Posted inଜାତୀୟ

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପୁଣି ଗିରଫ ହେଲେ କ’ଣ କେଜ୍‌ରିଓ୍ବାଲଙ୍କ ରାସ୍ତାରେ ଚାଲିବେ? ସାମ୍ନାରେ ରହିଛି ଏହି ୩ ବିକଳ୍ପ

ରାଞ୍ଚି,୫।୭: କଥିତ ଜମି ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ହେଲେ ତାଙ୍କ ରାସ୍ତାର କଣ୍ଟା ଏଯାଏ ସଫା ହୋଇନାହିଁ। ଜେଲ୍‌ରୁ ବାହାରକୁ ଆସିବା ପରେ ସେ ବଡ଼ ନିଷ୍ପତ୍ତି ନେଇ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏମିତିରେ ଯଦି ପୁଣିଥରେ ତଦନ୍ତକାରୀ ସଂସ୍ଥା ତାଙ୍କୁ ଗିରଫ କରିନିଏ, ଅଥବା ସୁପ୍ରିମକୋର୍ଟ ତାଙ୍କର ଜାମିନକୁ ଅଗ୍ରାହ୍ୟ କରିଦିଅନ୍ତି, ନଚେତ ପୁଣିଥରେ ସେ ଜେଲ ହାଜତକୁ ଚାଲିଯାଆନ୍ତି ତେବେ ସେ କ’ଣ କରିବେ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ରହିଛି।

ଯଦି ସୋରେନ୍‌ ଜେଲ ଯାଆନ୍ତି ତେବେ କ’ଣ ହେବ?
ହେମନ୍ତ ସୋରେନଙ୍କ ଏବେର ନିଷ୍ପତ୍ତିକୁ ଦେଖିଲେ ଏବେ ତାଙ୍କୁ ଗିରଫ ହେବାର ଭୟ ନାହିଁ ବୋଲି ସ୍ପଷ୍ଟ ହେଉଛି। ଯଦି ସେ ଗିରଫ ହୁଅନ୍ତି ତେବେ ତାଙ୍କ ପାଖରେ ଅନେକ ବିକଳ୍ପ ରହିଛି, ଯାହାର ବ୍ୟବହାର କରିବାକୁ ସେ ପଛଘୁଞ୍ଚା ଦେବେ ନାହିଁ। ଆସନ୍ତୁ ଜାଣିବା ୩ ମୁଖ୍ୟ ବିକଳ୍ପ ବିଷୟରେ…

ପ୍ରଥମ ବିକଳ୍ପ:ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ପାଦଚିହ୍ନରେ ଚାଲିବେ ସୋରେନ?
ଝାରଖଣ୍ଡ ନିର୍ବାଚନ ହେବାରେ କିଛି ମାସର ସମୟ ରହିଛି, ଏମିତିରେ ଜାମିନରେ ଜେଲରୁ ବାହାରକୁ ଆସିବା ପରେ ଚମ୍ପାଇ ସୋରେନଙ୍କୁ ପଦରୁ ହଟାଇ ସେ କ୍ଷମତାକୁ ଫେରିବା ତାଙ୍କର ରଣନୀତି ବୋଲି କୁହାଯାଉଛି। ଗିରଫ ହେବା ପରେ ତାଙ୍କ ପାଖରେ ସବୁଠାରୁ ବଡ଼ ଏବଂ ପ୍ରଥମ ବିକଳ୍ପ ଏହା ଯେ ସେ କେଜ୍‌ରିଓ୍ବାଲଙ୍କ ରାସ୍ତାରେ ଚାଲନ୍ତୁ। ଜେଲରେ ଥାଇ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାନ୍ତୁ। ଏମିତି କରି ସେ ନିର୍ବାଚନ ଲାଗି ଲୋକଙ୍କ ସହାନୁଭୂତି ହାସଲ କରିପାରିବେ।

ଦ୍ୱିତୀୟ ବିକଳ୍ପ: ଲାଲୁ ଯାଦବଙ୍କ ପନ୍ଥା ଆପଣାଇପାରନ୍ତି ମୁଖ୍ୟମନ୍ତ୍ରୀ ସୋରେନ?
ଏହି ବିକଳ୍ପ ବିଷୟରେ ଜାନୁଆରୀ ମାସରେ ଚର୍ଚ୍ଚା ହୋଇଥିଲା, ଯେତେବେଳେ ହେମନ୍ତ ଗିରଫ ହୋଇଥିଲେ। ସେ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁଙ୍କ ନୀତି ଆପଣାଇପାରିବେ, ଯାହାଦ୍ୱାରା ଚାରା ଦୁର୍ନୀତି ମାମଲାରେ ଜେଲ ଯିବା ପୂର୍ବରୁ ସେ ନିଜ ପତ୍ନୀ ରାବିଡି ଦେବୀଙ୍କୁ ନିଜର ଉତ୍ତରାଧିକାରୀ ଘୋଷଣା କରିଥିଲେ ଏବଂ ତାଙ୍କ ମୁଖ୍ୟମନ୍ତ୍ରୀ ପଦରେ ବସାଇଥିଲେ। ଯଦି ତାଙ୍କୁ ପୁଣିଥରେ ଜେଲ ଯିବାକୁ ପଡେ ତେବେ ସେ ସ୍ତ୍ରୀଙ୍କୁ ଝାଡ଼ଖଣ୍ଡର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ କରିପାରନ୍ତି।

ତୃତୀୟ ବିକଳ୍ପ: ଏହି ଭେଟେରାନଙ୍କୁ ହସ୍ତାନ୍ତର କରିପାରନ୍ତି ଝାଡ଼ଖଣ୍ଡର ଦାୟିତ୍ୱ?
ହେମନ୍ତ ସୋରେନ ବାହାରକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ହେଁ ଏବେ ବି ସେ ଗିରଫ ହୋଇପାରନ୍ତି। ଏମିତିରେ ସେ ନିଜ ବିଶ୍ୱାସଯୋଗ୍ୟ ବ୍ୟକ୍ତିଙ୍କୁ ଗାଦିରେ ବସାଇପାରନ୍ତି। ଯେମିତିକି ଚମ୍ପାଇ ସୋରେନ। କାରଣ ସେ ବିନାସର୍ତ୍ତରେ ଇସ୍ତଫା ଦେଇଦେଇଛନ୍ତି। ଏଣୁ ପରିସ୍ଥିତି ସେଭଳି ଉପୁଜିଲେ ଚମ୍ପାଇ ପୁଣିଥରେ ତାଙ୍କ ପାଇଁ ସେଭଳି କାମ କରିପାରନ୍ତି ବୋଲି କୁହାଯାଉଛି।

କ’ଣ ପୁଣି ଗିରଫ ହେବେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ?
ହେମନ୍ତଙ୍କ ଦୁର୍ନୀତି ସହ ସମ୍ପର୍କ ନ ଥିବା ହାଇକୋର୍ଟରେ ତାଙ୍କ ଓକିଲ ବାରମ୍ବାର ଦଲିଲ କରିଛନ୍ତି। ଏହି ମାମଲାରେ ତାଙ୍କ ନାମରେ ଜମି ନାହିଁ, ତାଙ୍କ ନାମ ବି ନାହିଁ। ହେଲେ ଅନେକ ମାମଲା ଏଭଳି ରହିଛି ଯେଉଁଥିରେ ତାଙ୍କୁ ସିଧାସିଧା ଅଭିଯୁକ୍ତ କରାଯାଇଛି। ଯେମିତିକି ସାହେବଗଞ୍ଜ ଖନନ ଦୁର୍ନୀତି ମାମଲାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହାର ତଦନ୍ତ ଜାଲିଛି। ଏଣୁ ସୋରେନ ପୁଣିଥରେ ଜେଲ ଯାଇପାରନ୍ତି ବୋଲି ଡର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାୟୁସେନାର ଏୟାର ଶୋ’ ବେଳେ ଅଘଟଣ, ୩ ଦର୍ଶକ ମୃତ

ଚେନ୍ନାଇ, ୬ା୧୦: ଚେନ୍ନାଇର ମାରିନା ବିଚରେ ଏୟାର ସୋ ଦେଖିବା ପାଇଁ ଯାଇଥିବା ତିନି ଜଣଙ୍କର ମୃତ୍ୟୁ ହୋଇଛି। ଡାକ୍ତରମାନେ କହିଛନ୍ତି ଯେ, ହିଟ୍ ଷ୍ଟ୍ରୋକ...

୧୦ ବର୍ଷର ନାବାଳିକାକୁ ବଳାତ୍କାର, ହତ୍ୟା ମାମଲା: ପୋଲିସକୁ ମମତାଙ୍କ ଅଲ୍ଟିମେଟମ୍

କୋଲକାତା,୬।୧୦: ପଶ୍ଚିମବଙ୍ଗର କୁଲଟୁଲିରେ ଜଣେ ୧୦ ବର୍ଷର ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୋଲିସକୁ ଅଲ୍ଟିମେଟମ୍ ଦେଇଛନ୍ତି। ମମତା...

ନଇଁ ପଡୁଛି ଭାଜପା! ଏକଜିଟ ପୋଲ୍‌ର ଆକଳନକୁ ନେଇ ଭାଜପା ନେତା କହିଲେ ଫଳାଫଳ ସ୍ବୀକାର କରିବୁ

ନୂଆଦିଲ୍ଲୀ,୬।୧୦: ନିର୍ବାଚନ ରାଜ୍ୟ ହରିୟାଣାର କର୍ଣ୍ଣଲ ଜିଲାର ଭାଜପା ପ୍ରାର୍ଥୀ ହରବିନ୍ଦର କଲ୍ୟାଣ ରବିବାର ତାଙ୍କ ସମର୍ଥକଙ୍କ ସାମ୍ନାରେ ନିଜର ନିର୍ବାଚନ ଅନୁଭୂତି ବାଣ୍ଟିଛନ୍ତି। ସେ...

ହରିୟାଣାରେ ଭାଜପା ସରକାର ଗଢିବାକୁ ଖୋଲା ଅଛି ସମସ୍ତ ଦ୍ୱାର, କାହିଁକି ଏମିତି କହିଲେ ନାଏବ ସୋନି

ଚଣ୍ଡିଗଡ଼,୬।୧୦: ହରିୟାଣା ବିଧାନସଭା ନିର୍ବାଚନ ପରେ ଶନିବାର ସାରେ ଏକଜିଟ ପୋଲ ତଥ୍ୟ ପ୍ରକାଶ ପାଇଛି। ଏକଜିଟ ପୋଲରେ ଭାଜପାକୁ ବଡ ଝଟକା ଲାଗିଛି। ସେଠାରେ...

ମାକ୍ରୋନଙ୍କ ପାଇଁ ନେତାନ୍ୟାହୁଙ୍କ ଭିଡିଓ ବାର୍ତ୍ତା: ଅସ୍ତ୍ରଶସ୍ତ୍ର ବ୍ୟାନ୍ ବୟାନ ଉପରେ ଦେଲେ କଡା ପ୍ରତିକ୍ରିୟା

ନୂଆଦିଲ୍ଲୀ,୬।୧୦: ଗାଜାରେ ବ୍ୟବହାର ପାଇଁ ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ କରିବାକୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ ଆହ୍ୱାନକୁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ତୀବ୍ର...

ମହାକାଳେଶ୍ୱର ମନ୍ଦିରରେ ମିଳୁଥିବା ପ୍ରସାଦ ସମ୍ପୂର୍ଣ୍ଣ ଶୁଦ୍ଧ

ଉଜ୍ଜୟନୀ,୬।୧୦: ମଧ୍ୟ ପ୍ରଦେଶ ଉଜ୍ଜୟନୀର ମହାକାଳେଶ୍ୱର ମନ୍ଦିରରେ ମିଳୁଥିବା ଲଡୁ ପ୍ରସାଦର ଯାଞ୍ଚ କରାଯାଇ ଜଣାପଡିଛି ଯେ ଲଡୁ ସମ୍ପୂର୍ଣ୍ଣ ଶୁଦ୍ଧ ଅଟେ। ମଧ୍ୟପ୍ରଦେଶର ଉଜ୍ଜୟନୀ...

ପ୍ରତି ମାସରେ ମହିଳାଙ୍କୁ ୧୦୦୦ ଟଙ୍କା ଦେବ ଏଏପି ସରକାର!

ନୂଆଦିଲ୍ଲୀ,୬।୧୦: ଆମ ଆଦମୀ ପାର୍ଟି (ଏଏପି) ଆଜି ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ‘ଜନତା କି ଅଦାଲତ’ କାର୍ଯ୍ୟକ୍ରମ ଆୟୋଜନ କରିଛି। ଏହି ସମୟରେ ଏଏପି ମୁଖ୍ୟ...

ହରିୟାଣା ଉପରେ କହିବା ମନା, ଏକଜିଟ ପୋଲ୍‌କୁ ନେଇ ଭାଜପା ନେତାଙ୍କ ମୁହଁ ବନ୍ଦ

ନୂଆଦିଲ୍ଲୀ,୬।୧୦: ହରିୟାଣା, ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ଶେଷ ହୋଇଛି। ବର୍ତ୍ତମାନ ଏହି ନିର୍ବାଚନର ଫଳାଫଳ ଘୋଷଣା କରାଯିବ। କିନ୍ତୁ ଏହାପୂର୍ବରୁ ସମସ୍ତ ଏକଜିଟ ପୋଲ୍‌ରେ ଜମ୍ମୁ-କଶ୍ମୀରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri