ଥମୁନି ବିଜେଡି କର୍ପୋରେଟର ବିବାଦ

ଭୁବନେଶ୍ୱର, ୪।୭(ଅନିଲ ଦାସ/ବନ୍ଦନା ସେଠୀ)ଗତ ସାଧାରଣ ନିର୍ବାଚନ ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମର ୨ ବିଜେଡି କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହାସୁପକାର ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ଏକାମ୍ର ବିଧାୟକ ଅଶୋକ ପଣ୍ଡାଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ କରୁଥିଲେ। ଉଭୟଙ୍କୁ ଟିକେଟ ନ ଦେବା ପାଇଁ ଦାବି କରୁଥିଲେ। ପରବର୍ତ୍ତୀ ସମୟରେ ଦଳ ପକ୍ଷରୁ ସେମାନଙ୍କୁ ବୁଝାଇ ଦିଆଯାଇଥିଲା। ନିର୍ବାଚନ ଶେଷ ହୋଇଯାଇଥିଲେ ମଧ୍ୟ କର୍ପୋରେଟର ଏବଂ ବିଧାୟକଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ ଥମି ନାହିଁ। ବୁଧବାର ବିଏମ୍‌ସି କର୍ପୋରେଟରମାନେ ଅଲଗାଅଲଗା ବୈଠକରେ ଯୋଗଦେଇ ପରସ୍ପରକୁ ପରୋକ୍ଷ ସମାଲୋଚନା କରିବା ଦଳୀୟ କନ୍ଦଳକୁ ପଦାରେ ପକାଇଥିବା ନେଇ ଚର୍ଚ୍ଚା ହେଉଛି।
ବିଜେଡି ବିଧାୟକ ପ୍ରତାପ ଦେବଙ୍କ ସରକାରୀ ବାସଭବନରେ କର୍ପୋରେଟର ଅମରେଶ ଓ ବିରଞ୍ଚି ପହଞ୍ଚିଥିଲେ। ଏହାପୂର୍ବରୁ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଉପସ୍ଥିତ ଥିଲେ। ବୈଠକରେ କେଉଁ ପ୍ରସଙ୍ଗରେ ଆଲୋଚନା ହୋଇଛି ତାହା ଦଳ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ଅନ୍ୟପକ୍ଷରେ ସ୍ଥାନୀୟ ଏକ ହୋଟେଲରେ ଏକାମ୍ର ଓ ମଧ୍ୟ ନିର୍ବାଚନମଣ୍ଡଳୀର ପ୍ରାୟ ୨୫ଜଣ କର୍ପୋରେଟର ଏକାଠି ହୋଇଥିଲେ। ସମାନ୍ତରାଳ ଭାବେ ଦୁଇଟି ବୈଠକକୁ ନେଇ ବିଜେଡି ରାଜନୀତି ସରଗରମ ହୋଇଛି।
ଓ୍ବାର୍ଡ ନଂ. ୫୫ର କର୍ପୋରେଟର ନୃପେଶ ନାୟକ କହିଛନ୍ତି, ବିଜେଡ଼ିର ୫୭ଜଣ କର୍ପୋରେଟର ଏକାଠି ଅଛନ୍ତି, ଆଗକୁ ମଧ୍ୟ ରହିବେ। ବିଏମ୍‌ସିରେ ସର୍ବାଧିକ ସଂଖ୍ୟା ବିଜେଡି କର୍ପୋରେଟରଙ୍କର ରହିଛି, ତେଣୁ ଚିନ୍ତାର କୌଣସି କାରଣ ନାହିଁ। ଜାହାଜ କଣାହେଲେ ମୂଷାମାନେ ଆଗ ଡେଇଁ ପଳାନ୍ତି। ସେହିପରି କିଛି ବ୍ୟକ୍ତି ଭୀତତସ୍ତ୍ର ହୋଇ ପଳାୟନ ପାଇଁ ବାଟ ଖୋଜୁଛନ୍ତ ବୋଲି ସେ କହିଛନ୍ତି। ସେହିପରି ଓ୍ବାର୍ଡ ନଂ. ୫୩ର କର୍ପୋରେଟର ମହାମାୟା ସ୍ବାଇଁ କହିଛନ୍ତି, ଅନ୍ତଃକନ୍ଦଳ ବା ଦଳ ଭାଙ୍ଗିଯିବା ଭଳି କଥା ଆମ ଭିତରୁ କାହା ମନରେ ନାହିଁ। ଯେଉଁମାନେ ଏଭଳି କଥା କହୁଛନ୍ତି, ସେମାନେ ଭାଜପାକୁ ଯିବାକୁ ବାଟ ଖୋଜୁଛନ୍ତି। ଆମେ ପ୍ରଥମରୁ ବିଜେଡି ସହିତ ରହିଛୁ ଏବଂ ଆଗକୁ ମଧ୍ୟ ରହିବୁ। ଆମ ଦଳର ସଙ୍ଗଠନ ଗୋଟିଏ ଏବଂ ଆମ ଭିତରେ କୌଣସି ଦ୍ୱନ୍ଦ୍ୱ ନାହିଁ।
ଅମରେଶ ଜେନା କହିଛନ୍ତି, କେତେଜଣ ଦଳୀୟ ନେତା ବିଜେଡିକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି। ସେମାନେ ଦଳ ଭିତରେ ବିଭୀଷଣ। ଅନେକ ଦୁର୍ନୀତିରେ ସମ୍ପୃକ୍ତ ଅଛନ୍ତି। ସେହିପରି ବିଏମ୍‌ସିକୁ ଠିକ୍‌ ଭାବେ ଚଲାଇ ନ ଦେବା ପାଇଁ ଗୁପ୍ତରେ ହୋଟେଲରେ ବୈଠକ ଚାଲିଥିଲା। ହଠାତ୍‌ ଗଣମାଧ୍ୟମ ପ୍ରତିନିଧିମାନେ ପହଞ୍ଚତ୍ୟିବାରୁ ସେମାନେ ଭୟଭୀତ ହୋଇ ‘ଏକାଠି ଥିବା’ କଥା କହୁଛନ୍ତି। ଅମରେଶଙ୍କ ଏହି ଉକ୍ତିକୁ ନୃପେଶ କଡ଼ା ସମାଲୋଚନା କରିଛନ୍ତି। ଗଣମାଧ୍ୟମଙ୍କୁ ଡାକି ଆମେ ଖବରଦାତା ସମ୍ମିଳନୀ କରିଥିଲୁ। ଏଥିରେ ପ୍ରାୟ ପ୍ରାୟ ୪୦ଜଣ କର୍ପୋରେଟରଙ୍କୁ ନିମନ୍ତ୍ରଣ କରାଯାଇଥିଲା। ବର୍ଷା ପାଇଁ କିଛି କର୍ପୋରେଟର ଆସି ପାରି ନ ଥିଲେ। ଗତ ୧୫ଦିନ ମଧ୍ୟରେ ସମ୍ପୃକ୍ତ ଦୁଇଜଣ କର୍ପୋରେଟର ଗଣମାଧ୍ୟମରେ ଯେପରି ବକ୍ତବ୍ୟ ଦେଉଛନ୍ତି ତାହା ସମ୍ପୂର୍ଣ୍ଣ ଅବାନ୍ତର। ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଦଳ ଭାଙ୍ଗିବାର ପ୍ରଶ୍ନ ଉଠୁନାହିଁ। ନିର୍ବାଚନ ହାରିବା ପରେ ଦଳକୁ କିଭଳି ସୁସଙ୍ଗଠିତ କରାଯିବ ସେ ନେଇ ଆମେ ଚେଷ୍ଟା କରୁଛୁ। ଏଭଳି ସ୍ଥିତିରେ ଦଳ ମଧ୍ୟରେ ଅଶାନ୍ତି କରିବାକୁ ସମ୍ପୃକ୍ତ କର୍ପୋରେଟର ଚେଷ୍ଟା କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ, ପରୀକ୍ଷା ପାଇଁ ହଳଦୀ ଗୁଣ୍ଡର ନମୁନା ସଂଗ୍ରହ

ଦାରିଙ୍ଗବାଡ଼ି,୫ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ କନ୍ଧମାଳ ହଳଦୀ ନାମରେ ନକଲି ଗୁଣ୍ଡ ବିକ୍ରି କରାଯାଉଥିବା ଓ ଜୈବିକ ହଳଦୀ ନାମରେ ଲେବୁଲ...

ମରଣାନ୍ତକ ଆକ୍ରମଣ ଶିକାର ହୋଇଥିବା କନଷ୍ଟେବଳଙ୍କୁ ଭେଟିଲେ ଡିଜିପି

କଟକ,୫ା୧୦: ଜଣେ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ବୁର୍ଲା ଥାନାର କନଷ୍ଟେବଳ ସରୋଜ ଭୋଇଙ୍କୁ ଡିଜିପି ଯୋଗେଶ ବାହାଦୂର ଖୁରାନିଆ...

ମା’ ଶାରଳାଙ୍କ ମନ୍ଦିରରେ ବଦଳିଲା ଘିଅ

ଜଗତସିଂହପୁର,୫ା୧୦: ଜଗତସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳା ମନ୍ଦିରରେ ବ୍ୟବହୃତ ଘିଅ ବଦଳାଯାଇଛି। ଭଣ୍ଡାରରେ ଗଚ୍ଛିତ ଥିବା ୨୫ ଟିଣ ଫେରସ୍ତ ପରେ ମନ୍ଦିର...

ଏହି ୨ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ୱର,୫।୧୦: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ୨ ଦିନ ବନ୍ଦ ରହିବ। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ମୁଖ୍ୟମନ୍ତ୍ରୀ ଗୋଟିଏ ନିଷ୍ପତ୍ତି ପାଇଁ କେଉଁ ଚାରିଜଣଙ୍କୁ ପଚାରୁଛନ୍ତି? ତେର୍ଚ୍ଛାବାଣ ମାରିଲେ ପ୍ରସନ୍ନ, କହିଲେ…

ସମ୍ବଲପୁର,୫।୧୦: ପଶ୍ଚିମ ଓଡ଼ିଶାରେ ଜନସମ୍ପର୍କ ପଦଯାତ୍ରା ଚାଲିଥିବା ବେଳେ ଭାଜପାକୁ ଟାର୍ଗେଟ କରିଛନ୍ତି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ। ଦଳକୁ ମଜଭୁତ କରିବାକୁ ଜନସମ୍ପର୍କ ପଦଯାତ୍ରା କରୁଥିବା...

ପିଏମ୍‌ ଓ ସିଏମ କିଷାନକୁ କୃଷି ସଚିବଙ୍କ ବଡ଼ ବୟାନ : ଶୀଘ୍ରଶୀଘ୍ର କରନ୍ତୁ…

ଭୁବନେଶ୍ୱର, ୫।୧୦: ପିଏମ୍‌ ଓ ସିଏମ କିଷାନକୁ ନେଇ ଖୁସି ଖବର। ବଡ ବୟାନ ଦେଲେ କୃଷି ସଚିବ ଅରବିନ୍ଦ ପାଢୀ। ସଚିବ ପାଢ଼ୀ କହିଛନ୍ତି,ଯୋଜନାରୁ...

ନବୀନଙ୍କୁ ଧର୍ମେନ୍ଦ୍ରଙ୍କ କଡ଼ା ଟାର୍ଗେଟ୍‌, କହିଲେ ଲୋକେ ଯେଉଁ ଭୂମିକା ଦେଇଛନ୍ତି…

ଭୁବନେଶ୍ୱର,୫ା୧୦: ଶନିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ କଡ଼ା ଟାର୍ଗେଟ୍‌ କରିଛନ୍ତି। କିଛିଦିନ ତଳେ ଭାଜପା...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ରାଜ୍ୟରେ…

ଭୁବନେଶ୍ୱର,୫ା୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଶହୀଦ ବାଜି ରାଉତଙ୍କ ଜୟନ୍ତୀକୁ ଏଣିକି ସରକାରୀସ୍ତରରେ ପାଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri