ପଟ୍ଟାମୁଣ୍ଡାଇକୁ ମିଳୁନି ସବ୍‌ଡିଭିଜନ ମାନ୍ୟତା

ପଟ୍ଟାମୁଣ୍ଡାଇ,୧ା୭(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇକୁ ସବ୍‌ଡିଭିଜନ ମାନ୍ୟତା ଦେବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦୀର୍ଘବର୍ଷ ହେଲା ଦାବି ହୋଇଆସୁଛି। ଏ ନେଇ ରାଜ୍ୟ ସରକାର ସବ୍‌ଡିଭିଜନ ପ୍ରସ୍ତାବକୁ ବିଚାରାଧୀନ ରଖିଥିବା ବେଳେ ପଟ୍ଟାମୁଣ୍ଡାଇରେ ବିଭିନ୍ନ ଉପଖଣ୍ଡସ୍ତରୀୟ ସରକାରୀ କାର୍ଯ୍ୟାଳୟ ଖୋଲିଛନ୍ତି। ହେଲେ ପଟ୍ଟାମୁଣ୍ଡାଇକୁ ରାଜସ୍ବ ସବ୍‌ଡିଭିଜନ ମାନ୍ୟତା ମିଳୁନାହିଁ। ଫଳରେ ଜନସାଧାରଣ ଅସନ୍ତୋଷ ପ୍ରକାଶ କରୁଛନ୍ତି। ପଟ୍ଟାମୁଣ୍ଡାଇ ସବ୍‌ଡିଭିଜନ ମାନ୍ୟତାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧିବଦ୍ଧ ଭାବେ ଘୋଷଣା କେବେ କରିବେ ସେନେଇ ଅଞ୍ଚଳବାସୀ ଆଶା କରି ରହିଛନ୍ତି ବୋଲି ବୁଦ୍ଧିଜୀବୀ, ସାମାଜିକ କର୍ମୀ, ଜନସାଧାରଣ ମତପ୍ରକାଶ କରିଛନ୍ତି।
ସାମାଜିକ କର୍ମୀ ପ୍ରଫୁଲ୍ଲ ଦାଶ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ପଟ୍ଟାମୁଣ୍ଡାଇ ଏକ ବଡ ବ୍ଲକ। ଏଠାରେ ୩୧ଟି ପଞ୍ଚାୟତ ଓ ପୌର ପରିଷଦର ୨୦ଟି ୱାର୍ଡ ରହିଛି। ଏହାସହ ବ୍ଲକକୁ ଲାଗିକି ରାଜନଗର, ଆଳି, ରାଜକନିକା, ମହାକାଳପଡ଼ା ତହସିଲ ରହିଛି। ଲୋକେ କେନ୍ଦ୍ରାପଡ଼ା ଜିଲାପାଳଙ୍କ କାର୍ଯ୍ୟାଳୟକୁ କୌଣସି କାମ ପାଇଁ ଆସିବାକୁ ପାଖାପାଖି ୬୦ରୁ ୮୦ କିଲୋମିଟର ଦୂର ହେଉଛି। ଏଥିସହ ଚାଷୀମାନେ ଛୋଟ କାମ ପାଇଁ ବି ଦିନତମାମ ରହିବା ସହ ଅଯଥାରେ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ଲୋକଙ୍କ ନିକଟରେ ଏହି କାର୍ଯ୍ୟାଳୟ ରହିଲେ ସେମାନଙ୍କ ଜମିଜମାଠାରୁ ଆରମ୍ଭ କରି ଅଞ୍ଚଳର ବିଭିନ୍ନ ସମସ୍ୟା, ଆପତ୍ତି ଅଭିଯୋଗ ଆଦି ବି ସହଜରେ କରିପାରିବେ। ସରକାର ବି ତ୍ୱରିତ ସେବା ଯୋଗାଇପାରିବେ ବୋଲି ମତ ପ୍ରକାଶ କରିଛନ୍ତି। ଆଇନଜୀବୀ କ୍ଷୀରୋଦ ପ୍ରଧାନ କହିଛନ୍ତି, ପଟ୍ଟାମୁଣ୍ଡାଇରେ ରାଜସ୍ବ ସବ୍‌ଡିଭିଜନ ପ୍ରତିଷ୍ଠା ପାଇଁ ଦୀର୍ଘ ୧୫ବର୍ଷ ହେଲା ପଟ୍ଟାମୁଣ୍ଡାଇ-ରାଜନଗର ବିକାଶ ପରିଷଦ, ସାଧାରଣ ଜନତା, ବିଭିନ୍ନ ଅଣରାଜନୈତିକ ଗଣସଙ୍ଗଠନ ଓ ଦଳଗତ ନିର୍ବିଶେଷରେ ଆନ୍ଦୋଳନ, ଧାରଣା, ଅନଶନ ଜାରି ରଖି ଆସୁଛନ୍ତି। ଏହି ସବ୍‌ଡିଭିଜନ ଦାବି ହାସଲ କରିବାକୁ ଆଇନଜୀବୀ ପ୍ରଧାନ ରାଜସ୍ବ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାର ସଚିବ, ସ୍ବତନ୍ତ୍ର ସଚିବ, ଅତିରିକ୍ତ ସଚିବ, କେନ୍ଦ୍ରାଞ୍ଚଳ ଆରଡିସି ଓ କେନ୍ଦ୍ରାପଡ଼ା ଜିଲାପାଳଙ୍କୁ ବାରମ୍ବାର ପତ୍ର ମାଧ୍ୟମରେ ଜଣାଇ ଆସୁଥିଲେ। ତାଙ୍କ ଚିଠି ଉପରେ ରାଜସ୍ବ ଅତିରିକ୍ତ ଶାସନ ସଚିବ ଚିଠି ନଂ. ଆରଡିଏମ-ଡିଆରସି-ଏଡିଏମଏନ-୦୦୨୦/୨୦୧୭, ୩୫୭୮୩/ଆରଆଣ୍ଡଡିଏମ ୨୮ା୧୦ା୨୦୧୭ରେ ଉତ୍ତର ରଖି କହିଥିଲେ, ସରକାର ଯେତେବେଳେ ନୂତନ ରାଜସ୍ବ ସବ୍‌ଡିଭିଜନ ଘୋଷଣା କରିବେ ସେତେବେଳେ ପଟ୍ଟାମୁଣ୍ଡାଇକୁ ଅଗ୍ରାଧିକାର ଦିଆଯିବ। ପରେ ସବ୍‌ଡିଭିଜନ ମାନ୍ୟତା ପ୍ରଦାନ ପାଇଁ ଆଇନଜୀବୀ ପ୍ରଧାନ ଏକ ଜନସ୍ବାର୍ଥ ସମ୍ବଳିତ ଡବ୍ଲ୍ୟୁପିସି ୧୧୨୯୭/୨୦୧୮ ମାମଲା ଓଡ଼ିଶା ହାଇକୋର୍ଟରେ ରୁଜୁ କରିଥିଲେ। ହାଇକୋର୍ଟ ଏହାର ବିଚାର କରି ପଟ୍ଟାମୁଣ୍ଡାଇକୁ ଅଗ୍ରାଧିକାର ଭିତ୍ତିରେ ବିଚାରକୁ ନେବାକୁ ସରକାରଙ୍କ ସ୍ବତନ୍ତ୍ର ସଚିବ ରାଜସ୍ବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାଜନଗର ବିଧାୟକ ଧ୍ରୁବ ସାହୁ ବିଧାନସଭାରେ ସବ୍‌ଡିଭିଜନ ଲାଗି ଦାବି ରଖିଥିଲେ। ତତ୍କାଳୀନ କଟକ କେନ୍ଦ୍ରାଞ୍ଚଳ ଆରଡିସି ଅନିଲ ସାମଲ ୨୦୨୦ ଡିସେମ୍ବର ୨୧ରେ କେନ୍ଦ୍ରାପଡ଼ା ଗସ୍ତରେ ଆସି ବିଚାରାଧୀନ ଥିବା ରାଜସ୍ବ ସବ୍‌ଡିଭିଜନ ଭିତ୍ତିଭୂମି ସମ୍ପର୍କରେ ରେକର୍ଡ ପ୍ରସ୍ତୁତ କରି ତାଙ୍କୁ ପ୍ରଦାନ କରିବାକୁ ସେତେବେଳର ଜିଲାପାଳ ସମର୍ଥ ବର୍ମାଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇପାରିନି। ବୁଦ୍ଧିଜୀବୀ ପ୍ରବୀର ନାୟକ, ଅନନ୍ତ ଦାଶ, ରାଧେଶ୍ୟାମ ସାହୁ, ଆଇନଜୀବୀ ସୌମ୍ୟରଞ୍ଜନ ଧଳ, ସୁଶୀଳ ଦାଶ କହିଛନ୍ତି, ପଟ୍ଟାମୁଣ୍ଡାଇର ସାମାଜିକ ଚଳଣି ସହ ପ୍ରଶାସନିକ ଓ ଭୌଗୋଳିକ ସ୍ଥିତିକୁ ଅନୁଧ୍ୟାନ କରାଗଲେ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ବୃଦ୍ଧି ପଛରେ ମୌଳିକ ଏବଂ ଆର୍ଥତ୍କ ସମସ୍ୟା ପୂରଣ କରିବାରେ ଏଠାରେ ସବ୍‌ଡିଭିଜନ ହେବା ଜରୁରୀ ହୋଇପଡିଛି। ରାଜ୍ୟ ସରକାର ତୁରନ୍ତ ସବ୍‌ଡିଭିଜନ ଘୋଷଣା କଲେ ରାଜସ୍ବ କ୍ଷେତ୍ରରେ ଲାଭବାନ ହେବା ସହ ଚାଷୀ, ଶ୍ରମିକ, ଜନସାଧାରଣ ମଧ୍ୟ ଉପକୃତ ହୋଇପାରିବେ। ଏଠାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ ସହ ଜାତୀୟକରଣ ବ୍ୟାଙ୍କ ରହିଛି। ସେହିପରି ପର୍ଯ୍ୟଟନସ୍ଥଳ ଭିତରକନିକାକୁ ପଟ୍ଟାମୁଣ୍ଡାଇ ମୁଖ୍ୟରାସ୍ତା ରହିଥିବା ବେଳେ ଶିକ୍ଷା, ସ୍ବାସ୍ଥ୍ୟ ସହିତ କୃଷି ଓ କୃଷକର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସବ୍‌ଡିଭିଜନ ହେବା ନିହାତି ଆବଶ୍ୟକ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାହାଣୀ ସନ୍ଦେହ: ଭାଉଜଙ୍କୁ ହାଣି ହତ୍ୟାକଲେ ଦିଅର

ରାମଚନ୍ଦ୍ରପୁର,(ଗଣେଶ୍ୱର ସା)/ ଘସିପୁରା( ନିରଞ୍ଜନ ସାହୁ),୫ା୧୦: ଡାହାଣୀ ସନ୍ଦେହ କରି ଭାଉଜଙ୍କୁ ଟାଙ୍ଗିଆ ହାଣି ହତ୍ୟା କଲେ ଦିଅର। ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଛି କେନ୍ଦୁଝର...

ମା’ଶାରଳାଙ୍କ ମନ୍ଦିରରେ ଘିଅର ମାନକୁ ନେଇ ଉଠିଲା ପ୍ରଶ୍ନ

ଜଗତ୍‌ସିଂହପୁର, ୫ା୧୦(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ଶାରଳା। ଏହି ମନ୍ଦିରକୁ ପ୍ରତ୍ୟହ ଜିଲା ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସହସ୍ରାଧିକ...

୭ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ବେଲପଡ଼ା, ୫ା୧୦(ମନୋଜ କୁମାର ମିଶ୍ର):ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ୍‌ରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ହୋଇଥିବା କାମର ବିଲ୍‌ କରିବା ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ...

ଗାଁ ପିଣ୍ଡିରେ ବସି ଲୋକଙ୍କ ଦୁଃଖ ଶୁଣିଲେ ଜିଲାପାଳ

ମହାକାଳପଡ଼ା,୫ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ରାଜ୍ୟ ସରକାର ଗ୍ରାମାଞ୍ଚଳ, ଉପାନ୍ତ ଅଞ୍ଚଳରେ ବୁଲି ଲୋକଙ୍କ ଦୁଃଖ ବୁଝିବା ପାଇଁ ଜିଲାପାଳଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ସେହିପରି ଉପାନ୍ତ...

କୋରାପୁଟରେ ଡେଙ୍ଗୁ ଆତଙ୍କ : ୨୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ, ଜଣେ ମହିଳା ମୃତ

ନାରାୟଣପାଟଣା,୨୩ା୮(ରାଜକିଶୋର ଜେନା): କୋରାପୁଟ ଜିଲା ନାରାୟଣପାଟଣା ବ୍ଲକ୍‌ରେ ବର୍ତ୍ତମାନ ଡେଙ୍ଗୁ ଆତଙ୍କ ଖେଳାଇଛି। ଗତ କିଛିଦିନ ମଧ୍ୟରେ ବ୍ଲକ୍‌ରେ ଏକାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।...

କଲେଜ ଛାତ୍ରୀଙ୍କୁ ଅସଦାଚରଣ: ଧନ୍ଦାମୂଳକ ତାଲିମଦାତା ଗିରଫ

ରାଉରକେଲା,୪।୧୦(ସଙ୍ଗୀତା ଜେନା): ରଘୁନାଥପାଲି ଥାନା ଅଧୀନ ଏକ ପ୍ରତିଷ୍ଠିତ କଲେଜର ଜଣେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ କଲେଜର ଧନ୍ଦାମୂଳକ ତାଲିମଦାତାଙ୍କୁ ପୋଲିସ ଗିରଫ କରିଛି। ଗିରଫ...

ପଢୁଥିଲେ ପାଠ, ମହମବତୀରୁ ନିଆଁ ଲାଗି ଜଳିଗଲା ଘର

ବ୍ରାହ୍ମଣୀଗାଁ,୪ା୧୦(ମନୋରଞ୍ଜନ ରଣା): ଦାରିଙ୍ଗବାଡି ବ୍ଲକ ହାତୀମୁଣ୍ଡା ପଞ୍ଚାୟତର ବୁଜୁଲି ଗ୍ରାମରେ ବି.ଫେର୍ନାନ୍ଦ ବଳିଆର ସିଂଙ୍କ ଘରେ ମହମବତୀରୁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ିଯାଇଛି।...

ବନ ବିଭାଗର ବିଫଳତା: ପୁଣି ଜୀବନ ନେଲା ରେଡିଓକୁଲାର ଲାଗିଥିବା ଦନ୍ତା

ବଣାଇଁ,୪।୧୦(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ବନଖଣ୍ଡ କୋଇଡ଼ା ରେଞ୍ଜ ଅଧୀନ ପାଟମୁଣ୍ଡା ଗ୍ରାମରେ ଆତଙ୍କ ସୃଷ୍ଟି କରିଥିବା ଗୋଠଛଡା ଦନ୍ତା ପୁଣି ଉତ୍ପାତ ମଚାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri