ସପ୍ତଶଯ୍ୟାରେ ନିଖୋଜ ୫ ଛାତ୍ରଙ୍କୁ ଠାବକଲା ବନ ବିଭାଗ

ଢେଙ୍କାନାଳ,୧ା୭(ରତନ ନାୟାର): ଢେଙ୍କାନାଳର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ସବୁଜିମା ଜଙ୍ଗଲ ସପ୍ତଶଯ୍ୟା ବୁଲିବାକୁ ଆସିଥିବାବେଳେ ୫ଜଣ ଛାତ୍ର ରବିବାର ନିଖୋଜ ହୋଇଯାଇଛନ୍ତି। ସେମାନଙ୍କ ସହିତ ଆସିଥିବା ଅନ୍ୟ ଦୁଇଜଣ ଛାତ୍ରଙ୍କଠାରୁ ଖବରପାଇ ସଦର ଥାନା ପୋଲିସ ଓ ବନବିଭାଗ ପକ୍ଷରୁ ଛାତ୍ରମାନଙ୍କୁ ଜଙ୍ଗଲ ମଧ୍ୟରେ ଖୋଜା ଜାରି ରହିଛି। ଘଟଣାରୁ ଜଣାପଡିଛି, ରବିବାର କଟକ ଲିଙ୍କ୍‌ ରୋଡ ଅଞ୍ଚଳରୁ ୭ଜଣ ଛାତ୍ର ସପ୍ତଶଯ୍ୟା ବୁଲିବାକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ୫ଜଣ ସପ୍ତଶଯ୍ୟା ଜଙ୍ଗଲ ମଧ୍ୟରେ ବୁଲିବା ଭିତରେ ଜଙ୍ଗଲ ମଧ୍ୟରେ ଅଧିକ ଦୂରବାଟ ପଳାଇ ଯାଇଥିବାବେଳେ ସା ସୁଦ୍ଧା ସେମାନଙ୍କ କୌଣସି ପତ୍ତା ମିଳି ପାରିନାହିଁ। ଉକ୍ତ ଛାତ୍ରମାନଙ୍କ ସହଯୋଗୀଙ୍କଠାରୁ ଖବରପାଇ ସଦର ଥାନା ପୋଲିସ, ଗୋବିନ୍ଦପୁର ଫାଣ୍ଡି ପୋଲିସ ଏବଂ ବନବିଭାଗର ୩ଟି ଦଳ ଜଙ୍ଗଲ ମଧ୍ୟରେ ଛାତ୍ରମାନଙ୍କୁ ଖୋଜାଖୋଜି ଆରମ୍ଭ କରିଛନ୍ତି। ଏ ସଂକ୍ରାନ୍ତରେ ସଦର ଥାନା ଅଧିକାରୀ ଦୀପକ ଲେଙ୍କା କହିଛନ୍ତି, ଜଙ୍ଗଲରେ ବୁଲୁଥିବାବେଳେ ଉକ୍ତ ଛାତ୍ରମାନେ ବେଶୀ ଦୂରକୁ ପଳାଇଥିବା ସନ୍ଦେହ କରାଯାଉଛି। ପୋଲିସ ଓ ବନବିଭାଗ ପକ୍ଷରୁ ମିଳିତ ଭାବେ ଖୋଜାଖୋଜି ଜାରି ରହିଛି। ଏ ସଂକ୍ରାନ୍ତରେ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର କହିଛନ୍ତି, ପିଲାମାନେ ରହିଥିବା ସ୍ଥାନକୁ ବନ ବିଭାଗ କର୍ମଚାରୀ ଓ ପୋଲିସ ଠାବ କରି ସାରିଲେଣି। ସେମାନଙ୍କ ପାଖରେ ପହଞ୍ଚିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ବଣରେ ୧୦୦ ଟପିଲାଟମାଟୋ ଦର

ଭୁବନେଶ୍ୱର,୬।୧୦: ପରିବା ଦରରେ ନିଆଁ ଲାଗିଛି। ମାର୍କେଟକୁ ଗଲେ ୫୦୦ ଟଙ୍କାରେ ମଧ୍ୟ ବ୍ୟାଗ୍‌ ପୁରୁନି। ସବୁ ପରିବା ଦର ହୁହୁ ହୋଇ ବଢ଼ି ଚାଲିଥିବା...

କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ନାମରେ ଅନାସ୍ଥା ପ୍ରସ୍ତାବ

କେସିଙ୍ଗା,୬ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ମନମୁଖୀ କାର୍ଯ୍ୟ, ମିଥ୍ୟା ବିଲ୍‌, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଦୁର୍ନୀତିକୁ ନେଇ ବ୍ଲକ ଅଧ୍ୟକ୍ଷଙ୍କ ନାମରେ...

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ

ଭୁବନେଶ୍ୱର,୬ା୧୦: ଆଜିଠୁ ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ଦିଲ୍ଲୀରେ ମାଓବାଦୀ ମୁକାବିଲାକୁ ନେଇ ଗୃହମନ୍ତ୍ରୀ ଅମିତ୍ ଶାହା ଅଧ୍ୟକ୍ଷତାରେ ବସିବାକୁ...

ବିଜେଡି ନେତାଙ୍କୁ ଝଟ୍‌କା: ୨୪ କୋଟି ୨୧ ଲକ୍ଷ ଫାଇନ୍‌ ପକାଇଲେ…

ନୟାଗଡ଼,୬।୧୦(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଭାପୁର ତହସିଲ ନିମାଣି ଗାଁସ୍ଥିତ କାସିଆ ପାହାଡ଼ରେ ମାତ୍ରାଧିକ ଖଣି ଉତ୍ତୋଳନ ଓ ଜଙ୍ଗଲ ଜମିରେ ବେଆଇନ ଖନନ ମାମଲାରେ...

ସ୍ତ୍ରୀଙ୍କ ହାତରୁ ପାଣି ପିଇ ହୃଦ୍‌ଘାତରେ ଚାଲିଗଲା ସ୍ବାମୀଙ୍କ ଜୀବନ

ଦିଗପହଣ୍ଡି,୬ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ବି.କ୍ରିଷ୍ଣା ରାଓ ସୁବୁଦ୍ଧିଙ୍କ ରବିବାର ସକାଳେ ହୃଦ୍‌ଘାତରେ ପରଲୋକ ଘଟିଛି।...

ଭାଜପା ସରକାର ଏକ କପି ପେଷ୍ଟ ସରକାର, ଏମିତି କହି ବର୍ଷିଲେ…

ଭୁବନେଶ୍ୱର,୬।୧୦(ଅନିଲ ଦାସ): ରାଜ୍ୟ ଭାଜପା ସରକାରଙ୍କ ଦ୍ୱାରା ୧୬,୦୦୯ କନିଷ୍ଠଶିକ୍ଷକ (ସ୍କିମାଟିକ) ଭାବେ ଆଜି ପ୍ରଦାନ କରାଯାଉଥିବା ନିଯୁକ୍ତି ବିଜେଡି ସରକାରଙ୍କ ସମୟରେ ସମସ୍ତ କାର୍ଯ୍ୟ...

ଢିଙ୍କିଆ ପଞ୍ଚାୟତ ନିର୍ବାଚନରେ ସ୍ବାଭିମାନ ମଞ୍ଚ ପ୍ରାର୍ଥିନୀ ପିଙ୍କି ଦାସ ବିଜୟୀ

କୁଜଙ୍ଗ,୬।୧୦(ମନୋଜ ପ୍ରଧାନ): ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକର ବହୁଚର୍ଚ୍ଚିତ ଢିଙ୍କିଆ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଶନିବାର କଡା ସୁରକ୍ଷା ବଳୟ ମଧ୍ୟରେ ବ୍ଲକ କାର୍ଯ୍ୟାଳୟରେ...

ଆପଣଙ୍କ ବିଧାୟକଙ୍କୁ ଜାଣନ୍ତୁ…

ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ସିତାଂଶୁ ଶେଖର ମହାପାତ୍ର। ୨୦୨୪ ନିର୍ବାଚନରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ୧୬,୦୬୮...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri