ଭାଜପା ଉପରେ ବର୍ଷିଲା ବିଜେଡି: ପ୍ରତିଶ୍ରୁତି ପ୍ରଥମ ପାଳନ କରୁ…

ଭୁବନେଶ୍ୱର,୨ା୭(ଅନିଲ ଦାସ):ରାଜ୍ୟରେ କ୍ଷମତାକୁ ଆସିବା ପରେ ନିର୍ବାଚନରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣକୁ ପ୍ରାଥମିକତା ଦିଆଯିବ ବୋଲି ଭାଜପା ସରକାର ସ୍ପଷ୍ଟ କରିଛନ୍ତି। ଯାହାକୁ ନେଇ ସୋମବାର ବିଜେଡି ପ୍ରତିକ୍ରିୟା ରଖିଛି। ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବ କହିଛନ୍ତି, ଆଜି ହେଉଛି ଜୁଲାଇ ୧ ତାରିଖ। ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ବିଜେଡି କହିଥିଲା ଜୁଲାଇରୁ ବିଜୁଳି ବିଲ୍‌ ଦେବାକୁ ପଡିବନି। ୧୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି ଦିଆଯିବ। ତେବେ ନିର୍ବାଚନ ପ୍ରଚାର ସମୟରେ ଭାଜପା ୩୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ଭାଜପା ଦେଇଥିବା ପ୍ରତିଶ୍ରୁତି ପାଳନ କରୁ ବୋଲି ପ୍ରତାପ ଦେବ କହିଛନ୍ତି। ଭାଜପା କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ନିର୍ବାଚନୀ ପ୍ରତିଶ୍ରୁତିକୁ ଆଗ ପାଳନ କରାଯିବ ବୋଲି କହୁଛନ୍ତି। ସେହି ଆଧାରରେ ଗତ ୫ ତାରିଖରୁ ଏପର୍ଯ୍ୟନ୍ତ ମାଗଣା ବିଜୁଳି ନେଇ କେହି ମୁହଁ ଖୋଲିନାହାନ୍ତି। କିନ୍ତୁ ସରକାରଙ୍କୁ ବିଜେଡି ଏ ବାବଦରେ ମନେପକାଇ ଦେଉଛି। ନିର୍ବାଚନରେ ଦିଆଯାଇଥିବା ପ୍ରତିଶ୍ରୁତି ଯେପରି ପାଣିର ଗାର ପାଲଟି ନ ଯାଉ ବୋଲି ପ୍ରତାପ କହିଛନ୍ତି। ଏଥିସହ ସେ କହିଛନ୍ତି, ଆମ ଓଡ଼ିଶା ନବୀନ ଓଡ଼ିଶା ରାଜ୍ୟ ସରକାରଙ୍କ ଅନୁମୋଦିତ ସ୍କିମ୍‌। ତାକୁ ବନ୍ଦ କରିବାର ଆବଶ୍ୟକତା ନାହିଁ। ଏହା ଲୋକାଭିମୁଖୀ ଯୋଜନା। ନୂଆ ସରକାର ଏ ବାବଦରେ ଟିପ୍ପଣୀ ଦେଇନାହାନ୍ତି। ଭବିଷ୍ୟତରେ କ’ଣ ହେବ ତାହା ସରକାରଙ୍କ ନିଷ୍ପତ୍ତି ବୋଲି ପ୍ରତାପ ଦେବ କହିଛନ୍ତି।
ଅନ୍ୟପକ୍ଷରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ବିଜେଡି ନେତାଙ୍କ ମନ୍ତବ୍ୟର ପ୍ରତିକ୍ରିୟା ପ୍ରକାଶକରି କହିଛନ୍ତି, ଭାଜପାର ସଙ୍କଳ୍ପପତ୍ରକୁ ବିଜେଡି ନେତା ଠିକ୍‌ ଢଙ୍ଗରେ ପଢ଼ିନାହାନ୍ତି। ମୋଦି ଯାହା କହନ୍ତି, ତାହା କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ତ ସରକାରୀ ଜମି ଜବରଦଖଲ ହଟାଇବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୬।୭: ରାଜ୍ୟର ସମସ୍ତ ଜିଲାରେ ସରକାରୀ ଜମି ଜବରଦଖଲ ବଢି ଚାଲିଥିବା ବେଳେ ଚିନ୍ତା ପ୍ରକଟ କରିଛନ୍ତି ସରକାର। ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଜବରଦଖଲକୁ...

ସୋମବାର ଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ୱର, ୬ା୭(ଅସମାପିକା ସାହୁ) – ଚଳିତବର୍ଷ ଶ୍ରୀଜୀଉଙ୍କ ଗୁଣ୍ଡିଚା ଯାତ୍ରା ଦୁଇଦିନ ଧରି ଚାଲିବ। ରବିବାର ସାପ୍ତାହିକ ଛୁଟି ଥିବାବେଳେ ସୋମବାର ରାଜ୍ୟର ସମସ୍ତ ସ୍କୁଲ,...

ଟଙ୍କା ବ୍ୟାଗ୍‌ ଫିଙ୍ଗି ଦୌଡ଼ିଥିଲେ ତହସିଲଦାର, ଗୋଡ଼ାଇ ଧରିଲା ଭିଜିଲାନ୍ସ ଟିମ୍‌

ରାୟଗଡ଼ା,୬ା୭): ରାୟଗଡ଼ା ଜିଲା ଚନ୍ଦ୍ରପୁର ତହସିଲଦାର ବିଚିତ୍ରାନନ୍ଦ ନାୟକ ଗିରଫ ହୋଇଛନ୍ତି। ୧ ଲକ୍ଷ ୧୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ...

ମହାପ୍ରଭୁଙ୍କ ଅପେକ୍ଷାରେ ତିନି ରଥ

ପୁରୀ,୬।୭: ରବିବାର ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏହି ପରିପ୍ରେକ୍ଷୀରେ ଶନିବାର ସିଂହଦ୍ୱାର ସମ୍ମୁଖରେ ଲାଗିଲା ତିନି ରଥ। ଆଜ୍ଞାମାଳ ବିଜେ ପରେ ଶ୍ରୀଜିଉଙ୍କ ତିନି ରଥକୁ...

ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର, ୬।୭: ଚାରି ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ଭୁବନେଶ୍ୱରରେ ହେବାକୁ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ...

ସ୍କୁଲ ଆସୁ ନାହାନ୍ତି ଶିକ୍ଷୟିତ୍ରୀ, ଶିକ୍ଷକ: ୪ଦିନ ହେଲା ଝୁଲୁଛି ତାଲା

ଭଦ୍ରକ,୬।୭: ଭଦ୍ରକ ଜିଲା ବାସୁଦେବପୁରସ୍ଥିତି ଦଧିବାମନପୁର ସ୍କୁଲରେ ୪ଦିନ ହେଲା ତାଲା ଝୁଲୁଛି। ଫଳରେ ଛାତ୍ରୀଛାତ୍ରଙ୍କ ପାଠ ପଢା ବନ୍ଦ ରହିଛି। ଏନେଇ ଅଭିଭାବକ ମହଳରେ...

ଆସିଲା ଖୁସିଖବର: ଜାଣନ୍ତୁ କେଉଁମାନେ ସାମିଲ ହେବେ ହେବେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ

ଭୁବନେଶ୍ୱର,୬।୭: କୃଷକଙ୍କ ପାଇଁ ଆସିଲା ଖୁସିଖବର। କୃଷକ ଭାଇ ମାନଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଯୋଗ୍ୟ...

କ୍ରୀଡ଼ା ପାଇଁ ସମର୍ପିତ ଓଡ଼ିଶା ସରକାର; ଚାମ୍ପିୟନ ମହିଳା ରଗ୍‌ବୀ ଦଳକୁ ରାତି ଅଧରେ କଲେ ସ୍ୱାଗତ

ଭୁବନେଶ୍ୱର, ୬।୭: ମହାରାଷ୍ଟ୍ରର ପୁଣେସ୍ଥିତ ବେଲଓ୍ବୋଡ଼ି ଷ୍ଟାଡିୟମରେ ଗୁରୁବାର ଉଦ୍‌ଯାପିତ ସର୍ବଭାରତୀୟ ସିନିୟର ମହିଳା ରଗ୍‌ବୀ ୭ ଏସ୍‌ ଚାମ୍ପିୟନଶିପ୍‌ରେ ଓଡ଼ିଶା ଦଳ ଚାମ୍ପିୟନ ହୋଇଛି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri