ଫିଟ୍‌ନେସ୍‌ ଚ୍ୟାଲେଞ୍ଜ ଜରିଆରେ ଡକ୍ଟର୍ସ ଡେ ପାଳିତ

ଭୁବନେଶ୍ୱର,୨।୭: (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏଚସିଜି ପଣ୍ଡା କ୍ୟାନସର ହସ୍ପିଟାଲ କଟକ ପକ୍ଷରୁ ଜାତୀୟ ଡାକ୍ତର ଦିବସ (ଡକ୍ଟର୍ସ ଡେ) ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ହସ୍ପିଟାଲ ପକ୍ଷରୁ ପାହାଳସ୍ଥିତ ହୋଟେଲ ପାଲ ହାଇଟ୍ସ ମନ୍ତ୍ରାଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ଡାକ୍ତରଙ୍କ ସହଯୋଗରେ ଏକ ଫିଟନେସ ଚ୍ୟାଲେଞ୍ଜର ଆୟୋଜନ କରାଯାଇଥିଲା। ଏହି ଆୟୋଜନର ବିଷୟବସ୍ତୁ ‘ଉଇଙ୍ଗସ ଓ ସ୍ପେଥସ ସ୍କୋପ: ହିଲରସ ଅଫ ହୋପ ରହିଥିଲା। ପ୍ରତି ବର୍ଷ ଏଚସିଜିର ଏହି କାର୍ଯ୍ୟକ୍ରମଟି ଡାକ୍ତରଙ୍କ ନିଃସ୍ବାର୍ଥପର କର୍ତ୍ତବ୍ୟକୁ ପ୍ରୋତ୍ସାହିତ କରିଥାଏ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଶେଷଜ୍ଞଙ୍କଠାରୁ ଡାକ୍ତରମାନଙ୍କ ପର୍ଯ୍ୟନ୍ତ ଉତ୍ସାହଜନକ ଯୋଗଦାନ ଦେଖିବାକୁ ମିଳିଥିଲା। ଏପରିକି ସମସ୍ତେ ଫିଟନେସ ଦକ୍ଷତା ପ୍ରଦର୍ଶନ କରିବା ସହ ଉକ୍ତ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀମାନେ ସାଧାରଣ ଡାକ୍ତରଖାନା ପରିବେଶକୁ ବନ୍ଧୁତ୍ୱ ପୂର୍ଣ୍ଣ ବାତାବରଣ ସୃଷ୍ଟି କରି ରୋଗୀଙ୍କ ମୁହଁରେ ହସ ଫୁଟାଇଥାନ୍ତି। ଏପରିକି ଡାକ୍ତରମାନେ ଫିଟନେସ କାର୍ଯ୍ୟକ୍ରମରେ ଯୋଗଦେଇ ଏହାକୁ ମଧ୍ୟ ଉପଭୋଗ କରିଥିଲେ। ସେମାନଙ୍କ ଏହି ଯୋଗଦାନ ସ୍ବାସ୍ଥ୍ୟ ଓ ସୁସ୍ଥତା ପ୍ରତି ପ୍ରତିବଦ୍ଧତାର ପରିଚୟ ଦେଇଥିଲା।
ଏ ସମ୍ପର୍କରେ ଏଚସିଜି ପଣ୍ଡା କ୍ୟାନସର ହସ୍ପିଟାଲ କଟକର ସିଓଓ ଶାନ୍ତନୁ କୁମାର ଦାସ କହିଥିଲେ, ଡାକ୍ତରମାନେ ରୋଗୀ ସେବାର ମୁଖ୍ୟ ଉତ୍ସ ହୋଇଥିଲାବେଳେ ସେମାନଙ୍କର ନିରବଚ୍ଛିନ୍ନ ଓ ଅକ୍ଳାନ୍ତ ଚେଷ୍ଟା ବେଶ ପ୍ରଶଂସାଯୋଗ୍ୟ। ଏପରିକି ଉନ୍ନତ କ୍ୟାନସର ଚକିତ୍ସାକୁ ସୁଗମ କରିବା ଲାଗି ଏଚସିଜିର ପ୍ରୟାସ ସଦାସର୍ବଦା ରହିଆସିଛି। ଏହି ଜାତୀୟ ଡାକ୍ତର ଦିବସରେ ଆମେ ଆମର ସ୍ବାସ୍ଥ୍ୟସେବା ହିରୋମାନଙ୍କ ଉତ୍ସର୍ଗକୁ ପାଳନ ଓ ସମ୍ମାନିତ କରିଛୁ। ବିଶେଷ କରି ଅଙ୍କୋଲୋଜି ବିଭାଗରେ ଆମର ନେତୃତ୍ୱକୁ ନିଶ୍ଚିତ କରି ଏଚସିଜିର ରୋଗୀମାନଙ୍କ ମୁହଁରେ ହସ ଫୁଟାଇବାକୁ ଆମେ ସର୍ବଦା ତତ୍ପର। ଏଚସିଜି ପଣ୍ଡା କ୍ୟାନସର ହସ୍ପିଟାଲରେ ଏକ ଉତ୍ତମ କାର୍ଯ୍ୟ ପରିବେଶ ସୃଷ୍ଟି କରିବାକୁ ପ୍ରତିଶ୍ରୁତିବଦ୍ଧ। ଯାହାକି ଏହାର ଡାକ୍ତରଙ୍କ ଶାରୀରିକ ଓ ମାନସିକ ସୁସ୍ଥତାକୁ ପ୍ରାଧାନ୍ୟ ଦେଇଥାଉ। ରୋଗୀମାନଙ୍କ ସେବା ପ୍ରତି ଡାକ୍ତରଙ୍କ ଉତ୍ସର୍ଗୀକୃତ ମନୋଭାବକୁ ଆମେ ସମ୍ମାନ ଜଣାଇବା ସହ ବିଭିନ୍ନସ୍ତରରେ ସେମାନଙ୍କ ଶାରୀରିକ ସୁସ୍ଥତା ଆମେ କାମନା କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ସଂସଦରେ ଏହିଦିନ ଉପସ୍ଥାପନ ହେବ କେନ୍ଦ୍ର ବଜେଟ, କିରେନ ରିଜିଜୁ କଲେ ଘୋଷଣା

ନୂଆଦିଲ୍ଲୀ,୬।୭: କେନ୍ଦ୍ର ବଜେଟ ନେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଶନିବାର ତାରିଖ ଘୋଷଣା କରିଛନ୍ତି। ସେ ଆଜି ଏକ୍ସରେ ପୋଷ୍ଟ କରି...

ଏନ୍‌ଏମ୍‌ଡିସି ପରିଦର୍ଶନକଲେ କେନ୍ଦ୍ର ଇସ୍ପାତ ସଚିବ

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ଦେଶର ପ୍ରମୁଖ କେନ୍ଦ୍ରୀୟ ସଂସ୍ଥା ତଥା ନ୍ୟାଶନାଲ ମିନେରାଲ ଡେଭଲପମେଣ୍ଟ କର୍ପୋରେଶନ(ଏନ୍‌ଏମ୍‌ଡିସି) ଲିମିଟେଡ୍‌ର ହାଇଦ୍ରାବାଦର ପାଟନଚେରୁସ୍ଥିତ ନ୍ୟୁ ଷ୍ଟେଟ୍‌ ଅଫ୍‌ ଆର୍ଟ...

୨୦୩୧-୩୨ସୁଦ୍ଧା ୩୮୪ଜିଡ଼ବ୍ଲ୍ୟୁ ଶକ୍ତି ଚାହିଦା ଆକଳନ

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ (ଆଇସିସି)ର ଓଡ଼ିଶା ଶଖା ପକ୍ଷରୁ ଭୁବନେଶ୍ୱର ଠାରେ ପୂର୍ବାଞ୍ଚଳରେ ବିକଳ୍ପ ଶକ୍ତି ଉସତ୍ର ସୁଚିନ୍ତିତ ତଥା...

ବଜାରରେ ବଜାଜ୍‌ର ଫ୍ରିଡମ୍‌୧୨୫

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ବଜାଜ୍‌ ଅଟୋ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କମ୍ପ୍ରେସ୍‌ଡ ନ୍ୟାଚୁରାଲ ଗ୍ୟାସ୍‌ ବା ସିଏନ୍‌ଜି ବାଇକ୍‌ ‘ଫ୍ରିଡମ...

ଇସ୍‌ରାଏର ଚାର୍ଟରିଂ ସେରିମନି

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ହିଟିଂ, ରେଫ୍ରିଜରେଟିଂ ଆଣ୍ଡ ଏୟାର କଣ୍ଡିସ୍‌ନିଂ ଇଞ୍ଜିନିୟର୍ସ (ଆଇଏସ୍‌ଏଚ୍‌ଏଆର୍‌ଏଇ ବା ଇସ୍‌ରାଏ)ର ଭୁବନେଶ୍ୱର ଚାପ୍ଟର ପକ୍ଷରୁ...

ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ମନ୍‌ସୁନ୍‌ ସେଲ୍‌

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ପୂର୍ବ ଭାରତର ପ୍ରମୁଖ ଗହଣା ବ୍ରାଣ୍ଡ୍‌ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ବହୁ ପ୍ରତୀକ୍ଷିତ ଅଫର ‘ମନ୍‌ସୁନ୍‌...

ବ୍ୟବସାୟ ସମ୍ପ୍ରସାରଣକୁ ସର୍ବାଧିକ ଗୁରୁତ୍ୱ

ଭୁବନେଶ୍ୱର ,୬।୭ (ଅଭୟ ଦାଶ): କିସ୍‌ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲେରି ପକ୍ଷରୁ ଭୁବନେଶ୍ୱରଠାରେ ଏକ ଦିନିକିଆ ଗ୍ରାହକ ସମ୍ମିଳନୀ (ରିଟେଲ ପାର୍ଟନରମାନଙ୍କ ପାଇଁ ଏକ ବ୍ୟବସାୟିକ...

ମାଲାବାରରେ ମାଇନ ଡାଇମଣ୍ଡ ଶୋ

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡର ବହୁ ପ୍ରତୀକ୍ଷିତ ‘ଡାଇମଣ୍ଡ ’ ଶୋ ସର୍ବଭାରତୀୟ ସ୍ତରରେ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମାଲାବାର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri