Posted inଖେଳ

ତୁମେ ମୋ ପାଇଁ ପୁରା ଦୁନିଆ, କେବେ ବି ଭୁଲି ପାରିବି ନାହିଁ…କାହା ପାଇଁ ହାର୍ଦ୍ଦିକଙ୍କ ସ୍ପେଶାଲ ପୋଷ୍ଟ

ନୂଆଦିଲ୍ଲୀ,୫।୭:ଟି -୨୦ ବିଶ୍ୱକପର ବିଶ୍ୱ ବିଜେତା ଦଳ ଟିମ୍‌ ଇଣ୍ଡିଆ ସ୍ବଦେଶକୁ ପେରିଛନ୍ତି। ତେବେ ଗୁରୁବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ପରେ ରାତିରେ ଟିମ୍‌ ମୁମ୍ବାଇରେ ପହଞ୍ଚିଥିଲା। ଯେଉଁଠି ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ମଧ୍ୟରେ ଟିମ ଇଣ୍ଡିଆ ଖେଳାଳିମାନେ ୱାଙ୍ଖଡେ ଷ୍ଟାଡିୟମକୁ ଯାଇଥିଲେ।

ସମସ୍ତ ଖେଳାଳି ବେଶ ଉତ୍ସାହିତ ଦେଖାଯାଉଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ଏହି ସମୟର ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ଏକ ହୃଦୟସ୍ପର୍ଶୀ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ତୁମେ ମୋ ପାଇଁ ପୁରା ଦୁନିଆ। ତେବେ ହାର୍ଦ୍ଦିକ ଏପରି ପୋଷ୍ଟ କାହାପାଇଁ ଲେକିଛନ୍ତି ଆସନ୍ତୁ ଜାରିବା।

ୱାଙ୍ଖଡେ ଷ୍ଟାଡିୟମରେ ପହଞ୍ଚିବା ପରେ ଲକ୍ଷ ଲକ୍ଷ ଲୋକଙ୍କ ସହ ଗହଣରେ ହାର୍ଦ୍ଦିକ ଏକ ଭିଡିଓ କରିଥିଲେ। ଆଉ ଏହି ଭିଡିଓକୁ ସେ ଏକ ସ୍ବତନ୍ତ୍ର କ୍ୟାପସନରେ ପୋଷ୍ଟ କରିଥିଲେ। ସେ ଲେଖିଛନ୍ତି, ଇଣ୍ଡିଆ, ତୁମେ ମୋ ପାଇଁ ପୂରା ଦୁନିଆ। ଆପଣ ସମସ୍ତଙ୍କ ଭଲ ପାଇବା ପାଇଁ ମୋ ହୃଦୟରୁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି । ଏ ହେଉଛି ମୁହୂର୍ତ୍ତ ଯାହାକୁ ମୁଁ କେବେବି ଭୁଲି ପାରିବି ନାହିଁ । ବର୍ଷା ସତ୍ତ୍ୱେ ବି ଆପଣ ଆମ ପାଇଁ ଉତ୍ସବରେ ଯୋଗ ଦେଇଛନ୍ତି । ଏଥିପାଇଁ ଧନ୍ୟବାଦ । ଆମେ ଆପଣମାନଙ୍କୁ ଭଲ ପାଉ, ଆମେ ସମସ୍ତେ ଚାମ୍ପିଅନ । ପୂରା ୧.୪ ବିଲିୟନ ଆମ ପାଇଁ ଚାମ୍ପିଅନ । ଥ୍ୟାଙ୍କ ୟୁ ମୁମ୍ବାାଇ, ଥାଙ୍କ ୟୁ ଇଣ୍ଡିଆ।

ସୂଚନାଥାଉ କି, ଟି-୨୦ ବିଶ୍ୱକପରେ ହାର୍ଦ୍ଦିକ ପାଣ୍ଡ୍ୟା ଚମତ୍କାର ପ୍ରଦର୍ଶନ କରିଥିଲେ। ବ୍ୟାଟିଂ କରୁଥିବାବେଳେ ୬ ଇନିଂସରେ ୧୪୪ ରନ ସ୍କୋର କରିଥିଲେ। ବୋଲିଂ ବେଳେ ସେ ୮ ଇନିଂସରେ ୧୧ ୱିକେଟ ନେଇଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ଫାଇନାଲରେ ହାର୍ଦ୍ଦିକ ଶେଷ ଓଭର ବୋଲିଂ କରିଥିଲେ। ସେହି ଓଭରରେ ହାର୍ଦ୍ଦିକ ଚମତ୍କାର ବୋଲିଂ କରିଥିଲେ। ଜିତିବା ପାଇଁ ଦକ୍ଷିଣ ଆଫ୍ରିକା ୬ ଟି ବଲରେ ୧୬ ରନ ଆବଶ୍ୟକ କରୁଥିଲା । ଏହି ଓଭରରେ ୱିକେଟ ନେଇ ହାର୍ଦ୍ଦିକଙ୍କ ଦଳ ଚାମ୍ପିଅନ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନକୁ ହରାଇଲା ଭାରତ

ଦୁବାଇ, ୬ା୧୦: ମହିଳା ଟି୨୦ ବିଶ୍ୱକପରେ ପାକିସ୍ତାନକୁ ୬ ଉଇକେଟରେ ହରାଇ ପ୍ରଥମ ବିଜୟ ହାସଲ କରିଛି ଭାରତ। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୦...

ଜାଣନ୍ତୁ ଦେଶର ସୁନାଝିଅଙ୍କ ବିଷୟରେ

ଅବନୀ ଲେଖ୍‌ରା। ୧୨ ବର୍ଷର ହୋଇଥିବାବେଳେ ଏକ ଦୁର୍ଘଟଣାରେ ତାଙ୍କର ପାରାଲିସିସ୍‌ ହୋଇଯାଏ। ଫଳରେ ତାଙ୍କୁ ହ୍ବିଲ ଚେୟାରର ସାହାରା ନେବାକୁ ପଡିଲା। ତାଙ୍କର ଦୁନିଆ...

ଶାମିଙ୍କୁ ନେଇ ଟିମ୍‌ ଇଣ୍ଡିଆର ଚିନ୍ତା ବଢ଼ିଲା

ନୂଆଦିଲ୍ଲୀ,୫।୧୦: ଦଳକୁ କେବେ ଫେରିବେ ମହମ୍ମଦ ଶାମି, ଏହା ଉପରେ କ୍ରିକେଟ ପ୍ରଶଂସକଙ୍କ ନଜର। କାରଣ ଆସନ୍ତା ମାସ ଭାରତୀୟ ଟିମ୍‌ ଲାଗି ବେଶ ଗୁରୁତ୍ୱପୂର୍ଣ୍ଣ।...

ହାତରେ ନୂଆ ଟାଟୁ କଲେ ରିଙ୍କୁ ସିଂ: ୫ ଛକା ସହ ଅଛି କନେକ୍ସନ

ନୂଆଦିଲ୍ଲୀ,୫।୧୦: ନିକଟରେ ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂ ହାତରେ ଏକ ଟାଟୁ କରିଛନ୍ତି। ଏହି ଟାଟୁରେ ସେ ‘ଗଡ୍‌ସ ପ୍ଲାନ୍‌’ ଲେଖିଛନ୍ତି। ରିଙ୍କୁ...

ବୀରେନ୍ଦ୍ର ସେହଓ୍ବାଗଙ୍କୁ କିଏ ଡ୍ରେସିଂ ରୁମରେ ପିଟିଥିଲେ, କଲାର ଧରି…

ନୂଆଦିଲ୍ଲୀ,୫।୧୦: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର୍‌ ବିରେନ୍ଦ୍ର ସେହୱାଗ ସବୁ ସମୟରେ ସବୁଠାରୁ ବିପଜ୍ଜନକ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ବିବେଚିତ ହୋଇଛନ୍ତି। ସବୁବେଳେ ପଡ଼ିଆରେ ରିସ୍କ...

କୋହଲି ନୁହନ୍ତି, ମଇଦାନରେ ଟିମ୍‌ ଇଣ୍ଡିଆର ଏହି ଖେଳାଳି ସ୍ଲେଜିଂ ମାଷ୍ଟର; ଗୁମର ଖୋଲିଲେ ଅଷ୍ଟ୍ରେଲୀୟ…

ନୂଆଦିଲ୍ଲୀ,୫।୧୦: ବିଗତ କିଛି ବର୍ଷ ମଧ୍ୟରେ ଭାରତ-ଅଷ୍ଟ୍ରେଲିଆ କ୍ରିକେଟରେ ପ୍ରତିଦ୍ୱନ୍ଦ୍ୱିତା ରୋମାଞ୍ଚର ଖୋରାକ ଯୋଗାଉଛି। ଖେଳର ତିନୋଟି ଫର୍ମାଟରେ ଉଭୟ ଟିମ୍‌ ବିଶ୍ୱର ଶ୍ରେଷ୍ଠ କ୍ରିକେଟ...

ଟିମ୍‌ ଇଣ୍ଡିଆର ଲଜ୍ଜାଜନକ ରେକର୍ଡ: ସବୁଠୁ ବଡ଼ ପରାଜୟ

ନୂଆଦିଲ୍ଲୀ,୫।୧୦:ମହିଳା ଟି-୨୦ ବିଶ୍ୱକପ ୨୦୨୪ର ପ୍ରଥମ ମ୍ୟାଚରେ ଭାରତକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ନ୍ୟୁଜିଲାଣ୍ଡ ଭାରତକୁ ୫୮ ରନରେ ପରାସ୍ତ କରିଛି। ଏହି ପରାଜୟ...

ଲାଇଭ୍‌ ମ୍ୟାଚ୍‌ ସମୟରେ ରାଗିଗଲେ ଅଧିନାୟକ: ଅମ୍ପାୟାରଙ୍କ ସହ କଲେ ଝଗଡ଼ା

ନୂଆଦିଲ୍ଲୀ,୫।୧୦:ମହିଳା ଟି-୨୦ ବିଶ୍ୱକପରେ ଭାରତ ବନାମ ନ୍ୟୁଜିଲାଣ୍ଡ ମ୍ୟାଚରେ ଏକ ମଜାଦାର ଘଟଣା ଘଟିଛି। ଭାରତୀୟ ଅଧିନାୟକ ହରମାନପ୍ରୀତ କୌର ଅମ୍ପାୟାରଙ୍କ ସହ ଝଗଡା କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri