୨ଜଣଙ୍କୁ ଦଳିଦେଲା ହାତୀ

ରାଉରକେଲା/ଟେନ୍‌ସା,୧ା୭(ସଙ୍ଗୀତା ଜେନା/ ସମୀର ପାଢ଼ୀ): ସୁନ୍ଦରଗଡ଼ ଜିଲାରେ ହାତୀ ଆତଙ୍କ ଥମୁନାହିଁ। ସୋମବାର ଜିଲାର ପୃଥକ୍‌ ପୃଥକ୍‌ ସ୍ଥାନରେ ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଦକ୍ଷିଣ ରାଉରକେଲା ଟାଙ୍ଗରପାଲୀ ଥାନା ସୋନାପର୍ବତ ଗଞ୍ଜୁଟୋଲା ଅଞ୍ଚଳର ଶୁକ୍ରମଣି ସମାସୀ(୬୯)। ଅନ୍ୟ ଜଣେ ହେଲେ କୋଇଡ଼ା ଫରେଷ୍ଟ ରେଞ୍ଜ କାଲଟା ଗ୍ରାମପଞ୍ଚାୟତ ଝିରୀପାଣି ନିକଟ ଦୋଲୋଡିହାର ସାମୁଏଲ ଆଇନ୍ଦି (୫୫)।

ଶୁକ୍ରମଣି ଭୋର ୫ଟାରେ ନିକଟସ୍ଥ ଜଙ୍ଗଲକୁ ମହୁଲ ଫଳ ଗୋଟାଇବା ପାଇଁ ଯାଇଥିଲେ। ସେହି ସମୟରେ ଶାବକ ସହ ଦୁଇଟି ମାଈ ହାତୀ ମହୁଲ ଖାଇବାକୁ ଉକ୍ତ ସ୍ଥାନରେ ପହଞ୍ଚି ଥିଲେ। ହାତୀ ହାବୁଡ଼ରେ ଶୁକ୍ରମଣି ପଡିବାରୁ ତାଙ୍କୁ ଶୁଣ୍ଢରେ ଟେକି କଚାଡି ଦେଇ ପାଦରେ ଦଳି ଦେଇଥିଲା। ଶୁକ୍ରମଣିଙ୍କ ଚିତ୍କାର ଶୁଣି ଆଖପାଖରେ ଥିବା ଲୋକେ ଘଟଣାସ୍ଥଳରେ ପହଞ୍ଚି ଥିଲେ। ହାତୀକୁ ଘଉଡାଇ ବନବିଭାଗ ଓ ପୋଲିସକୁ ସୂଚନା ଦେଇଥିଲେ।

ପୋଲିସ ଓ ବନବିଭାଗ କର୍ମଚାରୀ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ବିକ୍ଷୋଭ କରିଥିଲେ। ବନବିଭାଗ ପକ୍ଷରୁ କ୍ଷତିପୂରଣ ମିଳିବାର ପ୍ରତିଶ୍ରୁତି ପରେ ଲୋକେ ଶାନ୍ତ ହୋଇଥିଲେ। ରାଉରକେଲା ଡିଏଫଓ ଯଶୋବନ୍ତ ସେଠୀ କହିଛନ୍ତି ହାତୀ ଆକ୍ରମଣରେ ମୃତ୍ୟୁକ୍ଷେତ୍ରରେ ୬ଲକ୍ଷ ଟଙ୍କା କ୍ଷତିପୂରଣ ମିଳିଥାଏ। ଶୁକ୍ରମଣିଙ୍କ ପରିବାର ଲୋକଙ୍କୁ ଏହି ରାଶି ପ୍ରଦାନ କରାଯିବ ବୋଲି ସେଠୀ ସୂଚନା ଦେଇଛନ୍ତି। ପୋଲିସ ଏକ ଅପମୃତ୍ୟୁ ମାମଲା(ନଂ. ୯/୨୦୨୪) ରୁଜୁ କରିଛି। ଥାନାରେ ମୃତା ମହିଳାଙ୍କ ଝିଆରୀ ଚାନ୍ଦ ସମାସୀ ଏତଲା ଦେଇଛନ୍ତି।

ସେହିପରି ସାମୁଏଲ ସକାଳ ୬ଟାରେ ନିକଟସ୍ଥ ଜଙ୍ଗଲ ପାଖରେ ଥିବା ନାଳକୁ ଶୌଚ ହେବାକୁ ଯାଇଥିଲେ। ସେଠାରେ ଥିବା ଦନ୍ତା ହାତୀ ହାବୁଡ଼ରେ ପଡିଯାଇଥିଲେ। ସାମୁଏଲଙ୍କୁ ହାତୀ ଶୁଣ୍ଡରେ ଟେକି ନେଇ ପାଦରେ ଦଳି ଚକଟି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ କୋଇଡା ବନ କର୍ମଚାରୀ ଓ କୋଇଡା ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କୋଇଡା ପଠାଇଛନ୍ତି। କ୍ଷତିପୂରଣ ବାବଦରେ ପରିବାରକୁ ତୁରନ୍ତ ୬୦ହଜାର ଟଙ୍କା ପରେ ସମସ୍ତ ଡକ୍ୟୁମେଣ୍ଟ ପ୍ରଦାନ କଲେ ୫ଲକ୍ଷ ୪୦ ହଜାର ମିଳିବ ବୋଲି କୋଇଡା ରେଞ୍ଜର ଗୌତମ ପ୍ରଧାନ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରତ୍ନ ଭଣ୍ଡାର ଖୋଲିବା ନେଇ ଜଗତଗୁରୁ  ଶଙ୍କରାଚାର୍ଯ୍ୟଙ୍କ ବିସ୍ଫୋରକ ବୟାନ: କହୁକହୁ କହିଦେଲେ…

ଭୁବନେଶ୍ୱର,୬।୭: ରତ୍ନ ଭଣ୍ଡାର ଖୋଲିବା ନେଇ ପୁରୀ ଶଙ୍କରାଚାର୍ଯ୍ୟ ଏକ ବଡ଼ ଏବଂ ବିସ୍ଫୋରକ ବୟାନ ଦେଇଛନ୍ତି। ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି,‘ସୁପ୍ରିମକୋର୍ଟଙ୍କ ଜଜମେଣ୍ଟ ଅଛି, ଯେ...

ଝାଡୁ ଧରି ବଡ଼ଦାଣ୍ଡ ସଫା କଲେ ଭାଜପା ଏମ୍‌ପି: କହିଲେ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗକୁ…

ପୁରୀ,୬।୭: ରବିବାର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ତିନି ରଥ ପ୍ରସ୍ତୁତ। ରଥଯାତ୍ରାକୁ ଦୃଷ୍ଟିରେ ରଖି ଶନିବାର ବଡଦାଣ୍ଡରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ...

ବବିଙ୍କ ନାଁରେ ମିଛ ଖବର ପ୍ରସାରଣ କରି ଅଡୁଆରେ ନିର୍ଦ୍ଧିଷ୍ଟ ଗଣମାଧ୍ୟମ, ଜାଣନ୍ତୁ କ’ଣ ରହିଛି … 

ଭୁବନେଶ୍ୱର,୬।୭: ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ବିରୋଧରେ ମିଛ ଓ ଭିତ୍ତିହୀନ ଖବର ପରିବେଷଣ କରିବାରୁ ଏକ ଟିଭି ଚ୍ୟାନେଲ୍‌କୁ ନୋଟିସ୍‌ ଜାରି...

ଶରଧାବାଲି ସଫେଇ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି: ଝାଡୁ କରିବାର କାରଣ ବଖାଣିଲେ…

ପୁରୀ,୬।୭: ଆଉ ମାତ୍ର ଦିନକ ପରେ ରଥଯାତ୍ରା। ଏଥିପାଇଁ ସବୁକିଛି ପ୍ରସ୍ତୁତ ସରିଛି। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶରଧାବାଲିରେ ପହଞ୍ଚି ସଫେଇ କରିଛନ୍ତି।...

ଧକ୍କାଦେଲା ଆମ୍ବୁଲାନ୍ସ: ବାପାଙ୍କ ଆଗରେ ଚାଲିଗଲା ପୁଅ ଜୀବନ

ଝରିଗାଁ,୬।୭: ନବରଙ୍ଗପୁରର ଝରିଗାଁରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ୧୦୮ ଆମ୍ବୁଲାନ୍ସ ଧକ୍କାରେ ୮ ବର୍ଷର ପୁଅର ମୃତ୍ୟୁ ଘଟିଥିବାବେଳେ ବାପା ଗୁରୁତର ଆହତ ହୋଇଛନ୍ତି।...

ସକ୍ରିୟ ରହିଛି ଘୂର୍ଣ୍ଣିବଳୟ: ଆଜି ଏହି ୪ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୬।୭: ସକ୍ରିୟ ରହିଛି ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ। ପ୍ରଭାବରେ ୫ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ତେବେ ଆଜି...

ଆଜି ବସିବ ରତ୍ନଭଣ୍ଡାର ଯାଞ୍ଚ କମିଟିର ବୈଠକ, କେବେ ଖୋଲିବ ରତ୍ନଭଣ୍ଡାର ହୋଇପାରେ ଘୋଷଣା

ଭୁବନେଶ୍ୱର,୬।୭: ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରଥମ ବୈଠକ ଆଜି ବସିବ। ପୂର୍ବାହ୍ନ ୧୧ଟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଠାରେ ଏହି ବୈଠକ ଅନୁଷ୍ଠିତ ହେବ। ପୂର୍ବତନ...

ମନ୍ଦ ଉଦ୍ଦେଶ୍ୟ ନେଇ ରତ୍ନଭଣ୍ଡାର କମିଟି ଭଙ୍ଗାଯାଇଛି: ବିଜେଡି

ଭୁବନେଶ୍ୱର,୬ା୭(ଅନିଲ ଦାସ/ସୁନିତ୍‌ ମିଶ୍ର): ରତ୍ନଭଣ୍ଡାର ଖୋଲିବା ପାଇଁ ରାଜ୍ୟର ନବଗଠିତ ଭାଜପା ସରକାର ଗୁରୁବାର ୧୬ଜଣିଆ କମିଟି ଗଠନ କରିଛନ୍ତି। ତେବେ ସରକାରଙ୍କ ଏହି ପଦକ୍ଷେପକୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri