ଫାର୍ମାସୀ ଅଫିସରଙ୍କ ଭରସାରେ ରୋଗୀ

ବ୍ରହ୍ମପୁର,୩।୭(ସୁବାସ ଚନ୍ଦ୍ର ପାଢ଼ୀ) : ପ୍ରବିଭିନ୍ନ ସମୟରେ ସରକାର ସ୍ବାସ୍ଥ୍ୟସେବାକୁ ଗୁରୁତ୍ୱ ଦେଉଥିବା ବେଳେ ଗ୍ରାମାଞ୍ଚଳରେ ରୋଗୀ କେଉଁଠି ଫାମାର୍ସୀ ଅଫିସର ତ ଆଉ କେଉଁଠି ନର୍ସିଂ ଅଫିସରଙ୍କ ଉପରେ ଭରସା କରୁଛନ୍ତି। ଡାକ୍ତରଖାନାକୁ କେତେବେଳେ ଡାକ୍ତର ଆସୁଛନ୍ତି ଗ୍ରାମବାସୀ ଜାଣିପାରୁ ନାହାନ୍ତି। ବ୍ରହ୍ମପୁର ନିକଟ ଲାଠି ଗ୍ରାମରେ ଥିବା ନୂଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଏଭଳି ସ୍ଥିତି ଦେଖିବାକୁ ମିଳୁଛି।
କୁକୁଡାଖଣ୍ଡି ବ୍ଲକର ଲାଠି ପଞ୍ଚାୟତରେ ୨୦୨୨ ଜାନୁଆରୀ ୭ ତାରିଖରେ ନୂଆ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା। ତେବେ ୨ବର୍ଷ ହେଲା ଲୋକଙ୍କୁ ସେବା ମିଳୁଥିବା ବିଭାଗୀୟ କର୍ତ୍ତୃୃପକ୍ଷ ଜାଣୁଥିଲେ ବି ଅବ୍ୟବସ୍ଥା ସମ୍ପର୍କରେ ଅବଗତ ନାହାନ୍ତି। ଏଠାରେ ୨ ଜଣ ଡାକ୍ତର, ଜଣେ ଫାର୍ମାସୀ ଅଫିସର, ଜଣେ ନର୍ସିଂ ଅଫିସର, ଜଣେ ଲାବୋରେଟାରୀ ଟେକ୍‌ନିସିଆନ, ଜଣେ ଆଟେଣ୍ଡାଣ୍ଟ, ଜଣେ ସୁଇପର ପଦବୀ ଓ ଜଣେ ସୁରକ୍ଷା କର୍ମଚାରୀ ରହିବା ପାଇଁ ମଞ୍ଜୁର ହୋଇଛି। କିନ୍ତୁ ଜଣେ ଡାକ୍ତର କୁକୁଡାଖଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଡେପୁଟେଶନରେ ଆସି ଏଠାରେ ରୋଗୀ ଦେଖୁଛନ୍ତି। ଲାବୋରେଟାରୀ ଟେକନିସିଆନ ଓ ସୁଇପର ଆଉଟସୋର୍ସିଂ କର୍ମଚାରୀ ହୋଇଥିବାବେଳେ ନର୍ସିଂ ଅଫିସର ଓ ସୁରକ୍ଷା କର୍ମଚାରୀ ପଦବୀ ଖାଲି ପଡିଛି। ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ଓ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ କେନ୍ଦ୍ର ଖୋଲିବା ସମୟ ରହିଥିବା ବେଳେ କୌଣସି ଜରୁରୀକାଳୀନ ସେବା ମିଳିପାରୁନାହିଁ। ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଲାଠି ପଞ୍ଚାୟତ ସହିତ ମୋହୁଡା, କୁଆଁରପୁର, ବେନ୍ଦାଳିଆ, ଗ୍ରାମବିକାଶ, ମନହରା, ଲାଠି ଆଦି ଗାଁର ଲୋକେ ନିର୍ଭରଶୀଳ। ହେଲେ ଡାକ୍ତର କେତେବେଳେ ଆସୁଛନ୍ତି କେହି ଜାଣିପାରୁନାହାନ୍ତି। କେବଳ ଫାର୍ମାସୀ ଅଫିସର ରୋଗୀଙ୍କ ଭରସା ପାଲଟିଛନ୍ତି। ଏଠାରେ କ୍ୱାର୍ଟର୍ସ ନ ଥିବାରୁ କୌଣସି କର୍ମଚାରୀ ରହୁନାହାନ୍ତି। ଜରୁରୀକାଳୀନ ପରିସ୍ଥିତିରେ ରୋଗୀମାନେ ବାଧ୍ୟ ହୋଇ ବ୍ରହ୍ମପୁର ଆସି ସିଟି ହସ୍ପିଟାଲ କିମ୍ବା ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଫାମାର୍ସୀ ଅଫିସର ନିୟମିତ ରୋଗୀଙ୍କ ଚିକିତ୍ସା କରୁଥିବାବେଳେ ଔଷଧ ବିତରଣ ବି କରୁଛନ୍ତି। କ୍ୱାର୍ଟର୍ସ ନଥିବାରୁ ସେ ମଧ୍ୟ ବ୍ରହ୍ମପୁରରେ ରହୁଛନ୍ତି।
ମେଡିକାଲ ପାଇଁ ନିର୍ଦ୍ଧାରିତ ସ୍ଥାନ ଉପଯୁକ୍ତ ନୁହେଁ ବୋଲି ଗ୍ରାମବାସୀ କହିଛନ୍ତି। ମେଡିକାଲ ପରିସର ସନ୍ଧ୍ୟା ବେଳେ ନିଶାଡିଙ୍କ ଆଡ୍ଡାସ୍ଥଳ ପାଲଟୁଛି। ଏ ନେଇ ସିଡିଏମଓ ଡ. ଉମା ଶଙ୍କର ମିଶ୍ରଙ୍କୁ ପଚାରିବାରୁ ସେ କହିଛନ୍ତି , କୁକୁଡାଖଣ୍ଡିରେ ଥିବା ଜଣେ ମହିଳା ଡାକ୍ତରଙ୍କୁ ଡେପୁଟେଶନରେ ଲାଠି ନୂଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପଠାଯାଇଛି। ଏଠାରେ କ୍ୱାର୍ଟର୍ସ ନ ଥିବା କଥା ସେ ଜାଣିନାହାନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବଦିନାତ୍ମକଯାତ୍ରା: ଶରଧାବାଲିରେ ତିନିରଥ

ପୁରୀ,୮।୯: ରବିବାର ଆରମ୍ଭ ହୋଇଛି ନବଦିନାତ୍ମକଯାତ୍ରା। ରତ୍ନବେଦି ଛାଡ଼ି ଜନ୍ମବେଦିକୁ ଆସିଛନ୍ତି ମହାବାହୁ। ଦୀର୍ଘ ୫୩ ବର୍ଷ ପରେ ବିରଳ ସଂଯୋଗ କ୍ରମେ ଗୋଟିଏ ଦିନରେ...

ନାତିର ଗଳା କାଟି ହତ୍ୟା ଉଦ୍ୟମ କଲେ ଅଜା

ବଲାଙ୍ଗୀର, ୮।୭- (ସୁନୀଲ ମହାନ୍ତି , ରାଖାଲ ଶତପଥୀ): ବଲାଙ୍ଗିର ଜିଲା ସଇଁତଲା ଥାନା ଶିଶକେଲା ଗ୍ରାମ ପଞ୍ଚାୟତର ଭୋଏରପଡା ଗାଁରେ ସୋମବାର ଏକ ଅଭାବନୀୟ...

ସାପ କାମୁଡାରେ ଆଦିବାସୀ ହଷ୍ଟେଲ ଛାତ୍ରୀଙ୍କ ଚାଲିଗଲା ଜୀବନ

ଭଞ୍ଜନଗର,୮।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦରପଙ୍ଗିଆ ସେବାଶ୍ରମ ସ୍କୁଲର ଜଣେ ପ୍ରଥମ ଶ୍ରେଣୀ ଛାତ୍ରୀ ସର୍ପ ଦଂଶନରେ ମୃତ୍ୟୁବରଣ କରିଛନ୍ତି। ମୃତ ଛାତ୍ରୀ...

ମା’ ମୋବାଇଲ ଫୋନ ନ ଦେବାରୁ ନାବାଳକଙ୍କ…

ମୋରଡ଼ା,୭।୭(ସ୍ମାରକ ମାଜୀ): ମୋବାଇଲ ଫୋନ ବ୍ୟବହାର କରିବାକୁ ମା’ ନ ଦେବାରୁ ଜଣେ ନାବାଳକ ଆତ୍ମହତ୍ୟା କରିଛନ୍ତି। ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଧୀନ ଝିଙ୍କିରିଆ...

ଅନ୍ୟ ପୁରୁଷ ସହ ଅନୈତିକ ସମ୍ପର୍କ ରଖୁଥିଲେ ମା’: ପୁଅ ଦେଖିଦେବାରୁ…

ଦେବଗଡ, ୮ା୭(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ପୌରାଞ୍ଚଳ ଚର୍ଚ୍ଚ ସାହିରେ ଗତ ଜୁନ ୧ତାରିଖ ସକାଳେ ଘଟିଥିବା ଛାତ୍ର ମିକି ସୋନେଲ(୧୪)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା...

ଶରଧାବାଲିରେ ପହଞ୍ଚିଲା ବଳଭଦ୍ରଙ୍କ ତାଳଧ୍ୱଜ ରଥ

ପୁରୀ,୮।୯: ବଡ଼ଦାଣ୍ଡରେ ସୋମବାର ସକାଳୁ ପୁଣି ରଥଟଣା ଆରମ୍ଭ ହୋଇଥିଲା। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମରିଚୀକୋଟ ଛକ ନିକଟରେ ଅଟକିଥିବା ତାଳଧ୍ୱଜ ରଥକୁ ଟାଣି ନେଇଥିଲେ।...

ବଡ଼ଦାଣ୍ଡରେ କୁଢ଼ କୁଢ଼ ପ୍ଲାଷ୍ଟିକ ବୋତଲ, ଅଇଁଠା ଖଲି, ଚପଲ

ଭୁବନେଶ୍ୱର, ୮ା୭: ରବିବାର ସକାଳୁ ସକାଳୁ ବଡ଼ଦାଣ୍ଡରେ ଲାଘିଥିଲା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ। ବଡ଼ଦାଣ୍ଡରେ ପାଦ ଥାପୁ ଥାପୁ ଅନୁଭବ ହୋଇଥିଲା ପ୍ରବଳ ଗରମ...

ଖରିଫ ଚାଷ ପାଇଁ ସାର ନାହିଁ, ଧାର୍ଯ୍ୟ ଦରଠାରୁ ୪ ଶହ ଟଙ୍କା ଅଧିକରେ ହେଉଛି ବିକ୍ରି

ଝରିଗାଁ,୮ା୭(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲାରେ ଖରିଫ ଚାଷ ଆରମ୍ଭ ହୋଇଛି। ଚାଷୀ ତଳି ପକାଇ ରୋଇବାକୁ ଅପେକ୍ଷା କରିଥିବା ବେଳେ ସାର ଯୋଗାଣ ସମସ୍ୟା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri