ଦୁଇ କୋଟି ଟଙ୍କାର ଟେଣ୍ଡର ଫିକ୍ସିଂ ଅଭିଯୋଗ, ବିଭାଗୀୟ ଯନ୍ତ୍ରୀ-ଠିକାଦାର ସଲାସୁତରାରେ ଚାଲିଛି କାର୍ଯ୍ୟ

ମୋରଡ଼ା,୪ା୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଅଧୀନ ବୈଶିଙ୍ଗା କେନାଲ ଡିଭିଜନରେ ଉନ୍ନୟନ ମୂଳକ କାର୍ଯ୍ୟକୁ ନେଇ ଦୁଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇଛି।
ଏନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ସୁରେଇଡ଼ିହି ପଞ୍ଚାୟତର ବାସିନ୍ଦା ରବୀନ୍ଦ୍ର ମହାନ୍ତ ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି।
ଅଭିଯୋଗ ମୁତାବକ, ୨୦୨୦-୨୧, ୨୦୨୧-୨୦୨୨, ୨୦୨୨-୨୦୨୩, ୨୦୨୩-୨୦୨୪ ଆର୍ଥିକ ବର୍ଷରେ ବୈଶିଙ୍ଗା କେନାଲ ଡିଭିଜନ ଅଧୀନ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର,ଏସ୍‌ଆଇପି ଲକ୍ଷ୍ମୀପୋଷୀ ପ୍ରାୟ ଦୁଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କାର୍ଯ୍ୟ ତିନି ପାତି ଟେଣ୍ଡର ମାଧ୍ୟମରେ ଗୁପ୍ତ ହିସାବରେ ନିର୍ଦ୍ଦିଷ୍ଟ କିଛି ଠିକାଦାରଙ୍କ ସହିତ ସଲାସୁତରା କରି ନିମ୍ନମାନର କାର୍ଯ୍ୟ କରିଥିବାର ଦେଖିବାକୁ ମିଳିଛି l ସ୍ପ୍ଲିଟିଙ୍ଗ ପ୍ରପୋଜାଲ ପ୍ରସ୍ତୁତି କରି ଚତୁରତାର ସହିତ ନୋଟିସ ବୋର୍ଡ ଟେଣ୍ଡର କଲ୍‌ ନୋଟିସ ଲଗାଇ ଓ୍ବାଇଡ୍‌ ସର୍‌କ୍ୟୁଲେଶନ ନ କରି ଟେଣ୍ଡର ଫିକ୍ସିଂ ହୋଇଛି।
ସେହିପରି ସୂଚନା ଅଧିକାର ତଥ୍ୟ ମୁତାବକ,ଗ୍ରାମ୍ୟ ଉନ୍ନୟନ ବିଭାଗର ପତ୍ର ସଂଖ୍ୟା-୬୨୧୧, କ୍ଷୁଦ୍ର ଜଳସେଚନ ବିଭାଗର ପତ୍ର ସଂଖ୍ୟା-୪୩୧୧, ଏନଏଚ ଡିଭିଜନର ପତ୍ର ସଂଖ୍ୟା-୧୭୯୪ରେ ଦର୍ଶାଯାଇଛି ଯେ, ଏନେଇ ବୈଶିଙ୍ଗା କେନାଲ ଡିଭିଜନ ଏସଆଇପିର କୌଣସି ଟେଣ୍ଡରକଲ ନୋଟିସ ନାହିଁ, ଯାହା ଟେଣ୍ଡର ଦୁର୍ନୀତିକୁ ବିଭାଗ ପ୍ରଶୟ ଦେଉଛି ବୋଲି ଅଭିଯୋଗ ହୋଇଛି।
ନିର୍ଦ୍ଦିଷ୍ଟ ଭାବରେ ଗୋଟିଏ ଡିଭିଜନ ଅଫିସରେ ବିଲିଡିଂ, ମରାମତି, ପୁନରୁଦ୍ଧାର ପାଇଁ ଗୋଟିଏ ଟେଣ୍ଡର ନ କରି ତାକୁ ଭାଗ ଭାଗ କରି ସ୍ପିଲ୍ଟିଙ୍ଗ ପ୍ରପୋଜାଲ ପ୍ରସ୍ତୁତ କରିବା କାର୍ଯ୍ୟ ବେଆଇନ କାର୍ଯ୍ୟକଳାପକୁ ଦର୍ଶାଯାଉଛି ବୋଲି ଅଭିଯୋଗ ହୋଇଛି । ନିର୍ଦ୍ଦିଷ୍ଟ ସେପଟେ ଉକ୍ତ ଦୁର୍ନୀତିର ମୁଖ୍ୟ କର୍ଣ୍ଣଧାର ପୂର୍ବରୁ କନିଷ୍ଠ ଯନ୍ତ୍ରୀ ଥିବା ରାମଚନ୍ଦ୍ର ସେଠୀ, ରାଜେଶ କୁମାର ପଢିଆରି ବୋଲି ଅଭିଯୋଗରେ ଦର୍ଶଯାଇଛି ଏବଂ ବର୍ତ୍ତମାନ ଉକ୍ତ ଦ୍ୱୟ କନିଷ୍ଠ ଯନ୍ତ୍ରୀ ପ୍ରୋମଶନ ପାଇ ସହକାରୀ ଯନ୍ତ୍ରୀ ଭାବରେ କାର୍ଯ୍ୟରତ ଅଛନ୍ତି। ତେଣୁ ଉକ୍ତ ସବୁ କାର୍ଯ୍ୟର ସତ୍ୟାସତ୍ୟ ଯାଞ୍ଚ କରିବା ସହିତ ସମ୍ପୃକ୍ତ ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି।
ତେବେ ଏବାବଦରେ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ପ୍ରତାପ ଦାସଙ୍କୁ ପଚାରିବାରୁ ଉକ୍ତ ସବୁ କାର୍ଯ୍ୟର ଟେଣ୍ଡର ସରକାରଙ୍କ ଗାଇଡ଼ଲାଇନ ଭାବରେ ହୋଇଛି ଏବଂ ତଦନ୍ତ କଲେ ପ୍ରକୃତ ସତ୍ୟ ଜଣାପଡ଼ିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ମିଶିଲେ ବିଜୁ ଛାତ୍ର ଜନତା ଦଳର ଜିଲା ସଭାପତି

କେନ୍ଦୁଝର,୫ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ବିଜୁ ଛାତ୍ର ଜନତା ଦଳର କେନ୍ଦୁଝର ଜିଲା ଛାତ୍ର ସଭାପତି ଅବିନାଶ ପଟ୍ଟନାୟକ ଶନିବାର ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ...

ଉଠା ଦୋକାନୀଙ୍କୁ ଉଚ୍ଛେଦ ମସୁଧା

ବରଗଡ଼,୫।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରହିଥିବା ସମ୍ମିଳନୀ କକ୍ଷରେ ଶନିବାର ଜିଲା ସଡ଼କ ସୁରକ୍ଷା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ...

ଦଳିଦେବା ପରେ ମୃତଦେହକୁ ଜଗିରହିଲା ଦନ୍ତା: କାରଣ ଜାଣିଲେ…

ଦେବଗଡ଼,୫।୧୦(ଶଶାଙ୍କ ଶେଖର ଝାଙ୍କର) ଶୌଚ ପାଇଁ ଯାଇଥିବା ବେଳେ ଦଳି ଦେଲା ଦନ୍ତା । ଘଟଣାସ୍ଥଳରେ ହିଁ ଚାଲିଗଲା ବ୍ୟକ୍ତିଙ୍କ ଜୀବନ। ଦେବଗଡ଼ ବନଖଣ୍ଡ ରିଆମାଳ...

ସରପଞ୍ଚଙ୍କ ନାମରେ ଆସିଥିବା ଅଭିଯୋଗକୁ ଖଣ୍ଡନ କଲେ ୱାର୍ଡମେମ୍ବର

ଭବାନୀପାଟଣା,୫।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅଧୀନ ଅର୍ତ୍ତଲ ପଞ୍ଚାୟତର ସରପଞ୍ଚଙ୍କ ନାମରେ ଆସିଥିବା ଅଭିଯୋଗ ଭିତ୍ତିହୀନ ଓ ମିଥ୍ୟା ବୋଲି...

ଅଗ୍ନିବୀର ନିଯୁକ୍ତି ପାଇଁ ବଡ଼ ପ୍ରସ୍ତୁତି: ଡିସେମ୍ବର ୬ରୁ…

ରାଉରକେଲା,୫।୧୦(ବିପ୍ଳବ ରଞ୍ଜନ ଦାଶ): ଭାରତୀୟ ସେନା ପାଇଁ ହେବାକୁ ଥିବା ଅଗ୍ନିବୀର ନିଯୁକ୍ତି ମେଳା ଆୟୋଜନ ନେଇ ଏକ ଜିଲା ପ୍ରଶାସନ ସ୍ତରୀୟ ପ୍ରସ୍ତୁତି ବୈଠକ...

ମହିଳା ସଂଘ ଟଙ୍କା ଆତ୍ମସାତ ମାମଲା: ବ୍ୟାଙ୍କ ପିଅନଙ୍କୁ ଦୁଇ ବର୍ଷ ଜେଲ

ପୁରୁଷୋତ୍ତମପୁର,୫।୧୦(ସିମାଞ୍ଚଳ ମିଶ୍ର): ମହିଳା ସଂଘର ଜମାଟଙ୍କା ଆତ୍ମସାତ ମାମଲାର ଶନିବାର ରାୟ ପ୍ରକାଶ ପାଇଛି। ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ...

ଗଞ୍ଜାମର ୧.୫୭ ଲକ୍ଷ ପରିବାରଙ୍କୁ ପିଏମ୍‌ କିଶାନ କିସ୍ତି 

ଛତ୍ରପୁର,୫।୧୦(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାରେ ଜିଲାସ୍ତରୀୟ ପ୍ରଧାନ ମନ୍ତ୍ରୀ କିଶାନ ସମ୍ମାନନିଧି ଯୋଜନାର ୧୮ ତମ କିସ୍ତିର ହସ୍ତାନ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲା...

ବିଦ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ: ୬୦ ଲକ୍ଷ ଟଙ୍କାର ଦୁର୍ନୀତି ଗନ୍ଧ

ଭୋଗରାଇ,୫ା୧୦(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବଗଡ଼ ନୋଡାଲ ୟୁପି ପ୍ରାଥମିକ ବିଦ୍ୟାଳୟରେ ଶନିବାର ବାଲେଶ୍ୱର ଭଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ମୋ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri