ନିୟନ୍ତ୍ରିତ ହେବ ସାନିଟାରୀ ନାପକିନ୍‌ ଭଳି ଉତ୍ପାଦ ମୂଲ୍ୟ

ନୂଆଦିଲ୍ଲୀ,୨୬-୮: କେନ୍ଦ୍ର ସରକାର ଖୁବଶୀଘ୍ର ହାଇଜିନ ଉତ୍ପାଦ ସାନିଟାରୀ ନ୍ୟାପକିନ୍‌, ହ୍ୟାଣ୍ଡ ଓ୍ବାଶ୍‌, ସମସ୍ତ ପ୍ରକାର କୀଟାଣୁନାଶକ ଉତ୍ପାଦ ଏବଂ ବୟସ୍କଙ୍କ ଲାଗି ଉଦ୍ଦିଷ୍ଟ ଡାୟପର୍ସ ମୂଲ୍ୟକୁ ନିୟନ୍ତ୍ରଣ କରିବାକୁ ଯାଉଛନ୍ତି। ଏଥିଲାଗି ମେଡିକାଲ ଉପକରଣ, ଡିସ୍‌ପୋଜେବଲ ଏବଂ ହାଇଜିନ୍‌ ଉତ୍ପାଦର ସ୍ବତନ୍ତ୍ର ତାଲିକା ପ୍ରସ୍ତୁତ କରାଯାଉଛି। ସୂଚନାଯୋଗ୍ୟ ଯେ, ନିକଟରେ ସରକାର କେତେକ ଜରୁରୀ ଔଷଧର ଦାମକୁ ନିୟନ୍ତ୍ରିଣ ତାଲିକାଭୁକ୍ତ କରି ମୂଲ୍ୟ ହ୍ରାସ ଘୋଷଣା କରିଥିଲେ। ପ୍ରାୟ ୩୮୪ ଅତ୍ୟାବଶ୍ୟକ ଔଷଧ ଦରକୁ ସର୍ବାଧିକ ରିଟେଲ ମୂଲ୍ୟ(ଏମ୍‌ଆର୍‌ପି)ରେ ସୀମିତ ରଖାଯାଇଛି। ଏଥିସହିତ କ୍ୟାନସର ଚିକିତ୍ସାରେ ବ୍ୟବହୃତ ୪୨ ପ୍ରକାର ଔଷଧର ଲାଭକୁ ସର୍ବାଧିକ ୩୦ ପ୍ରତିଶତରେ ସୀମିତ ରଖାଯାଇଛି। ଏହି ତାଲିକା ବାଦ୍‌ ଅନ୍ୟ ଔଷଧଗୁଡ଼ିକ ଉପରେ କମ୍ପାନୀଗୁଡ଼ିକ ପକ୍ଷରୁ ସର୍ବାଧିକ ୧୦ ପ୍ରତିଶତ ମୂଲ୍ୟ ବଢ଼ାଇବାକୁ ଅନୁମତି ଦିଆଯାଇଛି। ମିଡିଆରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ହାଇଜିନ ଉତ୍ପାଦଗୁଡ଼ିକର ତାଲିକା ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି ଏବଂ ଆସନ୍ତା ୨ ମାସ ମଧ୍ୟରେ ଏହାକୁ ଜାରି କରାଯିବ। ଏହି ତାଲିକାକୁ ୨ ଭାଗରେ ବିଭକ୍ତ କରାଯିବ। ପ୍ରଥମ ଭାଗରେ ଅର୍ଥାତ ପ୍ରାଇମେରୀ ଶ୍ରେଣୀରେ ରଖାଯାଇଥିବା ଉତ୍ପାଦଗୁଡ଼ିକର ମୂଲ୍ୟକୁ ନିୟନ୍ତ୍ରିତ କରାଯିବ। ସେହିପରି ସେକେଣ୍ଡାରୀ ଶ୍ରେଣୀରେ ଥିବା ଉତ୍ପାଦଗୁଡ଼ିକ ଯେପରି ଉଚିତ୍‌ ଦାମରେ ଗ୍ରାହକ କିଣିପାରିବେ ତାହା ସରକାର ସୁନିଶ୍ଚିତ କରିବେ। ତାଲିକା ଜାରି ହେବା ପରେ ଲାଭକୁ ସୀମାବଦ୍ଧ କରାଯିବା ନେଇ ନିଷ୍ପତ୍ତି ନିଆଯିବ। ନୀତି ଆୟୋଗ କମିଟି ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

ରିଲାଏନ୍ସ ଜିଓର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୬।୧୦(ଅଭୟ ଦାଶ): ରିଲାଏନ୍ସ ଜିଓର ନୂତନ ଉତ୍ପାଦ ‘ଜିଓଭାରତ ଭି୩ ଏବଂ ଜିଓ ଭାରତ ଭି୪’ ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଏହି ୨ ନୂଆ...

ମାମାଆର୍ଥ ସହ ମିଶୋର ବୁଝାମଣା

ନୂଆଦିଲ୍ଲୀ,୧୬।୧୦: ଭାରତରେ ଦ୍ରୁତ ବୃଦ୍ଧି ପାଉଥିବା ପର୍ସନାଲ କେୟାର ବ୍ରାଣ୍ଡ୍‌ ମାମାଆର୍ଥ ଏବଂ ଇ-କର୍ମସ ପ୍ଲାଟ୍‌ଫର୍ମ ମିଶୋ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି।...

ଭାରତୀୟ ଡେଟା ସେଣ୍ଟରରେ ଭାରତର ଡେଟା ରହୁ: ଆକାଶ

ନୂଆଦିଲ୍ଲୀ,୧୬।୧୦: ଭାରତରେ ଡେଟା ସୃଷ୍ଟି ହେବାର ଆକାର ଏବଂ ଗତି ବେଶ୍‌ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏପରିକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହିତ ଆହୁରି...

ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୪୯%

ଭୁବନେଶ୍ୱର,୧୫ା୧୦(ଅନୁରାଧା ମହାରଣା): ପନିପରିବା ମୂଲ୍ୟରେ ବ୍ୟାପକ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ତୀବ୍ର ବୃଦ୍ଧି ଘଟିଛି। ଗତ ୯ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ଖୁଚୁରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri