Posted inଖେଳ

ଏହି ୩ ଖେଳାଳିଙ୍କ ଚମକିଲା ଭାଗ୍ୟ, ଟିମ ଇଣ୍ଡିଆରେ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୨।୭: ଶୁବମାନ ଗିଲଙ୍କ ଅଧିନାୟକତ୍ୱ ଭାରତୀୟ ଦଳ ଜିମ୍ବାୱେ ଗସ୍ତ କରିଛନ୍ତି। ଏହା ପରେ ବିସିସିଆଇ ଦଳରେ ବଡ଼ ପରିବର୍ତ୍ତନ ଆଣି ତିନି ଖେଳାଳିଙ୍କୁ ଅନ୍ତର୍ଭୁକ୍ତ କରିଛି। ଏହି ତିନି ଖେଳାଳିଙ୍କ ମଧ୍ୟରେ ସାଇ ସୁଦର୍ଶନ, ଜିତେଶ ଶର୍ମା ଏବଂ ହର୍ଷିତ ରାଣା ଉପସ୍ଥିତ ଅଛନ୍ତି। ଭାରତ ଏବଂ ଜିମ୍ବାୱେ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି -୨୦ ଖେଳାଯିବ। ଏହି ତିନି ଖେଳାଳିଙ୍କୁ ପ୍ରଥମ ଦୁଇଟି ମ୍ୟାଚ ପାଇଁ ଭାରତୀୟ ଦଳର ଏକ ଅଂଶ କରାଯାଇଛି। ପ୍ରଥମ ଥର ପାଇଁ ହର୍ଷିତ ରାଣାଙ୍କୁ ଟିମ ଇଣ୍ଡିଆରେ ସାମିଲ କରାଯାଇଛି।

ଶିବମ ଦୁବେ, ଯଶସ୍ବି ଜୟସ୍ବାଲ ଏବଂ ସଞ୍ଜୁ ସାମସନଙ୍କୁ ପ୍ରଥମ ଦୁଇଟି ମ୍ୟାଚ ପାଇଁ ରିପ୍ଲେସ କରାଯାଇଛି। ସମସ୍ତ ତିନି ଖେଳାଳି ଟି -୨୦ ବିଶ୍ୱକପ୍‌ ୨୦୨୪ ଖେଳୁଥିଲେ। ହେଲେ ବିଶ୍ୱକପ୍‌ ବିଜେତା ଦଳ ବାର୍ବାଡୋସରୁ ଭାରତକୁ ଫେରିନାହାନ୍ତି। ଏହି କାରଣରୁ ତିନିଜଣ ଖେଳାଳି ଶୁବମାନ ଗିଲଙ୍କ ଅଧିନାୟକତ୍ୱ ଦଳ ସହିତ ଜିମ୍ବାୱେ ଯାଇପାରିବେ ନାହିଁ। ତେଣୁ ତିନି ଖେଳାଳିଙ୍କୁ ରିପ୍ଲେସ୍‌ କରାଯାଇଛି।

ଜିମ୍ବାୱେ ସିରିଜ ପାଇଁ ଭାରତୀୟ ଦଳ: ଶୁବମାନ ଗିଲ (ଅଧିନାୟକ), ଋତୁରାଜ ଗାଇକୱାଡ, ଅଭିଷେକ ଶର୍ମା, ରିଙ୍କୁ ସିଂ, ଧ୍ରୁବ ଜୁରେଲ (ଉଇକେଟ୍‌ କିପର), ରିୟାନ ପରାଗ, ୱାଶିଂଟନ ସୁନ୍ଦର, ରବି ବିଷ୍ଣୋଇ, ଆବେଶ ଖାନ, ଖାଲିଲ ଅହମ୍ମଦ, ମୁକେଶ କୁମାର, ତୁଷାର ଦେଶପାଣ୍ଡେ, ସାଇ ସୁଦର୍ଶନ, ହର୍ଷିତ ରାଣା


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋହିତ ଓ କୋହଲିଙ୍କୁ ନେଇ ବଡ଼ ଘୋଷଣା କରିପାରେ ବିସିସିଆଇ, ଇଏ ହେବେ କ୍ୟାପ୍ଟେନ୍‌

ନୂଆଦିଲ୍ଲୀ, ୦୮।୦୭: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ରୋହିତ ଶର୍ମା, ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ଏବଂ ପେସ୍‌ ବୋଲର ଜସପ୍ରୀତ୍‌ ବୁମ୍‌ରାଙ୍କୁ ନେଇ ବଡ଼...

ବିଶ୍ୱ ବିଜେତା ଭାରତୀୟ ଦଳକୁ ମିଳିଲା ମାଳଦ୍ୱୀପର ନିମନ୍ତ୍ରଣ

ମାଲେ,୮ା୭: ଟି୨୦ କ୍ରିକେଟ ବିଶ୍ୱକପ ବିଜେତା ଭାରତୀୟ ଦଳକୁ ମାଳଦ୍ୱୀପ ଆମନ୍ତ୍ରଣ କରାଯାଇଛି। ଭାରତର ବିଶ୍ୱକପ ବିଜୟକୁ ସେଲିବ୍ରେଟ କରିବା ପାଇଁ ମାଳଦ୍ୱୀପର ପର୍ଯ୍ୟଟନ ବିଭାଗ...

ଅଭିଷେକଙ୍କ ଶତକକୁ ନେଇ ଗୁରୁ ଯୁବରାଜ ସିଂ କହିଲେ ଆଗକୁ ଆହୁରି ଅଛି…

ନୂଆଦିଲ୍ଲୀ, ୦୮।୦୭: ଅଭିଷେକ ଶର୍ମା ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ୍‌ର ଡେବ୍ୟୁ ମ୍ୟାଚ୍‌ରେ ଫ୍ଲପ୍‌ ହୋଇଥିଲେ । ସେ ଜିମ଼୍ବାୱେ ବିପକ୍ଷରେ ପ୍ରଥମ-୨୦ ମ୍ୟାଚ୍‌ରେ ଓପନର୍‌ ଭାବେ...

ଟିମ୍‌କୁ ଚାମ୍ପିୟନ କରିଥିବାରୁ ରାହୁଲ ଦ୍ରାଭିଡଙ୍କ ଉପରେ ହେଲା ଧନ ବର୍ଷା, ମିଳିଲା ଏତିକି କୋଟି ଟଙ୍କା

ନୂଆଦିଲ୍ଲୀ,୮।୭: ଟିମ ଇଣ୍ଡିଆ ଟି -୨୦ ବିଶ୍ୱକପ ୨୦୨୪ରେ ଟାଇଟଲ ଜିତି ଇତିହାସ ସୃଷ୍ଟି କରିଛି। ଏହି ଟୁର୍ନାମେଣ୍ଟରେ ଟ୍ରଫି ଜିତିବା ପାଇଁ ବିସିସିଆଇ ଭାରତୀୟ...

ଶତକ ହାସଲ ପରେ ‘ଗୁରୁ’ଙ୍କୁ ଭିଡିଓ କଲ୍‌ କଲେ ଅଭିଷେକ: ଜାଣନ୍ତୁ ତାଙ୍କ ଗୁରୁ କିଏ

ହରାରେ,୮।୭: ଦ୍ୱିତୀୟ ଟି-୨୦ରେ ଭାରତୀୟ ଦଳ ସହଜରେ ଜିମ୍ବାୱେକୁ ପରାସ୍ତ କରିଛି। ଶୁଭମାନ ଗିଲଙ୍କ ନେତୃତ୍ୱରେ ଭାରତୀୟ ଦଳ ୧୦୦ ରନରେ ଜିତିଥିଲା। ଏହିପରି ୫...

ନିଜ ବ୍ୟାଟ୍‌ ସହ ଖେଳୁ ନ ଥିଲେ ଅଭିଷେକ…ଶତକ ହାସଲ ପରେ ବଡ଼ ଖୁଲାସା କଲେ ଅଭିଷେକ

ନୂଆଦିଲ୍ଲୀ,୮।୭:ଅଭିଷେକ ଶର୍ମା ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ମ୍ୟାଚରେ ଖାତା ନ ଖୋଲି ଆଉଟ ହୋଇଥିଲେ। ପରେ ତାଙ୍କୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଥିଲା। କିନ୍ତୁ...

ରେକର୍ଡ ବୁକ ହଲାଇ ଦେଲେ ଅଭିଷେକ

ହରାରେ,୭।୭: ଭାରତୀୟ ଦଳର ଯୁବ ଓପନର୍‌ ଅଭିଷେକ ଶର୍ମା ତାଙ୍କ ଟି -୨୦ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ଶତକ ସ୍କୋର କରି ରେକର୍ଡ ବୁକକୁ ହଲାଇ...

ପରାଜୟର ପ୍ରତିଶୋଧ ନେଲା ଭାରତ

ହରାରେ,୭।୭: ହରାରେ ସ୍ପୋର୍ଟସ କ୍ଲବଠାର ରବିବାର ଖେଳାଯାଉଥିବା ଭାରତ-ଜିମ୍ବାଓ୍ବେ ଦ୍ୱିତୀୟ ଟି-୨୦ରେ ଜିମ୍ବାଓ୍ବେକୁ ୧୦୦ ରନ୍‌ରେ ପରାସ୍ତ କରି ପ୍ରଥମ ପରାଜୟର ପ୍ରତିଶୋଧ ନେଇଛି ଟିମ୍‌...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri