ରାସ୍ତାରେ ଖଞ୍ଜିଥିଲେ ୧୦ କେଜି ଶକ୍ତିଶାଳୀ ଆଇଇଡି ବୋମା: ଆଉ ତା’ପରେ…

ମାଲକାନଗିରି,୨ା୧୨(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ବିଜାପୁର ଜିଲାରେ ସୁରକ୍ଷା ବାହିନୀ ୪ ଆଇଇଡି ବୋମା ଠାବ କରି ନିଷ୍କ୍ରିୟ କରିଛନ୍ତି। ପ୍ରଥମଥର ପାଇଁ ମାଓବାଦୀମାନେ ୧୦ କି.ଗ୍ରା. ଶକ୍ତିଶାଳୀ ଆଇଇଡି ବୋମା ଲଗାଇଥିଲେ। ବିଜାପୁର ଡିଆର୍‌ଜି ବିଡିଏସ୍‌ ମିଳିତ ଭାବେ ଗୋରନା, ମନକେଲି ଓ କଶୁଲନା ଅଞ୍ଚଳରେ ସର୍ଚ୍ଚ ଅପରେଶନ ଚଳାଇଥିବା ବେଳେ ଗୋରନା, ମନକେଲି ଅଞ୍ଚଳରେ ବି.ମାଇନିଂ ବେଳେ ୫ କି.ଗ୍ରା.ର ୩ ଆଇଇଡି ବିଜାପୁର ବିଡିଏସ୍‌ ଦ୍ୱାରା ଜବତ କରାଯାଇଥିଲା। ଏହି ଆଇଇଡି ରାସ୍ତାରେ ଖଞ୍ଜି ପ୍ରେସର ସୁଇଚ୍‌ ଯୋଡ଼ିଥିଲେ।

ସେହିପରି ଅଳ୍ପଦୂର ରାସ୍ତାରେ ଏକ ୧୦ କି.ଗ୍ରା.ଆଇଇଡି ଲଗାଇଥିଲେ। ପ୍ରଥମ ଥର ପାଇଁ ୧୦ କି.ଗ୍ରା. ଆଇଇଡି ସହ ଏକ ଅଫୁଟା ଏଚ୍‌୍‌ଇ ବୋମା ଯୋଡ଼ିଥିଲେ, ଯାହା ଅତ୍ୟନ୍ତ ଶକ୍ତିଶାଳୀ ଥିଲା। ଡିଆର୍‌ଜି ଏବଂ ବିଜାପୁରର ବିଡିଏସ୍‌ ଦଳ ମାଓବାଦୀଙ୍କ ଏହି ଯୋଜନାକୁ ଭଣ୍ଡୁର କରିଥିବା ବେଳେ ସତର୍କତାର ସହ ନିଷ୍କ୍ରିୟ କରିଥିବା ଜଣାପଡ଼ିଛି।

Share