Posted inଜାତୀୟ

ମିଛ କହିଛନ୍ତି ରାଜନାଥ, ରାହୁଲ ଗାନ୍ଧୀ ଦେଲେ ପ୍ରମାଣ

ନୂଆଦିଲ୍ଲୀ,୩।୭: ବିରୋଧୀ ଦଳ ଲଗାତାର ଅଗ୍ନିବୀର ଯୋଜନାକୁ ନେଇ କେନ୍ଦ୍ରରେ ମୋଦି ସରକାରଙ୍କୁ ଘେରୁଛନ୍ତି। ସୋମବାର ମଧ୍ୟ ଲୋକସଭାରେ ଏ ସମ୍ପର୍କରେ ବିତର୍କ ହୋଇଥିଲା। ଅଗ୍ନିବୀର ମାମଲାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଭଗବାନ ଶିବଙ୍କ ଫଟୋ ଦେଖାଇ ଲୋକ ସଭାରେ ନିଜର ମତ ରଖିଥିଲେ। ବାଚସ୍ପତି ଓମ ବିର୍ଲା ତାଙ୍କୁ ଅନେକ ଥର ବାଧା ଦେଇଥିଲେ। ଏବେ ରାହୁଲ ଏକ ଭିଡିଓ ବାର୍ତ୍ତା ପ୍ରକାଶ କରିଛନ୍ତି। ଏଥିରେ ସେ ଭଗବାନ ଶିବଙ୍କ ସମାନ ଫଟୋ ସହିତ ଅଗ୍ନିବୀର ଯୋଜନା ବିଷୟରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି।
ଭିଡିଓରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କହିଛନ୍ତି, ସଂସଦରେ ମୋର ଅଭିଭାଷଣରେ ମୁଁ କହିଥିଲି ଯେ ସତ୍ୟର ସୁରକ୍ଷା ହେଉଛି ପ୍ରତ୍ୟେକ ଧର୍ମର ମୂଳଦୁଆ। ଏହାର ଜବାବରେ ଭଗବାନ ଶିବଙ୍କ ଫଟୋ ସାମ୍ନାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସମଗ୍ର ଭାରତ, ଦେଶର ସେନା ଏବଂ ଅଗ୍ନିବୀର କର୍ମଚାରୀଙ୍କୁ କ୍ଷତିପୂରଣ ବିଷୟରେ ମିଛ କହିଥିଲେ।
ରାହୁଲ ତାଙ୍କ ଭିଡିଓରେ ଶହୀଦ ଅଜୟ ସିଂଙ୍କ ବିଷୟରେ ଉଲ୍ଲେଖ କରିଥିବାବେଳେ ତାଙ୍କ ପିତାଙ୍କ ଏକ କ୍ଲିପ ଦେଖାଇଥିଲେ। ଏଥିରେ ଶହୀଦଙ୍କ ପିତା କହିଛନ୍ତି ଯେ, ଆମ ପରିବାରକୁ ୧ କୋଟି ଟଙ୍କା ମିଳିଛି ବୋଲି ରାଜନାଥ ସିଂ ଏକ ବିବୃତ୍ତି ଦେଇଛନ୍ତି। ଆମେ କୌଣସି ଟଙ୍କା ପାଇନାହୁଁ କିମ୍ବା ଏ ବିଷୟରେ କୌଣସି ସୂଚନା ମଧ୍ୟ ଆମକୁ ଦିଆଯାଇନାହିଁ। ପ୍ରତିରକ୍ଷା ମନ୍ତ୍ରୀ ସଂସଦରେ ମିଛ କହିଛନ୍ତି ଏବଂ ଏନେଇ ସେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ରାହୁଲ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ହରିୟାଣାର ୯୦ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ଆରମ୍ଭ, ଲୋକଙ୍କ ମଧ୍ୟରେ ଅଦ୍ଭୁତ ଉତ୍ସାହ

ଚଣ୍ଡିଗଡ଼,୫।୧୦: ହରିୟାଣା ବିଧାନସଭା ଆସନ ପାଇଁ ହେବାକୁ ଥିବା ଭୋଟ ଗ୍ରହଣର ଅପେକ୍ଷାର ଅନ୍ତ ହୋଇଛି। ଶନିବାର ସକାଳୁ ସମସ୍ତ ୯୦ ଟି ଆସନ ପାଇଁ...

ମଙ୍କିପକ୍ସ ଟେଷ୍ଟିଂ କିଟ୍‌କୁ ଡବ୍ଲ୍ୟୁଏଚ୍‌ଓର ମଞ୍ଜୁରୀ

ନୂଆଦିଲ୍ଲୀ,୫ା୧୦:ମଙ୍କିପକ୍ସ ରୋଗ ଚିହ୍ନଟ ପାଇଁ ପ୍ରଥମ ଟେଷ୍ଟିଂ କିଟ୍‌କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ମଞ୍ଜୁରୀ ପ୍ରଦାନ କରିଛି। ମଙ୍କିପକ୍ସ ଭୂତାଣୁରୁ ସୃଷ୍ଟି ହେଉଥିବା ଏହି...

ୟୁପି ମର୍ମନ୍ତୁଦ ଦୁର୍ଘଟଣା: ମୃତକଙ୍କ ପରିବାର ପାଇଁ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ମିର୍ଜାପୁର,୪ା୧୦: ଉତ୍ତରପ୍ରଦେଶର ମିର୍ଜାପୁରରେ  ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟରକୁ ଟ୍ରକ୍‌ ଧକ୍କା ଦେବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ୩ ଜଣ...

ଲଗେଜ୍‌ ହଜାଇ ଦେଲେ ଅନୁଷ୍କା ଶଙ୍କର: ସହାର୍ଯ୍ୟ ପାଇଁ କରିଥିଲେ…

ନୂଆଦିଲ୍ଲୀ,୪ା୧୦: ଖ୍ୟାତନାମା ସିତାର ବାଦକ ଅନୁଷ୍କା ଶଙ୍କର ଜର୍ମାନୀର ବର୍ଲିନ୍‌ରେ ତାଙ୍କ ଲଗେଜ୍‌ ହଜାଇ ସାହାଯ୍ୟ ପାଇଁ ଚିତ୍କାର କରୁଥିବା ଦେଖାଯାଇଥିଲା, ଯାହା ଅନେକ ସୋସିଆଲ...

ମହାରାଷ୍ଟ୍ରରେ ଯୁବତୀଙ୍କୁ ଗଣବଳାତ୍କାର

ପୁଣେ,୪ା୧୦: ମହାରାଷ୍ଟ୍ରର ପୁଣେରେ ଜଣେ ୨୧ ବର୍ଷୀୟା ଯୁବତୀଙ୍କୁ ୩ ଜଣ ଯୁବକ ଗଣବଳାତ୍କାର କରିଛନ୍ତି। ଯୁବତୀ ଜଣକ ତାଙ୍କର ବନ୍ଧୁଙ୍କ ସହ ବୋପଦେବ ଘାଟ...

ବଡ଼ଧରଣର ଏନ୍‌କାଉଣ୍ଟର: ଗଡ଼ିଲା ଗୋଟିଏ ପରେ ଗୋଟିଏ ମାଓବାଦୀଙ୍କ ମୁଣ୍ଡ

ଦାନ୍ତଓ୍ବୋଡ଼ା,୪।୧୦: ଓଡ଼ିଶା ସିମାନ୍ତ ଛତିଶଗଡ଼ ଦାନ୍ତେୱାଡ଼ାରେ ଶୁକ୍ରବାର ସୁରକ୍ଷା କର୍ମୀଙ୍କୁ ଏକ ବଡ଼ଧରଣର ସଫଳତା ମିଳିଛି। ସୁରକ୍ଷା କର୍ମୀଙ୍କ ଏନ୍‌କାଉଣ୍ଟରରେ ୩୬ଜଣ ମାଓବାଦୀ ନିହତ ହୋଇଥିବା...

ଏନସିପିର ଏକମାତ୍ର ବିଧାୟକ ଏବେ ଭାଜପାରେ

ରାଞ୍ଚି,୪।୧୦: ଝାଡ଼ଖଣ୍ଡ ଏନସିପି (ଅଜିତ ପାୱାର) ବିଧାୟକ ତଥା ଦଳର ରାଜ୍ୟ ସଭାପତି କମଲେଶ କୁମାର ସିଂ ଶୁକ୍ରବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି।...

ବଡ଼ ଭବିଷ୍ୟବାଣୀ: ମୁଖ୍ୟମନ୍ତ୍ରୀ ନୁହେଁ ପ୍ରଧାନମନ୍ତ୍ରୀ ହେବେ ପ୍ରଶାନ୍ତ କିଶୋର

ରୋହତାସ,୪।୧୦: ନିର୍ବାଚନ ରାଜନୀତିର ଚାଣକ୍ୟ ଭାବେ ବିବେଚିତ ପ୍ରଶାନ୍ତ କିଶୋର ଜନ ସୁରାଜ ନାମକ ଏକ ଦଳ ଘୋଷଣା କରିଛନ୍ତି। ପିକେଙ୍କ ଏହି ନିଷ୍ପତ୍ତିକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri