ଶ୍ରାଦ୍ଧ ଦିବସରେ ଅସମ୍ମାନ: ବିଜୁଙ୍କ ପ୍ରତିମୂର୍ତ୍ତିରେ ପଡିଲାନି ଫୁଲମାଳ

ଗୁଣପୁର,୧୭।୪(ଡି.ଏନ୍‌.ଏ.)-ରାୟଗଡା ଜିଲା ଗୁଣପୁର ବିଜେଡିରେ ଥିବା ମତଭେଦ ଯୋଗୁ ଶ୍ରାଦ୍ଧ ଦିବସରେ ପ୍ରବାଦ ପୁରୁଷଙ୍କ ପ୍ରତି ଅସମ୍ମାନ ହେଲାଭଳି ଘଟଣା ଦେଖିବାକୁ ମିଳିଛି। ବୁଧବାର ନୂତନ ବସ୍‌ଷ୍ଟାଣ୍ଡସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ବିଜେଡିର କେହି ନେତା ଓ କର୍ମୀ ଫୁଲମାଳଟିଏ ସୁଦ୍ଧା ପକାଇ ନାହାନ୍ତି। ଏହାକୁ ନେଇ ବିଜୁ ପ୍ରେମୀ ନିରାଶ ହେବା ସହ ଏହାର ନିନ୍ଦା କରିଛନ୍ତି।
ପୂର୍ବରୁ ଜିଲା ପରିଷଦ ସଭ୍ୟ ଅଶ୍ୱିନୀ ଗମାଙ୍ଗ ଏବଂ ବିଧାୟକ ସମର୍ଥିତ ପୂର୍ବତନ ଏନଏସି ଅଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ଙ୍କ ପୃଥକ ଗୋଷ୍ଠୀ ସମାନ୍ତରାଳ ଭାବେ ଦଳର ବିଭିନ୍ନ କାର୍ଯ୍ୟକ୍ରମ କରୁଥିବା ଅନେକ ନଜିର ରହିଥିଲା। ଦଳ ଭିତରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ତୀବ୍ର ମତଭେଦ ପଞ୍ଚାୟତ ନିର୍ବାଚନରେ ବିଜେଡି ବପର୍ଯ୍ୟୟର କାରଣ ହୋଇଥିଲା। ଶେଷରେ ସଦ୍ୟ ସମାପ୍ତ ନିର୍ବାଚନରେ ଦଳ ଭିତରେ ପ୍ରବଳ ବିରୋଧ ଯୋଗୁ ବିଧାୟକ ତ୍ରିନାଥ ଗମାଙ୍ଗଙ୍କୁ ଟିକେଟ ମିଳି ନ ଥିଲା। ଶେଷରେ ସେ ଦଳରୁ ଇସ୍ତଫା ଦେଇ ସ୍ବାଧୀନ ଭାବେ ଲଢିଥିଲେ। ତାଙ୍କର ଦୃଢ ସମର୍ଥକ ଶିବ ଗୌଡଙ୍କୁ ମଧ୍ୟ ଦଳରୁ ବହିଷ୍କାର କରାଯାଇଥିଲା। ଶିବ ଗୌଡ ଦଳରୁ ବହିଷ୍କୃତ ହେଇଥିବା ବେଳେ ଦଳର ଅନ୍ୟ ନେତା ଓ କର୍ମୀ ବିଜୁ ବାବୁଙ୍କୁ ଭୁଳିଯିବା ଆଲୋଚନାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର,୫।୯: ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କଠାରୁ ଜାତୀୟ ଶିକ୍ଷକ ପୁରସ୍କାର ଗ୍ରହଣ କରିଛନ୍ତି ଓଡ଼ିଶାର ଦୁଇ ଶିକ୍ଷକ। ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଏକ ଭବ୍ୟ...

ଭିଜିଲାନ୍ସ ଧରୁଧରୁ ବେହୋସ ହୋଇପଡ଼ିଥିଲେ ଯନ୍ତ୍ରୀ, ଘରୁ ମିଳିଲାଣି ନଗଦ ୧୪ ଲକ୍ଷ ୮୧ ହଜାର

ରାୟଗଡ଼ା,୧ା୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା। ଆଜି ତାଙ୍କ ଘରୁ ବିପୁଳ...

ଲାଞ୍ଚ ନେଉଥିଲେ ଯନ୍ତ୍ରୀ, ଭିଜିଲାନ୍ସକୁ ଦେଖି ହେଲେ ବେହୋସ, ଆଉ ତା’ ପରେ…

ରାୟଗଡ଼ା,୩୧ା୮(ଆଶିଷ ରଞ୍ଜନ ପଣ୍ଡା)-ରାୟଗଡ଼ା ଜିଲା କାଶୀପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ରାୟଗଡ଼ା ସହରର ନିଜ ଘରେ ମାଣ୍ଡିବିସି ପଞ୍ଚାୟତରେ...

ଚଳିତ ବର୍ଷ ଓଡ଼ିଶାର ଦୁଇ ଜଣ ପାଇବେ ଜାତୀୟ ଶିକ୍ଷକ ପୁରସ୍କାର

ନୂଆଦିଲ୍ଲୀ,୨୭ା୮: ଚଳିତ ବର୍ଷ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ଓଡ଼ିଶାର ଦୁଇ ଜଣ ଶିକ୍ଷକ ମନୋନୀତ ହୋଇଛନ୍ତି। କଳାହାଣ୍ଡି ଜିଲା ନର୍ଲା ଜୟ ଦୁର୍ଗା ଉଚ୍ଚ...

ମୃତ ନିର୍ମାଣ ଶ୍ରମିକଙ୍କ ନାଁରେ କାର୍ଡ ପଞ୍ଜୀକରଣ

ରାୟଗଡ଼ା,୨୪।୮(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଶ୍ରମ କାର୍ଯ୍ୟାଳୟରେ ପିଛା ଛାଡ଼ୁନି ଦୁର୍ନୀତି ଓ କେଳେଙ୍କାରୀ। ନିର୍ମାଣ ଶ୍ରମିକ କାର୍ଡରେ ମୃତ୍ୟୁକାଳୀନ ବୀମା ଅର୍ଥ ହେରଫେର...

ମୋବାଇଲରେ ଘୂରିଲା ଓଟିଇଟି ଉତ୍ତର

ରାୟଗଡ଼ା,୧୮ା୮(ଆଶିଷ ରଞ୍ଜନ ପଣ୍ଡା): ଓଡ଼ିଶା ଟିଚର୍ସ ଇଲିଜିବିଲିଟ୍‌ ଟେଷ୍ଟ (ଓଟିଇଟି) ପରୀକ୍ଷା ରାୟଗଡ଼ା ଜିଲାର ବିଭିନ୍ନ କେନ୍ଦ୍ରରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ପରୀକ୍ଷା ଆରମ୍ଭ...

ଭାଜପାରେ ଯୋଗଦେଲେ ବହୁ ବିଜେଡି କର୍ମୀ

ରାୟଗଡ଼ା,୧୭।୮(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ନିର୍ବାଚନମଣ୍ଡଳୀର ଶତାଧିକ ବିଜେଡି କର୍ମୀ ଶୁକ୍ରବାର ବିଧିବଦ୍ଧ ଭାବେ ଭାଜପାରେ ଯୋଗଦେଇଛନ୍ତି। ରାୟଗଡ଼ା ନିର୍ବାଚନମଣ୍ଡଳୀର ବିଜେଡି କର୍ମୀ ୟାଲା ଭେଙ୍କଟେଶ୍ୱର...

ରେଳପଥରେ ଭୂସ୍ଖଳନ, ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ

ରାୟଗଡ଼ା,୮।୮(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଶିକରପାଇ ଓ କେଉଟଗୁଡ଼ା ରେଳ ଷ୍ଟେଶନ ମଝିରେ ଥିବା ୩୫ ନମ୍ବର ଟନେଲ ନିକଟରେ ଗୁରୁବାର ଭୂସ୍ଖଳନ ଘଟିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri