Posted inଖେଳ

ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ: ଏହି ତାରିଖରେ ଖେଳାଯାଇପାରେ ମ୍ୟାଚ୍‌

ନୂଆଦିଲ୍ଲୀ,୩।୭: ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ମାର୍ଚ୍ଚ ୧ରେ ଖେଳାଯିବାର ସମ୍ଭାବନା ରହିଛି। ଏ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି। ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନ କ୍ରିକେଟ ବୋର୍ଡ ଭାରତ ଏବଂ ପାକିସ୍ତାନ ମ୍ୟାଚର ତାରିଖ ଏବଂ ସ୍ଥାନ ସ୍ଥିର କରିଛି। ଲାହୋରରେ ଭାରତ-ପାକ ମ୍ୟାଚ ଆୟୋଜନ କରିବାକୁ ପିସିବି ଯୋଜନା କରିଛି। ତେବେ ଭାରତରେ କ୍ରିକେଟ ବୋର୍ଡ ଅଫ କଣ୍ଟ୍ରୋଲ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଇନାହିଁ। ଏଥର ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହେବାକୁ ଯାଉଛି। କିନ୍ତୁ ଦଳ ଭାରତ ଯିବ କି ନାହିଁ ସେ ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।
ଚର୍ଚ୍ଚା ହେଉଛି ମାର୍ଚ୍ଚ ୧ରେ ଲାହୋରରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯିବ। ଏହି ଟୁର୍ନାମେଣ୍ଟ ୧୯ ଫେବୃଆରୀରୁ ୯ ମାର୍ଚ୍ଚ ପର୍ଯ୍ୟନ୍ତ ଖେଳାଯିବ। କିନ୍ତୁ ମାର୍ଚ୍ଚ ୧୦କୁ ରିଜର୍ଭ ଡେ ଭାବରେ ରଖାଯାଇଛି। ମାର୍ଚ୍ଚ ୯ରେ ଟୁର୍ନାମେଣ୍ଟର ଫାଇନାଲ୍‌ ମ୍ୟାଚ ଖେଳାଯିବ। ଏହି ଟୁର୍ନାମେଣ୍ଟ ପାଇଁ ପିସିବି ସ୍ବତନ୍ତ୍ର ପ୍ରସ୍ତୁତି କରିଛି।
ରିପୋର୍ଟ ଅନୁଯାୟୀ, ଟି-୨୦ ବିଶ୍ୱକପ ୨୦୨୪ର ଫାଇନାଲ ମ୍ୟାଚ ପାଇଁ ପିସିବି ଚେୟାରମ୍ୟାନ ମୋହସିନ ନକଭି ବାର୍ବାଡୋସ୍‌ରେ ଥିଲେ। ସେ ଆଇସିସିକୁ ୧୫ଟି ମ୍ୟାଚର କାର୍ଯ୍ୟସୂଚୀ ଦେଇଛନ୍ତି। ଟିମ ଇଣ୍ଡିଆର ସମସ୍ତ ମ୍ୟାଚ ଲାହୋରରେ ଅନୁଷ୍ଠିତ ହେବ। ଏଠାରେ କଡା ସୁରକ୍ଷା ବ୍ୟବସ୍ଥା କରାଯିବ। ଲାହୋରରେ ୭ଟି ମ୍ୟାଚ ଖେଳାଯିବ। ୩ଟି ମ୍ୟାଚ କରାଚିରେ ଅନୁଷ୍ଠିତ ହେବ। ଏହା ସହିତ ରାଉଲପିଣ୍ଡିରେ ପାଞ୍ଚଟି ମ୍ୟାଚ ଖେଳାଯିବ।
ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ମ୍ୟାଚ କରାଚିରେ ଅନୁଷ୍ଠିତ ହୋଇପାରେ। ଏହା ସହିତ ଏକ ସେମିଫାଇନାଲ ମ୍ୟାଚ ମଧ୍ୟ ଏଠାରେ ହୋଇପାରେ। ରାଉଲପିଣ୍ଡିରେ ଏକ ସେମିଫାଇନାଲ ମ୍ୟାଚ ଖେଳାଯିବ। ଲାହୋରରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇପାରେ। ଏହି ସହରରେ ଟିମ ଇଣ୍ଡିଆକୁ ରଖିବାର ଯୋଜନା ଅଛି।
ଚାମ୍ପିଅନ୍ସ ଟ୍ରଫି ପାଇଁ ଦୁଇଟି ଗ୍ରୁପ ଗଠନ କରାଯାଇଛି। ଏଥିରେ ଭାରତ, ପାକିସ୍ଥାନ, ନ୍ୟୁଜିଲାଣ୍ଡ ଏବଂ ବାଂଲାଦେଶକୁ ଗ୍ରୁପ ଏରେ ରଖାଯାଇଛି। ଗ୍ରୁପ ବିରେ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଏବଂ ଆଫଗାନିସ୍ତାନର ଦଳ ରହିବେ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହିଳା ଟି୨୦ ବିଶ୍ୱକପ: ନ୍ୟୁଜିଲାଣ୍ଡଠାରୁ ହାରିଲା ଭାରତ

ଦୁବାଇ, ୪।୧୦: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପରେ ଭାରତ ପରାଜୟ ସହ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ହରମନପ୍ରୀତ କୌରଙ୍କ ଦଳ...

ଓଡ଼ିଶା ରଣଜୀ ଦଳ ଘୋଷିତ: ଗୋବିନ୍ଦ ପୋଦ୍ଦାର ଅଧିନାୟକ

ଭୁବନେଶ୍ୱର, ୪।୧୦ (ତପନ ସ୍ବାଇଁ): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଘରୋଇ କ୍ରିକେଟର ସର୍ବୋଚ୍ଚ ଟୁର୍ନାମେଣ୍ଟ ରଣଜୀ ଟ୍ରଫି ୨୦୨୪-୨୫ ସିଜନର ପ୍ରଥମ ୨ଟି ମ୍ୟାଚ...

ସାହାଣୀ କପ ଫୁଟବଲ: ରାଉରକେଲାକୁ ହରାଇ ବରଗଡ଼ ଫାଇନାଲରେ

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଫୁଟବଲ ଆସୋସିଏସନ ଅଫ ଓଡ଼ିଶା ଓ ବରଗଡ଼ ଜିଲା କ୍ରୀଡ଼ା ସଂସଦର ମିଳିତ ଆୟୋଜନରେ ଅନୁଷ୍ଠିତ...

ରିଷଭ ପନ୍ତଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ନୂଆଦିଳ୍ଲୀ,୪।୧୦:ଭାରତୀୟ କ୍ରିକେଟର୍‌ ରିଷଭ ପନ୍ତ ଆଜି ୨୮ ବର୍ଷରେ ପଦାର୍ପଣ କରିଛନ୍ତି। ପନ୍ତ ୪ ଅକ୍ଟୋବର ୧୯୯୭ରେ ଉତ୍ତରାଖଣ୍ଡର ରୁର୍‌କିରେ ଜନ୍ମଗ୍ରହଣ କରିଥିଲେ। ପନ୍ତ ନିଜର...

କାଙ୍ଗାଳ ପାକିସ୍ତାନ: ୪ ମାସ ହେବ କ୍ରିକେଟର୍‌ଙ୍କୁ ମିଳିନି ଦରମା

ଇସଲାମାବାଦ୍‌,୪।୧୦: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ରେ ବିବାଦ ଶେଷ ହେବାର ନାଁ ଧରୁନି। ପାକିସ୍ତାନର ଅନେକ ତାରକା ଖେଳାଳିଙ୍କୁ ଗତ ଚାରିମାସ ଧରି ଦରମା ଦିଆଯାଇ...

ଶାମିଙ୍କ ଉପରେ ବଡ଼ ଅଭିଯୋଗ ଆଣିଲେ ପତ୍ନୀ ହସିନ ଜହାଁ, ଝିଅଙ୍କ…

ନୂଆଦିଲ୍ଲୀ,୪।୧୦: ଭାରତୀୟ ତାରକା ବୋଲର୍‌ ମହମ୍ମଦ ଶାମିଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି ପତ୍ନୀ ହସିନ ଜହାଁ। ଝିଅ ଆୟରାଙ୍କ ପାସପୋର୍ଟ କରିବାକୁ ଶାମି ସହଯୋଗ...

ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ କୋହଲିଙ୍କ ହୁଙ୍କାର: ଯୁଦ୍ଧ ଏବେ…

ନୂଆଦିଲ୍ଲୀ,୪।୧୦: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ଖେଳାଯିବ। ଏହି ଟ୍ରଫି ଅଧୀନରେ ଭାରତ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ଯାଉଛି।...

ମୋଦିଙ୍କୁ ଦେଖି ଏମିତି ପ୍ରତିକ୍ରିୟା ଦେଲେ ‘ଦ ୟୁନିଭର୍ସ ବସ୍‌’: ଭିଡିଓ ହେଉଛି ଭାଇରାଲ୍‌..

ନୂଆଦିଲ୍ଲୀ,୪।୧୦: ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାମାଇକାରେ ପ୍ରଧାନମନ୍ତ୍ରୀ ଆଣ୍ଡ୍ରିୟୁ ହୋଲେନ୍ସଙ୍କୁ ଭେଟିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି, ନୂଆଦିଲ୍ଲୀରେ ଜାମାଇକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri