ମହାକାଳପଡ଼ାରେ କୋଲକାତା ମାଛ ଯାଆଁଳ

ମହାକାଳପଡ଼ା,୧ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ କିଛିଦିନ ହେବ କୋଲକାତା ଅଞ୍ଚଳର ମାଛ ଯାଆଁଳ ବ୍ୟବସାୟୀମାନେ ପସରା ମେଲାଇଛନ୍ତି। ନିକଟ ପୋଖରୀକୁ ଭଡ଼ା ଆକାରରେ ନେଇ ଗାଞ୍ଜ ଜାଲ ଘେରି କରି ମାଛ ଯାଆଁଳ ସଂରକ୍ଷିତ ରଖି ସ୍ଥାନୀୟ ଗାଁ ଗାଁ ବୁଲି ବିକ୍ରି କରୁଛନ୍ତି। ଏହି ମାଛ ଯାଆଁଳଗୁଡ଼ିକ କିଲୋ ପ୍ରତି ୨ ହଜାରରୁ ୩ ହଜାର ଟଙ୍କାରେ ବିକ୍ରି କରୁଥିବା ଦେଖିବାକୁ ମିଳୁଛି।
ବିଶେଷକରି କୋଲକାତା ଅଞ୍ଚଳର ନୂଆହାଟଠାରୁ ଯାଆଁଳ ବଡ଼ ବଡ଼ ପ୍ଲାଷ୍ଟିକ ଜାରରେ ପିକ୍‌ଅପ୍‌ ଭ୍ୟାନ୍‌ରେ ଚାଲାଣ କରିଥାନ୍ତି। ଏହି ମାଛ ଯାଆଁଳଗୁଡ଼ିକ କୋଲକାତା ଅଞ୍ଚଳରେ ବଡ଼ ବଡ଼ ମାଛ ତଥା ରୋହି, ଭାକୁର, କେରାଣ୍ଡି ବା ସେରଣ୍ଡା, ରୂପଚାନ୍ଦି, ଗ୍ରାସ୍‌କର୍ପ, ସିଲ୍‌ଭର କର୍ପ, ହାଇବ୍ରିଡ୍‌ ମାଗୁର ଆଦିକୁ ଇଞ୍ଜେକ୍‌ସନ ମାଧ୍ୟମରେ ବ୍ୟବସାୟୀମାନେ ପ୍ରସ୍ତୁତ କରିଥା’ନ୍ତି। ଏହାକୁ ଓଡ଼ିଶା ବଜାରକୁ ଚାଲାଣ କରି ବେଶ ଲାଭବାନ ହେଉଛନ୍ତି। ତେବେ ଏହି କୃତ୍ରିମ ମାଛ ଯାଆଁଳଗୁଡ଼ିକ ପୋଖରୀରେ ଛାଡ଼ିଲେ ବର୍ଷରେ ୨୦୦ରୁ ୩୦୦ ଗ୍ରାମ ବଢ଼ୁଛନ୍ତି ବୋଲି ସ୍ଥାନୀୟ ମାଛ ଚାଷୀମାନେ ଅଭିଯୋଗ କରିଛନ୍ତି। କୋଲକାତା ଅଞ୍ଚଳର ମାଛ ଯାଆଁଳଗୁଡ଼ିକ ଲାଭପ୍ରଦ ହେଉନାହିଁ। ଫଳରେ ଚାଷୀମାନେ ବହୁ ମୂଲ୍ୟ ଦେଇ ମାଛ ଯାଆଁଳ କିଣି ଚାଷ କରିଥିଲେ ମଧ୍ୟ କ୍ଷତି ସହିବାକୁ ପଡୁଛି ବୋଲି ଚାଷୀ ଲକ୍ଷ୍ମୀକାନ୍ତ ସ୍ବାଇଁ କହିଛନ୍ତି। ଜିଲା ଓ ବ୍ଲକ ମତ୍ସ୍ୟ ବିଭାଗ ନୀରବଦ୍ରଷ୍ଟା ସାଜିଥିବା ବେଳେ କୋଲକାତା ମାଛ ଯାଆଁଳ ବ୍ୟବସାୟୀମାନେ ମାଲାମାଲ୍‌ ହେଉଛନ୍ତି। କୋଲକାତା ଅଞ୍ଚଳର ମାଛ ଯାଆଁଳ ବ୍ୟବସାୟୀମାନେ ବିଶେଷକରି ବ୍ଲକର ବଉଳକଣି ପଞ୍ଚାୟତରେ ସ୍ଥାନୀୟ ପୋଖରୀରେ ମାଛ ଯାଆଁଳ ସଂରକ୍ଷିତ ରଖି ଆଡ୍ଡା ଜମାଇଛନ୍ତି। ସ୍ଥାନୀୟ ରାମନଗର, ଖରିନାଶି, ବତିଘର, ପେଟ୍‌ଛେଲା, ବାରଡାଙ୍ଗ, ମଙ୍ଗଳପୁର, ମହାକାଳପଡା, ବରକନ୍ଧା, ଜମ୍ବୁ, ସୁନୀତି ଆଦି ସମେତ ବିଭିନ୍ନ ପଞ୍ଚାୟତରେ ଚାଷୀଙ୍କୁ ମାଛ ଯାଆଁଳ ବିକ୍ରି କରୁଥିବା ନଜରକୁ ଆସିଛି। ଜିଲା ମତ୍ସ୍ୟ ବିଭାଗ ଅଧିକାରୀମାନେ କୋଲକାତା ଅଞ୍ଚଳର କୃତ୍ରିମ ମାଛ ଯାଆଁଳକୁ ନିଷିଦ୍ଧ କରିବାକୁ ଦାବି ହେଉଛି। ସରକାରୀ ସ୍ତରରେ ବିଭାଗ ପକ୍ଷରୁ ମାଛ ଯାଆଁଳ ଯୋଗାଇ ଦେବାକୁ ଭବେନ ମଣ୍ଡଳ, ପରିତୋଷ ମାଇତି, କୃଷ୍ଣପଦ ଦାସ, ହରେକୃଷ୍ଣ ମଣ୍ଡଳ ପ୍ରମୁଖ ଦାବି କରିଛନ୍ତି। ବ୍ଲକ ଓ ଜିଲା ବିଭାଗୀୟ ଅଧିକାରୀମାନେ ଏହି କୃତ୍ରିମ ମାଛ ଯାଆଁଳ ବିକ୍ରି ଉପରେ ରୋକ ଲଗାଇବା ପାଇଁ ବୁଦ୍ଧିଜୀବୀ ସୁବାସ ଚନ୍ଦ୍ର ସ୍ବାଇଁ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ଜିଲା ମତ୍ସ୍ୟ ଅଧିକାରୀ ଶଶାଙ୍କ ଶେଖର ସାହୁଙ୍କୁ ପଚାରିବାରେ କୋଲକାତା ଅଞ୍ଚଳ ମାଛ ଯାଆଁଳ ବିକ୍ରି ହେଉଥିବା ଖବର ନଜରକୁ ଆସିନାହିଁ। ନଜରକୁ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ସେବାଶ୍ରମକୁ ଜାଳିଦେଲେ ଦୁର୍ବୃତ୍ତ: ଅଭିଯୁକ୍ତଙ୍କୁ ଗିରଫ ଦାବି

ଅମରପାଲି,୫।୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଜାଲୋଏ ଗ୍ରାମ ପଞ୍ଚାୟତର ଘିକୁଣ୍ଡି ଗ୍ରାମରେ ଥିବା ମା’ ମାହେଶ୍ୱରୀ ଗୋ-ସେବାଶ୍ରମକୁ କେତେଜଣ ଦୁର୍ବୃତ୍ତ ଜାଳିଦେବା...

ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବଙ୍କ ଗସ୍ତକୁ ନେଇ ଗଣମାଧ୍ୟମକୁ ଉପେକ୍ଷା

ଅମରପାଲି,୫।୧୦(ପୀତାମ୍ବର ସାହୁ):ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଯାମିନି ଷଡଙ୍ଗୀ ସୁବର୍ଣ୍ଣପୁର ଜିଲା ଗସ୍ତ ବେଳେ ବୀରମହାରାଜପୁର ବ୍ଲକର ବିଭିନ୍ନ ଯୋଜନା, ପ୍ରକଳ୍ପ ଏବଂ...

ମା’ ସମଲେଶ୍ବରୀଙ୍କ ଚନ୍ଦ୍ରଘଣ୍ଟା ବେଶ: ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୫।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ମନ୍ଦିରରେ ଶାରଦୀୟ ନବରାତ୍ର ପୂଜା ଚାଲିଛି। ଏହି କ୍ରମରେ ଶନିବାର ମା’ ସମଲେଶ୍ବରୀ ଚନ୍ଦ୍ରଘଣ୍ଟା ବେଶରେ...

ମାସେ ହେଲା ବିନା ଡାକ୍ତରରେ ସେବା

ବ୍ରହ୍ମପୁର,୫ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ଗ୍ରାମାଞ୍ଚଳରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ କରାଯାଇଛି। ଅନେକ ସ୍ବାସ୍ଥ୍ୟକେନ୍ଦ୍ର...

ଡାହାଣୀ ସନ୍ଦେହ: ଭାଉଜଙ୍କୁ ହାଣି ହତ୍ୟାକଲେ ଦିଅର

ରାମଚନ୍ଦ୍ରପୁର,(ଗଣେଶ୍ୱର ସା)/ ଘସିପୁରା( ନିରଞ୍ଜନ ସାହୁ),୫ା୧୦: ଡାହାଣୀ ସନ୍ଦେହ କରି ଭାଉଜଙ୍କୁ ଟାଙ୍ଗିଆ ହାଣି ହତ୍ୟା କଲେ ଦିଅର। ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଛି କେନ୍ଦୁଝର...

ମା’ଶାରଳାଙ୍କ ମନ୍ଦିରରେ ଘିଅର ମାନକୁ ନେଇ ଉଠିଲା ପ୍ରଶ୍ନ

ଜଗତ୍‌ସିଂହପୁର, ୫ା୧୦(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ଶାରଳା। ଏହି ମନ୍ଦିରକୁ ପ୍ରତ୍ୟହ ଜିଲା ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସହସ୍ରାଧିକ...

୭ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ବେଲପଡ଼ା, ୫ା୧୦(ମନୋଜ କୁମାର ମିଶ୍ର):ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ୍‌ରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ହୋଇଥିବା କାମର ବିଲ୍‌ କରିବା ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ...

ଗାଁ ପିଣ୍ଡିରେ ବସି ଲୋକଙ୍କ ଦୁଃଖ ଶୁଣିଲେ ଜିଲାପାଳ

ମହାକାଳପଡ଼ା,୫ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ରାଜ୍ୟ ସରକାର ଗ୍ରାମାଞ୍ଚଳ, ଉପାନ୍ତ ଅଞ୍ଚଳରେ ବୁଲି ଲୋକଙ୍କ ଦୁଃଖ ବୁଝିବା ପାଇଁ ଜିଲାପାଳଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ସେହିପରି ଉପାନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri