ଆନନ୍ଦପୁର,୧୯।୨: କେନ୍ଦୁଝର ଜିଲା ୨୦ ନମ୍ବର ଜାତୀୟ ରାଜପଥର ଆନନ୍ଦପୁର ଶାଳପଡ଼ା ବାଇପାସ୍ ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ୨୦ ଫୁଟ ଓଭରବ୍ରିଜ ଉପରୁ ଏକ ୧୨ ଚକିଆ ଲୁହାପଥର ବୋଝେଇ ଟ୍ରକ (ଓଡି୦୯ଜି-୬୦୫୧) ଭାରସାମ୍ୟ ହରାଇ ଚଳନ୍ତା ଯାତ୍ରୀବାହୀ ପଦ୍ମାବତୀ ବସ୍ (ନଂ.ଓଡି୦୫ଏଫ୍୬୫୯୯) ଉପରେ ପଡିଥିଲା। ଦୁର୍ଘଟଣା ଭୟାବହ ଥିଲେ ମଧ୍ୟ ବସ୍ରେ ଥିବା ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଏଥିରେ ବସ୍ କଣ୍ଡକ୍ଟର ଆହତ ହୋଇଛନ୍ତି। ଖବର ପାଇ ଘସିପୁରା ଓ ଆନନ୍ଦପୁର ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଆହତ ବସ୍ କଣ୍ଡକ୍ଟରଙ୍କୁ ଉଦ୍ଧାର କରି ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଳିଥିବା ଜଣାପଡିଛି। ଘସିପୁରା ପୋଲିସ ପହଞ୍ଚି ଘଟଣାର ତଦନ୍ତି ଚଳାଇଛି। ବସ୍ଟି ଯାତ୍ରୀଙ୍କୁ ଧରି ଭୁବନେଶ୍ୱର ଆସୁଥିଲା।
Posted inଆମ ଜିଲା ଖବର, କେନ୍ଦୁଝର, ରାଜ୍ୟ