ବର୍ଷା ଦିନରେ ଚାଲିଛି ଡ୍ରେନ କାମ: ଟ୍ରାଫିକ ପୋଲିସ ନୟାନ୍ତ

କେନ୍ଦୁଝର,୩।୭:(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଡ୍ରେନେଜ ବ୍ୟବସ୍ଥା ଶୋଚନୀୟ ହୋଇପଡିଛି। ତ୍ରୁଟିପୂର୍ଣ୍ଣ ଡ୍ରେନ ପାଇଁ ସହରବାସୀ ହିନସ୍ତା ହୋଇ ଆସୁଛନ୍ତି। ଫଳରେ ବହୁ ଅର୍ଥ ବ୍ୟୟ ସତ୍ତ୍ୱେ ଡ୍ରେନେଜ ବ୍ୟବସ୍ଥାରେ ସୁଧାର ହୋଇ ପାରୁନାହିଁ। ତ୍ରୁଟିପୂଣ୍ଣ ଡ୍ରେନେଜ ନିର୍ମାଣ କାର୍ଯ୍ୟ ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ଡ୍ରେନେଜ ସମସ୍ୟା ସମାଧାନ ହୋଇ ପାରୁନାହିଁ ବରଂ ସରକାରୀ ଅର୍ଥର ବ୍ୟାପକ ଅପବ୍ୟୟ ହେଉଛି।

ଏଭଳି ଏକ ଦୃଷ୍ଟାନ୍ତ କେନ୍ଦୁଝର ସହର ଗାନ୍ଧୀ ଛକ ନିକଟରେ ନିର୍ମାଣଧୀନ ଡ୍ରେନେଜ କାମରୁ ସ୍ପଷ୍ଟ ଜଣାପଡୁଛି। ପୂର୍ତ୍ତ ବିଭାଗ ଅଧୀନରେ ପାଖାପାଖି ୧୦ କୋଟି ଟଙ୍କା ବ୍ୟୟ ଅଟକଳରେ ଡ୍ରେନ କାମ ବିଭାଗୀୟ ଯନ୍ତ୍ରୀଙ୍କ ନାମରେ ଏକ ଠିକା ସଂସ୍ଥା କାମ କରୁଛି। ବାରମ୍ବାର ଡ୍ରେନ ପାଇଁ ମାଟି ଖୋଳାଯାଉଛି ଏବଂ ପୁଣି ପୋତା ଯାଉଛି। ଫଳରେ ଅଯଥା ସରକାରୀ ଅର୍ଥ ବରବାଦ କରାଯାଉଥିବା ବେଳେ ଲୋକଙ୍କ ସମସ୍ୟା ବଢୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ କୁହୁଳୁଛି। ତେବେ ନିର୍ଦ୍ଧାରିତ ସମୟରେ ଡ୍ରେନ କାମ ସରୁ ନ ଥିବାରୁ ଖର୍ଚ୍ଚ ପରିମାଣ ବଢୁଛି ଏବଂ ଲୋକଙ୍କ ସମସ୍ୟା ବଢୁଛି ବୋଲି ମତପ୍ରକାଶ ପାଉଛି। ଅନ୍ୟ ପକ୍ଷରେ ତ୍ରୁଟିପୂର୍ଣ ଡ୍ରେନ କାମ ଯୋଗୁ ଆଗାମୀ ଦିନରେ ସମସ୍ୟା କମିବା ବଦଳରେ ବଢିବା ଆଶଙ୍କା ରହୁଥିବାରୁ ସ୍ଥାନୀୟ ଲୋକ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।
ଉକ୍ତ ଡ୍ରେନ ସିଧା ସଳଖ ନିର୍ମାଣ କରା ନ ଯାଇ ଏବେ ତ୍ରୁଟିକୁ ସୁଧାରିବା ପାଇଁ ଏବଂ ଭୁଲକାମ ବାବଦରେ ହୋଇଥିବା ଖର୍ଚ୍ଚ ଅର୍ଥ ଉଠାଇବା ପାଇଁ ଡ୍ରେନ କାମ ବଙ୍କା କରାଯାଉଥିବା ଅଭିଯୋଗ ହେଉଛି।

ସେହିପରି ବର୍ଷା ଦିନରେ କାମ ଆରମ୍ଭ କରାଯାଉଥିବାରୁ ରାସ୍ତା ଖୋଳା ଯାଇଥିବା ଯାତାୟତ ରେ ସମ୍ଯଯା ସୃଷ୍ଟି ହେବା ସହ ମାଟିରେ ଦବି ଗାଡି ଫସୁଛି। ଆଜି ଡ୍ରେନ କାଦୁଅରେ ଏକ ଟ୍ରକ ଫସି ଯାଇଥିଲା। ବହୁ ଉଦ୍ୟମ ପରେ ଉଠାଯାଇଥିଲା। ଚାରିଆଡେ କାଦୁଅ ହୋଇ ରହିଥିବାରୁ ଦୁର୍ଘଟଣା ଆଶଙ୍କା ରହୁଛି। ସେହିପରି ଟ୍ରାଫିକ ନିୟନ୍ତ୍ରଣରେ ନିୟୋଜିତ ପୋଲିସ ବିଭାଗ କର୍ମଚାରୀ ମାନେ ମଧ୍ୟ ପାଣି କାଦୁଅରେ ଟ୍ରାଫିକ ନିୟନ୍ତ୍ରଣ କରିବାକୁ ନୟାନ୍ତ ହୋଇପଡୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ବେଲପଡ଼ା, ୫ା୧୦(ମନୋଜ କୁମାର ମିଶ୍ର):ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ୍‌ରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ହୋଇଥିବା କାମର ବିଲ୍‌ କରିବା ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ...

ଗାଁ ପିଣ୍ଡିରେ ବସି ଲୋକଙ୍କ ଦୁଃଖ ଶୁଣିଲେ ଜିଲାପାଳ

ମହାକାଳପଡ଼ା,୫ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ରାଜ୍ୟ ସରକାର ଗ୍ରାମାଞ୍ଚଳ, ଉପାନ୍ତ ଅଞ୍ଚଳରେ ବୁଲି ଲୋକଙ୍କ ଦୁଃଖ ବୁଝିବା ପାଇଁ ଜିଲାପାଳଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ସେହିପରି ଉପାନ୍ତ...

କୋରାପୁଟରେ ଡେଙ୍ଗୁ ଆତଙ୍କ : ୨୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ, ଜଣେ ମହିଳା ମୃତ

ନାରାୟଣପାଟଣା,୨୩ା୮(ରାଜକିଶୋର ଜେନା): କୋରାପୁଟ ଜିଲା ନାରାୟଣପାଟଣା ବ୍ଲକ୍‌ରେ ବର୍ତ୍ତମାନ ଡେଙ୍ଗୁ ଆତଙ୍କ ଖେଳାଇଛି। ଗତ କିଛିଦିନ ମଧ୍ୟରେ ବ୍ଲକ୍‌ରେ ଏକାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।...

କଲେଜ ଛାତ୍ରୀଙ୍କୁ ଅସଦାଚରଣ: ଧନ୍ଦାମୂଳକ ତାଲିମଦାତା ଗିରଫ

ରାଉରକେଲା,୪।୧୦(ସଙ୍ଗୀତା ଜେନା): ରଘୁନାଥପାଲି ଥାନା ଅଧୀନ ଏକ ପ୍ରତିଷ୍ଠିତ କଲେଜର ଜଣେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ କଲେଜର ଧନ୍ଦାମୂଳକ ତାଲିମଦାତାଙ୍କୁ ପୋଲିସ ଗିରଫ କରିଛି। ଗିରଫ...

ପଢୁଥିଲେ ପାଠ, ମହମବତୀରୁ ନିଆଁ ଲାଗି ଜଳିଗଲା ଘର

ବ୍ରାହ୍ମଣୀଗାଁ,୪ା୧୦(ମନୋରଞ୍ଜନ ରଣା): ଦାରିଙ୍ଗବାଡି ବ୍ଲକ ହାତୀମୁଣ୍ଡା ପଞ୍ଚାୟତର ବୁଜୁଲି ଗ୍ରାମରେ ବି.ଫେର୍ନାନ୍ଦ ବଳିଆର ସିଂଙ୍କ ଘରେ ମହମବତୀରୁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ିଯାଇଛି।...

ବନ ବିଭାଗର ବିଫଳତା: ପୁଣି ଜୀବନ ନେଲା ରେଡିଓକୁଲାର ଲାଗିଥିବା ଦନ୍ତା

ବଣାଇଁ,୪।୧୦(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ବନଖଣ୍ଡ କୋଇଡ଼ା ରେଞ୍ଜ ଅଧୀନ ପାଟମୁଣ୍ଡା ଗ୍ରାମରେ ଆତଙ୍କ ସୃଷ୍ଟି କରିଥିବା ଗୋଠଛଡା ଦନ୍ତା ପୁଣି ଉତ୍ପାତ ମଚାଇ...

କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡ଼ିକୁ ଅଣ୍ଡାମାଡ଼

ଗୋଲାମୁଣ୍ଡା,୧।୧୦(ବଟକୃଷ୍ଣ ପଣ୍ଡା): ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡ଼ିକୁ ଶୁକ୍ରବାର ଅଣ୍ଡାମାଡ଼ ହୋଇଛି । ନିଜ ନିର୍ବାଚନମଣ୍ଡଳୀରେ କିଛି ଯୁବକ ତାଙ୍କ ଗାଡ଼ି ଉପରକୁ...

ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କୁ ଆକ୍ରମଣ କରି ଟଙ୍କା ଲୁଟ

ବାଲିପାଟଣା,୪।୧୦: ଖୋର୍ଦ୍ଧା ଜିଲା ବାଲିପାଟଣା ଥାନା ବଦଳା ହାଇସ୍କୁଲ ନିକଟରେ ଶୁକ୍ରବାର କେତେକ ଦୁବୃର୍ତ୍ତ ଜଣେ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କୁ ଆକ୍ରମଣ କରି ଟଙ୍କା ଲୁଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri