ମା’ଙ୍କ ନାକ କାଟି ବନ୍ଧା ହେଲେ ପୁଅ

ସେମିଳିଗୁଡା/ସୁନାବେଡା,୫ା୭(ବାସୁଦେବ ବରାଡ଼/କୃତ୍ତିବାସ): ମା’ଙ୍କ ନାକ କାଟି ବନ୍ଧା ହୋଇଛନ୍ତି ପୁଅ। ଏଭଳି ଅଭାବନୀୟ ଘଟଣା ଘଟିଛି ସେମିଳିଗୁଡା ଉପରସାହି ଆମ୍ବେଡକର ନଗରରେ। ଏନେଇ ମା’ ଭାନୁ ଖରା (୬୦) ସେମିଳିଗୁଡା ଥାନାରେ ଗୁରୁବାର ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ କରି ପୁଅ ବଳରାମ ଖରା(୨୨)ଙ୍କୁ ଗିରଫ କରିଛି।

ମିଳିଥିବା ସୂଚନା ମୁତାବକ, ଆମ୍ବେଡକର ନଗରରେ ରହୁଥିବା ସ୍ବର୍ଗତ ଜଗବନ୍ଧୁ ଖରାଙ୍କ ସ୍ତ୍ରୀ ଭାନୁ ବୁଧବାର ଅପରାହ୍ନ ୪ଟାରେ ଶୋଇଥିବା ବେଳେ ପୁଅ ବଳରାମ ତାଙ୍କୁ ଜୀବନରୁ ମାରଦେବା ଉଦେଶ୍ୟରେ ଏକ ଧାରୁଆ ଛୁରୀରେ ବେକ କାଟି ଦେବାକୁ ଉଦ୍ୟମ କରିଥିଲେ। ଭାନୁ ଏହା ଜାଣି ପାରି ହାତ ବୁଲାଇ ଦେବାରୁ ଛୁରିଟି ତାଙ୍କ ବେକ ବଦଳରେ ନାକରେ ବାଜିଥିଲା। ଫଳରେ ଭାନୁଙ୍କ ନାକଟି ଅଧା କଟି ଯାଇଥିଲା। ସେ ଚିତ୍କାର କରିବାରୁ ପାଖ ପଡୋଶୀ ତାଙ୍କୁ ଉଦ୍ଧାର କରି ପ୍ରଥମେ ସୁନାବେଡା ଗୋଷ୍ଠୀ ସାସ୍ଥ୍ୟ କେନ୍ଦ୍ର ଓ ପରେ କୋରାପୁଟ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ନେଇଥିଲେ।

ପୁଅ ସବୁବେଳେ ମଦ ପିଇ ତାଙ୍କୁ ଗାଳିଗୁଲଜ କରିବା ସହ ମାରପିଟ କରୁଥିବା ଭାନୁ ଅଭିଯୋଗରେ ଦର୍ଶାଇଛନ୍ତି। ଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ଥାନା କେସ୍‌ ନଂ. ୮୬/୨୪ ,ବି ଏନ ଏସ ଧାରା ୧୦୯ ଏବଂ ୧୧୮(୨)ରେ ଏକ ମାମଲା ରୁଜୁ କରି ଘଟଣା ସ୍ଥଳରେ ତଦନ୍ତ କରିଥିଲେ। ତଦନ୍ତରୁ ବଳରାମଙ୍କ ସମ୍ପୃକ୍ତି ଜଣାପଡିବା ପରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀନେତାଙ୍କ ସପକ୍ଷରେ ପୂର୍ବତନ ବିଧାୟକ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ): କୃଷି ଓ କୃଷକଙ୍କ ହକ ପାଇଁ ଲଢୁଥିବା ଚାଷୀନେତା ରମେଶ ମହାପାତ୍ରଙ୍କ ବାସଭବନରେ ରବିବାର ବରଗଡ଼ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ପହଞ୍ଚି...

କଟକରେ ଚାଞ୍ଚଲ୍ୟ: ଅଟୋ ଚାଳକଙ୍କ ତଣ୍ଟି କାଟିଦେଲେ ଦୁଇ ଯୁବକ

କଟକ,୫ା୧୦(କାର୍ତ୍ତିକ ସାହୁ): କଟକ ମଧୁପାଟଣା ଥାନା ଲିଙ୍କରୋଡ୍‌ ଅଞ୍ଚଳରେ ଜଣେ ଅଟୋ ଚାଳକଙ୍କ ତଣ୍ଟି କାଟିଦେଇ ଦୁଇ ଜଣ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ଅଟୋ ଚାଳକଙ୍କୁ...

ଆସିଲା ପାର୍ବଣ, ମାତିଲେଣି ଲୁଟେରା ଗ୍ୟାଙ୍ଗ: ରୂପା ବ୍ୟବସାୟୀଙ୍କୁ ଖଣ୍ଡାରେ ହାଣି…

ପୁରୁଷୋତ୍ତମପୁର,୬।୧୦(ସିମାଞ୍ଚଳ ମିଶ୍ର): ପୋଲିସ ପାଟ୍ରୋଲିଂ ଠିକ୍‌ ଭାବେ ହେଉ ନ ଥିବାରୁ ଏହାର ସୁଯୋଗ ନେଇ ପୁରୁଷୋତ୍ତମପୁର ଅଞ୍ଚଳରେ ଲୁଟେରା ଗ୍ୟାଙ୍ଗ ପୁଣି ସକ୍ରିୟ ହୋଇଉଠିଛନ୍ତି।...

ମୁହାଁମୁହିଁ ଧକ୍କା ପରେ ଜଳିଗଲା ଟ୍ରକ, କଣ୍ଟେନର: ଦୁଇ ଡ୍ରାଇଭର ଜୀବନ୍ତ ଦଗ୍ଧ!

କୁଚିଣ୍ଡା, ୬ା୧୦(ରାଧାମୋହନ ଷଡ଼ଙ୍ଗୀ): ଏକ ଦୁଃଖଦ ଦୁର୍ଘଟଣାରେ ରବିବାର ସନ୍ଧ୍ୟାରେ କୁଚିଣ୍ଡାର ଏଜତୀୟ ରାଜପଥ-୫୩ ରେ ଜମନକିରା ପୋଲିସ ଅନ୍ତର୍ଗତ କାଦଲିପାଲା ଅଞ୍ଚଳ ନିକଟରେ ଏକ...

ଗଞ୍ଜାମରେ ବିଜେଡିକୁ ଝଟ୍‌କା: ଦଳ ଛାଡ଼ିଲେ ରାଜ୍ୟ ସମ୍ପାଦକ ନିର୍ମଳ ସାହୁ

ପୁରୁଷୋତ୍ତମପୁର,୬।୧୦(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାରେ ପୁଣି ବିଜେଡିକୁ ଏକ ବଡ଼ ଝଟ୍‌କା ଲାଗିଛି। ପୁରୁଷୋତ୍ତମପୁର ଅଞ୍ଚଳର ଯୁବନେତା ତଥା ବିଜେଡି ରାଜ୍ୟ ସମ୍ପାଦକ ତଥା ଆସିକା...

ଗାଡ଼ି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

କୋକସରା,୬।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ବିଜୁ ଏକ୍ସପ୍ରେସ ୱେ କୁଲେରଗୁଡ଼ା ନିକଟରେ ଏକ ଦୁର୍ଘଟଣା ଘଟିଛି। ଏକ ଗାଡ଼ି...

ଟ୍ରେନରୁ କୋଇଲା ଚୋରି କରିବା ଦୁର୍ଦ୍ଦାନ୍ତ ଅପରାଧୀ ବାୟାଙ୍କୁ ପଡ଼ିଲା ମହଙ୍ଗା

ତିହିଡ଼ି,୬ା୧୦(ସଞ୍ଜିତ ବଳ)- ଭଦ୍ରକ-ଧାମରା ରେଳପଥରୁ କୋଇଲା ଚୋରି କରି ଚାଲାଣ କରୁଥିବା ଭଗବାନ ଦାସ ଓରଫ ବାୟାଙ୍କୁ ରବିବାର ତିହିଡ଼ି ପୋଲିସ ଗିରଫ କରିଛି। ତାଙ୍କ...

ଭୁବନେଶ୍ୱରରେ ବର୍ଷାପବନ: ଭାଙ୍ଗିଲା ୩୦ ଫୁଟ ଉଚ୍ଚର ତୋରଣ

ଭୁବନେଶ୍ୱର,୬।୧୦: ଆଗକୁ ଦୁର୍ଗାପୂଜା। ଏନେଇ ଚଳଚଞ୍ଚଳ ହୋଇଉଠିଛି ରାଜଧାନୀ ଭୁବନେଶ୍ୱର। ବିଭିନ୍ନ ଦୁର୍ଗାପୂଜା କମିଟି ପକ୍ଷରୁ ସାଜସଜ୍ଜାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ରବିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri