Categories: ଫୁରସତ

୧୦୩ ବର୍ଷରେ ହାତରେ ପ୍ରଥମ ଟାଟୁ କଲେ ଏହି ମହିଳା

୧୦୩ ବର୍ଷୀୟା ଜଣେ ମହିଳା ହାତରେ ଟାଟୁ କରି ଚର୍ଚ୍ଚାକୁ ଆସିଛନ୍ତି। ଆମେରିକାରେ ରହୁଥିବା ଡୋରଥି ପଲକ ନାମକ ଏହି ମହିଳା ଜଣଙ୍କ ହାତରେ ବେଙ୍ଗ ଟାଟୁ କରିଛନ୍ତି। କରୋନା ଯୋଗୁ ସେ ମିଶିଗନସ୍ଥିତ ଏକ ହସ୍ପିଟାଲରେ ଆଇସୋଲେଟ୍‌ ଥିଲେ। ସେଠାରେୁ ଫେରିବା ପରେ ହାତରେ ଟାଟୁ କରିବା ପାଇଁ ଜିଦ୍‌ ଧରିଥିଲେ ବୋଲି ତାଙ୍କ ନାତୁଣୀ ଟେରେସା ଜାଭିଟଜ୍‌ ଜୋନ୍ସ କହିଛନ୍ତି। ପୂର୍ବରୁ ମୋ ନାତୀମାନେ ଟାଟୁ କରିବାକୁ କହୁଥିଲେ ମୁଁ କରୁ ନ ଥିଲି। ଏବେ କିନ୍ତୁ କରିବି ବୋଲି କହିବାରୁ ଏକ ଟାଟୁ ଆର୍ଟିଷ୍ଟଙ୍କୁ ଘରକୁ ଡକାଯାଇଥିଲା। ଡୋରଥୀଙ୍କୁ ବେଙ୍ଗ ପସନ୍ଦ ଥିବାରୁ ତାଙ୍କ ହାତରେ ବେଙ୍ଗ ଟାଟୁ କରାଯାଇଥିଲା ବୋଲି ଜୋନ୍ସ କହିଛନ୍ତି। ଚଳିତବର୍ଷ ଜୁନ୍‌ ମାସରେ ଡୋରଥୀ ୧୦୩ତମ ଜନ୍ମଦିନ ପାଳନ କରିଥିଲେ।

Share