉ ଚିନି ଦେବାର ଆବଶ୍ୟକତା ନାହିଁ ବୋଲି ପ୍ୟାକେଟରେ ଦର୍ଶାଯାଉଛି।

ଶିଶୁ ଦିନକୁ ୬୦ ଗ୍ରାମ ହାଲୁଆ ଖାଇବା ଆବଶ୍ୟକ ବୋଲି ପରାମର୍ଶ ଦିଆଯାଇଛି। କିନ୍ତୁ ହାଲୁଆରେ ଚିନି, ବେସନ କିମ୍ବା ତେଲର ସ୍ବାଦ ମିଳୁନାହିଁ। ଫଳରେ ଅସ୍ବାଦ ହାଲୁଆ ଖାଇବାକୁ ପ୍ରାୟ କୌଣସି ଶିଶୁ ମନ ବଳାଉ ନାହାନ୍ତି। ଏହି କ୍ରମରେ ଗ୍ରାମାଞ୍ଚଳର ଲୋକେ କହୁଛନ୍ତି, ସରକାରଙ୍କ ପୂର୍ବର ଡାଲି ଯୋଗାଣ ଯୋଜନା ଠିକ୍‌ ଥିଲା। ଏଥିରେ ପିଲାମାନେ କିଛି ତ ଖାଇବାକୁ ପାଉଥିଲେ। ଏବେ କିନ୍ତୁ ଯେଉଁ ଛତୁଆ ଓ ହାଲୁଆ ପ୍ରସ୍ତୁତ ହୋଇ ଆସୁଛି ସେଥିରେ ଗହମ ଓ ସୁଜି କେବଳ ଅଧିକ ରହୁଥିବା ଦେଖିବାକୁ ମିଳୁଛି। ଗରିବ ଶିଶୁମାନେ ବାଧ୍ୟ ହୋଇ ଖାଉଥିଲେ ହେଁ ସେଥିରେ ସୁଷମ ଖାଦ୍ୟ ମିଳୁନାହିଁ। ଏପରିଭାବେ ନିମ୍ନମାନର ଖାଦ୍ୟ ପ୍ରସ୍ତୁତ କରି ଟଙ୍କା ହଡପ ହେଉଥିବା ଅଭିଯୋଗ ହେଉଛି। ଦାୟିତ୍ୱରେ ଥିବା କର୍ମଚାରୀ ଉପଯୁକ୍ତ ଭାବେ କ୍ଷେତ୍ର ପରିଦର୍ଶନ କରୁନାହାନ୍ତି। କିମ୍ବା ମାସିକ ମୋଟା ଅଙ୍କର ପିସି ପହଞ୍ଚି ଯାଉଥିବାରୁ ଜାଣିଶୁଣି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ମତପ୍ରକାଶ ପାଉଛି।

ଯାଜପୁର ଜିଲା ବଡ଼ଚଣା ଶିଶୁ ବିକାଶ ପ୍ରକଳ୍ପ ଅନ୍ତର୍ଗତ କୁନ୍ଦଳ ଓ ଦାଣ୍ଡ ହରିପୁର ଅଙ୍ଗନଓ୍ବାଡି କେନ୍ଦ୍ରରେ ଛତୁଆ ବଣ୍ଟନ ସମୟରେ ୧ା୧୧ା୨୦୧୯ରେ ଜିଲା ସମାଜ କଲ୍ୟାଣ ଅଧିକାରୀ (ଡିଏସ୍‌ଡବ୍ଲ୍ୟୁଓ) ପରିଦର୍ଶନରେ ଯାଇ ନିମ୍ନମାନର ଛତୁଆ ସମେତ ବିଭିନ୍ନ ତ୍ରୁଟି ଦେଖିବାକୁ ପାଇଥିଲେ। ଏହାପରେ ଡିଏସ୍‌ଡବ୍ଲ୍ୟୁଓ ସଂପୃକ୍ତ ପ୍ରସ୍ତୁତିକାରୀ ଅନୁଷ୍ଠାନ କର୍ମକର୍ତ୍ତାଙ୍କୁ ଜବାବ୍‌ ତଲବ କରିଥିଲେ। ହେଲେ ପରବର୍ତ୍ତୀ ସମୟରେ କେତେଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଚାପରେ ସମସ୍ତ କାର୍ଯ୍ୟାନୁଷ୍ଠାନ ଦବି ଯାଇଥିଲା।

ସେହିଦିନଠାରୁ କୌଣସି ନିମ୍ନମାନର ଛତୁଆ ଓ ହାଲୁଆ ପ୍ରସ୍ତୁତି ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇ ନ ଥିବା ମତପ୍ରକାଶ ପାଉଛି। ଏ ସଂକ୍ରାନ୍ତରେ ଯାଜପୁର ଡିଏସ୍‌ଡବ୍ଲ୍ୟୁଓ ସବିତା ଚ୍ୟାଉପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ଏଯାଏ ତାଙ୍କ ପାଖକୁ କୌଣସି ଅଭିଯୋଗ ଆସିନାହିଁ। ତଥାପି ହାଲୁଆ ପ୍ୟାକେଟରେ ପୋକ ସାଲୁବାଲୁ ହେଉଥିବା ଭିଡିଓର ଆବଶ୍ୟକ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନବଦିନାତ୍ମକଯାତ୍ରା: ଶରଧାବାଲିରେ ତିନିରଥ

ପୁରୀ,୮।୯: ରବିବାର ଆରମ୍ଭ ହୋଇଛି ନବଦିନାତ୍ମକଯାତ୍ରା। ରତ୍ନବେଦି ଛାଡ଼ି ଜନ୍ମବେଦିକୁ ଆସିଛନ୍ତି ମହାବାହୁ। ଦୀର୍ଘ ୫୩ ବର୍ଷ ପରେ ବିରଳ ସଂଯୋଗ କ୍ରମେ ଗୋଟିଏ ଦିନରେ...

ପରାଜୟ ପାଇଁ ପାଣ୍ଡିଆନ୍‌-ବବି ନୁହନ୍ତି, ଏହି ହେଉଛନ୍ତି ବଡ଼ ଦାୟୀ: ବିଜେଡି ସାଂସଦ ଦେବାଶିଷଙ୍କ ବଡ଼ ବୟାନ

ଭୁବନେଶ୍ୱର,୮।୭: ବିଜେଡି ପରାଜୟ ନେଇ କାର୍ତ୍ତିକ ପାଣ୍ଡିଆନ୍‌ ଏବଂ ପ୍ରଣବ ପ୍ରକାଶ ଦାସ (ବବି)ଙ୍କୁ କ୍ଲିନ ଚିଟ୍‌ ଦେଲେ ବିଜେଡି ରାଜ୍ୟ ସଭା ଏମ୍‌ପି ଦେବାଶିଷ...

ନାତିର ଗଳା କାଟି ହତ୍ୟା ଉଦ୍ୟମ କଲେ ଅଜା

ବଲାଙ୍ଗୀର, ୮।୭- (ସୁନୀଲ ମହାନ୍ତି , ରାଖାଲ ଶତପଥୀ): ବଲାଙ୍ଗିର ଜିଲା ସଇଁତଲା ଥାନା ଶିଶକେଲା ଗ୍ରାମ ପଞ୍ଚାୟତର ଭୋଏରପଡା ଗାଁରେ ସୋମବାର ଏକ ଅଭାବନୀୟ...

ସାପ କାମୁଡାରେ ଆଦିବାସୀ ହଷ୍ଟେଲ ଛାତ୍ରୀଙ୍କ ଚାଲିଗଲା ଜୀବନ

ଭଞ୍ଜନଗର,୮।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦରପଙ୍ଗିଆ ସେବାଶ୍ରମ ସ୍କୁଲର ଜଣେ ପ୍ରଥମ ଶ୍ରେଣୀ ଛାତ୍ରୀ ସର୍ପ ଦଂଶନରେ ମୃତ୍ୟୁବରଣ କରିଛନ୍ତି। ମୃତ ଛାତ୍ରୀ...

ମା’ ମୋବାଇଲ ଫୋନ ନ ଦେବାରୁ ନାବାଳକଙ୍କ…

ମୋରଡ଼ା,୭।୭(ସ୍ମାରକ ମାଜୀ): ମୋବାଇଲ ଫୋନ ବ୍ୟବହାର କରିବାକୁ ମା’ ନ ଦେବାରୁ ଜଣେ ନାବାଳକ ଆତ୍ମହତ୍ୟା କରିଛନ୍ତି। ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଧୀନ ଝିଙ୍କିରିଆ...

ହ୍ୟୁମାନ ସାଗର-ରୁକୁ ସୁନାଙ୍କ ବିରୋଧରେ ବଡ଼ ଅଭିଯୋଗ: ମାମଲା ରୁଜୁ

ଭୁବନେଶ୍ୱର,୮।୭: ଓଲିଉଡ୍‌ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ପୁଣି ଅଡୁଆରେ ପଡିଛନ୍ତି। ଜଗନ୍ନାଥଙ୍କ ଭଜନକୁ କଦର୍ଥ କରି ଗାଉଥିବା ଅଭିଯୋଗରେ ହ୍ୟୁମାନ ସାଗର ଏବଂ ରୁକୁ ସୁନାଙ୍କ...

ରାଜ୍ୟ ସ୍ବାର୍ଥ ପାଇଁ ଲଢେଇ ଜାରି ରହିବ, ଲୋକଙ୍କ ସ୍ବର ସରକାରଙ୍କ ପାଖରେ ପହଞ୍ଚିବ: ବିଜେଡି 

ଭୁବନେଶ୍ୱର,୮।୭:  ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ଦଳର ରୂପରେଖକୁ ପରିବର୍ତ୍ତନ କରିଛନ୍ତି । ରାଜ୍ୟ ପଦାଧିକାରୀ କମିଟିକୁ ଭାଙ୍ଗିବା ସହ ନିଜର ରାଜନୈତିକ ସଚିବ,...

ଅନ୍ୟ ପୁରୁଷ ସହ ଅନୈତିକ ସମ୍ପର୍କ ରଖୁଥିଲେ ମା’: ପୁଅ ଦେଖିଦେବାରୁ…

ଦେବଗଡ, ୮ା୭(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ପୌରାଞ୍ଚଳ ଚର୍ଚ୍ଚ ସାହିରେ ଗତ ଜୁନ ୧ତାରିଖ ସକାଳେ ଘଟିଥିବା ଛାତ୍ର ମିକି ସୋନେଲ(୧୪)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri