Posted inଜାତୀୟ

ନବୀନ ବଢାଇବେ ଭାଜପାର ଟେନଶନ, ରାଜ୍ୟ ସଭାରେ ହେବ ଅଡୁଆ

ନୂଆଦିଲ୍ଲୀ,୪।୭: ଯଦିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ଦେଶରେ କ୍ଷମତା ହାସଲ କରିଛନ୍ତି, କିନ୍ତୁ ୨୦୨୪ର ନିର୍ବାଚନ ଫଳାଫଳ ସଂସଦର ଚିତ୍ର ବଦଳାଇ ଦେଇଛି। ଅଦ୍ୟାବଧି ନବୀନ ପଟ୍ଟନାୟକଙ୍କ ଦଳ ବିଜେଡି ଭାଜପା ଏବଂ ମୋଦି ସରକାରଙ୍କ ସଙ୍କଟମୋଚନ ସାଜିଥିବାବେଳେ ଏବେ ବିଜେଡି ତା’ର ରାଜନୈତିକ ରଣନୀତି ପରିବର୍ତ୍ତନ କରିଛି। ପୂର୍ବରୁ ଦେଖାଯାଉଥିଲା କି, କୌଣସି ବିଲ୍‌କୁ ପାରିତ କରିବା ହେଉ କି କୌଣସି ପ୍ରସଙ୍ଗରେ ସମର୍ଥନ ଦେବା ହେଉ ବିଜେଡି ସବୁବେଳେ ଭାଜପାକୁ ସମର୍ଥନ ଦେଇ ଆସିଛି। ଯାହାର ବ୍ୟତିକ୍ରମ ୨୦୨୪ ନିର୍ବାଚନ ପରେ ଦେଖିବାକୁ ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରତ୍ୟେକ ପଦକ୍ଷେପରେ ମୋଦି ସରକାରଙ୍କୁ ସମର୍ଥନ କରୁଥିବା ବିଜେଡି ଏବେ ବିରୋଧୀ କ୍ୟାମ୍ପ ସହ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ଏହାର ଏକ ଉଦାହରଣ ବୁଧବାର ରାଜ୍ୟ ସଭାର ଶେଷ ଅଧିବେଶନରେ ଦେଖିବାକୁ ମିଳିଥିଲା। ଏଭଳି ପରିସ୍ଥିତିରେ ବିଜେଡିର ବଦଳିଥିବା ରାଜନୈତିକ ମନୋଭାବ ଭାଜପା ପାଇଁ ଅଡୁଆ ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି।

ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ସରକାର ଗଠନ ହେବା ପରଠାରୁ ଭାଜପା ପ୍ରତ୍ୟେକ ପଦକ୍ଷେପରେ ଏନଡିଏ ନେତୃତ୍ୱରେ ଛିଡା ହୋଇଥିବା ଦେଖିବାକୁ ମିଳିଛି। ୨୦୧୪ରୁ ୨୦୨୪ ନିର୍ବାଚନ ପର୍ଯ୍ୟନ୍ତ ବିଜେଡି ପ୍ରତ୍ୟେକ ଥର ଭାଜପାକୁ ସମର୍ଥନ କରିଆସୁଛି। ଉଦାହରଣ ସ୍ବରପ ଧାରା ୩୭୦ରଦ୍ଦ କରିବା, ତ୍ରିପଲ ତଲାକକୁ ବେଆଇନ ଘୋଷଣା କରିବା ଏବଂ ନାଗରିକତ୍ୱ ସଂଶୋଧନ (CAA) ବିଲ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ଘଟଣାରେ ବିଜେଡି ସଂସଦରେ ମୋଦି ସରକାରଙ୍କ ସହ ଛିଡା ହୋଇଛି। ଏମିତି କି, ଯେତେବେଳେ ସଂସଦରେ ବିରୋଧୀ ମୋଦି ସରକାରଙ୍କ ବିରୋଧରେ ଅବିଶ୍ୱାସ ଆଣିବାକୁ ଚେଷ୍ଟା କରିଛନ୍ତି, ସେତେବେଳେ ନବୀନ ଭାଜପା ପାଇଁ ସଙ୍କଟମୋଚକ ଭାବେ ଉଭା ହୋଇଛନ୍ତି।

ଲୋକସଭାରେ, ୨୦୧୪ରୁ ୨୦୨୪ପର୍ଯ୍ୟନ୍ତ ଭାଜପା ପ୍ରତ୍ୟେକ ବିଲ ନିଜେ ପାସ୍‌ କରିଆସୁଥିଲା। କାରଣ ଏଥିରେ ସଂଖ୍ୟାଗରିଷ୍ଠତା ରହିଥିଲା। ରାଜ୍ୟ ସଭାରେ ସଂଖ୍ୟାଗରିଷ୍ଠତା ଅଭାବରୁ ବିଜେଡି ଏବଂ YSR କଂଗ୍ରେସ ଭଳି ଦଳ ଭାଜପାକୁ ସମର୍ଥନ କରୁଛନ୍ତି। ଏହି ଦୁଇ ଦଳର ସମର୍ଥନ ହାସଲ କରି ଭାଜପା ନିର୍ଦ୍ୱନ୍ଦରେ ସମର୍ଥନ ପାଇ ପାରୁଛି। କିନ୍ତୁ ୨୦୨୪ ଲୋକ ସଭା ନିର୍ବାଚନ ପରେ ପରିସ୍ଥିତି ବଦଳି ଯାଇଛି। ଓଡିଶାରେ କ୍ଷମତା ହରାଇବା ଏବଂ ଲୋକ ସଭା ନିର୍ବାଚନରେ ପରାଜୟ ପରେ ନବୀନ ପଟ୍ଟନାୟକଙ୍କ ରାଜନୈତିକ ମନୋଭାବରେ ପରିବର୍ତ୍ତନ ଆସିଛି। ଏହାର ସ୍ପଷ୍ଟ ପ୍ରମାଣ ଦେଖିବାକୁ ମିଳିଛି ଯେତେବେଳେ ନିର୍ବାଚନ ହାରିବା ପରେ ନବୀନ ପଟ୍ଟନାୟକ ଏକ ବଡ଼ ବୈଠକ ଡକାଇ ଏମପିମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ସେ କହିଥିଲେ କି, ବିଜେଡି ଏବେ ସମ୍ପୂର୍ଣ୍ଣ ରୂପେ ବିରୋଧୀ ଦଳର ଭୂମିକା ନିର୍ବାହ କରିବ। ଯାହାର ସ୍ପଷ୍ଟଚିତ୍ର ବୁଧବାର ରାଜ୍ୟ ସଭାରେ ଦେଖିବାକୁ ମିଳିଥିଲା।

ରାଜ୍ୟ ସଭାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣବେଳେ ବିରୋଧୀ ନେତାଙ୍କ ସହ ବିଜେଡି ଏମପିମାନେ ଏକାଠି ଛିଡା ହୋଇ ହୋହଲ୍ଲା କରୁଥିବାର ଦେଖିବାକୁ ମିଳିଥିଲା। ଯେତେବେଳେ ଇଣ୍ଡିଆ ମେର୍ଟ କ୩ତ୍ୟାଗ କରିଥିଲେ ସେତେବେଳେ ବିଜେଡି ଏମପିମାନେ ମଧ୍ୟ ତାଙ୍କୁ ତାଳ ଦେଇ ବାହାରକୁ ଯାଉଥିବାର ଦେଖାଯାଇଥିଲା। ଗୋଟିଏ ସପ୍ତାହ ମଧ୍ୟରେ ଏହା ଦ୍ୱିତୀୟ ଥର ଥିଲା ଯେ ବିଜେଡି ଏମପିମାନେ ରାଜ୍ୟ ସଭାରୁ କକ୍ଷତ୍ୟାଗ କରିଥିଲେ। ସେହିପରି ଭାଜପା ଏମପିମାନେ ମଧ୍ୟ ଜୁନ ୨୮ ସଦନରେ ବିରୋଧୀ ଇଣ୍ଡିଆ ମେଣ୍ଟ ସହ ମିଶି ପେପର୍‌ ଲିକ ଏବଂ NEET କେଳେଙ୍କାରି ଉପରେ ଆଲୋଚନା କରିବାକୁ ଦାବି କରିଥିଲେ।

ବିଜେଡିର ପରିବର୍ତ୍ତିତ ରାଜନୈତିକ ଆଭିମୁଖ୍ୟ ଏବଂ ମୋଦି ସରକାରଙ୍କ ବିରୋଧରେ ଦଳର ନୂଆ ଆକ୍ରୋଶ ୨୦୨୪ ନିର୍ବାଚନରେ ବିଫଳ ହେବା ପରେ ଲୋକଙ୍କ ବିଶ୍ୱାସ ଫେରାଇବା ପାଇଁ ଏକ ସୁଚିନ୍ତିତ ରଣନୀତିର ଏକ ଅଂଶ ଭାବରେ ବିବେଚନା କରାଯାଉଛି। ବିରୋଧୀଦଳର ଭୂମିକା ଗ୍ରହଣ କରି ବିଜେଡି ନିଜର ଭାବମୂର୍ତ୍ତିକୁ ସୁଦୃଢ.଼ କରିବାକୁ ଚେଷ୍ଟା କରୁଛି। ଯେଉଁ କାରଣରୁ ଇଣ୍ଡିଆ ମେଣ୍ଟ ସହ ତାଳ ଦେଉଛି।

ନବୀନ ପଟ୍ଟନାୟକଙ୍କ ବିଜେଡିରେ ରାଜନୈତିକ ପରିବର୍ତ୍ତନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ବର୍ତ୍ତମାନ ରାଜ୍ୟ ସଭାରେ ସେମାନଙ୍କର ୯ଜଣ ସଦସ୍ୟ ଅଛନ୍ତି। ରାଜ୍ୟ ସଭାରେ ଏବେ ବି ଭାଜପାର ସଂଖ୍ୟାଗରିଷ୍ଠତା ନାହିଁ। ଏଭଳି ପରିସ୍ଥିତିରେ ରାଜ୍ୟ ସଭାରେ ବିଲ ପାସ କରିବାକୁ ଭାଜପା ସହଯୋଗୀ ତଥା ଅନ୍ୟ ଦଳ ଉପରେ ନିର୍ଭର କରିବାକୁ ପଡିବ। ବର୍ତ୍ତମାନ ରାଜ୍ୟ ସଭାରେ ୨୪୫ ଏମପି ଅଛନ୍ତି। ଏଭଳି ପରିସ୍ଥିତିରେ ରାଜ୍ୟ ସଭାରେ କୌଣସି ବିଲ ପାସ କରିବାକୁ ସରକାର ୧୨୩ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ କରିବେ। ଭାଜପା ନେତୃତ୍ୱାଧୀନ ଏନଡିଏରେ ୧୧୪ ଜଣ ରାଜ୍ୟ ସଭା ଏମପି ଅଛନ୍ତି, କିନ୍ତୁ କୌଣସି ବିଲ ପାସ କରିବାକୁ ଆଉ ୧୧ଜଣ ସଦସ୍ୟଙ୍କ ସମର୍ଥନ ହାସଲ କରିବାକୁ ପଡିବ।

ତଥାପି, YSR କଂଗ୍ରେସ ଭାଜପା ଓ ଏନଡିଏ ସହ ସ୍ବର ମେଳଉଥିବା ଦେଖିବାକୁ ମିଳିଛି। YSR କଂଗ୍ରେସର ରାଜ୍ୟ ସଭା ସଦସ୍ୟମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଭାଷଣରେ ବିରୋଧୀ ଏମପିଙ୍କୁ ନିନ୍ଦା କରିଛନ୍ତି। ସେ ଗୃହରେ ବିରୋଧ ପ୍ରଦର୍ଶନରୁ ଦୂରରେ ରହି ସରକାରଙ୍କୁ ସମର୍ଥନ କରିଛନ୍ତି। ରାଜ୍ୟସଭାରେ YSR କଂଗ୍ରେସର ୧୧ଜଣ ସଦସ୍ୟ ଅଛନ୍ତି। ଏଭଳି ପରିସ୍ଥିତିରେ ବିଜେଡିର ଅଭାବକୁ YSR କଂଗ୍ରେସ ପୂରଣ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ହରିୟାଣା ଭୋଟିଂ ଭିତରେ ବଡ଼ ଖବର, କଂଗ୍ରେସ ରାଲିରେ ମହିଳା ନେତାଙ୍କ ସହ ଅସଦାଚରଣ, ଭାଇରାଲ ହେଲା ଭିଡିଓ

ଗଣ୍ଡିଗଡ,୫।୧୦: ହରିୟାଣା ନିର୍ବାଚନ ଭିତରେ ଘଟିଛି ବଡ଼ ଅଘଟଣ। ଷ୍ଟେଜ ଉପରେ ମହିଳା ଦଳୀୟ କର୍ମୀ ହୋଇଛନ୍ତି ଅସଦାଚରଣର ଶିକାର। ଏପରି ଘଟଣା ଦେଖିବାକୁ ମିଳିଛି...

ହରିୟାଣା ଏକଜିଟ ପୋଲ୍‌ ପୂର୍ବରୁ ପଲଟିଗଲା ବାଜି! ଏଥର ଭାଜପା…

ନୂଆଦିଲ୍ଲୀ,୫।୧୦: ଆଜି ହରିୟାଣା, ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ଫଳାଫଳ ପୂର୍ବରୁ ଏକଜିଟ ପୋଲ ଫଳାଫଳ ଆସିବାକୁ ଯାଉଛି। ହରିୟାଣାରେ ଭୋଟ ସଂଧ୍ୟା ୫ଟାରେ ଶେଷ...

କାହାର ପଲ୍ଲା ଭାରି? ହରିୟାଣା ନିର୍ବାଚନରେ ଏକଜିଟ ପୋଲ୍‌କୁ ନେଇ ବଡ଼ ଖୁଲାସା!

ନୂଆଦିଲ୍ଲୀ,୫।୧୦: ଭୋଟ ଏବଂ ଭୋଟ ଗଣନା ମଧ୍ୟରେ ଗଣମାଧ୍ୟମରେ ପ୍ରକାଶିତ ତଥ୍ୟକୁ ନିର୍ବାଚନୀ ଭାଷାରେ ଏକଜିଟ ପୋଲ କୁହାଯାଏ। ହରିୟାଣା ଏବଂ ଜମ୍ମୁ କଶ୍ମୀର ନିର୍ବାଚନ...

ଦୁର୍ଗାପୂଜାରେ କଏଦୀଙ୍କ ପାଇଁ ସ୍ପେଶାଲ ଫୁଡ

କୋଲକାତା,୫।୧୦: ଦୁର୍ଗା ପୂଜା ଆରମ୍ଭ ହେବାକୁ ଅଧିକ ସମୟ ବାକି ନାହିଁ। ସାରା ଦେଶରେ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଚାଲିଛି। ପଶ୍ଚିମବଙ୍ଗରେ ଏହି ପର୍ବକୁ...

ନିଜ ନାମରେ ନୁହେଁ, ବରଂ ସ୍ତ୍ରୀଙ୍କ ନାମରେ କରନ୍ତୁ FD; ଲାଭ ଜାଣିଲେ ଚକିତ ହେବେ…

ନୂଆଦିଲ୍ଲୀ,୫।୧୦: ଫିକ୍ସ ଡିପୋଜିଟ୍‌(ଏଫ୍‌ଡି) ଯୋଜନା ଉପରେ ସାରା ଦେଶର ଜଣାଶୁଣା ବ୍ୟାଙ୍କଗୁଡ଼ିକ ପକ୍ଷରୁ ବାର୍ଷିକ ୮% ଆକର୍ଷକ ଋଣ ଦିଆଯାଉଛି। ଟଙ୍କାକୁ ସୁରକ୍ଷିତ ରଖିବା ସହ...

୨୦ଦିନରେ ୨ଲକ୍ଷ ମହିଳା ଗ୍ରହଣ କରିଛନ୍ତି କଂଗ୍ରେସର ସଦସ୍ୟତା

ନୂଆଦିଲ୍ଲୀ,୫।୧୦: ଅଲ ଇଣ୍ଡିଆ ମହିଳା କଂଗ୍ରେସ (ଏଆଇଏମସି) ସଭାପତି ଅଲକା ଲାମ୍ବା ଶନିବାର ଘୋଷଣା କରିଛନ୍ତି ଯେ ଦଳର ଦେଶବ୍ୟାପୀ ଅନଲାଇନ ସଦସ୍ୟତା ଡ୍ରାଇଭ ମାଧ୍ୟମରେ...

ଭାରତ-ପାକିସ୍ତାନ ଆଲୋଚନା ବନ୍ଦ: ସଫାସଫା କହିଦେଲେ ଜୟଶଙ୍କର

ଇସଲାମାବାଦ,୫।୧୦: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ୧୫-୧୬ ଅକ୍ଟୋବରରେ ପାକିସ୍ତାନ ଗସ୍ତ କରିବେ। ଏହି ସମୟରେ ସେ ଇସଲାମାବାଦରେ ହେବାକୁ ଥିବା ଏସସିଓ ହେଡସ ଅଫ...

ଚାଷୀଙ୍କୁ ନବରାତ୍ରୀ ଉପହାର ଦେଲେ ମୋଦି: ଚାଷୀଙ୍କ ଆକାଉଣ୍ଟକୁ ଗଲା…

ପୁଣେ,୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କିଷାନ ସମ୍ମାନ ନିଧିର ୧୮ତମ କିସ୍ତି ରିଲିଜ୍‌ କରିଛନ୍ତି। ଦେଶର କୋଟି କୋଟି ଚାଷୀଙ୍କୁ ନବରାତ୍ରୀ ଉପହାର ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri