Posted inଜାତୀୟ

କେଉଁଠି ନଇଁଲେ, କେଉଁଠି ସିଧା

ନୂଆଦିଲ୍ଲୀ,୨ା୭ (ପି.ଟି.):ଲୋକ ସଭାରେ ସୋମବାର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଲୋଚନା ବେଳେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଘେରିବା ଦେଖିବାକୁ ମିଳିଛି। ରାହୁଲ ବାଚସ୍ପତିଙ୍କୁ ପ୍ରଶ୍ନ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହାତ ମିଳାଇଲା ବେଳେ ଆପଣ କାହିଁକି ମୁଣ୍ଡ ନୁଅଁାଉଛନ୍ତି। ଗତ ୨୬ ତାରିଖରେ ବାଚସ୍ପତି ଭାବେ ଓମ୍‌ ବିର୍ଲା ପୁନଃ ନିର୍ବାଚିତ ହେବା ପରେ ଗୃହର ପରମ୍ପରା ଅନୁଯାୟୀ ମୋଦି ଏବଂ ରାହୁଲ ତାଙ୍କୁ ତାଙ୍କ ପୋଡିୟମ୍‌କୁ ପାଛୋଟି ନେଇଥିଲେ। ହେଲେ ଏହି ସମୟରେ ଲକ୍ଷ୍ୟ କରିଥିବା ଗୋଟିଏ କଥା ସମ୍ପର୍କରେ ରାହୁଲ ଗୃହରେ କହିଛନ୍ତି ଯେ, ତାଙ୍କ ସହ ହାତ ମିଳାଇବାବେଳେ ବାଚସ୍ପତି ସିଧା ରହିଥିଲେ, କିନ୍ତୁ ମୋଦିଙ୍କ କ୍ଷେତ୍ରରେ ସେ ନତମସ୍ତକ ହୋଇଯାଇଥିଲେ।
ଏଭଳି ମନ୍ତବ୍ୟ ପରେ ବିରୋଧୀ ଦଳ ସଦସ୍ୟମାନେ ହସି ହସି କରତାଳି ଦେଇଥିବାବେଳେ ଭାଜପା ଏମ୍‌ପିମାନେ ପାଟିତୁଣ୍ଡ କରି ଆପତ୍ତି ଉଠାଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ହସ୍ତକ୍ଷେପ କରି କହିଛନ୍ତି, ଏହା ଉକ୍ତ ପଦବୀ ବିରୋଧରେ ଅଭିଯୋଗ। ରାହୁଲଙ୍କ ମନ୍ତବ୍ୟ ସମ୍ପର୍କରେ ବାଚସ୍ପତି କହିଛନ୍ତି ଯେ, ‘ମୋଠାରୁ ବୟସ୍କଙ୍କ ଆଗରେ ନତମସ୍ତକ ହେବା ମୋ ସଂସ୍କୃତି। ଦରକାର ପଡ଼ିଲେ ସେମାନଙ୍କ ପାଦ ଛୁଇଁବି। ପ୍ରଧାନମନ୍ତ୍ରୀ ହେଉଛନ୍ତି ଗୃହର ନେତା। ମୋ ସଂସ୍କୃତି ଏବଂ ପରମ୍ପରା ଏହା ଶିକ୍ଷା ଦେଉଛି ଯେ, ବୟସ୍କଙ୍କ ଆଗରେ ନଇଁକି ସମ୍ମାନ ଜଣାଇବା ଏବଂ ସମାସ୍କନ୍ଦ ଓ କମ୍‌ ବୟସ୍କଙ୍କୁ ସେହି ଅନୁଯାୟୀ ବ୍ୟବହାର କରିବା।’ ବାଚସ୍ପତିଙ୍କ ଏହି ଉତ୍ତରରେ ରାହୁଲ ଏକମତ ହୋଇ ନ ପାରି କହିଛନ୍ତି ଯେ, ଆପଣଙ୍କ ମତକୁ ସମ୍ମାନ ଜଣାଉଛି, କିନ୍ତୁ ଗୃହରେ ବାଚସ୍ପତିଙ୍କଠାରୁ କେହି ବଡ଼ ନୁହନ୍ତି। ଏଠାରେ ବୟସ ନୁହେଁ, ପଦବୀ ଗୁରୁତ୍ୱପୂର୍ଣ୍ଣ। ବାଚସ୍ପତିଙ୍କ ଆଗରେ ସମସ୍ତେ ନତମସ୍ତକ ହେବା ଉଚିତ୍‌, ଓଲଟା ସେ ନିଜେ ହେବା ଅନୁଚିତ। ବାଚସ୍ପତି ହେଉଛନ୍ତି ତତ୍ତ୍ୱାବଧାରକ, ସେ ଗୃହରେ ନିରପେକ୍ଷ ହେବା ଉଚିତ ବୋଲି ରାହୁଲ କହିଛନ୍ତି।
କି, ଗତ ୨୬ ତାରିଖରେ ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ଓମ୍‌ ବିର୍ଲା ପ୍ରଥମ ପଦକ୍ଷେପ ଭାବେ ୧୯୭୫ ମସିହା ଜୁନ୍‌ ୨୫ ତାରିଖ ମଧ୍ୟରାତ୍ରିରେ ଲାଗୁ ହୋଇଥିବା ଜରୁରିକାଳୀନ ପରିସ୍ଥିତି ସମ୍ପର୍କରେ ନିନ୍ଦା ପ୍ରସ୍ତାବ ଆଣିଥିଲେ। ଏହାକୁ ରାହୁଲ ରାଜନୈତିକ ପଦକ୍ଷେପ ବୋଲି କହିବା ସହ ବାଚସ୍ପତିଙ୍କୁ ତାଙ୍କ ଚ୍ୟାମ୍ବରରେ ଭେଟି ଆପତ୍ତି ଉଠାଇଥିଲେ। ଏହାପରେ ରାହୁଲ ସୋମବାର ଗୃହରେ ବାଚସ୍ପତିଙ୍କୁ ନତମସ୍ତକ ପ୍ରସଙ୍ଗରେ ଘେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ଘେରରେ କାଜିରଙ୍ଗା ଜାତୀୟ ଉଦ୍ୟାନ; ୧୧୪ ବନ୍ୟଜନ୍ତୁ ମୃତ

ଗୁଆହାଟୀ, ୬।୭: ଆସାମ ବନ୍ୟା ବିଭୀଷିକାରୁ ପ୍ରସିଦ୍ଧ କାଜିରଙ୍ଗା ଜାତୀୟ ଉଦ୍ୟାନ ବାଦ୍‌ ପଡ଼ିନାହିଁ। ଏହି ଭୟଙ୍କର ବନ୍ୟାରେ କାଜିରଙ୍ଗା ଜାତୀୟ ଉଦ୍ୟାନର ୧୧୪ ବନ୍ୟଜନ୍ତୁଙ୍କର...

ଜମ୍ମୁ-କଶ୍ମିରରେ ଏନକାଉଣ୍ଟର; ଦୁଇ ଯବାନ ଶହୀଦ, ୪ ଆତଙ୍କୀ ନିପାତ

ନୂଆଦିଲ୍ଲୀ,୬।୭: ଦକ୍ଷିଣ କଶ୍ମିର କୁଲଗାମ ଜିଲାରେ ସେନା ଏବଂ ଆତଙ୍କବାଦୀ ମଧ୍ୟରେ ଏନକାଉଣ୍ଟରରେ ଦୁଇ ଯବାନ ଶହୀଦ ହୋଇଛନ୍ତି। ସେନାର ପ୍ରତିଜବାବରେ ଚାରି ଆତଙ୍କୀ ମଧ୍ୟ...

ପ୍ରଥମ ଦେଖାରେ ପଡ଼ିଥିଲେ ପ୍ରେମରେ, ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ନେବା ବେଳେ ସ୍ମୃତିକୁ ମନେ ପକାଇ କାନ୍ଦିଲେ ଶହୀଦ ଅଂଶୁମାନଙ୍କ ସ୍ତ୍ରୀ

ନୂଆଦିଲ୍ଲୀ,୬ା୭: ସେନା ମେଡିକାଲ କୋର୍‌ର କ୍ୟାପଟେନ ଅଂଶୁମାନ ସିଂ ଶହୀଦ ହେବା ପରେ ତାଙ୍କୁ କୀର୍ତ୍ତିଚକ୍ର ପୁରସ୍କାର ପ୍ରଦାନ କରାଯାଇଛି। ଏକ ଧଳା ଶାଢ଼ି ପିନ୍ଧି...

ସୁରଟରେ ଭୁଶୁଡ଼ିଲା ୫ ମହଲା କୋଠା: ତଳେ ବହୁ ଲୋକ ଚାପି ହୋଇଥିବା ଆଶଙ୍କା, ଉଦ୍ଧାର କାର୍ଯ୍ୟ ଜାରି

ଗାନ୍ଧୀନଗର,୬ା୭: ଗୁଜରାଟର ସୁରଟରେ ଶନିବାର ଏକ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଫଳରେ ଅନେକ ଲୋକ ଏହା ତଳେ ଫସି ରହିଥିବା ଅନୁମାନ କରାଯାଉଛି।...

ରାଜନୈତିକ ଭବିଷ୍ୟତ ଶେଷ ହୋଇଯିବା ଭୟରେ ଅଯୋଧ୍ୟାରୁ ନିର୍ବାଚନ ଲଢ଼ିଲେନି ମୋଦି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ, ୬।୭: ରାମମନ୍ଦିର ପ୍ରତିଷ୍ଠା କରି ସମସ୍ତ ହିନ୍ଦୁ ସଂପ୍ରଦାୟ ଭାଜପା ସପକ୍ଷରେ ଥିବା ଅନୁମାନରେ ଅଯୋଧ୍ୟାରୁ ଲୋକ ସଭା ନିର୍ବାଚନ ଲଢ଼ିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୋଦି, କହିଲେ ରଣନୀତିକ ଭାଗିଦାରୀକୁ…

ନୂଆଦିଲ୍ଲୀ,୬ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ କିର୍‌ ଷ୍ଟାର୍ମରଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି। ଏଥିସହିତ ମୋଦି ଷ୍ଟାର୍ମରଙ୍କୁ ଅଭିନନ୍ଦନ...

ଆସିବ ମୋଦିଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍‌

ନୂଆଦିଲ୍ଲୀ,୬ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍‌ ଆସିବ। ଏହି ବଜେଟ୍‌ ଆସନ୍ତା ୨୩ ତାରିଖରେ ଉପସ୍ଥାପନ କରାଯିବ ବୋଲି ଶନିବାର କେନ୍ଦ୍ରୀୟ...

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସରିଲା ସିବିଆଇ ଯାଞ୍ଚ, ମୁଖ୍ୟମନ୍ତ୍ରୀଙ୍କୁ ନେଇ ଅଧିକାରୀ କହିଲେ…

ମୁମ଼୍ବାଇ, ୬।୭: ଦିଲ୍ଲୀରେ ହୋଇଥିବା ମଦ ଦୁର୍ନୀତି ମାମଲା ଯାଞ୍ଚ କରୁଥିବା କେନ୍ଦ୍ର ତଦନ୍ତକାରୀ ସଂସ୍ଥା ସିବିଆଇ ତଦନ୍ତ ଶେଷ କରିଛି । ଶନିବାର ସିବିଆଇ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri