Posted inଜାତୀୟ

ଭିଡ଼ହିଂସା ଧାରାରେ ତ୍ରୁଟି ରହିଛି: ଝାଡ଼ଖଣ୍ଡ ହାଇକୋର୍ଟ

ରାଞ୍ଚତ୍,୨ା୭: ସାରା ଦେଶରେ ୩ ନୂଆ ଆପରାଧିକ ଆଇନ ସୋମବାର ଲାଗୁ ହୋଇଛି। ଇଣ୍ଡିଆନ୍‌ ପେନାଲ୍‌ କୋଡ୍‌ (ଆଇପିସି) ସ୍ଥାନରେ ଭାରତୀୟ ନ୍ୟାୟ ସଂହିତା(ବିଏନ୍‌ଏସ୍‌) କାର୍ଯ୍ୟକାରୀ ହୋଇଛି। ୟୁନିଭର୍ସାଲ ଲେକ୍ସିସ୍‌ନେକ୍ସିସ୍‌ ଦ୍ୱାରା ପ୍ରକାଶିତ ଏହାର ସଂସ୍କରଣରେ ତ୍ରୁଟି ରହିଥିବା ଜାଣିବା ପରେ ଝାଡ଼ଖଣ୍ଡ ହାଇକୋର୍ଟ ସୋମବାର ନିଜଆଡ଼ୁ ଏହାକୁ ବିଚାର ପାଇଁ ନେଇଛନ୍ତି। ଉକ୍ତ ସଂସ୍କରଣରେ ବିଏନ୍‌ଏସ୍‌ର ଧାରା ୧୦୩(୨)ରେ ଭିଡ଼ହିଂସା ପାଇଁ ରହିଥିବା ବ୍ୟବସ୍ଥା ତ୍ରୁଟିପୂର୍ଣ୍ଣ ବୋଲି ଜଷ୍ଟିସ୍‌ ଆନନ୍ଦ ସେନ୍‌ ଏବଂ ସୁଭାଷ ଚାନ୍ଦଙ୍କ ଖଣ୍ଡପୀଠ କହିଛନ୍ତି। ନୂତନ ଆଇନର ଧାରା ୧୦୩(୨) ଅନୁଯାୟୀ ୫ କିମ୍ବା ଅଧିକ ଲୋକ ସଂଘବଦ୍ଧ ହୋଇ ଜାତି, ଧର୍ମ କିମ୍ବା ସମ୍ପ୍ରଦାୟ, ଲିଙ୍ଗ, ଜନ୍ମସ୍ଥାନ, ଭାଷା, ବ୍ୟକ୍ତିଗତ ବିଶ୍ୱାସ କିମ୍ବା ଅନ୍ୟ କୌଣସି ଅନୁରୂପ କାରଣ ପାଇଁ ହତ୍ୟାକାଣ୍ଡ ଘଟାଇଥିଲେ, ଉକ୍ତ ଗ୍ରୁପ୍‌ର ପ୍ରତ୍ୟେକ ସଦସ୍ୟଙ୍କୁ ମୃତ୍ୟୁଦଣ୍ଡ ଅଥବା ଆଜୀବନ ଜେଲଦଣ୍ଡ ସହ ଅର୍ଥଦଣ୍ଡ କରାଯିବ। ତେବେ ଲୋକ୍ସିସ୍‌ନେକ୍ସିନ ସଂସ୍କରଣରେ ‘ଅନ୍ୟ କୌଣସି ଅନୁରୂପ କାରଣ’ ସ୍ଥାନରେ ‘ଅନ୍ୟ କୌଣସି କାରଣ’ ଲେଖାଯାଇଛି। ଏହି ତ୍ରୁଟିର ଗମ୍ଭୀର ପରିଣାମ ହୋଇପାରେ ବୋଲି ଅନୁଭବ କରି ଖଣ୍ଡପୀଠ ପୁସ୍ତକର ପ୍ରକାଶକଙ୍କୁ ଜାତୀୟ ତଥା ଆଞ୍ଚଳିକ ଖବରକାଗଜରେ ସଂଶୋଧନ ଛାପିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ଘେରରେ କାଜିରଙ୍ଗା ଜାତୀୟ ଉଦ୍ୟାନ; ୧୧୪ ବନ୍ୟଜନ୍ତୁ ମୃତ

ଗୁଆହାଟୀ, ୬।୭: ଆସାମ ବନ୍ୟା ବିଭୀଷିକାରୁ ପ୍ରସିଦ୍ଧ କାଜିରଙ୍ଗା ଜାତୀୟ ଉଦ୍ୟାନ ବାଦ୍‌ ପଡ଼ିନାହିଁ। ଏହି ଭୟଙ୍କର ବନ୍ୟାରେ କାଜିରଙ୍ଗା ଜାତୀୟ ଉଦ୍ୟାନର ୧୧୪ ବନ୍ୟଜନ୍ତୁଙ୍କର...

ଜମ୍ମୁ-କଶ୍ମିରରେ ଏନକାଉଣ୍ଟର; ଦୁଇ ଯବାନ ଶହୀଦ, ୪ ଆତଙ୍କୀ ନିପାତ

ନୂଆଦିଲ୍ଲୀ,୬।୭: ଦକ୍ଷିଣ କଶ୍ମିର କୁଲଗାମ ଜିଲାରେ ସେନା ଏବଂ ଆତଙ୍କବାଦୀ ମଧ୍ୟରେ ଏନକାଉଣ୍ଟରରେ ଦୁଇ ଯବାନ ଶହୀଦ ହୋଇଛନ୍ତି। ସେନାର ପ୍ରତିଜବାବରେ ଚାରି ଆତଙ୍କୀ ମଧ୍ୟ...

ପ୍ରଥମ ଦେଖାରେ ପଡ଼ିଥିଲେ ପ୍ରେମରେ, ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ନେବା ବେଳେ ସ୍ମୃତିକୁ ମନେ ପକାଇ କାନ୍ଦିଲେ ଶହୀଦ ଅଂଶୁମାନଙ୍କ ସ୍ତ୍ରୀ

ନୂଆଦିଲ୍ଲୀ,୬ା୭: ସେନା ମେଡିକାଲ କୋର୍‌ର କ୍ୟାପଟେନ ଅଂଶୁମାନ ସିଂ ଶହୀଦ ହେବା ପରେ ତାଙ୍କୁ କୀର୍ତ୍ତିଚକ୍ର ପୁରସ୍କାର ପ୍ରଦାନ କରାଯାଇଛି। ଏକ ଧଳା ଶାଢ଼ି ପିନ୍ଧି...

ସୁରଟରେ ଭୁଶୁଡ଼ିଲା ୫ ମହଲା କୋଠା: ତଳେ ବହୁ ଲୋକ ଚାପି ହୋଇଥିବା ଆଶଙ୍କା, ଉଦ୍ଧାର କାର୍ଯ୍ୟ ଜାରି

ଗାନ୍ଧୀନଗର,୬ା୭: ଗୁଜରାଟର ସୁରଟରେ ଶନିବାର ଏକ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଫଳରେ ଅନେକ ଲୋକ ଏହା ତଳେ ଫସି ରହିଥିବା ଅନୁମାନ କରାଯାଉଛି।...

ରାଜନୈତିକ ଭବିଷ୍ୟତ ଶେଷ ହୋଇଯିବା ଭୟରେ ଅଯୋଧ୍ୟାରୁ ନିର୍ବାଚନ ଲଢ଼ିଲେନି ମୋଦି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ, ୬।୭: ରାମମନ୍ଦିର ପ୍ରତିଷ୍ଠା କରି ସମସ୍ତ ହିନ୍ଦୁ ସଂପ୍ରଦାୟ ଭାଜପା ସପକ୍ଷରେ ଥିବା ଅନୁମାନରେ ଅଯୋଧ୍ୟାରୁ ଲୋକ ସଭା ନିର୍ବାଚନ ଲଢ଼ିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୋଦି, କହିଲେ ରଣନୀତିକ ଭାଗିଦାରୀକୁ…

ନୂଆଦିଲ୍ଲୀ,୬ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ କିର୍‌ ଷ୍ଟାର୍ମରଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି। ଏଥିସହିତ ମୋଦି ଷ୍ଟାର୍ମରଙ୍କୁ ଅଭିନନ୍ଦନ...

ଆସିବ ମୋଦିଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍‌

ନୂଆଦିଲ୍ଲୀ,୬ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍‌ ଆସିବ। ଏହି ବଜେଟ୍‌ ଆସନ୍ତା ୨୩ ତାରିଖରେ ଉପସ୍ଥାପନ କରାଯିବ ବୋଲି ଶନିବାର କେନ୍ଦ୍ରୀୟ...

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସରିଲା ସିବିଆଇ ଯାଞ୍ଚ, ମୁଖ୍ୟମନ୍ତ୍ରୀଙ୍କୁ ନେଇ ଅଧିକାରୀ କହିଲେ…

ମୁମ଼୍ବାଇ, ୬।୭: ଦିଲ୍ଲୀରେ ହୋଇଥିବା ମଦ ଦୁର୍ନୀତି ମାମଲା ଯାଞ୍ଚ କରୁଥିବା କେନ୍ଦ୍ର ତଦନ୍ତକାରୀ ସଂସ୍ଥା ସିବିଆଇ ତଦନ୍ତ ଶେଷ କରିଛି । ଶନିବାର ସିବିଆଇ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri