Posted inଜାତୀୟ

ପ୍ରିଭେସିକୁ କ୍ଷୁଣ୍ଣ କରିବ ନୂଆ ଆଇନ

ନୂଆଦିଲ୍ଲୀ,୨ା୭: ୨୦୨୩ରେ ପାର୍ଲାମେଣ୍ଟରେ ଗୃହୀତ ୩ ନୂଆ ଫୌଜଦାରୀ ଆଇନ ଜୁଲାଇ ପହିଲାରୁ ସାରା ଦେଶରେ କାର୍ଯ୍ୟକାରୀ ହୋଇଛି। ତେବେ ଉକ୍ତ ଆଇନଗୁଡ଼ିକରେ ରହିଥିବା ନିୟମ ନାଗରିକମାନଙ୍କ ପ୍ରିଭେସି ଏବଂ ବାକ୍‌ ସ୍ବାଧୀନତା ଭଳି ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାର ପ୍ରତି ବିପଦ ସୃଷ୍ଟି କରିବ ବୋଲି ଆଇନ ବିଶାରଦମାନେ ମତ ଦେଉଛନ୍ତି। ଅପରାଧ ସଂହିତାର ବିଭିନ୍ନ ଦିଗକୁ ଏଥିରେ ଡିଜିଟାଇଜ୍‌ କରିବା ପାଇଁ ଉଦ୍ୟମ ହୋଇଛି। ସେହିପରି ଡିଜିଟାଲ ପ୍ରମାଣକୁ ସାକ୍ଷ୍ୟ ଆଇନ ଅଧୀନକୁ ଅଣାଯାଇଥିବାବେଳେ ଏଥିପାଇଁ ଆବଶ୍ୟକ ପ୍ରକ୍ରିୟାଗତ ସୁରକ୍ଷା ଦିଗ ପ୍ରତି ଧ୍ୟାନ ଦିଆଯାଇ ନାହିଁ। ଆଇନରୁ ‘ରାଜଦ୍ରୋହ’ ଶବ୍ଦକୁ ହଟାଇ ଦିଆଯାଇଥିଲେ ମଧ୍ୟ ଅସ୍ପଷ୍ଟ ନିୟମରୁ ସେହି ଧାରଣା ବଳବତ୍ତର ରହିଛି। ଡିଜିଟାଲ ପ୍ରମାଣର ତଲାସି ଓ ଜବତ କରିବା ସମ୍ପର୍କିତ କାର୍ଯ୍ୟନିର୍ବାହୀ କ୍ଷମତାକୁ ମଧ୍ୟ ଏଥିରେ ପ୍ରଶସ୍ତ କରିଦିଆଯାଇଛି।
ନ୍ୟାୟ ସଂହିତା (ବିଏନ୍‌ଏସ୍‌)ରେ ଥିବା ରାଜଦ୍ରୋହକୁ ଅପରାଧ ତାଲିକାରୁ ବାଦ୍‌ ଦିଆଯାଇଛି। ଏହାକୁ ଇଣ୍ଡିଆନ ପେନାଲ କୋଡ୍‌ (ଆଇପିସି)ରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ବୋଲି ସରକାର କହୁଛନ୍ତି। କାଗଜ କଲମରେ ଏହା ସତ ହୋଇଥିବାବେଳେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ‘ସେଡିଶନ’ (ଆଇପିସି ଦଫା ୧୨୪ଏ) ଶବ୍ଦକୁ ହଟାଇ ବିଏନ୍‌ଏସ୍‌ରେ ଅଧିକ କାର୍ଯ୍ୟାନୁଷ୍ଠାନଯୋଗ୍ୟ ନିୟମ ଯୋଡ଼ିଛି। ତେବେ ନୂଆ ଆଇନରେ ଏହା ଅଧିକ ଅସ୍ପଷ୍ଟ ହୋଇଯାଇଛି। ବିଏନ୍‌ଏସ୍‌ରେ ଉଲ୍ଲେଖ କରାଯାଇଥିବା କ୍ଲଜ୍‌-୧୫୦ ଅନୁଯାୟୀ ଭାରତର ସାର୍ବଭୌମତ୍ୱ, ଏକତା ଓ ଅଖଣ୍ଡତା କ୍ଷୁଣ୍ଣ କରିବା (ଇଲେକ୍ଟ୍ରୋନିକ୍‌ ଯୋଗାଯୋଗ ଜରିଆରେ) ଏକ ଅପରାଧ। ଏଥିରେ ସ୍ପଷ୍ଟତା ନ ଥିବାରୁ ଦେଶ ବିରୋଧରେ ସଶସ୍ତ୍ର ବିଦ୍ରୋହ, ବିଧ୍ୱଂସକାରୀ କାର୍ଯ୍ୟକଳାପ, ପୃଥକୀକରଣ ଓ ବିଚ୍ଛିନ୍ନତାବାଦରେ ଲିପ୍ତ ଥିବା ଅଭିଯୋଗ ଆସିଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଭଳି କାର୍ଯ୍ୟାନୁଷ୍ଠାନ ମୁକ୍ତ ଅଭିବ୍ୟକ୍ତି, ଅସନ୍ତୋଷର ସ୍ବର ଏବଂ ଗଣମାଧ୍ୟମର ସ୍ବାଧୀନତାକୁ କ୍ଷୁଣ୍ଣ କରିବ। ଇଲେକ୍ଟ୍ରୋନିକ୍‌ କମ୍ୟୁନିକେଶନକୁ ନୂଆ ଆଇନରେ ଅନ୍ତର୍ଭୁକ୍ତ କରାଯାଇଥିବାରୁ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ବା ଅଧିକାରୀମାନଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୁଯୋଗ ମିଳିଛି। ଟେଲିକମ୍ୟୁନିକେଶନ ବିଲ୍‌ ୨୦୨୩ ଅନୁଯାୟୀ ନୂଆ ଆଇନ ଅନ୍‌ଲାଇନ ଯୋଗାଯୋଗ ସେବା, ହ୍ବାଟ୍ସଆପ୍‌ ଭଳି ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକ କ୍ଷେତ୍ରରେ ମଧ୍ୟ ପ୍ରଯୁଜ୍ୟ ହେବ। ଏଥିଯୋଗୁ ପ୍ରିଭେସି (ବ୍ୟକ୍ତିଗତ ଗୋପନୀୟତା) ସୁରକ୍ଷା ସକାଶେ ଆପଣାଯାଉଥିବା ଏଣ୍ଡ୍‌ ଟୁ ଏଣ୍ଡ୍‌ ଏନ୍‌କ୍ରିପ୍‌ଶନ ଉପରେ କମ୍ପାନୀର କର୍ତ୍ତୃତ୍ୱ ରହିବ ନାହିଁ। ୟୁଜର୍ସଙ୍କ ମ୍ୟାସେଜ୍‌କୁ ନିୟନ୍ତ୍ରଣ, ବନ୍ଦ ଓ ପ୍ରଘଟ କରିବା ପାଇଁ କମ୍ପାନୀଗୁଡ଼ିକ ବାଧ୍ୟ ହେବେ, ଯାହାକି ସେଡିଶନ ସମ୍ପର୍କିତ ସୁପ୍ରିମକୋର୍ଟଙ୍କ ରାୟର ବିରୁଦ୍ଧାଚରଣ ବୋଲି କୁହାଯାଉଛି।
ନାଗରିକ ସୁରକ୍ଷା ସଂହିତା(ବିଏନ୍‌ଏସ୍‌ଏସ୍‌) ଧାରା ୯୪ ଅନୁସାରେ କୋର୍ଟ ଡିଜିଟାଲ ଏଭିଡେନ୍ସ ସମେତ କୌଣସି ପ୍ରକାର ଦସ୍ତାବିଜ୍‌ ବା ସାମଗ୍ରୀକୁ ତଦନ୍ତ ପାଇଁ ପ୍ରମାଣ ଭାବେ ମଗାଇପାରିବେ। ଏଭଳି ପ୍ରମାଣ ରଖିତ୍ଥିବା ବ୍ୟକ୍ତି ମାମଲାରେ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ନ ଥିଲେ ମଧ୍ୟ ତାଙ୍କ ତଲାସୀ ନିଆଯାଇପାରିବ। ତାଙ୍କଠାରୁ ଉକ୍ତ ପ୍ରମାଣକୁ ଜବତ ମଧ୍ୟ କରାଯାଇପାରିବ। ଏପରି ହେଲେ ଜଣେ ବ୍ୟକ୍ତିଙ୍କଠାରୁ ତାଙ୍କ ବ୍ୟକ୍ତିଗତ ମୋବାଇଲ ଫୋନ୍‌, ଲାପ୍‌ଟପ ଓ କମ୍ପ୍ୟୁଟରକୁ ପ୍ରମାଣ ଭାବେ ଜବତ କରାଯାଇପାରିବ। ଏଜେନ୍ସିଗୁଡ଼ିକ ଏଭଳି ଇଲେକ୍ଟ୍ରୋନିକ ଉପକରଣକୁ ଯାଞ୍ଚ କରି ୟୁଜର୍ସଙ୍କ ଗୋପନୀୟ ତଥ୍ୟ ଦେଖିପାରିବେ। ସାକ୍ଷ୍ୟ ଅଧିନିୟମ ଏବଂ ବିଏନ୍‌ଏସ୍‌ଏସ୍‌ ଅଧୀନରେ ଡିଜିଟାଲ ରେକର୍ଡକୁ ଅନ୍ତର୍ଭୁକ୍ତ କରାଯିବା ଦ୍ୱାରା ପ୍ରିଭେସି ଉପରେ ଆକ୍ରମଣ ବଢ଼ିବ। ସାକ୍ଷ୍ୟ ଅଧିନିୟମର ଏକ ଧାରା ଅନୁଯାୟୀ ଜଣେ ପୋଲିସ ଅଫିସର ବିନା କୌଣସି ଲିଖିତ ନିର୍ଦ୍ଦେଶନାମାରେ ଡିଜିଟାଲ ଉପକରଣଗୁଡ଼ିକର ତଲାସି ନେଇପାରିବେ। ଏହାଦ୍ୱାରା ପ୍ରିଭେସିରେ ପୋଲିସର ହସ୍ତକ୍ଷେପ ଅଇନତଃ ବୈଧତା ଲାଭ କରିବ ବୋଲି ଆଶଙ୍କା କରାଯାଉଛି।

ବିଏନ୍‌ଏସ୍‌ଏସ୍‌ରେ ପୋଲିସ ରିମାଣ୍ଡ ଅବଧି ୧୫ଦିନ

ନୂଆ ଫୌଜଦାରି ଆଇନ ଭାରତୀୟ ନ୍ୟାୟ ସଂହିତା(ବିଏନ୍‌ଏସ୍‌), ଭାରତୀୟ ନାଗରିକ ସୁରକ୍ଷା ସଂହିତା(ବିଏନ୍‌ଏସ୍‌ଏସ୍‌) ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ(ବିଏସ୍‌ଏ) ସୋମବାରଠାରୁ ସାରା ଦେଶରେ ଲାଗୁ ହୋଇଛି। ଏହି ଆଇନରେ ପୋଲିସ ରିମାଣ୍ଡ କ୍ଷେତ୍ରରେ ପରିବର୍ତ୍ତନ ଅଣାଯାଇଛି। ପୂର୍ବରୁ ପୋଲିସ ରିମାଣ୍ଡ ସର୍ବାଧିକ ୧୫ଦିନ ରହିଥିବାବେଳେ ନୂଆ ଆଇନରେ ମଧ୍ୟ ୧୫ଦିନ ରହିଛି ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସ୍ପଷ୍ଟ କରିଛନ୍ତି।
ଏକ ଖବରଦାତା ସମ୍ମିଳନୀକୁ ଉଦ୍‌ବୋଧନ ଦେଇ ଶାହା ପୋଲିସ ରିମାଣ୍ଡ ଅବଧିକୁ ନେଇ ସୃଷ୍ଟ ଦ୍ୱନ୍ଦ୍ୱକୁ ଦୂର କରି କହିଛନ୍ତି, ପୂର୍ବ ଆଇନ ଅନୁସାରେ କୌଣସି ଅଭିଯୁକ୍ତ ପୋଲିସ ରିମାଣ୍ଡରେ ଥିବା ସମୟରେ ଯଦି ଶାରୀରିକ ଅସୁସ୍ଥତା କାରଣରୁ ହସ୍ପିଟାଲରେ ୧୫ଦିନ ପର୍ଯ୍ୟନ୍ତ ଭର୍ତ୍ତି ହେଉଥିଲେ, ତାଙ୍କୁ ପୋଲିସ କୌଣସି ଜେରା କରିପାରୁ ନ ଥିଲା। ସେ କ୍ଷେତ୍ରରେ ପୋଲିସ ଉକ୍ତ ଅଭିଯୁକ୍ତଙ୍କୁ ଆଉ ରିମାଣ୍ଡରେ ନେଇ ପାରୁ ନ ଥିଲା। ମାତ୍ର ଏବେ ନୂଆ ଆଇନ ଅନୁସାରେ ପୋଲିସ ୬୦ଦିନ ମଧ୍ୟରେ ରିମାଣ୍ଡ ସୁବିଧା ନେଇପାରିବେ ବୋଲି ଶାହା କହିଛନ୍ତି। ପୋଲିସ ରିମାଣ୍ଡ ଅବଧି ପନ୍ଦର ଦିନ ମଧ୍ୟରେ ସୀମିତ ରଖାଯାଇଥିଲେ ସୁଦ୍ଧା ପୋଲିସ ତଦନ୍ତର ୬୦ଦିନ ମଧ୍ୟରେ ଯେକୌଣସି ସମୟରେ ରିମାଣ୍ଡ ପାଇଁ ଆବେଦନ କରିପାରିବେ। ବିଚାର ଚାଲିଥିବାବେଳେ ମାଜିଷ୍ଟ୍ରେଟଙ୍କ ଅନୁମତି ନେଇ ପୋଲିସକୁ ଅଧିକ ତଦନ୍ତ କରିବାର କ୍ଷମତା ମଧ୍ୟ ଦିଆଯାଇଛି। ଏଭଳି କ୍ଷମତାର ଅନେକ କ୍ଷେତ୍ରରେ ଦୁରୁପଯୋଗ ହେବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ ବୋଲି ଆଇନବିଷାରଦ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହରିୟାଣା ଏକଜିଟ ପୋଲ୍‌ ପୂର୍ବରୁ ପଲଟିଗଲା ବାଜି! ଏଥର ଭାଜପା…

ନୂଆଦିଲ୍ଲୀ,୫।୧୦: ଆଜି ହରିୟାଣା, ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ଫଳାଫଳ ପୂର୍ବରୁ ଏକଜିଟ ପୋଲ ଫଳାଫଳ ଆସିବାକୁ ଯାଉଛି। ହରିୟାଣାରେ ଭୋଟ ସଂଧ୍ୟା ୫ଟାରେ ଶେଷ...

କାହାର ପଲ୍ଲା ଭାରି? ହରିୟାଣା ନିର୍ବାଚନରେ ଏକଜିଟ ପୋଲ୍‌କୁ ନେଇ ବଡ଼ ଖୁଲାସା!

ନୂଆଦିଲ୍ଲୀ,୫।୧୦: ଭୋଟ ଏବଂ ଭୋଟ ଗଣନା ମଧ୍ୟରେ ଗଣମାଧ୍ୟମରେ ପ୍ରକାଶିତ ତଥ୍ୟକୁ ନିର୍ବାଚନୀ ଭାଷାରେ ଏକଜିଟ ପୋଲ କୁହାଯାଏ। ହରିୟାଣା ଏବଂ ଜମ୍ମୁ କଶ୍ମୀର ନିର୍ବାଚନ...

ଦୁର୍ଗାପୂଜାରେ କଏଦୀଙ୍କ ପାଇଁ ସ୍ପେଶାଲ ଫୁଡ

କୋଲକାତା,୫।୧୦: ଦୁର୍ଗା ପୂଜା ଆରମ୍ଭ ହେବାକୁ ଅଧିକ ସମୟ ବାକି ନାହିଁ। ସାରା ଦେଶରେ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଚାଲିଛି। ପଶ୍ଚିମବଙ୍ଗରେ ଏହି ପର୍ବକୁ...

ନିଜ ନାମରେ ନୁହେଁ, ବରଂ ସ୍ତ୍ରୀଙ୍କ ନାମରେ କରନ୍ତୁ FD; ଲାଭ ଜାଣିଲେ ଚକିତ ହେବେ…

ନୂଆଦିଲ୍ଲୀ,୫।୧୦: ଫିକ୍ସ ଡିପୋଜିଟ୍‌(ଏଫ୍‌ଡି) ଯୋଜନା ଉପରେ ସାରା ଦେଶର ଜଣାଶୁଣା ବ୍ୟାଙ୍କଗୁଡ଼ିକ ପକ୍ଷରୁ ବାର୍ଷିକ ୮% ଆକର୍ଷକ ଋଣ ଦିଆଯାଉଛି। ଟଙ୍କାକୁ ସୁରକ୍ଷିତ ରଖିବା ସହ...

୨୦ଦିନରେ ୨ଲକ୍ଷ ମହିଳା ଗ୍ରହଣ କରିଛନ୍ତି କଂଗ୍ରେସର ସଦସ୍ୟତା

ନୂଆଦିଲ୍ଲୀ,୫।୧୦: ଅଲ ଇଣ୍ଡିଆ ମହିଳା କଂଗ୍ରେସ (ଏଆଇଏମସି) ସଭାପତି ଅଲକା ଲାମ୍ବା ଶନିବାର ଘୋଷଣା କରିଛନ୍ତି ଯେ ଦଳର ଦେଶବ୍ୟାପୀ ଅନଲାଇନ ସଦସ୍ୟତା ଡ୍ରାଇଭ ମାଧ୍ୟମରେ...

ଭାରତ-ପାକିସ୍ତାନ ଆଲୋଚନା ବନ୍ଦ: ସଫାସଫା କହିଦେଲେ ଜୟଶଙ୍କର

ଇସଲାମାବାଦ,୫।୧୦: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ୧୫-୧୬ ଅକ୍ଟୋବରରେ ପାକିସ୍ତାନ ଗସ୍ତ କରିବେ। ଏହି ସମୟରେ ସେ ଇସଲାମାବାଦରେ ହେବାକୁ ଥିବା ଏସସିଓ ହେଡସ ଅଫ...

ଚାଷୀଙ୍କୁ ନବରାତ୍ରୀ ଉପହାର ଦେଲେ ମୋଦି: ଚାଷୀଙ୍କ ଆକାଉଣ୍ଟକୁ ଗଲା…

ପୁଣେ,୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କିଷାନ ସମ୍ମାନ ନିଧିର ୧୮ତମ କିସ୍ତି ରିଲିଜ୍‌ କରିଛନ୍ତି। ଦେଶର କୋଟି କୋଟି ଚାଷୀଙ୍କୁ ନବରାତ୍ରୀ ଉପହାର ଦେଇଛନ୍ତି।...

୫ ରାଜ୍ୟର ୨୨ ସ୍ଥାନରେ ଏନଆଇଏ ଚଢାଉ, ଜୈଶ-ଇ-ମହମ୍ମଦ ସହ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୫।୧୦: ଜାତୀୟ ଅନୁସନ୍ଧାନ ଏଜେନ୍ସି ବା ନ୍ୟାଶନାଲ ଇନଭେଷ୍ଟିଗେଶନ ଏଜେନ୍ସି(ଏନଆଇଏ) ପାଞ୍ଚଟି ରାଜ୍ୟରେ ଚଢାଉ କରିଛି। ଆତଙ୍କବାଦୀ କାର୍ଯ୍ୟକଳାପ ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ଇନପୁଟ ପାଇବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri