ନୂଆ ରୂପରେ ସଜେଇ ହେଉଛି ଲକ୍ଷ୍ମୀ ବସ୍‌: ଏବେ ସବୁଜ ବଦଳରେ…

ଢେଙ୍କାନାଳ,୨ା୭(ରତନ ନାୟାର):ଢେଙ୍କାନାଳ ବସ୍‌ଷ୍ଟାଣ୍ଡ ପରିସରରେ ଥିବା ଲକ୍ଷ୍ମୀ ବସ୍‌ଗୁଡିକର ରଙ୍ଗ ବଦଳାଯାଉଛି। ପୂର୍ବ ବିଜେଡି ସରକାରଙ୍କ ସମୟରେ ଗତ ଜାନୁଆରୀ ୩୧ ତାରିଖରେ ଢେଙ୍କାନାଳ ଜିଲାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଭାସି ମାଧ୍ୟମରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ ହୋଇଥିଲା। ବ୍ଲକ ମହକୁମାରୁ ପଞ୍ଚାୟତ ମହକୁମାକୁ ବସ୍‌ଗୁଡିକ ଯାତାୟାତ କରୁଥିବା ବେଳେ ମହିଳାମାନଙ୍କ ପାଇଁ ୫ଟଙ୍କା ଟିକେଟ୍‌ ବ୍ୟବସ୍ଥା ଥିଲା। ବସ୍‌ର ରଙ୍ଗ ସବୁଜ ରହିଥିଲା। ହେଲେ ସରକାର ବଦଳିବା ପରେ ଗତ ଜୁନ ୬ ତାରିଖରେ ପ୍ରଥମେ ଲକ୍ଷ୍ମୀ ବସ୍‌ରୁ ଷ୍ଟିିକରିଂ ହଟାଯାଇଥିଲା। ଏହାପରେ ବସ୍‌ଗୁଡିକୁ ଗେରୁଆ ରଙ୍ଗ କରାଯାଉଥିବା ଦେଖାଯାଇଛି। ରଥଯାତ୍ରା ଉପଲକ୍ଷେ ଜିଲା ମହକୁମାରୁ ଏହି ବସ୍‌ଗୁଡିକ ପୁରୀ ଅଭିମୁଖେ ଯାତ୍ରା କରିବ ବୋଲି ଆଲୋଚନା ହେଉଛି। ଏ ସଂକ୍ରାନ୍ତରେ ଜିଲା ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଣୟ କୁମାର ମିଶ୍ର କହିଛନ୍ତିି, ରଙ୍ଗ ବଦଳିବା ନେଇ ସରକାରୀ ସ୍ତରରେ କୌଣସି ପତ୍ର ବା ନିର୍ଦ୍ଦେଶନାମା ଆସିନାହିଁ। ଏହା କେବଳ ସାଧାରଣରୁ ଶୁଣିବାକୁ ପାଇଛି। ଜିଲା ଓଏସ୍‌ଆର୍‌ଟିସି କର୍ତ୍ତୃପକ୍ଷ ମଧ୍ୟ ଏ ବିଷୟରେ କିଛି ଜଣାଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀରୁ ଅଜଣା ମହିଳାଙ୍କ ମୃତଦେହ ଜବତ, ହାତରେ ରହିଛି ଗୀତା ନାମରେ ଟାଟୁ

କେନ୍ଦୁଝର,୬ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କାଞ୍ଜିପାଣି ଥାନା ଅନ୍ତର୍ଗତ ଟଣ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମର ମାଙ୍କଡା ନଦୀରୁ ଆଜି ଜଣେ ଅଜଣା ମହିଳାଙ୍କ ମୃତଦେହ...

ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେଲେ ନିଆଯିବ ଆକ୍ସନ: ମନ୍ତ୍ରୀ

ଝରିଗାଁ,୬ା୭(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକକୁ ଶନିବାର ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଝରିଗାଁ ବିଧାୟକ ନରସିଂହ ଭତ୍ରା ଗସ୍ତ...

ଶାବର ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ରଥ-ପଥ ପ୍ରସ୍ତୁତ, ଆସନ୍ତାକାଲି ୯.୩୦ରେ ପହଣ୍ଡି

କୋରାପୁଟ,୬ା୭(ଅମିତାଭ ବେହେରା): କୋରାପୁଟସ୍ଥିତ ଶାବର ଶ୍ରୀକ୍ଷେତ୍ରରେ ରବିବାର ରଥଯାତ୍ରା ପାଇଁ ରଥ ଓ ପଥ ପ୍ରସ୍ତୁତ ହୋଇରହିଛି। ଏପଟେ ଏହାକୁ ଦେଖିବା ପାଇଁ ଜିଲା ଓ...

ଟଙ୍କା ବ୍ୟାଗ୍‌ ଫିଙ୍ଗି ଦୌଡ଼ିଥିଲେ ତହସିଲଦାର, ଗୋଡ଼ାଇ ଧରିଲା ଭିଜିଲାନ୍ସ ଟିମ୍‌

ରାୟଗଡ଼ା,୬ା୭): ରାୟଗଡ଼ା ଜିଲା ଚନ୍ଦ୍ରପୁର ତହସିଲଦାର ବିଚିତ୍ରାନନ୍ଦ ନାୟକ ଗିରଫ ହୋଇଛନ୍ତି। ୧ ଲକ୍ଷ ୧୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ...

ଛାତ୍ରୀଙ୍କ ସାଇକେଲ ଚୋରି ବେଳେ ଧରିଲେ ଲୋକେ

ତିହିଡ଼ି,୬ା୭(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବଜାର ସହ ବିଭିନ୍ନ ଅଞ୍ଚଳରୁ ସାଇକେଲ ଚୋରି କରୁଥିବା ଜଣେ ଯୁବକଙ୍କୁ ତିହିଡ଼ି ପୋଲିସ ଶନିବାର ଗିରଫ କରି...

ମହାପ୍ରଭୁଙ୍କ ଅପେକ୍ଷାରେ ତିନି ରଥ

ପୁରୀ,୬।୭: ରବିବାର ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏହି ପରିପ୍ରେକ୍ଷୀରେ ଶନିବାର ସିଂହଦ୍ୱାର ସମ୍ମୁଖରେ ଲାଗିଲା ତିନି ରଥ। ଆଜ୍ଞାମାଳ ବିଜେ ପରେ ଶ୍ରୀଜିଉଙ୍କ ତିନି ରଥକୁ...

ଅପହଞ୍ଚ ଜନଜାତି ଗାଁରେ ରଥ ଟାଣିବେ ଏମ୍‌ପି ସୁକାନ୍ତ

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ଏକାଧିକ ସ୍ଥାନରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ଅଞ୍ଚଳ ଉତ୍ସବ ମୁଖର...

ସ୍କୁଲ ଆସୁ ନାହାନ୍ତି ଶିକ୍ଷୟିତ୍ରୀ, ଶିକ୍ଷକ: ୪ଦିନ ହେଲା ଝୁଲୁଛି ତାଲା

ଭଦ୍ରକ,୬।୭: ଭଦ୍ରକ ଜିଲା ବାସୁଦେବପୁରସ୍ଥିତି ଦଧିବାମନପୁର ସ୍କୁଲରେ ୪ଦିନ ହେଲା ତାଲା ଝୁଲୁଛି। ଫଳରେ ଛାତ୍ରୀଛାତ୍ରଙ୍କ ପାଠ ପଢା ବନ୍ଦ ରହିଛି। ଏନେଇ ଅଭିଭାବକ ମହଳରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri