ଜବରଦଖଲରେ ପଦ୍ମପୁରର ପୋଖରୀ

ପଦ୍ମପୁର,୫।୭(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ୭ଟି ପୋଖରୀଗୁଡିକ ଅବସ୍ଥା ଶୋଚନୀୟ ହୋଇପଡିଛି। କେଉଁଠାରେ ପୋଖରୀ ପୋତି ହୋଇଗଲାଣି ତ କେଉଁଠି ଜବରଦଖଲଙ୍କ କବ୍‌ଜାରେ ରହିଛି। ଜବରଦଖଲକାରୀମାନେ କେବଳ ପୋଖରୀ ହିଡରେ ଘର କରୁନାହାନ୍ତି, ଧୀରେ ଧୀରେ ପୋଖରୀ ଭିତରକୁ ମାଡିଯାଇ ପୋତିବା ଆରମ୍ଭ କରିଦେଇଛନ୍ତି। ସେଥିପାଇଁ ସହର ପୋଖରୀ ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି। ପୋଖରୀଗୁଡିକ ଦଳ, ଆବର୍ଜନା, ପଙ୍କରେ ଭର୍ତ୍ତି ହୋଇ ନିଶ୍ଚିନ୍ନ ହେବାକୁ ବସିଲାଣି। ପଦ୍ମପୁର ସହର ସବୁଠାରୁ ବୃହତ ପୋଖରୀ ହେଉଛି ମେନେଜର କଣ୍ଟା। ସରକାରୀ ରେକର୍ଡ ଅନୁସାରେ ୧୪ ଏକର ୫୦ ଡେସିମିଲ ପରିମିତ ଏହି ପୋଖରୀର ପାଣି କାଚକେନ୍ଧୁ ଭଳି ଥିଲା ଓ ସହରବାସୀ ପିଇବା ପାଇଁ ବ୍ୟବହାର କରୁଥିଲେ। ମାତ୍ର ଏହି ପୋଖରୀ ଆଜି ପରିତ୍ୟକ୍ତ ହେବା ସହିତ ଏହାର ହୁଡା ନିଶାଖୋରଙ୍କ ଆଡ୍ଡା ପାଲଟିଛି। ସବୁଠାରୁ ବିଡମ୍ବନାର ବିଷୟ ଏନଏସି ଏହି ପୋଖରୀ ପୁନରୁଦ୍ଧାର କଥା ଚିନ୍ତା ନ କରି ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ପୋଖରୀ ହୁଡା ସୌନ୍ଦର୍ଯ୍ୟକରଣ କରିଥିଲା। ମାତ୍ର ତାହା ବି ନିଶ୍ଚିନ୍ନ ହୋଇଗଲାଣି। ନିଜର ଅସ୍ତିତ୍ୱକୁ ବଞ୍ଚାଇ ପାଇଁ ସହରର ରାଣୀ ବନ୍ଧ, ଦାନୀ ବନ୍ଧ, ବଡବନ୍ଧ, ଖଜୁରୀ ବନ୍ଧ, କଣ୍ଟାବନ୍ଧ, ବ୍ରାହ୍ମଣୀ ବନ୍ଧଗୁଡିକ ସଂଘର୍ଷ କରୁଛନ୍ତି। ପଦ୍ମପୁର ଏନଏସି ଏହି ପୋଖରୀ ପୁନରୁଦ୍ଧାର ଓ ସୀମା ନିର୍ଦ୍ଧାରଣ ପ୍ରତି ଦୃଷ୍ଟି ନ ଦେଇ ସୌନ୍ଦର୍ଯ୍ୟକରଣ ଓ ପାର୍କ ନାମରେ ପୋଖରୀ ହୁଡାରେ ଅର୍ଥ ଆତ୍ମସାତ୍‌ କରୁଥିବା ବେଳେ ପଦ୍ମପୁରର ଏହି ଐତିହ୍ୟ ପୋଖରୀ ଆଜି ହଜିବାକୁ ବସିଛି।

ପଦ୍ମପୁର ଏନ୍‌ଏସି କାଉନସିଲ ବୈଠକଠାରୁ ଆରମ୍ଭ କରି ଉଚ୍ଚସ୍ତରୀୟ ବୈଠକରେ ମଧ୍ୟ ଜଳାଶୟର ପୁନରୁଦ୍ଧାର ଓ ସୀମା ନିର୍ଦ୍ଧାରଣ ପ୍ରସଙ୍ଗ ଉଠାଇଛି। ଏକ ମାଷ୍ଟର ପ୍ଳାନ କରି ଜଳାଶୟ ଉନ୍ନତି ପାଇଁ ପ୍ରସ୍ଥାବ ଦିଆଯାଇଛ।
-ଚିନ୍ମୟ କୁମାର ପଣ୍ଡା, ଆଇନଜୀବୀ, କାଉନସିଲର
ସହରରେ ଥିବା ପୋଖରୀଗୁଡିକର ସୀମା ନିର୍ଦ୍ଧାରଣ କରିବା ସହିତ ଏହାର ପୁନରୁଦ୍ଧାର କରି ସହରବାସିନ୍ଦାଙ୍କ ଯେମିତି ବ୍ୟବହାର ଉପଯୋଗୀ ହେବ ସେ ନେଇ ପରିଷଦ ଓ ନିର୍ବାହୀ ଅଧିକାରୀ ଧ୍ୟାନ ଦିଅନ୍ତୁ।
-ନିରୋଜ ଦୋରା, ସାମାଜିକ କର୍ମୀ
ପଦ୍ମପୁରରେ ଥିବା ଜଳାଶୟଗୁଡିକର ପୁନରୁଦ୍ଧାର ପାଇଁ ଡ୍ରୋନ ସର୍ଭେ ସରିଯାଇଛି ଓ ଡିପିଆର ପ୍ରସ୍ତୁତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ରାଣୀ ବନ୍ଧ ଓ ବ୍ରାହ୍ମଣୀ ବନ୍ଧର ପୁନରୁଦ୍ଧାର ପାଇଁ ଶୀଘ୍ର ଟେଣ୍ଡର ଡକାଯିବ।
-ରାମଚନ୍ଦ୍ର ମାଝି,
ଏନ୍‌ଏସି ନିର୍ବାହୀ ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ନାମରେ ଅନାସ୍ଥା ପ୍ରସ୍ତାବ

କେସିଙ୍ଗା,୬ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ମନମୁଖୀ କାର୍ଯ୍ୟ, ମିଥ୍ୟା ବିଲ୍‌, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଦୁର୍ନୀତିକୁ ନେଇ ବ୍ଲକ ଅଧ୍ୟକ୍ଷଙ୍କ ନାମରେ...

ସ୍ତ୍ରୀଙ୍କ ହାତରୁ ପାଣି ପିଇ ହୃଦ୍‌ଘାତରେ ଚାଲିଗଲା ସ୍ବାମୀଙ୍କ ଜୀବନ

ଦିଗପହଣ୍ଡି,୬ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ବି.କ୍ରିଷ୍ଣା ରାଓ ସୁବୁଦ୍ଧିଙ୍କ ରବିବାର ସକାଳେ ହୃଦ୍‌ଘାତରେ ପରଲୋକ ଘଟିଛି।...

ଢିଙ୍କିଆ ପଞ୍ଚାୟତ ନିର୍ବାଚନରେ ସ୍ବାଭିମାନ ମଞ୍ଚ ପ୍ରାର୍ଥିନୀ ପିଙ୍କି ଦାସ ବିଜୟୀ

କୁଜଙ୍ଗ,୬।୧୦(ମନୋଜ ପ୍ରଧାନ): ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକର ବହୁଚର୍ଚ୍ଚିତ ଢିଙ୍କିଆ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଶନିବାର କଡା ସୁରକ୍ଷା ବଳୟ ମଧ୍ୟରେ ବ୍ଲକ କାର୍ଯ୍ୟାଳୟରେ...

ଆପଣଙ୍କ ବିଧାୟକଙ୍କୁ ଜାଣନ୍ତୁ…

ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ସିତାଂଶୁ ଶେଖର ମହାପାତ୍ର। ୨୦୨୪ ନିର୍ବାଚନରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ୧୬,୦୬୮...

କୁଷ୍ମାଣ୍ଡା ବେଶରେ ମା’ ସମଲେଶ୍ୱରୀ

ବରଗଡ଼,୬ା୧୦: ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ମନ୍ଦିରରେ ଶାରଦୀୟ ନବରାତ୍ର ପୂଜା ଚାଲିଛି। ଏହି କ୍ରମରେ ରବିବାର ମା’ ସମଲେଶ୍ବରୀ କୁଷ୍ମାଣ୍ଡା ବେଶରେ ଦର୍ଶନ...

ଚୋରି କରିନେଲେ କୋଟିଏ ଟଙ୍କାର କଳାପଥର

ଯାଜପୁର,୬ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳର ଡଙ୍କାରୀ ପାହାଡ଼ ପାଦଦେଶରେ ପ୍ରଶାସନ ପକ୍ଷରୁ ମହଜୁଦ ଥିବା ପ୍ରାୟ କୋଟିଏ ଟଙ୍କାର କଳାପଥର ଲୁଟ...

ଅଚାନକ ପରିଦର୍ଶନ: ସବ୍‌ଟ୍ରଜେରୀ କାର୍ଯ୍ୟାଳୟରେ କର୍ମଚାରୀଙ୍କୁ ନ ଦେଖି ବିଧାୟକ କ୍ଷୁବ୍ଧ

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ଶନିବାର ଦିଗପହଣ୍ଡି ସବ୍‌ ଟ୍ରେଜେରୀ କାର୍ଯ୍ୟାଳୟକୁ ଅଚାନକ ପରିଦର୍ଶନରେ ଯାଇଥିଲେ। ମଧ୍ୟାହ୍ନ...

ଫରେଷ୍ଟର ଆତ୍ମହତ୍ୟା ଘଟଣା: ରାୟଗଡ଼ା ଡିଏଫ୍‌ଓ ଦେବେନ୍ଦ୍ର ବେହେରା ନିଲମ୍ବିତ

ଭବାନୀପାଟଣା,୫ା୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଜାରିଙ୍ଗ ସିଲଭି କଲଚର ହାଇଟେକ ନର୍ସରୀ ଫରେଷ୍ଟର ସଞ୍ଜୟ ନାୟକ (୩୩)ଙ୍କ ଆତ୍ମହତ୍ୟା ଘଟଣାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri