ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ୧୦୮ ଫୁଟର ଧୂପକାଠି, ୪୫ ଦିନ ପର୍ଯ୍ୟନ୍ତ ଜଳିବ…

ଅଯୋଧ୍ୟା,୨୫।୧୨ : ଜାନୁୟାରୀ ୨୨ରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ। ଏହି ଅବସରରେ ୩ ହଜାର ୪୨୮ କିଲୋଗ୍ରାମ ଓଜନ ବିଶିଷ୍ଟ ଏକ ଧୂପକାଠି ତିଆରି କରାଯାଉଛି। ଏହାର ମୋଟେଇ ହେଉଛି ୩.୫ ଫୁଟ।

ଅଯୋଧ୍ୟାରେ ରାମଲାଲାଙ୍କ ପାଇଁ ଏହି ୧୦୮ ଫୁଟ ଲମ୍ବର ଧୂପକାଠି ତିଆରି କରାଯାଉଛି। ଏହାକୂ ଗୁଜରାଟର ବଡୋଦରା ତରସାଲି ଅଞ୍ଚଳରେ କାରିଗରମାନେ ତିଆରି କରୁଛନ୍ତି।

ଜାନୁଆରୀ ୨୨ ତାରିଖ ରେ ପ୍ରଭୂ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ଯଥେଷ୍ଟ ପୂର୍ବରୁ ଜାନୁୟାରୀ ୧୬ ତାରିଖରେ ଧୂପକାଠିକୁ ଅଯୋଧ୍ୟାରେ ପହଞ୍ଚାଇବାର ଲକ୍ଷ୍ୟ ରଖାଯାଇଛି।
ଏଥିପାଇଁ ଜାନୁଆରୀ ପହିଲାରୁ ସ୍ବତନ୍ତ୍ର ଟ୍ରକ ଯୋଗେ ଏହି ଧୂପକାଠିକୁ ଅଯୋଧ୍ୟା ନିଆଯିବ। ଏହି ଧୂପକାଠିର ବିଶେଷତ୍ୱ ହେଉଛି ଥରେ ଜଳିଲେ ଏହା ୪୫ ଦିନ ପର୍ଯ୍ୟନ୍ତ ଲିଭିବନି।

 

 

Share