ସୁନକଙ୍କ ପାଇଁ ଅଗ୍ନିପରୀକ୍ଷା; ଏହି ବ୍ୟକ୍ତି ଦେବେ କଡ଼ା ଟକ୍କର

ଲଣ୍ଡନ,୪।୭: ବ୍ରିଟେନରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଛି। ବ୍ରିଟେନର ଭୋଟରମାନେ ଭୋଟ ଦେବାକୁ ପ୍ରସ୍ତୁତ, ଏଠାରେ ଭୋଟ ଆଜି ଅର୍ଥାତ୍‌ ଜୁଲାଇ ୪ରେ ଅନୁଷ୍ଠିତ ହେବ। ଏହି ନିର୍ବାଚନରେ ମୁଖ୍ୟ ପ୍ରତିଯୋଗିତା ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ କଞ୍ଜର୍‌ଭେଟିଭ୍‌ ପାର୍ଟି ଏବଂ ବିରୋଧୀ ଲେବର ପାର୍ଟି ମଧ୍ୟରେ ହେବ ବୋଲି ଆଶା କରାଯାଉଛି। ନିର୍ବାଚନ ପୂର୍ବରୁ କରାଯାଇଥିବା ସର୍ଭେରେ ଲେବର ପାର୍ଟି ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ଦାବି କରୁଛି। କଞ୍ଜର୍‌ଭେଟିଭ୍‌ ପାର୍ଟି ଋଷି ସୁନକଙ୍କ ନେତୃତ୍ୱରେ ଏବଂ ଲେବର ପାର୍ଟି କିର ଷ୍ଟାର୍ମର ନେତୃତ୍ୱ ନେଉଛନ୍ତି।
କଞ୍ଜର୍‌ଭେଟିଭ୍‌ ପାର୍ଟି ନେତା ଋଷି ସୁନକ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବାକୁ ଦୌଡ଼ରେ ଅଛନ୍ତି। ତେବେ ଏପର୍ଯ୍ୟନ୍ତ ଦେଖାଯାଇଥିବା ସର୍ବେକ୍ଷଣରୁ ଜଣାପଡିଛି ଯେ, ଏଥର ସେମାନଙ୍କ ରାସ୍ତା ସହଜ ହେବ ନାହିଁ। ବ୍ରିଟେନରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବାକୁ ଋଷି ସୁନକ ଦାବି କରୁଛନ୍ତି, କିନ୍ତୁ ଅନେକ ପ୍ରତିଶ୍ରୁତି ପାଳନ କରୁ ନ ଥିବା ଅଭିଯୋଗ ହୋଇଛି। ପ୍ରତିଶ୍ରୁତ ପାଳନ ନ କରିବାରୁ ତାଙ୍କ ବିରୋଧରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ଋଷି ସୁନକ ହେଉଛନ୍ତି ବ୍ରିଟେନର ପ୍ରଥମ ଏସୀୟ ଏବଂ ହିନ୍ଦୁ ପ୍ରଧାନମନ୍ତ୍ରୀ। ଏଥର ନିର୍ବାଚନ ସୁନକଙ୍କ ପାଇଁ ଅଗ୍ନିପରୀକ୍ଷା ସଦୃଶ ହେବ।
ଲେବର ପାର୍ଟି ନେତା କିର ଷ୍ଟାର୍ମର ଜଣେ ପୂର୍ବତନ ମାନବ ଅଧିକାର ଆଇନଜୀବୀ ତଥା ମୁଖ୍ୟ ପବ୍ଲିକ ପ୍ରସିକ୍ୟୁଟର। ନିର୍ବାଚନ ପୂର୍ବ ସର୍ଭେରେ ଲେବର ପାର୍ଟି ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ଦାବି କରିଛି। ଏଭଳି ପରିସ୍ଥିତିରେ କିର ଷ୍ଟାର୍ମର ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି ଏକ ବଡ଼ ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲେବାନନ ଆକ୍ରମଣରେ ୟୁଏଇ ଭୟଭୀତ, ବିମାନ ଚଳାଚଳ ବନ୍ଦ

ଦୁବାଇ,୫ା୧୦: ୟୁଏଇ ଲେବାନନ ଆକ୍ରମଣ ନେଇ ଭୟଭୀତ ହୋଇପଡ଼ିଛି। ସେପ୍ଟେମ୍ବର ୧୭ରେ ଲେବାନନର ରାଜଧାନୀ ବେରୁଟ ସମେତ ଅନେକ ସ୍ଥାନରେ ବାର୍ତ୍ତା ପହଞ୍ଚାଇବା ପାଇଁ ବ୍ୟବହୃତ...

ଶ୍ରୀଲଙ୍କା ସହ ମିଶି ଚାଇନାକୁ ପାନେ ଦେବ ଭାରତ: ଜୟଶଙ୍କରଙ୍କୁ ଭେଟିବା ପରେ ଶ୍ରୀଲଙ୍କା ରାଷ୍ଟ୍ରପତି କହିଲେ…

ନୂଆଦିଲ୍ଲୀ,୫।୧ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଶ୍ରୀଲଙ୍କାର ନୂତନ ରାଷ୍ଟ୍ରପତି ଅନୁରା କୁମାରା ଡିସାନାଇକେଙ୍କୁ ଭେଟିଛନ୍ତି। ଏହି ସମୟରେ ଦୁଇ ଦେଶ ମଧ୍ୟରେ ଚାଲିଥିବା...

ଅସ୍ତିତ୍ୱ ହରାଇବ ଇସ୍ରାଏଲ୍‌

ତେହରାନ/ଜେରୁଜେଲମ୍‌,୫ା୧୦: ଇରାନ ପକ୍ଷରୁ ଇସ୍ରାଏଲ୍‌ ଉପରେ କରାଯାଇଥିବା ସଦ୍ୟ ମିଶାଇଲ ମାଡ଼କୁ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନେଇ ପ୍ରଶଂସା କରିବା ସହ ଆବଶ୍ୟକ ପଡ଼ିଲେ ପୁଣି...

ମଙ୍କିପକ୍ସ ଟେଷ୍ଟିଂ କିଟ୍‌କୁ ଡବ୍ଲ୍ୟୁଏଚ୍‌ଓର ମଞ୍ଜୁରୀ

ନୂଆଦିଲ୍ଲୀ,୪ା୧୦: ମଙ୍କିପକ୍ସ ରୋଗ ଚିହ୍ନଟ ପାଇଁ ପ୍ରଥମ ଟେଷ୍ଟିଂ କିଟ୍‌କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ମଞ୍ଜୁରୀ ପ୍ରଦାନ କରିଛି। ମଙ୍କିପକ୍ସ ଭୂତାଣୁରୁ ସୃଷ୍ଟି ହେଉଥିବା...

ପାକିସ୍ତାନ ଯିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ନୂଆଦିଲ୍ଲୀ, ୪।୧୦: ସଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଯୋଗେ ଦେବା ଲାଗି ପାକିସ୍ତାନ ଗସ୍ତ କରିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ବୈଦେଶିକ ମନ୍ତ୍ରଣାଳୟ...

୫ ବର୍ଷରେ ପ୍ରଥମ ସାମ୍ନାକୁ ଆସିଲେ ଇରାନ ଇରାନ ସୁପ୍ରିମ୍ ଲିଡର ଖମେନେଇ; ଇସ୍ରାଏଲକୁ ଦେଲେ ଚେତାବନୀ

ନୂଆଦିଲ୍ଲୀ, ୪।୧୦: ଶୁକ୍ରବାର ତେହେରାନର ଗ୍ରାଣ୍ଡ ମସଜିଦରେ ହଜାର ହଜାର ଲୋକ ଏକତ୍ରିତ ହୋଇ ହିଜବୁଲ ମୁଖ୍ୟ ହାସନ ନାସରାଲ୍ଲାଙ୍କ ସ୍ମୃତିରେ ପ୍ରାର୍ଥନା କରିଛନ୍ତି। ପ୍ରାର୍ଥନା...

ବେରୁଟ୍‌ରେ ବସିଥିବା ହେଜବୋଲ୍ଲା କମାଣ୍ଡରଙ୍କ ଉପରେ ଏୟାର ଷ୍ଟ୍ରାଇକ୍‌

ବେରୁଟ୍‌,୪।୧୦: ଇସ୍ରାଏଲର ଯୁଦ୍ଧ ବିମାନ ବେରୁଟ୍‌ର ଦହିଆ ଅଞ୍ଚଳରେ ଏକ ଭୂତଳ ବଙ୍କର ଉପରେ ଆକ୍ରମଣ କରିଛି। କୁହାଯାଉଛି ଯେ ହେଜବୋଲ୍ଲାର ବରିଷ୍ଠ ନେତାମାନେ ଏଠାରେ...

ହମାସ୍‌ ସରକାରୀ ମୁଖ୍ୟ, ୨ ଶୀର୍ଷ ନେତା ନିହତ

ଜେରୁଜେଲମ୍‌,୪ା୧୦: ଇସ୍ରାଏଲ୍‌ ଏୟାରଷ୍ଟ୍ରାଇକ୍‌ରେ ହମାସ୍‌ ସରକାର ମୁଖ୍ୟ ରାଓ୍ବହି ମୁଶ୍‌ତାହା ନିହତ ହୋଇଛନ୍ତି। ୩ ମାସ ପୂର୍ବେ ଗାଜାର ଏକ ଭୂତଳ ପରିସରକୁ ଟାର୍ଗେଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri