ପାନୀୟଜଳ ସମସ୍ୟା ଦୂରହେବା ଆଶା ଉଜ୍ଜୀବିତ

କେସିଙ୍ଗା,୩ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍‌ର ପରଲସିଙ୍ଗା ଗ୍ରାମ ପଞ୍ଚାୟତବାସୀ ପାନୀୟଜଳ ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଥିଲେ। ବାରମ୍ବାର ଆପତ୍ତି ଅଭିଯୋଗ ପରେ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ୩କୋଟି ୨୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କାଣ୍ଡେଲ ଦେହେରେନ ଜୋର ନିକଟରେ ପାଣିଟାଙ୍କି କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲୁରହିଛି। ଫଳରେ ସମସ୍ୟା ଦୂରହେବା ନେଇ ପଞ୍ଚାୟତବାସୀଙ୍କ ଆଶା ଉଜ୍ଜୀବିତ ହୋଇଛି। ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ବିଭାଗର ଯନ୍ତ୍ରୀ ଧର୍ମେନ୍ଦ୍ର ସେଠ ନିର୍ମାଣସ୍ଥଳରେ ପହଞ୍ଚି ପାଣିଟାଙ୍କି, ସାଇଟ ୱେଲ, ପାଇପ୍‌ ଲାଇନ୍‌ ଆଦି କାମ ତଦାରଖ କରିବା ସହ ତୁରନ୍ତ ଏହା ସାରିବା ପାଇଁ ନିୟୋଜିତ ମିସ୍ତ୍ରି, ଶ୍ରମିକଙ୍କୁ ତାଗିଦ କରିଥିଲେ। ପାଣିଟାଙ୍କିରୁ ପରଲସିଙ୍ଗା ଓ ଜୁରକାଭା ଗ୍ରାମ ଯାଏ ପ୍ରାୟ ୧୦ କି.ମି. ଦୂର ପାଇପ୍‌ଲାଇନ ନିର୍ମାଣ କରାଯିବ। ଏହି କାମ ଶେଷ ହେଲେ ପରଲସିଙ୍ଗା ପଞ୍ଚାୟତର ମହୁଲପଡା, ମାଝିପଡା ଓ ଜୁରକାଭା ଗ୍ରାମର ପ୍ରାୟ ୩ ହଜାର ଲୋକେ ପାନୀୟଜଳ ପାଇପାରିବେ। ଏ ନେଇ ପରଲସିଙ୍ଗା ସରପଞ୍ଚ କୃତାଞ୍ଜଳି ଗୌଡ଼ଙ୍କୁ ପଚାରିବାରୁ ଆମ ପଞ୍ଚାୟତରେ ପାନୀୟଜଳର ଘୋର ଅସୁବିଧା ହେଉଥିବା ନେଇ ରାଜ୍ୟ ସରକାର ଓ ବିଭାଗୀୟ ଅଧିକାରୀଙ୍କୁ ଆବେଦନ କରିଥିଲୁ। ଏବେ ଅର୍ଥ ମଞ୍ଜୁର ହୋଇ କାମ ଚାଲିଥିବାରୁ ପଞ୍ଚାୟତବାସୀଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଉଛି ବୋଲି ପ୍ରକାଶ କରିଥିଲେ। ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଯନ୍ତ୍ରୀ ଧର୍ମେନ୍ଦ୍ର ସେଠଙ୍କୁ ପଚାରିବାରୁ ଲୋକଙ୍କ ସମସ୍ୟା କିପରି ଦୂରହେବ ସେଥିପାଇଁ ପାନୀୟଜଳ ବ୍ୟବସ୍ଥା କରାଯାଉଛି ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ଡେଙ୍ଗୁ ଆତଙ୍କ : ୨୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ, ଜଣେ ମହିଳା ମୃତ

ନାରାୟଣପାଟଣା,୨୩ା୮(ରାଜକିଶୋର ଜେନା): କୋରାପୁଟ ଜିଲା ନାରାୟଣପାଟଣା ବ୍ଲକ୍‌ରେ ବର୍ତ୍ତମାନ ଡେଙ୍ଗୁ ଆତଙ୍କ ଖେଳାଇଛି। ଗତ କିଛିଦିନ ମଧ୍ୟରେ ବ୍ଲକ୍‌ରେ ଏକାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।...

କଲେଜ ଛାତ୍ରୀଙ୍କୁ ଅସଦାଚରଣ: ଧନ୍ଦାମୂଳକ ତାଲିମଦାତା ଗିରଫ

ରାଉରକେଲା,୪।୧୦(ସଙ୍ଗୀତା ଜେନା): ରଘୁନାଥପାଲି ଥାନା ଅଧୀନ ଏକ ପ୍ରତିଷ୍ଠିତ କଲେଜର ଜଣେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ କଲେଜର ଧନ୍ଦାମୂଳକ ତାଲିମଦାତାଙ୍କୁ ପୋଲିସ ଗିରଫ କରିଛି। ଗିରଫ...

ପଢୁଥିଲେ ପାଠ, ମହମବତୀରୁ ନିଆଁ ଲାଗି ଜଳିଗଲା ଘର

ବ୍ରାହ୍ମଣୀଗାଁ,୪ା୧୦(ମନୋରଞ୍ଜନ ରଣା): ଦାରିଙ୍ଗବାଡି ବ୍ଲକ ହାତୀମୁଣ୍ଡା ପଞ୍ଚାୟତର ବୁଜୁଲି ଗ୍ରାମରେ ବି.ଫେର୍ନାନ୍ଦ ବଳିଆର ସିଂଙ୍କ ଘରେ ମହମବତୀରୁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ିଯାଇଛି।...

ବନ ବିଭାଗର ବିଫଳତା: ପୁଣି ଜୀବନ ନେଲା ରେଡିଓକୁଲାର ଲାଗିଥିବା ଦନ୍ତା

ବଣାଇଁ,୪।୧୦(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ବନଖଣ୍ଡ କୋଇଡ଼ା ରେଞ୍ଜ ଅଧୀନ ପାଟମୁଣ୍ଡା ଗ୍ରାମରେ ଆତଙ୍କ ସୃଷ୍ଟି କରିଥିବା ଗୋଠଛଡା ଦନ୍ତା ପୁଣି ଉତ୍ପାତ ମଚାଇ...

କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡ଼ିକୁ ଅଣ୍ଡାମାଡ଼

ଗୋଲାମୁଣ୍ଡା,୧।୧୦(ବଟକୃଷ୍ଣ ପଣ୍ଡା): ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡ଼ିକୁ ଶୁକ୍ରବାର ଅଣ୍ଡାମାଡ଼ ହୋଇଛି । ନିଜ ନିର୍ବାଚନମଣ୍ଡଳୀରେ କିଛି ଯୁବକ ତାଙ୍କ ଗାଡ଼ି ଉପରକୁ...

ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କୁ ଆକ୍ରମଣ କରି ଟଙ୍କା ଲୁଟ

ବାଲିପାଟଣା,୪।୧୦: ଖୋର୍ଦ୍ଧା ଜିଲା ବାଲିପାଟଣା ଥାନା ବଦଳା ହାଇସ୍କୁଲ ନିକଟରେ ଶୁକ୍ରବାର କେତେକ ଦୁବୃର୍ତ୍ତ ଜଣେ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କୁ ଆକ୍ରମଣ କରି ଟଙ୍କା ଲୁଟି...

ପାର୍ବଣ ପାଇଁ ତତ୍ପର ପ୍ରଶାସନ: ଉଠାଦୋକାନୀଙ୍କୁ ଉଚ୍ଛେଦ

ଦାରିଙ୍ଗବାଡି,୪।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲାର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଦାରିଙ୍ଗବାଡିରେ ଶାରଦୀୟ ଛୁଟି ପାଇଁ ପ୍ରବଳ ଭିଡ଼ ଆରମ୍ଭ ହୋଇଗଲାଣି। ଗୋଟିଏ ପଟେ...

କନଷ୍ଟେବଳଙ୍କୁ ହାଣି ପାପୁଲି ଛିଡ଼ାଇ ନେଲେ ଦୁର୍ବୃତ୍ତ

ସମ୍ବଲପୁର,୪।୧୦: କନଷ୍ଟେବଳଙ୍କୁ ହାଣି ପାପୁଲି ଛିଡ଼ାଇ ନେଲେ ଦୁର୍ବୃତ୍ତ। ଏଭଳି ଅଭାନୀୟ ଘଟଣା ଘଟିଛି ବୁର୍ଲା ଥାନା ଝରାପାଲି ଗାଁରେ । ପୋଲିସ ଉପରେ ହୋଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri