ବ୍ରହ୍ମପୁର ଅଫିସ,୧୨।୯: ରାଜ୍ୟରେ ତିନିଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ବ୍ରହ୍ମପୁରର ୧୦୦ ବର୍ଷର ପୁରୁଣା ତେଲୁଗୁ ସମାଜମ କୋଠା ରବିବାର ବିଳମ୍ବିତ ରାତ୍ରିରେ ଭୁଶୁଡ଼ି ପଡିଛି। ତେବେ ଏଥିରେ କାହାର କିଛି କ୍ଷତି ହୋଇ ନାହିଁ। ଖବରପାଇ ବିଏମ୍ସି କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦାର ପହଞ୍ଚି ଥିଲେ।
ସୂଚନାଯୋଗ୍ୟ, ଏହି ସମାଜମ ୧୯୦୬ ମସିହାରେ ଆରମ୍ଭ ହୋଇଥିଲା । ୧୯୧୨ ମସିହାରେ ଗିରି ମାର୍କେଟଠାରେ ନିଜସ୍ବ ଜାଗାରେ ନିର୍ମିତ ହୋଇଥିଲା। ସ୍ବାଧୀନତା ସଂଗ୍ରାମ ସମୟରେ ଏହି ସମାଜମର ବହୁ ସଦସ୍ୟ ଯୋଗ ଦେଇଥିଲେ । ଏହି କୋଠାରେ ତେଲୁଗୁ ସଂପ୍ରଦାୟର ବହୁ ପର୍ବପର୍ବାଣୀ ପାଳନ ହୋଇ ଆସୁଥିଲା ।