କରୋନାକୁ ହରାଇଲେ ୧୦୦ ବର୍ଷିୟା ମହିଳା: କହିଲେ…

ବାଙ୍ଗାଲୋର,୨୫।୭-ସାରା ଦେଶରେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ପ୍ରତିଦିନ ହଜାର ହଜାର କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି। ତେବେ ଏପରିସ୍ଥିତିରେ କର୍ଣ୍ଣାଟକ ବେଲାରୀ ଜିଲାର ଜଣେ ୧୦୦ ବର୍ଷୀୟା ବୃଦ୍ଧା କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତାଙ୍କ ନାଁ ହେଉଛି ହାଲ୍ଲାମ୍ମା। ସେ ବେଲାରୀ ଜିଲା ହୁବିନା ହାଡାଗାଲି ଟାଉନର ବାସିନ୍ଦା ।
ହଲ୍ଲାମ୍ମା କହିଛନ୍ତି, ଜୁଲାଇ ୧୬ରେ ତାଙ୍କର ରିପୋର୍ଟ ପଜିଟିଭ ଆସିଥିଲା। କୋଭିଡ ହସ୍ପିଟାଲରେ ଡାକ୍ତରମାନେ ତାଙ୍କୁ ଭଲ ଭାବେ ଚିକିତ୍ସା କଲେ। ସେଥିପାଇଁ ସେ ଅରୋଗ୍ୟ ହେଲେ। ଏବେ ସେ ସୁସ୍ଥ ଅଛନ୍ତି। କରୋନା ସାମାନ୍ୟ ଥଣ୍ଡା ଜ୍ୱର ଭଳି ବୋଲି ସେ ପ୍ରକାଶ କରିଛନ୍ତି। ପ୍ରକାଶ ଯେ, କର୍ଣ୍ଣାଟକରେ ବର୍ତ୍ତମାନ ସୁଦ୍ଧା ୮୫୮୬୫ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଥିବାବେଳେ ୧୭୨୦ରୁ ଅଧିକ ମୃତ୍ୟୁବରଣ କରିସାରିଲେଣି।

Share