ସ୍ତ୍ରୀଙ୍କ ପାଇଁ ଇମୋଶନାଲ୍‌ ନୋଟ୍‌ ଲେଖିଲେ ବିରାଟ କୋହଲି

ବାର୍ବାଡୋସ୍‌,୧।୭: ଟି-୨୦ ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଭାରତ ଚାମ୍ପିଅନ୍‌ ହୋଇଛି। ବିରାଟ କୋହଲି ସମଗ୍ର ସିରିଜରେ ତାଙ୍କ ଫର୍ମ ସହିତ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା, କିନ୍ତୁ ଫାଇନାଲ ମ୍ୟାଚରେ ୭୬ ରନ କରି ଦଳକୁ ଚାମ୍ପିଅନ୍‌ କରାଇବାରେ ବଡ଼ ଭୂମିକା ନିଭାଇ ଥିଲେ।
ମ୍ୟାଚର ବିଜୟ ପରେ ବିରାଟ କୋହଲି ଭାବପ୍ରବଣ ହୋଇ ପଡ଼ିଆରେ ଅନ୍ତର୍ଜାତୀୟ ଟି-୨୦ରୁ ଅବସର ଘୋଷଣା କରିଥିଲେ। ଏହି ବିଜୟ ପରେ ବିରାଟ କୋହଲି ତାଙ୍କ ସ୍ତ୍ରୀ ଅନୁଷ୍କାଙ୍କୁ ଭିଡିଓ କଲ କରିଥିଲେ। ସେ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି ଏବଂ ତାଙ୍କ ସ୍ତ୍ରୀଙ୍କ ଉପରେ ପ୍ରେମ ବର୍ଷା ମଧ୍ୟ କରିଛନ୍ତି।
ବିରାଟ କୋହଲିଙ୍କ ସହ ବିବାହ ପରେ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ସ୍ବାମୀଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରୁଥିବା ଦେଖିବାକୁ ମିଳିଛି। ସେ ପ୍ରତ୍ୟେକ ମ୍ୟାଚ୍‌ରେ ତାଙ୍କ ସହ ଅଛନ୍ତି। ତେବେ ଏହି ଫାଇନାଲ ମ୍ୟାଚରେ ଅଭିନେତ୍ରୀଙ୍କୁ ପଡିଆରେ ଦେଖିବାକୁ ମିଳି ନ ଥିଲା। ଅନୁଷ୍କାଙ୍କ ସହ ଫଟୋ ଶେୟାର କରି କୋହଲି କ୍ୟାପସନରେ ଲେଖିଛନ୍ତି – ମାଇ ଲଭ୍‌, ତୁମ ବିନା ଏସବୁ ସମ୍ଭବ ହୋଇପାରି ନ ଥାନ୍ତା। ତୁମେ ମୋତେ ନମ୍ର ରଖିବା ଶିଖାଇଛ। ଏହି ବିଜୟ ଯେତିକି ମୋର, ସେତିକି ତୁମର। ଧନ୍ୟବାଦ। ତୁମେ ଯେମିତି, ସେମିତି ସବୁବେଳେ ରହୁଥିବାରୁ ମୁଁ ତୁମକୁ ଭଲ ପାଏ।

 

View this post on Instagram

 

A post shared by Virat Kohli (@virat.kohli)

 


Enter your email to get our daily news in your inbox.

All Right Reserved By Dharitri.Com

କୋହଲିଙ୍କଠାରୁ ଏମିତି କଥା ଶୁଣି ଖୁସି ହୋଇଗଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୬।୭: ଟି -୨୦ ବିଶ୍ୱକପ ଟ୍ରଫି ଜିତିବା ପରେ ଟିମ ଇଣ୍ଡିଆର ଖେଳାଳିମାନେ ଭାରତରେ ପହଞ୍ଚିଥିଲେ। ଭାରତୀୟ ଖେଳାଳିଙ୍କୁ ସ୍ବାଗତ କରାଯାଇଥିଲା। ଏଥିସହ ଭାରତୀୟ ପ୍ରଧାନମନ୍ତ୍ରୀ...

ଆଜି ଭାରତ-ଜିମ୍ବାଓ୍ବେ ପ୍ରଥମ ଟି-୨୦: ଜାଣନ୍ତୁ କେଉଁଠି, କେତେବେଳେ ଦେଖିପାରିବେ ମ୍ୟାଚ୍‌

ହରାରେ,୬।୭: ଭାରତୀୟ କ୍ରିକେଟ ଦଳ ୨୦୧୬ ପରଠାରୁ ପ୍ରଥମ ଥର ପାଇଁ ଆଫ୍ରିକୀୟ ଦେଶରେ ଦ୍ୱିପାକ୍ଷିକ ସିରିଜ ଖେଳିବ। ଟି-୨୦ ବିଶ୍ୱକପ ଜିତିଥିବା ଭାରତୀୟ ଦଳ...

କ୍ୟାନସର ଜାଣିବା ପରେ ହିନା ଖାନଙ୍କୁ ଆଉ ବିବାହ କରିବେନି ରକି! ସାମ୍ନାକୁ ଆସିଲା ବଡ଼ ପ୍ରତିକ୍ରିୟା

ମୁମ୍ବାଇ: ‘ୟେ ରିସ୍ତା କ୍ୟା କେହଲତା ହୈ’ ର ଅକ୍ସରା ଭାବେ ପରିଚିତ ହିନା ଖାନ ଜଣେ ଲୋକପ୍ରିୟ ଟିଭି ଅଭିନେତ୍ରୀ । ହିନା ତାଙ୍କ...

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଭାରତୀୟ କ୍ରିକେଟ୍‌ ଟିମ୍‌କୁ ୧୧ କୋଟି

ମୁମ଼୍ବାଇ, ୫।୭: ଟି-୨୦ ବିଶ଼୍ବକପ୍‌ ଜିତି ସ଼୍ବଦେଶ ଫେରିଥିବା ଭାରତୀୟ କ୍ରିକେଟ୍‌ ଟିମ୍‌ ଉପରେ ଟଙ୍କା ବର୍ଷା ହେଉଥିବା ଦେଖିବାକୁ ମିଳୁଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ...

ଗଛରେ ଚଢ଼ି ଏଭଳି କିଛି ଦୃଶ୍ୟ କଏଦ କରିଥିଲେ ପ୍ରଶଂସକ, Video ସାମ୍ନାକୁ ଆସିବା ପରେ…

ନୂଆଦିଲ୍ଲୀ,୫।୭: ଟି୨୦ ବିଶ୍ୱକପ୍‌ ଜିତିବା ପରେ ଭାରତରେ ଉତ୍ସବର ମାହୋଲ ଦେଖିବାକୁ ମିଳୁଛି। ଏହି କ୍ରମରେ ଖେଳାଳିମାନେ ସ୍ବଦେଶକୁ ଫେରି ରୋଡ ଶୋ’ କରି ପ୍ରଶଂସକଙ୍କ...

ବିଧାନସଭା ଭିତରେ ମରାଠିରେ ଏମିତି କହିଦେଲେ ରୋହିତ, ମୁଖ୍ୟମନ୍ତ୍ରୀ…

ମୁମ଼୍ବାଇ, ୫।୭: ସ଼୍ବଦେଶ ଫେରିବା ପରେ ବିଶ଼୍ବବିଜୟୀ ଭାରତୀୟ ଟିମ୍‌କୁ ଶୁଭେଚ୍ଛା ଏବଂ ସମ୍ମାନ ସମାରୋହ ଜାରି ରହିଛି । ଗତ ଗୁରୁବାର ମୁମ଼୍ବାଇରେ ସମ଼୍ବର୍ଦ୍ଧନା...

ବିଶ୍ୱ ବିଜେତା ହୋଇ ଘରକୁ ଫେରିଲେ ହିଟ୍‌ମ୍ୟାନ୍‌, ଫୁଲ ବିଛାଇ ସ୍ବାଗତ କଲେ…

ନୂଆଦିଲ୍ଲୀ,୫।୭: ଟିମ୍‌ ଇଣ୍ଡିଆ ଅଧିନାୟକ ଭାବେ ବିଶ୍ୱକପ୍‌ ଜିତି ଘରକୁ ଫେରିବା ପରେ ରୋହିତ ଶର୍ମାଙ୍କୁ ଭବ୍ୟ ସ୍ବାଗତ ମିଳିଛି। ଏଥିଲାଗି ପ୍ରାୟ ୧ ମାସରୁ...

‘ଯାହାକୁ ଏଭଳି ମା’ ମିଳିଛି, ସେ କେବେ ବି ବିଫଳ ହୋଇପାରିବ ନାହିଁ’; ପନ୍ତଙ୍କୁ ଏଭଳି କହି…

ନୂଆଦିଲ୍ଲୀ,୫।୭: ଭାରତୀୟ କ୍ରିକେଟ ଟିମ୍‌ ଟି୨୦ ବିଶ୍ୱକପ୍‌ ୨୦୨୪ ଜିତିବା ପରେ ସ୍ବଦେଶ ଫେରିଛି। ଗୁରୁବାର ଦଳର ଖେଳାଳିମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ଏହି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri