ସୈନିକ ସ୍କୁଲ ଭୁବନେଶ୍ୱରରେ ବଢ଼ିଲା ଛାତ୍ରବୃତ୍ତି

ଭୁବନେଶ୍ୱର, ୫।୯(ବ୍ୟୁରୋ): ସୈନିକ ସ୍କୁଲରେ ପଢୁଥିବା ଓଡ଼ିଶାର ଶିକ୍ଷାର୍ଥୀମାନଙ୍କ ପାଇଁ ସ୍କଲାରଶିପ୍‌ ସ୍କିମ୍‌ ସଂଶୋଧନ କରିଛନ୍ତି ରାଜ୍ୟ ସରକାର। ୩ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ଥିବା ଅଭିଭାବକମାନେ ରାଜ୍ୟ ସରକାର ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବାର୍ଷିକ ୯୫,୭୭୬ ଟଙ୍କାର ଆର୍ଥିକ ସହାୟତା ପାଇପାରିବେ। କ୍ରମାଗତ ଭାବରେ ବଢୁଥିବା ସ୍କୁଲ ଦେୟ ଯୋଗୁ ଆର୍ଥିକ ଅସ୍ବଚ୍ଛଳ ବର୍ଗର ପିଲାମାନେ ସୈନିକ ସ୍କୁଲରେ ପଢ଼ିବା ପାଇଁ ଅସମର୍ଥ। ଏପରି କି ଅନେକ ପିଲା ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ମଧ୍ୟ ନାମ ଲେଖାଇ ପାରୁନାହାନ୍ତି। ବର୍ତ୍ତମାନ ରାଜ୍ୟ ସରକାରଙ୍କ ସ୍କଲାରଶିପ୍‌ ସଂଶୋଧନ ଫଳରେ ଜଣେ ପୂର୍ଣ୍ଣ ସ୍କଲାରଶିପ୍‌ ପାଉଥିବା ପିଲାକୁ ବାର୍ଷିକ ମାତ୍ର ୩୦ ହଜାରରୁ ୩୫ ହଜାର ଟଙ୍କା ଟିଉସନ୍‌, ଖାଦ୍ୟ, ପକେଟ୍‌ ମନି, ଆନୁଷଙ୍ଗିକ ଖର୍ଚ୍ଚ, ପୋଷାକପତ୍ର, ସିକ୍ୟୁରିଟ୍‌ ମନି(ଫେରସ୍ତ ବ୍ୟବସ୍ଥା) ପାଇଁ ଦେବାକୁ ପଡ଼ିବ। ଏହି ସ୍କଲାରଶିପ୍‌ ୍‌ ସ୍କିମ୍‌ କାର୍ଯ୍ୟକାରୀ କରିବାରେ ଓଡ଼ିଶା ସରକାର ସମଗ୍ର ଦେଶରେ ପ୍ରଥମ। ୨୦୨୦-୨୧ ଶିକ୍ଷାବର୍ଷରୁ ଷଷ୍ଠ ଓ ନବମ ଶ୍ରେଣୀରେ ନାମ ଲେଖାଇ ଏହି ସବୁ ସୁଯୋଗର ସୁବିନିଯୋଗ କରିବା ଉଚିତ ବୋଲି ସୈନିକ ସ୍କୁଲର ଅଧ୍ୟକ୍ଷ ଗ୍ରୁପ୍‌ କ୍ୟାପ୍ଟେନ୍‌ ଏସ୍‌. ଡୋମିନିକ ରାୟନ କହନ୍ତି। ବୁଧବାର ସ୍କୁଲ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଅଧ୍ୟକ୍ଷ କହିଛନ୍ତି ଯେ, ଆସନ୍ତା ୨୦୨୦ ଜାନୁଆରୀ ୫ତାରିଖରେ ହେବାକୁ ଥିବା ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା ପାଇଁ ଅନ୍‌ଲାଇନରେ ଆବେଦନ ଆରମ୍ଭ ହୋଇଯାଇଛି। ଯାହାର ଆବେଦନର ଶେଷ ତାରିଖ ସେପ୍ଟେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ରହିଛି। ଏଥିପାଇଁ ଯୋଗ୍ୟତା ଥିବା ପରୀକ୍ଷାର୍ଥୀମାନେ ସୈନିକ ସ୍କୁଲ ଆଡମିଶନ୍‌ ଓ୍ବେବ୍‌ସାଇଟ୍‌ www.sainikschooladmission.in ମାଧ୍ୟମରେ ଆବେଦନ କରିପାରିବେ। ଓଡ଼ିଶାରେ ୭ଟି ପ୍ରବେଶିକା ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ସେଗୁଡିକ ହେଲା ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, ଢେଙ୍କାନାଳ, କୋରାପୁଟ, ରାଉରକେଲା ଏବଂ ସମ୍ବଲପୁର। ସୈନିକ ସ୍କୁଲ ସମ୍ବଲପୁରରେ ଷଷ୍ଠ ଶ୍ରେଣୀରେ ଶିକ୍ଷା ନିମନ୍ତେ ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ଯେଉଁ ପ୍ରାର୍ଥୀମାନେ ଆବେଦନ କରିବା ପାଇଁ ଚାହାନ୍ତି ସେମାନେ ସେପ୍ଟେମ୍ବର ୫ ତାରିଖ ଠାରୁ ୨୩ ତାରିଖ ମଧ୍ୟରେ ପ୍ରାଥୀ ପତ୍ର ଦାଖଲ କରିପାରିବେ। ଉକ୍ତ ପ୍ରବେଶିକା ପରୀକ୍ଷା ସମ୍ବଲପୁର, ବାଲେଶ୍ୱର ଓ କଳାହାଣ୍ଡି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ। ପରୀକ୍ଷାର ସମ୍ପୂର୍ଣ ତଥ୍ୟ ପାଇଁ www.sainikschooladmission.in ଓ୍ବେବ୍‌ସାଇଟରେ ଉପଲବ୍ଧ ରହିଥିବା ଅଧ୍ୟକ୍ଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri