ପାଣ୍ଡ୍ୟାଙ୍କ ସହ ଛାଡପତ୍ର ଚର୍ଚ୍ଚା ମଧ୍ୟରେ ମନର କଥା କହିଦେଲେ ନତାଶା

ଅଭିନେତ୍ରୀ ତଥା ମଡେଲ ନତାଶା ଷ୍ଟାନକୋଭିକ ଏବଂ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରେ ଛାଡପତ୍ରର ଗୁଜବ ଅନେକ ଦିନ ହେବ ଚର୍ଚ୍ଚାରେ ରହିଛି। ଏସବୁ ଭିତରେ ନତାଶା ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ତାଙ୍କର ଏହି ପୋଷ୍ଟ ପୁଣିଥରେ ଉଭୟଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରିଛି। ଏହି ଭିଡିଓରେ ସେ ଜୀବନର କିଛି ପରିସ୍ଥିତି ଦେଇ ଗତି କରୁଥିବାବେଳେ ନିରାଶ ହେବା ପରିବର୍ତ୍ତେ ଈଶ୍ବରଙ୍କ ଉପରେ ବିଶ୍ୱାସ ରଖିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ତାଙ୍କର ଏହି ପୋଷ୍ଟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କଠାରୁ ଅଲଗା ହେବାର ଗୁଜବ ମଧ୍ୟରେ ଆସିଛି। ଲୋକମାନେ ତାଙ୍କ ଏବଂ ହାର୍ଦ୍ଦିକଙ୍କ ମଧ୍ୟରେ ଚାଲିଥିବା ମତଭେଦ ସହିତ ଏହି ଭିଡିଓକୁ ଯୋଡୁଛନ୍ତି।
ସୋସିଆଲ ମିଡିଆରେ ନତାଶା ଷ୍ଟାନକୋଭିକ ବେଶ୍‌ ସକ୍ରିୟ। ନିକଟରେ ନତାଶା ନିଜ ଇନଷ୍ଟାଗ୍ରାମ ଷ୍ଟାଟସରେ ଏକ କାରରେ ବସିଥିବାର ଏକ ଭିଡିଓ ଶେୟାର କରିଛନ୍ତି। ସେ କହିଛନ୍ତି, ମୁଁ ଏପରି କିଛି ପଢିବାକୁି ବହୁତ ଉତ୍ସାହିତ ଥିଲି, ଯାହା ମୋତେ ଆଜି ଶୁଣିବାକୁ ଆବଶ୍ୟକ ଥିଲା। ସେଥିପାଇଁ ମୁଁ କାରରେ ମୋ ସହିତ ଏକ ବାଇବେଲ୍‌ ଆଣିଥିଲି। କାରଣ ମୁଁ ଏହାକୁ ପଢିବାକୁ ଚାହୁଁଥିଲି।
ସେ ଆହୁରି ମଧ୍ୟ କହିଥିଲେ, ଭଗବାନ ସର୍ବଦା ତୁମ ଆଗେ ଆଗେ ଚାଲନ୍ତି। ସେ ତୁମ ସହିତ ରହିବେ।ସେ ତୁମକୁ କେବେ ବି ଛାଡିବେ ନାହିଁ କିମ୍ବା ତ୍ୟାଗ କରିବେ ନାହିଁ। ତେଣୁ ତୁମେ କେବେ ଭୟ କିମ୍ବା ନିରାଶ ହେବା ଉଚିତ୍‌ ନୁହେଁ। ଯେତେବେଳେ ବି ଆମେ ଏକ ନିର୍ଦ୍ଦିଷ୍ଟ ପରିସ୍ଥିତି ଦେଇ ଗତି କରୁ, ଆମେ ପ୍ରାୟତଃ ନିରାଶ ଏବଂ ଦୁଃଖୀ ହୋଇଥାଉ। ଭଗବାନ ସର୍ବଦା ଆପଣଙ୍କ ସହିତ ଅଛନ୍ତି। ଆପଣ ବର୍ତ୍ତମାନ ଯାହା କରୁଛନ୍ତି ତାହା ଦେଖି ସେ ଆଶ୍ଚର୍ଯ୍ୟ ହେବେ ନାହିଁ କାରଣ ତାଙ୍କର ପୂର୍ବରୁ ଏକ ଯୋଜନା ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ହାତରେ ନୂଆ ଟାଟୁ କଲେ ରିଙ୍କୁ ସିଂ: ୫ ଛକା ସହ ଅଛି କନେକ୍ସନ

ନୂଆଦିଲ୍ଲୀ,୫।୧୦: ନିକଟରେ ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂ ହାତରେ ଏକ ଟାଟୁ କରିଛନ୍ତି। ଏହି ଟାଟୁରେ ସେ ‘ଗଡ୍‌ସ ପ୍ଲାନ୍‌’ ଲେଖିଛନ୍ତି। ରିଙ୍କୁ...

ବୀରେନ୍ଦ୍ର ସେହଓ୍ବାଗଙ୍କୁ କିଏ ଡ୍ରେସିଂ ରୁମରେ ପିଟିଥିଲେ, କଲାର ଧରି…

ନୂଆଦିଲ୍ଲୀ,୫।୧୦: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର୍‌ ବିରେନ୍ଦ୍ର ସେହୱାଗ ସବୁ ସମୟରେ ସବୁଠାରୁ ବିପଜ୍ଜନକ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ବିବେଚିତ ହୋଇଛନ୍ତି। ସବୁବେଳେ ପଡ଼ିଆରେ ରିସ୍କ...

କୋହଲି ନୁହନ୍ତି, ମଇଦାନରେ ଟିମ୍‌ ଇଣ୍ଡିଆର ଏହି ଖେଳାଳି ସ୍ଲେଜିଂ ମାଷ୍ଟର; ଗୁମର ଖୋଲିଲେ ଅଷ୍ଟ୍ରେଲୀୟ…

ନୂଆଦିଲ୍ଲୀ,୫।୧୦: ବିଗତ କିଛି ବର୍ଷ ମଧ୍ୟରେ ଭାରତ-ଅଷ୍ଟ୍ରେଲିଆ କ୍ରିକେଟରେ ପ୍ରତିଦ୍ୱନ୍ଦ୍ୱିତା ରୋମାଞ୍ଚର ଖୋରାକ ଯୋଗାଉଛି। ଖେଳର ତିନୋଟି ଫର୍ମାଟରେ ଉଭୟ ଟିମ୍‌ ବିଶ୍ୱର ଶ୍ରେଷ୍ଠ କ୍ରିକେଟ...

ଟିମ୍‌ ଇଣ୍ଡିଆର ଲଜ୍ଜାଜନକ ରେକର୍ଡ: ସବୁଠୁ ବଡ଼ ପରାଜୟ

ନୂଆଦିଲ୍ଲୀ,୫।୧୦:ମହିଳା ଟି-୨୦ ବିଶ୍ୱକପ ୨୦୨୪ର ପ୍ରଥମ ମ୍ୟାଚରେ ଭାରତକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ନ୍ୟୁଜିଲାଣ୍ଡ ଭାରତକୁ ୫୮ ରନରେ ପରାସ୍ତ କରିଛି। ଏହି ପରାଜୟ...

ଆରତୀଙ୍କୁ ଛାଡ଼ପତ୍ର ଦେଇ ଏହି ତରୁଣୀଙ୍କ ହାତ ଧରିଲେ ଜୟମ ରବି? ଫଟୋ ଦେଖି ପ୍ରଶଂସକ ଚକିତ…

ହାଇଦ୍ରାବାଦ: ପୁଣି ଥରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଦକ୍ଷିଣ ଭାରତୀୟ ଅଭିନେତା ଜୟମ ରବି। ପ୍ରଥମ ପତ୍ନୀ ଆରତୀଙ୍କଠାରୁ ଛାଡ଼ପତ୍ର ନେବା ପରେ ସେ...

ଲାଇଭ୍‌ ମ୍ୟାଚ୍‌ ସମୟରେ ରାଗିଗଲେ ଅଧିନାୟକ: ଅମ୍ପାୟାରଙ୍କ ସହ କଲେ ଝଗଡ଼ା

ନୂଆଦିଲ୍ଲୀ,୫।୧୦:ମହିଳା ଟି-୨୦ ବିଶ୍ୱକପରେ ଭାରତ ବନାମ ନ୍ୟୁଜିଲାଣ୍ଡ ମ୍ୟାଚରେ ଏକ ମଜାଦାର ଘଟଣା ଘଟିଛି। ଭାରତୀୟ ଅଧିନାୟକ ହରମାନପ୍ରୀତ କୌର ଅମ୍ପାୟାରଙ୍କ ସହ ଝଗଡା କରିଥିଲେ।...

ସର୍ଭେରେ ଖୁଲାସା: ଧୋନୀଙ୍କ ସିଏସ୍‌କେ ନା ରୋହିତଙ୍କ ଏମ୍‌ଆଇ, ଜାଣନ୍ତୁ କିଏ ଆଇପିଏଲର ସବୁଠାରୁ ଲୋକପ୍ରିୟ ଟିମ୍‌

ନୂଆଦିଲ୍ଲୀ,୫।୧୦: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରେ, ପ୍ରତ୍ୟେକ ଦଳର ପ୍ରଶଂସକମାନେ ସେମାନଙ୍କ ଦଳକୁ ସବୁଠାରୁ ଲୋକପ୍ରିୟ ବୋଲି ବିବେଚନା କରନ୍ତି, କିନ୍ତୁ ନିକଟରେ ହୋଇଥିବା ଏକ...

ମହିଳା ଟି ୨୦ ବିଶ୍ୱକପରେ ଦୁର୍ଘଟଣା, ଗୁରୁତର ଆହତ ହେଲେ ଖେଳାଳି

ନୂଆଦିଲ୍ଲୀ,୫।୧୦: ଶୁକ୍ରବାର ୱେଷ୍ଟଇଣ୍ଡିଜ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଆଇସିସି ମହିଳା ଟି -୨୦ ବିଶ୍ୱକପ୍ର ତୃତୀୟ ମ୍ୟାଚରେ ଏକ ଦୁର୍ଘଟଣା ଘଟିଛି। ଦକ୍ଷିଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri