ଗର୍ଭ ଧାରଣ କଲା ଧଳା ବାଘୁଣୀ ମୌସୁମୀ, ନନ୍ଦନକାନନ ପାଇଁ ଆଶା ସଞ୍ଚାର

ଭୁବନେଶ୍ୱର,୩।୭: ନନ୍ଦନକାନନ ପାଇଁ ନୂଆ ଅଶାର ସଞ୍ଚାର ସୃଷ୍ଟି କରିଛି ଧଳା ବାଘୁଣୀ ମୌସୁମୀ। ଅଗଷ୍ଟ ୫, ୨୦୧୬ ରେ ଜନ୍ମ ହୋଇଥିବା ମୌସୁମୀ ଗର୍ଭଧାରଣ ସହିତ ବାଘ ସଂରକ୍ଷଣରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏକ ମହତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି।

ମୌସୁମୀ ଧଳା ବାଘୁଣୀ ସ୍ନେହା ଏବଂ ସାଧାରଣ ରଙ୍ଗର ବାଘ ମନିସର ସନ୍ତାନ। ଏପ୍ରିଲ ୨୭ ରୁ ୨୯ ଏପ୍ରିଲ ୨୦ ମଧ୍ୟରେ ରାଜେଶ ସହ ମିଳନ ପରେ ମୌସୁମୀ ଗର୍ଭବତୀ ହୋଇଥିଲା। ଜୁଲାଇ ୧, ୨୦୨୪ ରେ ପ୍ରାଣୀ ଉଦ୍ୟାନର ପ୍ରାଣୀ ଚିକିତ୍ସକମାନେ ଏହି ଗର୍ଭଧାରଣକୁ ନିଶ୍ଚିତ କରିଛନ୍ତି।

ମୌସୁମୀ ପୂର୍ବରୁ ଜୁଲାଇ ୨୦୨୧ ରୁ ଜୁଲାଇ ୨୦୨୩ ମଧ୍ୟରେ ବାଘ ସାହିଲଙ୍କ ସହିତ ଚାରିଥର ଏବଂ ଜାନୁଆରୀ ଏବଂ ଏପ୍ରିଲ ୨୦୨୪ ରେ ରାଜେଶଙ୍କ ସହିତ ଦୁଇଥର ମିଳନ ହୋଇଥିଲା, କିନ୍ତୁ ଏହା ତାର ପ୍ରଥମ ଗର୍ଭଧାରଣ।

ନିଶ୍ଚିତ ହେବା ପରେ “ଯତ୍ନର ସହ ପରିଚାଳିତ ପ୍ରଜନନ କାର୍ଯ୍ୟକ୍ରମ ମାଧ୍ୟମରେ ବାଘର ଜନସଂଖ୍ୟାକୁ ବଢାଇବା ପାଇଁ ପ୍ରାଣୀ ଉଦ୍ୟାନର ଜାରି ରହିଥିବା ପ୍ରୟାସରେ ଏହି ଘଟଣା ଏକ ଆଶାକର୍ମୀ ଅଧ୍ୟାୟ ସୃଷ୍ଟି କରିଛି। ଯେହେତୁ ମୌସୁମୀ ଧଳା ରଙ୍ଗର, ତେଣୁ ଜନ୍ମ ହେବାକୁ ଥିବା ଛୁଆ ମଧ୍ୟ ଏକ ଧଳା ରଙ୍ଗର ହୋଇପାରେ ବୋଲି ନନ୍ଦନକାନନ ମୁଖପାତ୍ର କହିଛନ୍ତି।”

ଉଲ୍ଲେଖଯୋଗ୍ୟ ଯେ ଜୁଲାଇ ୨୦୨୪ ର ଦ୍ୱିତୀୟ ସପ୍ତାହ ପାଇଁ ଯୋଜନା କରାଯାଇଥିବା ଏକ ରଣନୀତିକ ପଶୁ ବିନିମୟ କାର୍ଯ୍ୟକ୍ରମରେ ନନ୍ଦନକାନନ ରାଞ୍ଚିର ପାର୍କରୁ ଏକ ମେଲାନିଷ୍ଟିକ୍ ବାଘୁଣୀ ଏବଂ ସାଧାରଣ ରଙ୍ଗର ବାଘୁଣୀ ଗ୍ରହଣ କରିବାକୁ ଯାଉଛନ୍ତି। ଜେନେଟିକ୍ ବିବିଧତା ବୃଦ୍ଧି ଏବଂ ସଂରକ୍ଷଣ ପଦକ୍ଷେପକୁ ମଜବୁତ କରିବାକୁ ଏହି ବିନିମୟର ଲକ୍ଷ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କଲେଜ ଛାତ୍ରୀଙ୍କୁ ଅସଦାଚରଣ: ଧନ୍ଦାମୂଳକ ତାଲିମଦାତା ଗିରଫ

ରାଉରକେଲା,୪।୧୦(ସଙ୍ଗୀତା ଜେନା): ରଘୁନାଥପାଲି ଥାନା ଅଧୀନ ଏକ ପ୍ରତିଷ୍ଠିତ କଲେଜର ଜଣେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ କଲେଜର ଧନ୍ଦାମୂଳକ ତାଲିମଦାତାଙ୍କୁ ପୋଲିସ ଗିରଫ କରିଛି। ଗିରଫ...

ପଢୁଥିଲେ ପାଠ, ମହମବତୀରୁ ନିଆଁ ଲାଗି ଜଳିଗଲା ଘର

ବ୍ରାହ୍ମଣୀଗାଁ,୪ା୧୦(ମନୋରଞ୍ଜନ ରଣା): ଦାରିଙ୍ଗବାଡି ବ୍ଲକ ହାତୀମୁଣ୍ଡା ପଞ୍ଚାୟତର ବୁଜୁଲି ଗ୍ରାମରେ ବି.ଫେର୍ନାନ୍ଦ ବଳିଆର ସିଂଙ୍କ ଘରେ ମହମବତୀରୁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ିଯାଇଛି।...

ଓଡ଼ିଶା କନ୍‌ଷ୍ଟେବଲ୍‌ ନିଯୁକ୍ତି: ବୟସ ସୀମାକୁ ନେଇ ବଡ଼ ରାୟ ଦେଲେ ହାଇକୋର୍ଟ

କଟକ, ୪।୧୦: ଓଡ଼ିଶା ପୋଲିସ କନ୍‌ଷ୍ଟେବଲ୍‌ ନିଯୁକ୍ତି ପାଇଁ ଆବେଦନ ଚାଲିଥିବା ବେଳେ ବୟସ ସୀମାକୁ ନେଇ ହାଇକୋର୍ଟ ବଡ଼ ରାୟ ଦେଇଛନ୍ତି। ରାଜ୍ୟର ସବୁ...

ବନ ବିଭାଗର ବିଫଳତା: ପୁଣି ଜୀବନ ନେଲା ରେଡିଓକୁଲାର ଲାଗିଥିବା ଦନ୍ତା

ବଣାଇଁ,୪।୧୦(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ବନଖଣ୍ଡ କୋଇଡ଼ା ରେଞ୍ଜ ଅଧୀନ ପାଟମୁଣ୍ଡା ଗ୍ରାମରେ ଆତଙ୍କ ସୃଷ୍ଟି କରିଥିବା ଗୋଠଛଡା ଦନ୍ତା ପୁଣି ଉତ୍ପାତ ମଚାଇ...

ସୃଷ୍ଟିହେଲା ଲଘୁଚାପ: ମା’ଙ୍କ ଆଗମନରେ ଭିଜିପାରେ ଓଡ଼ିଶା

ଭୁବନେଶ୍ୱର,୪।୧୦: ଉତ୍ତର ବଙ୍ଗୋପସାଗରରେ ଏବଂ ତାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆଗାମୀ ୭ ଦିନ ରାଜ୍ୟରେ କିଛି ଅଞ୍ଚଳରେ ହାଲୁକାରୁ...

ପାର୍ବଣ ପାଇଁ ତତ୍ପର ପ୍ରଶାସନ: ଉଠାଦୋକାନୀଙ୍କୁ ଉଚ୍ଛେଦ

ଦାରିଙ୍ଗବାଡି,୪।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲାର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଦାରିଙ୍ଗବାଡିରେ ଶାରଦୀୟ ଛୁଟି ପାଇଁ ପ୍ରବଳ ଭିଡ଼ ଆରମ୍ଭ ହୋଇଗଲାଣି। ଗୋଟିଏ ପଟେ...

ରାଜନୀତି ପାଇଁ ଖୋଲା ହୃଦୟ ଲୋଡ଼ା, ସଂକୀର୍ଣ୍ଣତାରୁ ଊର୍ଦ୍ଧ୍ୱକୁ ଯାଇ…

ଭୁବନେଶ୍ୱର,୪ା୧୦: ରାଜଭବନ ଝାଡ଼ଖଣ୍ଡ ଓ୍ବାର୍‌ରୁମ୍‌ ସାଜିଥିବା ବିରୋଧୀଙ୍କ ଅଭିଯୋଗ ପ୍ରସଙ୍ଗ ନେଇ ଶୁକ୍ରବାର ପୁଣି ଏକ ବଡ଼ ବୟାନ ଦେଇଛନ୍ତି ଭାଜପା ରାଜ୍ୟ ସଭାପତି ମନମୋହନ...

କନଷ୍ଟେବଳଙ୍କୁ ହାଣି ପାପୁଲି ଛିଡ଼ାଇ ନେଲେ ଦୁର୍ବୃତ୍ତ

ସମ୍ବଲପୁର,୪।୧୦: କନଷ୍ଟେବଳଙ୍କୁ ହାଣି ପାପୁଲି ଛିଡ଼ାଇ ନେଲେ ଦୁର୍ବୃତ୍ତ। ଏଭଳି ଅଭାନୀୟ ଘଟଣା ଘଟିଛି ବୁର୍ଲା ଥାନା ଝରାପାଲି ଗାଁରେ । ପୋଲିସ ଉପରେ ହୋଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri