କଲେଜରେ ଅଧ୍ୟକ୍ଷଙ୍କୁ ଅଧ୍ୟାପକଙ୍କ ଆକ୍ରମଣ

ଖୋର୍ଦ୍ଧା,୪ା୭(ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧା ବ୍ଲକ ଅଞ୍ଚଳରେ ଥିବା ହଳଦିଆ ମହାବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପଦବୀକୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଇତିହାସ ଅଧ୍ୟାପକ ଓ ପରିଚାଳନା କମିଟି ସଭାପତି ସ୍ଥାନୀୟ ୪ଜଣ ଯୁବକଙ୍କ ସହ କଲେଜ ଅଧ୍ୟକ୍ଷଙ୍କୁ ଆକ୍ରମଣ କରିଥିବା ନେଇ ବୁଧବାର ଶିଳ୍ପାଞ୍ଚଳ ଥାନାରେ ଅଭିଯୋଗ ହୋଇଛି। ଅନ୍ୟପଟେ ସମ୍ପୃକ୍ତ ଅଧ୍ୟାପକ ମଧ୍ୟ ପାଲଟା ଅଭିଯୋଗ କରିଛନ୍ତି। ଅଧ୍ୟାପକଙ୍କ ଅଭିଯୋଗ କ୍ରମେ ଥାନାରେ କେସ୍‌ ନଂ. ୧୫୧/୨୪ ଏବଂ ଅଧ୍ୟକ୍ଷଙ୍କ ଅଭିଯୋଗ ଭିତ୍ତିରେ କେସ୍‌ ନଂ. ୧୫୨/୨୪ ରୁଜୁ କରାଯାଇଛି। ପୋଲିସ ସିିସିଟିଭି ଫୁଟେଜ ଅନୁଧ୍ୟାନ କରିବା ସହ ତଦନ୍ତ ଜାରି ରଖିଛି।
ଅଧ୍ୟକ୍ଷ ଉମାକାନ୍ତ ପାତ୍ରଙ୍କ ଅଭିଯୋଗ ଅନୁଯାୟୀ, ବୁଧବାର ସକାଳ ସାଢେ ୮ଟାରେ ଇତିହାସ ବିଭାଗ ଅଧ୍ୟାପକ ବିଜୟ କୁମାର ଭଞ୍ଜ, ପରିଚାଳନା କମିଟି ସଭାପତି ରଞ୍ଜନ କୁମାର ଭଞ୍ଜ ଏବଂ ଗ୍ରାମର ରବିନାରାୟଣ ଭଞ୍ଜ ସାମନ୍ତ ଓରଫ ରବି, ପ୍ରଦୀପ୍ତ କୁମାର ଭଞ୍ଜ ଓରଫ ନିର, ଭବାନୀ ପଟ୍ଟନାୟକ ଓରଫ ଶିବୁନୁ ଏବଂ ଶ୍ରୀକାନ୍ତ କୁମାର ଭଞ୍ଜ ଓରଫ ଗୁଲୁ ହଠାତ୍‌ ଅଧ୍ୟକ୍ଷଙ୍କ ଚାମ୍ବରକୁ ପଶି ଆସି ତାଙ୍କୁ ଅଧ୍ୟକ୍ଷ ପଦବୀ ଛାଡ଼ିବା ସହ କ୍ୟାମ୍ପସରୁ ଚାଲିଯିବାକୁ ଧମକାଇଥିଲେ। ଆଇନ ଅନୁଯାୟୀ ଏ ସମ୍ପର୍କରେ ଆଲୋଚନା ପାଇଁ ପରିଚାଳନା କମିଟି ସଭାପତିଙ୍କୁ ଉମାକାନ୍ତ ଅନୁରୋଧ କରିଥିବା ବେଳେ ସଭାପତି ଏବଂ ଅଧ୍ୟାପକ ବିଜୟ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ତାଙ୍କ ତଣ୍ଟି ଚିପି ଗଳା ଧକ୍କା ମାରି ଚାମ୍ବରରୁ ବାହାର କରିଦେଇଥିଲେ। ଏହି ସମୟରେ ସେଠାରେ କଲେଜ ପିଅନ ଏବଂ ରାତ୍ରି ଜଗୁଆଳି ମଧ୍ୟ ଉପସ୍ଥିତ ଥିଲେ। ତାଙ୍କ ଜୀବନ ପ୍ରତି ବିପଦ ଥିବା ଉମାକାନ୍ତ ଅଭିଯୋଗରେ ଦର୍ଶାଇଛନ୍ତି।
ଅଧ୍ୟାପକ ବିଜୟ ଏବଂ ପରିଚାଳନା କମିଟି ସଭାପତି ରଞ୍ଜନ ଆଣିଥିବା ସେମାନଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶନାମା ନଂ.୧୫୭୨୫/୦୨.୦୭.୨୪ ଅନୁଯାୟୀ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ହସ୍ତାନ୍ତର ପାଇଁ ସକାଳ ୮ଟା ୧୫ରେ ଅଧ୍ୟକ୍ଷଙ୍କ ଚାମ୍ବରକୁ ଯାଇଥିଲୁ। ହାଇକୋର୍ଟଙ୍କ ଆଦେଶ ପ୍ରକାରେ କାର୍ଯ୍ୟାଳୟ ଖାଲି କରିବାକୁ କହିବାବେଳେ ଉମାକାନ୍ତ କୋର୍ଟ କପି ହାତରୁ ଛଡ଼ାଇନେଇ ଚିରି ଦେଇଥିଲେ। ଏଥିସହ ଉଭୟଙ୍କୁ ଗାଳିଗୁଲଜ କରିଥିଲେ। ସେଠାରେ ଉପସ୍ଥିତ ଥିବା ବିଭୂଭୂଷଣ ସାହୁଙ୍କ ପୁଅ ବିକାଶ ମଧ୍ୟ ଗାଳିଗୁଲଜ କରିଥିଲେ। ସେମାନଙ୍କୁ ବନ୍ଧୁକରେ ଉଠାଇଦେବାକୁ ଉଭୟ ଧମକ ଦେଇଥିଲେ ବୋଲି ଅଭିଯୋଗ ହୋଇଛି।
ଜୁନ ୩୦ ତାରିଖରେ ଉମାକାନ୍ତଙ୍କ କଲେଜ ଅଧ୍ୟକ୍ଷ ପଦବୀ ବେଆଇନ ବୋଲି ଦର୍ଶାଇ ଶିଳ୍ପାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିବା ବିଜୟ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଉମାକାନ୍ତ ପରିଚାଳନା କମିଟି ସଭାପତିଙ୍କ ବିନା ଅନୁମତିରେ ଗତ ୩୦ ତାରିଖରେ କେତେଜଣ କର୍ମଚାରୀ, ସ୍ଥାନୀୟ ଲୋକଙ୍କ ସହଯୋଗରେ ଅଫିସ ଗୃହ ତାଲା ଭାଙ୍ଗି ନିୟମିତ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ।
ଯେ, ରାଜ୍ୟ ସରକାରଙ୍କ ଚିଠି ନଂ. ୪୫୭୩/୨.୬.୨୪ ନିର୍ଦ୍ଦେଶ ଅନୁଯାୟୀ ଓ ସଭାପତିଙ୍କ ଚିଠି ନଂ. ୧୮/୧୯.୬.୨୪ କ୍ରମେ ମହାବିଦ୍ୟାଳୟ ଅଧ୍ୟକ୍ଷ ପଦରୁ ଉମାକାନ୍ତଙ୍କୁ ଅବ୍ୟାହତି ଦିଆଯାଇଥିଲା। ତେବେ ତା’ ପରଦିନ ସଭାପତିଙ୍କ ଚିଠି ନଂ. ୨୪/୨୦.୬.୨୪ରେ ବିଜୟଙ୍କୁ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିଲା। ଜୁଲାଇ ୧ରୁ ଯୁକ୍ତ୩ ପରୀକ୍ଷା ଥିବାରୁ ପରୀକ୍ଷାରେ ବ୍ୟାହତ ସୃଷ୍ଟି ହେବା ଆଶଙ୍କାରେ ପୋଲିସକୁ ଲିଖିତ ଭାବେ ଅଭିଯୋଗ କରିଥିବା ବିଜୟ କହିଛନ୍ତି। ତେବେ ଏ ସମ୍ପର୍କରେ ଉମାକାନ୍ତଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଅନ୍ୟପକ୍ଷରେ ଥାନା ଭାରପ୍ରାପ୍ତ ଅଧିକାରୀ ତାରିକ ଅହମ୍ମଦ କହିଛନ୍ତି, ଉଭୟଙ୍କ ଅଭିଯୋଗ କ୍ରମେ ଦୁଇଟି ପୃଥକ ମାମଲା ରୁଜୁ ହୋଇଛି। ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରାଯିବା ସହ ଘଟଣାର ତଦନ୍ତ ଜାରି ରହିଛି। ତଦନ୍ତ ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବଗଛକୁ ଧକ୍କା ଦେଇ ନାଳ ଭିତରକୁ ଓଲଟି ପଡ଼ିଲା କାର୍‌

ବାଲିଗୁଡ଼ା,୫ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗଗଡ଼ ନିକଟସ୍ଥ କୁର୍ଙ୍ଗୁଲି ନାଳ ଭିତରକୁ ଏକ କାର୍‌ ପଶିଯାଇଛି। ସୂଚନାନୁଯାୟୀ,...

ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ, ପରୀକ୍ଷା ପାଇଁ ହଳଦୀ ଗୁଣ୍ଡର ନମୁନା ସଂଗ୍ରହ

ଦାରିଙ୍ଗବାଡ଼ି,୫ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ କନ୍ଧମାଳ ହଳଦୀ ନାମରେ ନକଲି ଗୁଣ୍ଡ ବିକ୍ରି କରାଯାଉଥିବା ଓ ଜୈବିକ ହଳଦୀ ନାମରେ ଲେବୁଲ...

ମରଣାନ୍ତକ ଆକ୍ରମଣ ଶିକାର ହୋଇଥିବା କନଷ୍ଟେବଳଙ୍କୁ ଭେଟିଲେ ଡିଜିପି

କଟକ,୫ା୧୦: ଜଣେ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ବୁର୍ଲା ଥାନାର କନଷ୍ଟେବଳ ସରୋଜ ଭୋଇଙ୍କୁ ଡିଜିପି ଯୋଗେଶ ବାହାଦୂର ଖୁରାନିଆ...

କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଲେ ସିପିଆଇଏମ୍‌ ନେତା

ତିହିଡ଼ି,୫ା୧୦(ସଞ୍ଜିତ ବଳ): ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇଏମ୍‌)ର ତିହିଡ଼ି ଆଞ୍ଚଳିକ ସମ୍ମିଳନୀ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଦଳର ନେତା ଓ କର୍ମୀମାନେ ତିହିଡ଼ି ଡାକବଙ୍ଗଳାଠାରୁ...

ମା’ ଶାରଳାଙ୍କ ମନ୍ଦିରରେ ବଦଳିଲା ଘିଅ

ଜଗତସିଂହପୁର,୫ା୧୦: ଜଗତସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳା ମନ୍ଦିରରେ ବ୍ୟବହୃତ ଘିଅ ବଦଳାଯାଇଛି। ଭଣ୍ଡାରରେ ଗଚ୍ଛିତ ଥିବା ୨୫ ଟିଣ ଫେରସ୍ତ ପରେ ମନ୍ଦିର...

ଏହି ୨ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ୱର,୫।୧୦: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ୨ ଦିନ ବନ୍ଦ ରହିବ। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ତାତିଲେ ମହିଳା, ଏକାଠି ହୋଇ ନଷ୍ଟ କଲେ ବିପୁଳ ପରିମାଣର ମଦ

ବରଗଡ଼,୫ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ ଖଲିଆପାଲି ସ୍କୁଲପଡ଼ାରେ ଚାଲିଥିବା କୁଚିଆ ମଦ ବିକ୍ରି ଉପରେ ପୋଲିସ କିମ୍ବା ଅବକାରୀ କିଛି ପଦକ୍ଷେପ ନ ନେବା...

ଦାରିଙ୍ଗବାଡ଼ିରେ ହେଲା ପ୍ରଚଣ୍ଡ ଶବ୍ଦ: ହଠାତ୍‌ ଥରିବାକୁ ଲାଗିଲା….

ଦାରିଙ୍ଗବାଡି, ୫।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶନିବାର ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଫଳରେ ପ୍ରଚଣ୍ଡ ଶବ୍ଦ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri