ଆଜିଠୁ ଲୋକସେବା ଭବନରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ

ଭୁବନେଶ୍ୱର,୪।୭: ଲୋକସେବା ଭବନରେ ଆଜି ପ୍ରଥମ ଥର ପାଇଁ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ପୂଜାର୍ଚ୍ଚନା ପରେ ମୁଣ୍ଡିଆ ମାରି ସେ ଲୋକସେବା ଭବନରେ ପ୍ରବେଶ କରିଛନ୍ତି। ଲୋକସେବା ଭବନର ତୃତୀୟ ମହଲାରୁ ସେ ଆଜି ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବ ଭବନରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ପାଛୋଟି ନେବାକୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ପ୍ରଭାତୀ ପରିଡା ସମେତ ବହୁ କ୍ୟାବିନେଟ ମନ୍ତ୍ରୀ ଉପସ୍ଥିତ ଥିଲେ। ସେହିପରି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ, ଆଇଏଏସ ଏବଂ ଓଏଏସ କର୍ମଚାରୀ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଭଗ୍ୟ ସ୍ବାଗତ କରିଥିଲେ।

ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ନେବା ପରେ ୨୨ ଦିନ ହେଲା ରାଜ୍ୟ ଅତିଥି ଭାବନରେ ରହି କାମ କରିୁଥିଲେ ମୁଖ୍ୟମନ୍ତ୍ରୀ ମୋହନ। ତାହା ତାଙ୍କର ଅସ୍ଥାୟୀ କାର୍ଯ୍ୟାଳୟ ଥିଲା। ଏହାପରେ ଆଜିଠୁ ବିଧିବଦ୍ଧ ଭାବେ ଲୋକସେବା ଭବନରୁ କାର୍ଯ୍ୟ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।


Enter your email to get our daily news in your inbox.

All Right Reserved By Dharitri.Com

‘ସୁଭଦ୍ରା’ ଟଙ୍କାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌, ୭ ସୁଦ୍ଧା ଆବେଦନ କରିଥିଲେ…

ଭୁବନେଶ୍ୱର,୫।୧୦: ଆଉ ମାତ୍ର ୩ ଦିନ ପରେ ପୁଣି ଖାତାକୁ ଆସିବ ସୁଭଦ୍ରା ଯୋଜନା ଟଙ୍କା । ଦଶହରା ପୂର୍ବରୁ ମହିଳାମାନଙ୍କୁ ଭେଟି ଦେବାକୁ ଯାଉଛନ୍ତି...

ବିଦ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ: ୬୦ ଲକ୍ଷ ଟଙ୍କାର ଦୁର୍ନୀତି ଗନ୍ଧ

ଭୋଗରାଇ,୫ା୧୦(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବଗଡ଼ ନୋଡାଲ ୟୁପି ପ୍ରାଥମିକ ବିଦ୍ୟାଳୟରେ ଶନିବାର ବାଲେଶ୍ୱର ଭଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ମୋ’...

ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ, ପରୀକ୍ଷା ପାଇଁ ହଳଦୀ ଗୁଣ୍ଡର ନମୁନା ସଂଗ୍ରହ

ଦାରିଙ୍ଗବାଡ଼ି,୫ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ କନ୍ଧମାଳ ହଳଦୀ ନାମରେ ନକଲି ଗୁଣ୍ଡ ବିକ୍ରି କରାଯାଉଥିବା ଓ ଜୈବିକ ହଳଦୀ ନାମରେ ଲେବୁଲ...

ମରଣାନ୍ତକ ଆକ୍ରମଣ ଶିକାର ହୋଇଥିବା କନଷ୍ଟେବଳଙ୍କୁ ଭେଟିଲେ ଡିଜିପି

କଟକ,୫ା୧୦: ଜଣେ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ବୁର୍ଲା ଥାନାର କନଷ୍ଟେବଳ ସରୋଜ ଭୋଇଙ୍କୁ ଡିଜିପି ଯୋଗେଶ ବାହାଦୂର ଖୁରାନିଆ...

ମା’ ଶାରଳାଙ୍କ ମନ୍ଦିରରେ ବଦଳିଲା ଘିଅ

ଜଗତସିଂହପୁର,୫ା୧୦: ଜଗତସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳା ମନ୍ଦିରରେ ବ୍ୟବହୃତ ଘିଅ ବଦଳାଯାଇଛି। ଭଣ୍ଡାରରେ ଗଚ୍ଛିତ ଥିବା ୨୫ ଟିଣ ଫେରସ୍ତ ପରେ ମନ୍ଦିର...

ଏହି ୨ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ୱର,୫।୧୦: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ୨ ଦିନ ବନ୍ଦ ରହିବ। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ମୁଖ୍ୟମନ୍ତ୍ରୀ ଗୋଟିଏ ନିଷ୍ପତ୍ତି ପାଇଁ କେଉଁ ଚାରିଜଣଙ୍କୁ ପଚାରୁଛନ୍ତି? ତେର୍ଚ୍ଛାବାଣ ମାରିଲେ ପ୍ରସନ୍ନ, କହିଲେ…

ସମ୍ବଲପୁର,୫।୧୦: ପଶ୍ଚିମ ଓଡ଼ିଶାରେ ଜନସମ୍ପର୍କ ପଦଯାତ୍ରା ଚାଲିଥିବା ବେଳେ ଭାଜପାକୁ ଟାର୍ଗେଟ କରିଛନ୍ତି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ। ଦଳକୁ ମଜଭୁତ କରିବାକୁ ଜନସମ୍ପର୍କ ପଦଯାତ୍ରା କରୁଥିବା...

ପିଏମ୍‌ ଓ ସିଏମ କିଷାନକୁ କୃଷି ସଚିବଙ୍କ ବଡ଼ ବୟାନ : ଶୀଘ୍ରଶୀଘ୍ର କରନ୍ତୁ…

ଭୁବନେଶ୍ୱର, ୫।୧୦: ପିଏମ୍‌ ଓ ସିଏମ କିଷାନକୁ ନେଇ ଖୁସି ଖବର। ବଡ ବୟାନ ଦେଲେ କୃଷି ସଚିବ ଅରବିନ୍ଦ ପାଢୀ। ସଚିବ ପାଢ଼ୀ କହିଛନ୍ତି,ଯୋଜନାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri