ବିଓବି କଟକ କ୍ଷେତ୍ର ପକ୍ଷରୁ ରାଜଭାଷା ସଂଗୋଷ୍ଠୀ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨।୭: (ଅଭୟ ଦାଶ): ବ୍ୟାଙ୍କ ଅଫ୍‌ ବରୋଦା(ବିଓବି)ର କଟକ କ୍ଷେତ୍ରୀୟ କାର୍ଯ୍ୟାଳୟ ଏବଂ ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗ(ତତ୍ତ୍ବାବଧାନ)ରେ ପ୍ରସିଦ୍ଧ ହିନ୍ଦୀ କବି ନାଗାର୍ଜୁନଙ୍କ ଜନ୍ମ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ରାଜଭାଷା ସଂଗୋଷ୍ଠୀ କାର୍ଯ୍ୟକ୍ରମ ସୋମବାର ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ଏପିରିକି ‘ନାଗାର୍ଜୁନଙ୍କ ରଚନାରେ ଜନ ଜାଗୃତି’ଶୀର୍ଷକ ବିଷୟବସ୍ତୁ (ଏହି ରାଜଭାଷା ସଂଗୋଷ୍ଠୀର ବିଷୟବସ୍ତୁ ଥଲା) ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଉଲ୍ଲେଖଯୋଗ୍ୟ, କଟକ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ହିନ୍ଦୀ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଡ. ଅଞ୍ଜୁମାନ ଆରା ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଅପରପକ୍ଷରେ ବିଓବି କଟକ କ୍ଷେତ୍ରର ରାଜଭାଷା ଅଧିକାରୀ ମନୀଷା ଯାଦବ ଉକ୍ତ କାର୍ଯ୍ୟକ୍ରମର ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଡ.ଅଭିଷେକ ଶର୍ମା,ବିଶାଳ ସାହୁ, ଶାମୁକା ପଟ୍ଟନାୟକ, ନୀହାରିକା ଦଳେଇଙ୍କ ସମେତ ବିଶ୍ୱବିଦ୍ୟଳୟର ଶିକ୍ଷାର୍ଥୀମାନେ ନାଗାର୍ଜୁନଙ୍କ ଉପରେ ସାରଗର୍ଭକ ମତାମତ ଦେଇଥିଲେ। ସେହିଭଳି ବିଓବିର ମୁଖ୍ୟ ପ୍ରବନ୍ଧକ ଜି.ସି. ପାଣିଗ୍ରାହୀ ବିଭିନ୍ନ ବ୍ୟାଙ୍କିଙ୍ଗ୍‌ ଏବଂ ରାଜଭାଷା ସମ୍ବନ୍ଧୀୟ ପଦକ୍ଷେପ ଉପରେ ବିସ୍ତୃତ ଆଲୋକପାତ ସହ ଉପସ୍ଥିତ ସବୁ ବର୍ଗର ଶୁଦ୍ଧିଜନଙ୍କୁ ଅବଗତ କରାଇଥିଲେ।
ସେହିପରି ବ୍ୟାଙ୍କର କ୍ଷେତ୍ରୀୟ ଡିଜିଟାଲ ପ୍ରବନ୍ଧକ ସୁକାନ୍ତ ପାଲ ଏବଂ ମାର୍କେଟିଂ ପ୍ରବନ୍ଧକ ସୁଭାଷ ବେହେରା ଫି ସଂଗ୍ରହ ମଡ୍ୟୁଲ (ପେମେଣ୍ଟ ଗେଟ ୱେ) ଏବଂ ବ୍ୟାଙ୍କ ଦ୍ୱାରା ପ୍ରସ୍ତୁତ ମାର୍କେଟିଂ ପଦକ୍ଷେପ ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ପରିଶେଷରେ ଅତିଥି ବକ୍ତା ଇମରାନା ଇସ୍ରାଏଲ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଓବିର ଅଧିକାରୀ, ବିଶ୍ୱବିଦ୍ୟାଳୟ ହିନ୍ଦୀ ବିଭାଗର ବିଭାଗୀୟ ମୁଖ୍ୟ, ଅଧ୍ୟାପକ ଏବଂ ଶିକ୍ଷାର୍ଥୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଂସଦରେ ଏହିଦିନ ଉପସ୍ଥାପନ ହେବ କେନ୍ଦ୍ର ବଜେଟ, କିରେନ ରିଜିଜୁ କଲେ ଘୋଷଣା

ନୂଆଦିଲ୍ଲୀ,୬।୭: କେନ୍ଦ୍ର ବଜେଟ ନେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଶନିବାର ତାରିଖ ଘୋଷଣା କରିଛନ୍ତି। ସେ ଆଜି ଏକ୍ସରେ ପୋଷ୍ଟ କରି...

ଏନ୍‌ଏମ୍‌ଡିସି ପରିଦର୍ଶନକଲେ କେନ୍ଦ୍ର ଇସ୍ପାତ ସଚିବ

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ଦେଶର ପ୍ରମୁଖ କେନ୍ଦ୍ରୀୟ ସଂସ୍ଥା ତଥା ନ୍ୟାଶନାଲ ମିନେରାଲ ଡେଭଲପମେଣ୍ଟ କର୍ପୋରେଶନ(ଏନ୍‌ଏମ୍‌ଡିସି) ଲିମିଟେଡ୍‌ର ହାଇଦ୍ରାବାଦର ପାଟନଚେରୁସ୍ଥିତ ନ୍ୟୁ ଷ୍ଟେଟ୍‌ ଅଫ୍‌ ଆର୍ଟ...

୨୦୩୧-୩୨ସୁଦ୍ଧା ୩୮୪ଜିଡ଼ବ୍ଲ୍ୟୁ ଶକ୍ତି ଚାହିଦା ଆକଳନ

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ (ଆଇସିସି)ର ଓଡ଼ିଶା ଶଖା ପକ୍ଷରୁ ଭୁବନେଶ୍ୱର ଠାରେ ପୂର୍ବାଞ୍ଚଳରେ ବିକଳ୍ପ ଶକ୍ତି ଉସତ୍ର ସୁଚିନ୍ତିତ ତଥା...

ବଜାରରେ ବଜାଜ୍‌ର ଫ୍ରିଡମ୍‌୧୨୫

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ବଜାଜ୍‌ ଅଟୋ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କମ୍ପ୍ରେସ୍‌ଡ ନ୍ୟାଚୁରାଲ ଗ୍ୟାସ୍‌ ବା ସିଏନ୍‌ଜି ବାଇକ୍‌ ‘ଫ୍ରିଡମ...

ଇସ୍‌ରାଏର ଚାର୍ଟରିଂ ସେରିମନି

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ହିଟିଂ, ରେଫ୍ରିଜରେଟିଂ ଆଣ୍ଡ ଏୟାର କଣ୍ଡିସ୍‌ନିଂ ଇଞ୍ଜିନିୟର୍ସ (ଆଇଏସ୍‌ଏଚ୍‌ଏଆର୍‌ଏଇ ବା ଇସ୍‌ରାଏ)ର ଭୁବନେଶ୍ୱର ଚାପ୍ଟର ପକ୍ଷରୁ...

ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ମନ୍‌ସୁନ୍‌ ସେଲ୍‌

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ପୂର୍ବ ଭାରତର ପ୍ରମୁଖ ଗହଣା ବ୍ରାଣ୍ଡ୍‌ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ବହୁ ପ୍ରତୀକ୍ଷିତ ଅଫର ‘ମନ୍‌ସୁନ୍‌...

ବ୍ୟବସାୟ ସମ୍ପ୍ରସାରଣକୁ ସର୍ବାଧିକ ଗୁରୁତ୍ୱ

ଭୁବନେଶ୍ୱର ,୬।୭ (ଅଭୟ ଦାଶ): କିସ୍‌ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲେରି ପକ୍ଷରୁ ଭୁବନେଶ୍ୱରଠାରେ ଏକ ଦିନିକିଆ ଗ୍ରାହକ ସମ୍ମିଳନୀ (ରିଟେଲ ପାର୍ଟନରମାନଙ୍କ ପାଇଁ ଏକ ବ୍ୟବସାୟିକ...

ମାଲାବାରରେ ମାଇନ ଡାଇମଣ୍ଡ ଶୋ

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡର ବହୁ ପ୍ରତୀକ୍ଷିତ ‘ଡାଇମଣ୍ଡ ’ ଶୋ ସର୍ବଭାରତୀୟ ସ୍ତରରେ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମାଲାବାର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri