ବାଲି ଚୋରାଚାଲାଣର ମାଧ୍ୟମ ଗ୍ରାମାଞ୍ଚଳ ରାସ୍ତା

ହାଟଡିହୀ,୩।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ପକ୍ଷରୁ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଉଛି। ଫଳରେ ବେଆଇନ ବାଲି ଚୋରାଚାଲାଣ କିଛି ମାତ୍ରାରେ ହ୍ରାସ ପାଇଥିଲେ ବି ବାଲି ମାଫିଆ ଗଳାବାଟରେ ଚୋରାଚାଲାଣ କରୁଛନ୍ତି। ପୋଲିସ ଭୟରେ ବାଲି ଗାଡି ରାସ୍ତା ପରିବର୍ତ୍ତନ କରି ହାଟଡିହୀ ବ୍ଲକ୍‌ ଭଦ୍ରକ, ବାଲେଶ୍ୱର ଏବଂ ଯାଜପୁର ଜିଲାକୁ ସଂଲଗ୍ନ କରୁଥିବା ସୀମାନ୍ତ ଗାଁ ରାସ୍ତାରେ ପରିବହନ କରୁଛନ୍ତି। ଫଳରେ ଗ୍ରାମ୍ୟ ରାସ୍ତା ଏବେ ଶୋଚନୀୟ ହୋଇ ବିପଦ ସଙ୍କୁଳ ହୋଇପଡ଼ିଛି। ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଡଅଁର ପଞ୍ଚାୟତ ପୂର୍ବତନ ସମିତି ସଭ୍ୟ ବୀରେନ୍ଦ୍ର ବିଶ୍ୱାଳ ଦାବି କରିଛନ୍ତି।
ପ୍ରକାଶ ଯେ, ଆନନ୍ଦପୁର-ଭଦ୍ରକ ୫୩ ନଂ. ରାଜ୍ୟ ରାଜପଥର ଛେନାପଦୀରୁ ମରୈଗାଁ ମଧ୍ୟରେ ନନ୍ଦିପଦା ପୋଲିସ ବେଆଇନ ବାଲି ବୋଝେଇ ଗାଡ଼ି ଜବତ କରୁଛି। ଏବେ ବାଲିମାଫିଆ ପୋଲିସ ଭୟରେ ହାଟଡିହୀ ବ୍ଲକ୍‌ ଡଅଁର ପଞ୍ଚାୟତ ସରଳା ଗ୍ରାମ ଓ ଭଦ୍ରକ ଜିଲା ବନ୍ତ ବ୍ଲକ୍‌କୁ ସଂଲଗ୍ନ ରାସ୍ତାରେ ବାଲି ଚୋରାଚାଲାଣ କରୁଛନ୍ତି। ରାସ୍ତା ଦେଇ ଭଦ୍ରକ ମେଡିକାଲ, ବନ୍ତ ବଜାର, କଟକ, ଭୁବନେଶ୍ୱରକୁ ଯିବା ପାଇଁ ଲୋକେ ନିର୍ଭର କରିଥାନ୍ତି। ଦୈନିକ ଅନେକ ଶହ ବାଲି ବୋଝେଇ ଟ୍ରକ୍‌, ହାଇୱା, ଟ୍ରାକ୍ଟର ଯାତାୟାତ ଫଳରେ ରାସ୍ତାଟି ଖାଲଖମାରେ ଭର୍ତ୍ତି ହୋଇଛି। ବନ୍ତକୁ ଯାଇଥିବା ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ୨, ୪ ଚକିଆ ଗାଡ଼ି ଯିବା କଷ୍ଟକର ହୋଇପଡିଛି। ଅସରାଏ ବର୍ଷା ହେଲେ ଖାଲଖମାରେ ପାଣି ଜମି ଦୁର୍ଘଟଣା ଘଟୁଛି। ଅନ୍ୟପକ୍ଷେ ସରଳା ଗ୍ରାମରୁ ବନ୍ତ ଅଞ୍ଚଳକୁ ଯିବା ବେଳେ ସରଳା ଏବଂ ଓଳମ ମଝିରେ ଥିବା ରେବ ନାଳ ଉପରେ ଏକ ପୋଲ ରହିଛି। ପୋଲଟି ଦୀର୍ଘ ବର୍ଷ ହେବ ମରାମତି ହୋଇ ନ ଥିବାରୁ ଭୁଶୁଡ଼ି ପଡ଼ିବା ଆଶଙ୍କା ରହିଛି। ବାଲି ଚୋରାଚାଲାଣ ଉପରେ କଟକଣା, ରାସ୍ତା, ପୋଲ ମରାମତି ଏବଂ ଦ୍ୱିତୀୟ ପୋଲ ନିର୍ମାଣ ଦିଗରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପୂର୍ବତନ ସମିତି ସଭ୍ୟଙ୍କ ସମେତ ପୂର୍ବତନ ସରପଞ୍ଚ ବୈଲୋଚନ ନାୟକ, ଆନନ୍ଦପୁର ସିଭିଲ ସୋସାଇଟି ସମ୍ପାଦକ ଭଗବାନ ମଲିକ ପ୍ରମୁଖ ଦାବି କରିଛନ୍ତି। ନନ୍ଦିପଦା ଥାନା ଅଧିକାରୀ ରବୀନ୍ଦ୍ର ପାତ୍ର କହିଛନ୍ତି, ସୀମାନ୍ତ ରାସ୍ତାରେ ଯାଉଥିବା ବାଲିଗାଡ଼ି ଉପରେ ନଜର ରଖାଯାଇ ଯାଞ୍ଚ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ସେବାଶ୍ରମକୁ ଜାଳିଦେଲେ ଦୁର୍ବୃତ୍ତ: ଅଭିଯୁକ୍ତଙ୍କୁ ଗିରଫ ଦାବି

ଅମରପାଲି,୫।୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଜାଲୋଏ ଗ୍ରାମ ପଞ୍ଚାୟତର ଘିକୁଣ୍ଡି ଗ୍ରାମରେ ଥିବା ମା’ ମାହେଶ୍ୱରୀ ଗୋ-ସେବାଶ୍ରମକୁ କେତେଜଣ ଦୁର୍ବୃତ୍ତ ଜାଳିଦେବା...

ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବଙ୍କ ଗସ୍ତକୁ ନେଇ ଗଣମାଧ୍ୟମକୁ ଉପେକ୍ଷା

ଅମରପାଲି,୫।୧୦(ପୀତାମ୍ବର ସାହୁ):ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଯାମିନି ଷଡଙ୍ଗୀ ସୁବର୍ଣ୍ଣପୁର ଜିଲା ଗସ୍ତ ବେଳେ ବୀରମହାରାଜପୁର ବ୍ଲକର ବିଭିନ୍ନ ଯୋଜନା, ପ୍ରକଳ୍ପ ଏବଂ...

ମା’ ସମଲେଶ୍ବରୀଙ୍କ ଚନ୍ଦ୍ରଘଣ୍ଟା ବେଶ: ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୫।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ମନ୍ଦିରରେ ଶାରଦୀୟ ନବରାତ୍ର ପୂଜା ଚାଲିଛି। ଏହି କ୍ରମରେ ଶନିବାର ମା’ ସମଲେଶ୍ବରୀ ଚନ୍ଦ୍ରଘଣ୍ଟା ବେଶରେ...

ମାସେ ହେଲା ବିନା ଡାକ୍ତରରେ ସେବା

ବ୍ରହ୍ମପୁର,୫ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ଗ୍ରାମାଞ୍ଚଳରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ କରାଯାଇଛି। ଅନେକ ସ୍ବାସ୍ଥ୍ୟକେନ୍ଦ୍ର...

ଡାହାଣୀ ସନ୍ଦେହ: ଭାଉଜଙ୍କୁ ହାଣି ହତ୍ୟାକଲେ ଦିଅର

ରାମଚନ୍ଦ୍ରପୁର,(ଗଣେଶ୍ୱର ସା)/ ଘସିପୁରା( ନିରଞ୍ଜନ ସାହୁ),୫ା୧୦: ଡାହାଣୀ ସନ୍ଦେହ କରି ଭାଉଜଙ୍କୁ ଟାଙ୍ଗିଆ ହାଣି ହତ୍ୟା କଲେ ଦିଅର। ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଛି କେନ୍ଦୁଝର...

ମା’ଶାରଳାଙ୍କ ମନ୍ଦିରରେ ଘିଅର ମାନକୁ ନେଇ ଉଠିଲା ପ୍ରଶ୍ନ

ଜଗତ୍‌ସିଂହପୁର, ୫ା୧୦(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ଶାରଳା। ଏହି ମନ୍ଦିରକୁ ପ୍ରତ୍ୟହ ଜିଲା ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସହସ୍ରାଧିକ...

୭ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ବେଲପଡ଼ା, ୫ା୧୦(ମନୋଜ କୁମାର ମିଶ୍ର):ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ୍‌ରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ହୋଇଥିବା କାମର ବିଲ୍‌ କରିବା ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ...

ଗାଁ ପିଣ୍ଡିରେ ବସି ଲୋକଙ୍କ ଦୁଃଖ ଶୁଣିଲେ ଜିଲାପାଳ

ମହାକାଳପଡ଼ା,୫ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ରାଜ୍ୟ ସରକାର ଗ୍ରାମାଞ୍ଚଳ, ଉପାନ୍ତ ଅଞ୍ଚଳରେ ବୁଲି ଲୋକଙ୍କ ଦୁଃଖ ବୁଝିବା ପାଇଁ ଜିଲାପାଳଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ସେହିପରି ଉପାନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri