Posted inଜାତୀୟ

ଟି-ଶାର୍ଟରେ ଲରେନ୍ସଙ୍କ ଫଟୋ: ଫ୍ଲିପ୍‌କାର୍ଟ ବିରୋଧରେ ମାମଲା

ମୁମ୍ବାଇ, ୮।୧୧: ମହାରାଷ୍ଟ୍ରର ସାଇବର ବିଭାଗ ଗୁରୁବାର ଫ୍ଲିପ୍‌କାର୍ଟ, ଅଲି ଏକ୍ସପ୍ରେସ, ଟିଶ୍‌ପର, ଏଟସି ଇଣ୍ଡିଆ ଆଦି ଇ-କମର୍ସ ପ୍ଲାଟଫର୍ମଗୁଡ଼ିକ ବିରୋଧରେ ମାମଲା ରୁଜୁ କରିଛି। ଉକ୍ତ ପ୍ଲାଟ୍‌ଫର୍ମଗୁଡ଼ିକରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଓ ଦାଉଦ ଇବ୍ରାହିମର ଫଟୋ ଥିବା ଟି-ଶାର୍ଟ ବିକ୍ରି ହେଉଥିବା ନେଇ ମହାରାଷ୍ଟ୍ର ସାଇବର ବିଭାଗ କହିଛି। ସମ୍ପୃକ୍ତ ଇ-କମର୍ସ ପ୍ଲାଟଫର୍ମଗୁଡ଼ିକ ପକ୍ଷରୁ ବିଭିନ୍ନ ଗ୍ୟାଙ୍ଗଷ୍ଟର ଏବଂ ଆପରାଧିକ ଗତିବିଧିରେ ଲିପ୍ତ ଥିବା ଲୋକଙ୍କୁ୍‌ ଗ୍ଲାମରାଇଜ୍‌ ଏବଂ ପ୍ରମୋଟ୍‌ କରାଯାଉଛି ବୋଲି ଏଫ୍‌ଆଇଆର୍‌ରେ ଉଲ୍ଲେଖ ରହିଛି। ଏପରି ଆପରାଧିକ ଜଗତ ସହ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କର ଫଟୋ ଥିବା ଟି-ଶାର୍ଟ ବିକ୍ରି ହେବା ଦ୍ୱାରା ସମାଜରେ ଏବଂ ଯୁବକଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇବାର ସମ୍ଭାବନା ରହିଛି ବୋଲି ମହାରାଷ୍ଟ୍ର ସାଇବର ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିବସେନା(ୟୁବିଟି) ଘୋଷଣା ପତ୍ରରେ ବଡ଼ ପ୍ରତିଶ୍ରୁତି

ମୁମ୍ବାଇ, ୭।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ଶିବସେନା(ୟୁବିଟି) ପକ୍ଷରୁ ନିର୍ବାଚନୀ ଇସ୍ତାହାର ଜାରି କରାଯାଇଛି। ୟୁବିଟି ଅଧ୍ୟକ୍ଷ ଉଦ୍ଧବ ଠାକରେ ନିଜ ବାସଭବନ...

ବିକ୍ରି ହେବ ଜେଟ୍‌ ଏୟାରଓ୍ବେଜ୍‌ର ସମ୍ପତ୍ତି

ନୂଆଦିଲ୍ଲୀ, ୭।୧୧:ଏୟାର ଲାଇନ୍‌ କମ୍ପାନୀ ଜେଟ୍‌ ଏୟାରଓ୍ବେଜ୍‌କୁ ଗୁରୁବାର ସୁପ୍ରିମକୋର୍ଟଙ୍କଠାରୁ ଝଟକା ମିଳିଛି। ବନ୍ଦ ପଡ଼ି ରହିଥିବା ଏହି ଏୟାରଲାଇନ୍‌ର ସମ୍ପତିକୁ ବିକ୍ରି କରିବା ପାଇଁ...

ଦେବେନ୍ଦ୍ର ଫଡ଼ନଭିସ ଦେଖାଇଲେ ଏମିତି ଫାଇଲ ଡରିଗଲେ ଅଜିତ ପାଓ୍ବାର

ମୁମ୍ବାଇ,୭।୧୧: ବର୍ତ୍ତମାନ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ମାହୋଲ ଅଛି ବେଶ୍‌ ସରଗରମ। ଏବେ ଗୋଟିଏ ଦଳର ନେତାମାନେ ଅନ୍ୟ ଦଳର ନେତାଙ୍କ ଉପରେ...

ଡୋନାଲ୍ଡ ଟ୍ରମ୍ପଙ୍କ ଜିତିବା ପରେ ଭାରତ ଉପରେ କ’ଣ ପ୍ରଭାବ ପଡିବ, ଜୟଶଙ୍କର ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୭।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟର ଭାରତ ଉପରେ କ’ଣ ପ୍ରଭାବ ପଡ଼ିବ? ଏହି ପ୍ରଶ୍ନ ଅନେକ ଲୋକଙ୍କ ମନରେ କ୍ରମାଗତ ଭାବରେ...

ଏଆଇ ଆଡଭୋକେଟଙ୍କ ଜ୍ଞାନ ଦେଖି ଇମ୍ପ୍ରେସ ହେଲେ ଚନ୍ଦ୍ରଚୁଡ଼

ନୂଆଦିଲ୍ଲୀ,୭।୧୧: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡ଼ କୋର୍ଟଙ୍କ ନିୟମ ଭାଙ୍ଗୁଥିବା ଓକିଲଙ୍କୁ ଟ୍ୟୁସନ କରୁଥିବା ଲାଗି ବେଶ ଚର୍ଚ୍ଚିତ। ଗୁରୁବାର ଜଣେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ...

୧୫ ମିନିଟ Vs ୧୫ ସେକେଣ୍ଡ, ମହାରାଷ୍ଟ୍ର ରାଜନୀତିରେ ଟାଇମିଂର ଏଣ୍ଟ୍ରି

ମୁମ୍ବାଇ,୭।୧୧: ମହାରାଷ୍ଟ୍ରରେ ନିର୍ବାଚନ ପାଖେଇ ଆସୁଥିବାରୁ ରାଜନୈତିକ ବାତାବରଣ ଗରମ ହେବାରେ ଲାଗିଛି। ବର୍ତ୍ତମାନ ମହାରାଷ୍ଟ୍ର ନିର୍ବାଚନରେ ଟାଇମିଂର ଏଣ୍ଟ୍ରି ହୋଇଛି। ଏଆଇଏମଆଇଏମ ନେତା ତଥା...

ଚାହୁଁ ଚାହୁଁ ମରିଗଲେ ୭୦୦ ପକ୍ଷୀ!

ଜୟପୁର,୭।୧୧: ରାଜସ୍ଥାନରେ ପକ୍ଷୀମାନଙ୍କ ଉପରେ ବିପଦ ସୃଷ୍ଟି କରିଥିବା ମହାମାରୀ ପୁଣି ଥରେ ଫେରି ଆସିଛି। ପ୍ରାୟ ୪ ବର୍ଷ ପରେ ପୁଣି ଥରେ ସାମ୍ଭର...

ମୁଥ ମରାମରି ହେଲେ ସାଧୁସନ୍ଥ: ପରସ୍ପର ଉପରେ ଚାପୁଡ଼ା ବର୍ଷା

ପ୍ରୟାଗରାଜ,୭।୧୧: ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ମେଳାକୁ ନେଇ ବସିଥିବା ଆଖଡା ବୈଠକରେ ମାରପିଟ୍‌ ହୋଇଛି। ସାଧୁ ଓ ସନ୍ଥଙ୍କ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିଲା। ଆଖଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri