ଓଏସ୍‌ଏସ୍‌ସି ପରୀକ୍ଷାର୍ଥୀଙ୍କୁ ଅପହରଣ ପରେ ଲୁଟ୍‌: ଦୁଇ ଗିରଫ

କଟକ,୩ା୭(କାର୍ତ୍ତିକ ସାହୁ): ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ(ଓଏସଏସସି) ପରୀକ୍ଷା ଦେବାକୁ ଆସିଥିବା ଜଣେ ପରୀକ୍ଷାର୍ଥୀ ଅପହରଣ ପରେ ଲୁଟ୍‌ର ଶିକାର ହୋଇଛନ୍ତି। ପରୀକ୍ଷାର୍ଥୀଙ୍କ ଘର କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଜାମୁଦା ଅଞ୍ଚଳରେ। ଏନେଇ ସିଡିଏ ଫେଜ ୨ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଦୁଇ ପେଶାଦାର ଲୁଟେରାଙ୍କୁ ବୁଧବାର ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଲାଲବାଗ ଥାନା ଅନ୍ତର୍ଗତ ଜଗନ୍ନାଥବଲ୍ଲଭ ଅଞ୍ଚଳର ସୋହେବ ଖାଁ(୨୪) ଏବଂ ରୋହିତ୍‌ ଖାଁ(୧୯)। ସେମାନଙ୍କ ନିକଟରୁ ଟଙ୍କା ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଜବତ ହୋଇଥିବା ପୋଲିସ ସୂଚନା ଦେଇଛି।
ସୂଚନାନୁଯାୟୀ, କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଜାମୁଦା ଅଞ୍ଚଳର ନିଲେଶ ମହାନ୍ତି କଟକ ଫୁଲନଖରାରେ ଏକ ପରୀକ୍ଷା କେନ୍ଦ୍ରରେ ଷ୍ଟାଫ ସିଲେକ୍ସନ କମିଶନର ସିଏଚ୍‌ଏସ୍‌ଏଲ୍‌ ପରୀକ୍ଷା ଦେବାକୁ ଆସିଥିଲେ। ସୂଚୀ ଅନୁଯାୟୀ ୨ ତାରିଖ ସକାଳ ୭ଟାରେ ପରୀକ୍ଷା ଥିଲା। ସେ ଅନ୍ୟ ଜଣେ ବନ୍ଧୁଙ୍କ ସହ ୧ ତାରିଖ ରାତି ୧୨ଟା ବେଳେ କଟକ ରେଳଷ୍ଟେଶନରେ ପହଞ୍ଚିଥିଲେ। ତେବେ ରାତି ହୋଇଥିବାର ଉଭୟେ ଷ୍ଟେଶନରେ ଅଟକିଥିଲେ। ୨ ତାରିଖ ଭୋର ପ୍ରାୟ ୫ଟା ବେଳେ ସେ ଷ୍ଟେଶନରୁ ଚାଲିଚାଲି ମୁଖ୍ୟ ରାସ୍ତାକୁ ଆସିଥିଲେ। ଫୁଲନଖରା ଯିବା ପାଇଁ ଗାଡ଼ିକୁ ଅପେକ୍ଷା କରିଥିବା ବେଳେ ସୋହେବ ଓ ରୋହିତ୍‌ ସେଠାରେ ଏକ ବାଇକ୍‌ରେ ପହଞ୍ଚିଥିଲେ। ନିଲେଶଙ୍କୁ କୁଆଡ଼େ ଯିବେ ବୋଲି ସେମାନେ ପଚାରିଥିଲେ। ସେ ସେମାନଙ୍କୁ ଫୁଲନଖରା ଯିବେ କହିବାରୁ ସେମାନେ ଫୁଲନଖରା ଯାଉଥିବା କହି ସାଙ୍ଗରେ ଯିବାକୁ ଡାକିଥିଲେ। ଦୁହେଁ ନିଲେଶଙ୍କୁ ଫୁଲନଖରା ନେବା ବଦଳରେ ପ୍ରଥମେ ସିଡିଏ ସେକ୍ଟର-୧୦ ଅଞ୍ଚଳକୁ ନେଇଯାଇଥିଲେ। ସେଠାରେ ଥିବା ଏକ ଏଟିଏମ କାଉଣ୍ଟରକୁ ନେଇ ନିଲେଶଙ୍କ ଏଟିଏମରୁ ଟଙ୍କା ଉଠାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ତାଙ୍କ ଆକାଉଣ୍ଟରେ ଟଙ୍କା ନଥିବାରୁ ଟଙ୍କା ମଗାଇବାକୁ ଧମକାଇଥିଲେ। ନିଲେଶ ଭୟଭୀତ ହୋଇ ତାଙ୍କ ବାପାଙ୍କୁ ଫୋନ କରି ଟଙ୍କା ଦେବାକୁ କହିଥିଲେ। ବାପା ଟଙ୍କା ଦେବା ପରେ ଦୁଇ ଲୁଟେରା ତାଙ୍କୁ ଧରି ସେକ୍ଟର ୧୧ ଏଚଡିଏଫସି ବ୍ୟାଙ୍କର ଏକ ଏଟିଏମ ଯାଇଥିଲେ। ସେଠାରେ ତାଙ୍କ ଆକାଉଣ୍ଟରୁ ସେମାନେ ୧୦ ହଜାର ଟଙ୍କା ଉଠାଇଥିଲେ। ପୁଣି ନିକଟରେ ଥିବା ଆଉ ଏକ ଏଟିଏମ କାଉଣ୍ଟରକୁ ନେଇଥିଲେ। ସେଠାରେ ଥିବା ସୁରକ୍ଷାକର୍ମୀଙ୍କ ସନ୍ଦେହ ହେବା ଆଶଙ୍କା କରି ଲୁଟେରାଦ୍ବୟ ସେଠାରୁ ଫେରାର ହୋଇଯାଇଥିଲେ। ସେମାନେ ନିଲେଶଙ୍କ ନିକଟରୁ ୧୦ ହଜାର ଟଙ୍କା ନେବା ସହିତ ତାଙ୍କ ହାତ ଘଣ୍ଟା, ମୋବାଇଲ ଫୋନ ଛଡ଼ାଇ ନେଇଥିଲେ। ଏହାପରେ ସେମାନେ ବାଇକରେ ଫେରାର ହୋଇଯାଇଥିଲେ।
ସେଠାରୁ ନିଲେଶ ଫୁଲନଖରାସ୍ଥିତ ପରୀକ୍ଷା କେନ୍ଦ୍ରକୁ ଯାଇ ପରୀକ୍ଷା ଦେଇଥିଲେ। ପରୀକ୍ଷା କେନ୍ଦ୍ରରୁ ଫେରିବା ପରେ ସିଡିଏ ଫେଜ ୨ ଥାନାରେ ସେ ଏତଲା ଦେଇଥିଲେ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏଟିଏମ କାଉଣ୍ଟର ଓ ଷ୍ଟେଶନ ବଜାର ଆଖପାଖରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରି ପୋଲିସ ଏହି ଦୁଇ ପେଶାଦାର ଲୁଟେରାଙ୍କ ଫଟୋ ଠାବ କରିବା ପରେ ଗିରଫ କରିଛି। ସୋହେବ ବିରୋଧରେ ୭ଟି ମାମଲା, ରୋହିତ ବିରୋଧରେ ୯ଟି ମାମଲା ଲାଲବାଗ, ମର୍କତନଗର, ଚାଉଳିଆଗଞ୍ଜ, ସିଆରଆଇଆଇ, କ୍ୟାଣ୍ଟନମେଣ୍ଟ ଥାନାରେ ରହିଛି। ଏହି ଦୁଇ ଜଣ ଲୁଟ, ଚୋରି, ଛିନତାଇ ଭଳି ସମ୍ପତ୍ତି ଜନିତ ଆପରାଧିକ ମାମଲାରେ ଅନେକ ସମୟରେ ସମ୍ପୃକ୍ତ ଥିବା ତଦନ୍ତ ସମୟରେ ଜଣାପଡ଼ିଛି ବୋଲି ସିଡିଏ ଫେଜ ୨ ଥାନା ଆଇଆଇସି ପ୍ରିୟଦର୍ଶନୀ ନନ୍ଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବଙ୍କ ଗସ୍ତକୁ ନେଇ ଗଣମାଧ୍ୟମକୁ ଉପେକ୍ଷା

ଅମରପାଲି,୫।୧୦(ପୀତାମ୍ବର ସାହୁ):ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଯାମିନି ଷଡଙ୍ଗୀ ସୁବର୍ଣ୍ଣପୁର ଜିଲା ଗସ୍ତ ବେଳେ ବୀରମହାରାଜପୁର ବ୍ଲକର ବିଭିନ୍ନ ଯୋଜନା, ପ୍ରକଳ୍ପ ଏବଂ...

ମା’ ସମଲେଶ୍ବରୀଙ୍କ ଚନ୍ଦ୍ରଘଣ୍ଟା ବେଶ: ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୫।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ମନ୍ଦିରରେ ଶାରଦୀୟ ନବରାତ୍ର ପୂଜା ଚାଲିଛି। ଏହି କ୍ରମରେ ଶନିବାର ମା’ ସମଲେଶ୍ବରୀ ଚନ୍ଦ୍ରଘଣ୍ଟା ବେଶରେ...

ମାସେ ହେଲା ବିନା ଡାକ୍ତରରେ ସେବା

ବ୍ରହ୍ମପୁର,୫ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ଗ୍ରାମାଞ୍ଚଳରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ କରାଯାଇଛି। ଅନେକ ସ୍ବାସ୍ଥ୍ୟକେନ୍ଦ୍ର...

ଡାହାଣୀ ସନ୍ଦେହ: ଭାଉଜଙ୍କୁ ହାଣି ହତ୍ୟାକଲେ ଦିଅର

ରାମଚନ୍ଦ୍ରପୁର,(ଗଣେଶ୍ୱର ସା)/ ଘସିପୁରା( ନିରଞ୍ଜନ ସାହୁ),୫ା୧୦: ଡାହାଣୀ ସନ୍ଦେହ କରି ଭାଉଜଙ୍କୁ ଟାଙ୍ଗିଆ ହାଣି ହତ୍ୟା କଲେ ଦିଅର। ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଛି କେନ୍ଦୁଝର...

ମା’ଶାରଳାଙ୍କ ମନ୍ଦିରରେ ଘିଅର ମାନକୁ ନେଇ ଉଠିଲା ପ୍ରଶ୍ନ

ଜଗତ୍‌ସିଂହପୁର, ୫ା୧୦(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ଶାରଳା। ଏହି ମନ୍ଦିରକୁ ପ୍ରତ୍ୟହ ଜିଲା ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସହସ୍ରାଧିକ...

ଫେରୁଛି ମୌସୁମୀ: ପାର୍ବଣରେ ପାଗ ଶୁଖିଲା

ଭୁବନେଶ୍ୱର,୫ା୧୦(ଅନୁରାଧା ମହାରଣା):ଉତ୍ତର ବଙ୍ଗୋପସାଗର ଏବଂ ବାଲାଂଦେଶ ଓ ପଶ୍ଚିମବଙ୍ଗ ଉପକୂଳବର୍ତ୍ତୀ ଅଞ୍ଚଳରେ ଶୁକ୍ରବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସହିତ ଜଡ଼ିତ ଘୂର୍ଣ୍ଣିବଳୟ...

୭ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ବେଲପଡ଼ା, ୫ା୧୦(ମନୋଜ କୁମାର ମିଶ୍ର):ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ୍‌ରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ହୋଇଥିବା କାମର ବିଲ୍‌ କରିବା ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ...

ଗାଁ ପିଣ୍ଡିରେ ବସି ଲୋକଙ୍କ ଦୁଃଖ ଶୁଣିଲେ ଜିଲାପାଳ

ମହାକାଳପଡ଼ା,୫ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ରାଜ୍ୟ ସରକାର ଗ୍ରାମାଞ୍ଚଳ, ଉପାନ୍ତ ଅଞ୍ଚଳରେ ବୁଲି ଲୋକଙ୍କ ଦୁଃଖ ବୁଝିବା ପାଇଁ ଜିଲାପାଳଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ସେହିପରି ଉପାନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri