ଜାବରା ସେତୁରେ ଲହଡ଼ି ମାରୁଛି ବର୍ଷାଜଳ

ଜେନାପୁର,୩।୭(ଅଶୋକ ଦାସ):ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ କରି ସେହି ଅଞ୍ଚଳର ବିକାଶ ପ୍ରକ୍ରିୟାରେ ସନ୍ତୁଳନ ରକ୍ଷା ଲାଗି ବିଭିନ୍ନ ନଦୀ ନାଳ ଉପରେ ସେତୁ ନିର୍ମାଣ କରଯାଇଛି। ଏଥିପାଇଁ ରାଜ୍ୟ ସରକାର ଅନେକ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ ତାହା ଫଳପ୍ରଦ ହୋଇପାରୁ ନାହିଁ। ଏଭଳି ଏକ ଘଟଣା ଯାଜପୁର ଜିଲା ଧର୍ମଶାଳା ବ୍ଲକ୍‌ ଅଧୀନ ଜେନାପୁର ଜାବରା ବ୍ରାହ୍ମଣୀ ନଦୀ ଉପରେ ନିର୍ମାଣ ହୋଇଥିବା ସେତୁରେ ଦେଖିବାକୁ ମିଳିଛି। ସେତୁ ଉପରେ ବର୍ଷା ପାଣି ଜମି ରହୁଛି। ଫଳରେ ଯାତାୟତ କରିବାରେ ବାଧା ସୃଷ୍ଟି ହେଉଛି। ଉକ୍ତ ସେତୁ ଉପରେ ପ୍ରତିଦିନ ସ୍ଥାନୀୟ ଲୋକମାନେ ନିର୍ଭର କରିଥାଆନ୍ତି। ବ୍ୟବସାୟୀ , ରୋଗୀ , ସ୍କୁଲ କଲେଜର ଛାତ୍ରୀଛାତ୍ର ଯାତାୟାତ କରିଥାନ୍ତି। ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ସେତୁ ଉପରେ ପାଣି ଜମି ରହୁଛି ବୋଲି ଅଭିଯୋଗ ହୋଇଛି। ସେତୁ ନିର୍ମାଣ କାମ ନିମ୍ନମାନର ହୋଇଛି। ଅସରାଏ ବର୍ଷା ହେଲେ ପ୍ରାୟ ୧ ଫୁଟ୍‌ ଉଚ୍ଚର ପାଣି ସେତୁ ଉପରେ ଲହଡ଼ି ଭାଙ୍ଗୁଛି। ଜଳ ନିଷ୍କାସନର ବ୍ୟବସ୍ଥା ହୋଇ ନ ଥିବାରୁ ଜମି ରହିଥିବା ପାଣି ସେତୁର କ୍ଷତି କରି ଚାଲିଛି। ଏବେ ଜଏଣ୍ଟ ପ୍ଲେଟ ନିକଟରୁ ଢଳାଇ ଉଠିଯାଇ ରଡ ଦେଖା ଗଲାଣି। ସେତୁର ବିଭିନ୍ନ ସ୍ଥାନରେ ଗାତ ସୃଷ୍ଟି ହୋଇଛି। ଫଳରେ ରାତିରେ ଲୋକମାନେ ସେହି ସେତୁ ଉପରେ ଯାତାୟତ କରିବାକୁ ଭୟ କରୁଛନ୍ତି। ଏମିତି କି କେତେକ ସ୍ଥାନରେ ଢଳାଇ ଦବିଯାଇଛି। ପୋଲର ଦୁଇ ପାର୍ଶ୍ୱରେ ରହିଥିବା ସୁରକ୍ଷା ବାଡକୁ କେହି କାଟି ନେଇଥିବା ଦେଖିବାକୁ ମିଳିଛି । ଏଥିପାଇଁ ଅଧିକାଂଶ ସମୟରେ ଗାଡ଼ି ଚାଳକମାନେ ଭାରସାମ୍ୟ ହରାଇବା ଦୁର୍ଘଟଣାର ସମୁଖୀନ ହେଉଛନ୍ତି। ଏ ସଂକ୍ରାନ୍ତରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାପ କାମୁଡାରେ ଆଦିବାସୀ ହଷ୍ଟେଲ ଛାତ୍ରୀଙ୍କ ଚାଲିଗଲା ଜୀବନ

ଭଞ୍ଜନଗର,୮।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦରପଙ୍ଗିଆ ସେବାଶ୍ରମ ସ୍କୁଲର ଜଣେ ପ୍ରଥମ ଶ୍ରେଣୀ ଛାତ୍ରୀ ସର୍ପ ଦଂଶନରେ ମୃତ୍ୟୁବରଣ କରିଛନ୍ତି। ମୃତ ଛାତ୍ରୀ...

ମା’ ମୋବାଇଲ ଫୋନ ନ ଦେବାରୁ ନାବାଳକଙ୍କ…

ମୋରଡ଼ା,୭।୭(ସ୍ମାରକ ମାଜୀ): ମୋବାଇଲ ଫୋନ ବ୍ୟବହାର କରିବାକୁ ମା’ ନ ଦେବାରୁ ଜଣେ ନାବାଳକ ଆତ୍ମହତ୍ୟା କରିଛନ୍ତି। ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଧୀନ ଝିଙ୍କିରିଆ...

ଅନ୍ୟ ପୁରୁଷ ସହ ଅନୈତିକ ସମ୍ପର୍କ ରଖୁଥିଲେ ମା’: ପୁଅ ଦେଖିଦେବାରୁ…

ଦେବଗଡ, ୮ା୭(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ପୌରାଞ୍ଚଳ ଚର୍ଚ୍ଚ ସାହିରେ ଗତ ଜୁନ ୧ତାରିଖ ସକାଳେ ଘଟିଥିବା ଛାତ୍ର ମିକି ସୋନେଲ(୧୪)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା...

ଶରଧାବାଲିରେ ପହଞ୍ଚିଲା ବଳଭଦ୍ରଙ୍କ ତାଳଧ୍ୱଜ ରଥ

ପୁରୀ,୮।୯: ବଡ଼ଦାଣ୍ଡରେ ସୋମବାର ସକାଳୁ ପୁଣି ରଥଟଣା ଆରମ୍ଭ ହୋଇଥିଲା। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମରିଚୀକୋଟ ଛକ ନିକଟରେ ଅଟକିଥିବା ତାଳଧ୍ୱଜ ରଥକୁ ଟାଣି ନେଇଥିଲେ।...

ବଡ଼ଦାଣ୍ଡରେ କୁଢ଼ କୁଢ଼ ପ୍ଲାଷ୍ଟିକ ବୋତଲ, ଅଇଁଠା ଖଲି, ଚପଲ

ଭୁବନେଶ୍ୱର, ୮ା୭: ରବିବାର ସକାଳୁ ସକାଳୁ ବଡ଼ଦାଣ୍ଡରେ ଲାଘିଥିଲା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ। ବଡ଼ଦାଣ୍ଡରେ ପାଦ ଥାପୁ ଥାପୁ ଅନୁଭବ ହୋଇଥିଲା ପ୍ରବଳ ଗରମ...

ଖରିଫ ଚାଷ ପାଇଁ ସାର ନାହିଁ, ଧାର୍ଯ୍ୟ ଦରଠାରୁ ୪ ଶହ ଟଙ୍କା ଅଧିକରେ ହେଉଛି ବିକ୍ରି

ଝରିଗାଁ,୮ା୭(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲାରେ ଖରିଫ ଚାଷ ଆରମ୍ଭ ହୋଇଛି। ଚାଷୀ ତଳି ପକାଇ ରୋଇବାକୁ ଅପେକ୍ଷା କରିଥିବା ବେଳେ ସାର ଯୋଗାଣ ସମସ୍ୟା...

ସାପକାମୁଡ଼ା ରୋଗୀଙ୍କ ମୃତ୍ୟୁ ପରେ ବି ଗୁଣିଆ ଲଗାଇ ଝଡ଼ାଫୁଙ୍କା

ପାଟଣା,୮ା୭(ବୀରକିଶୋର ଦାଶ): ବିଜ୍ଞାନ ଯୁଗରେ ଏବେ ବି କେତେକ ଲୋକ ଅନ୍ଧବିଶ୍ୱାସର ବର୍ତ୍ତୀ ହୋଇ ଝଡ଼ାଫୁଙ୍କା ଉପରେ ବିଶ୍ୱାସ କରୁଥିବା ଦେଖିବାକୁ ମିଳୁଛି। ଏଭଳି କରୁଣ...

ଡମନଭୂଇଁରେ ଦନ୍ତାହାତୀର ମୃତ୍ୟୁ

ନିରାକାରପୁର,୮ା୭(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳ ଅନ୍ତର୍ଗତ ଓଲସିଂହ ପଞ୍ଚାୟତ ଡମନଭୂଇଁ ଗ୍ରାମରେ ଗୋଟେ ଦନ୍ତା ହାତୀର ମୃତଦେହକୁ ବନ ବିଭାଗ ଜବତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri